ମାଟି ଖାଇ ବଞ୍ଚିଛନ୍ତି ୨୫ ବର୍ଷ

The Sakala Picture
Published On

ଆଜିକାଲି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିବା ପାଇଁ । ଅନେକ ଲୋକ ବିଭିନ୍ନ ଅଖାଦ୍ୟ ଖାଉଥିବାର ନଜିର ରହିଛି। ଆଉ କିଛି ଲୋକ ପିକା ରୋଗରେ ଆକ୍ରାନ୍ତ ହୋଇ ଏଭଳି ଅଖାଦ୍ୟ ଖାଇଥାନ୍ତି । ଉତ୍ତର ପ୍ରଦେଶରେ ରହୁଥିବା ହଂସରାଜ ଦୀର୍ଘ ୨୫ ବର୍ଷଧରି ଲଗାତାର ଭାବରେ ମାଟି ଖାଇ ଭୋକ ମେଣ୍ଟାଉଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କେବଳ ମାଟି ଖାଇ ବଞ୍ଚି ରହିଥିଲେ ମଧ୍ୟ ସେ କେବେ ରୋଗରେ ପଡ଼ିନାହାନ୍ତି। ମାଟିକୁ […]

ଆଜିକାଲି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିବା ପାଇଁ । ଅନେକ ଲୋକ ବିଭିନ୍ନ ଅଖାଦ୍ୟ ଖାଉଥିବାର ନଜିର ରହିଛି। ଆଉ କିଛି ଲୋକ ପିକା ରୋଗରେ ଆକ୍ରାନ୍ତ ହୋଇ ଏଭଳି ଅଖାଦ୍ୟ ଖାଇଥାନ୍ତି । ଉତ୍ତର ପ୍ରଦେଶରେ ରହୁଥିବା ହଂସରାଜ ଦୀର୍ଘ ୨୫ ବର୍ଷଧରି ଲଗାତାର ଭାବରେ ମାଟି ଖାଇ ଭୋକ ମେଣ୍ଟାଉଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କେବଳ ମାଟି ଖାଇ ବଞ୍ଚି ରହିଥିଲେ ମଧ୍ୟ ସେ କେବେ ରୋଗରେ ପଡ଼ିନାହାନ୍ତି। ମାଟିକୁ ଖାଦ୍ୟ ଭାବେ ଗ୍ରହଣ କରିଥିବାରୁ ୪୫ ବର୍ଷୀୟ ହଂସରାଜ ସ୍ଥାନୀୟ ଅଞ୍ଚଳରେ ‘ସ୍ୟାଣ୍ଡମ୍ୟାନ୍’ ଭାବେ ପରିଚିତ।

ଆହୁରି ପଢ଼ନ୍ତୁ: ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

ସେ ଗାଁରୁ ଗାଁ ବୁଲି ବିଭିନ୍ନ ପ୍ରକାରର ମାଟି ଖାଇବାକୁ ପସନ୍ଦ କରନ୍ତି। ତାଙ୍କ ସାଙ୍ଗ ମାନେ ତାଙ୍କର ଏହି ଅଭ୍ୟାସକୁ ଛଡାଇବା ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ହଂସରାଜଙ୍କ କହିବା ଅନୁସାରେ ମାଟି ଖାଇବା ପାଇଁ ତାଙ୍କୁ ବହୁତ ଭଲ ଲାଗିଥାଏ। ସେ ପିଲାଟି ବେଳରୁ ମାଟି ଖାଇବା ଆରମ୍ଭ କରିଛନ୍ତି ଓ ତାଙ୍କ ପାଇଁ ଏହା ଏକ ସାଧାରଣ କଥା | ମାଟି ଖାଇବା ଦ୍ବାରା ତାଙ୍କର କେବେ କିଛି ଅସୁବିଧା ହୋଇନାହିଁ । ସେ ଆହୁରି ମଧ୍ୟ କହନ୍ତି ଯେ ମାଟିରେ ସବୁପ୍ରକାର ମିନେରାଲ୍ ରହିଛି। ସେ ଛୋଟ ଛୋଟ ପଥର ଓ ମାଟିର ବଡ଼ବଡ଼ ଖଣ୍ଡ ମଧ୍ୟ ଖାଇଥାନ୍ତି। ସେଥିରେ ତାଙ୍କୁ କୌଣସି ଅସୁବିଧା ହୁଏନାହିଁ ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp