ପୃଥିବୀରେ କେଉଁଠି ଅଛି ‘ଡେଡ୍‌ଜୋନ୍’, ଆସନ୍ତୁ ଜାଣିବା…

The Sakala Picture
Published On

ବର୍ତ୍ତମାନ ପର୍ଯ୍ୟନ୍ତ ଧାରଣା ଥିଲା ଯେ, ପୃଥିବୀର କୋଣ ଅନୁକୋଣରେ ଜୀବସତ୍ତାର ଉପସ୍ଥିତି ରହିଛି। କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୃଥିବୀରେ ଏପରି ଏକ ସ୍ଥାନ ଯେଉଁଠାରେ ଜୀବସତ୍ତା ନାହିଁ । ଆମେରିକାର କଲୋରାଡୋ ବିଶ୍ଵବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି । ଏଥିପାଇଁ ସେମାନେ ଆଣ୍ଟାର୍କଟିକା ଯାତ୍ରା କରିଥିଲେ। ଏହି ଅଧ୍ୟୟନ ଅନୁଯାୟୀ, ଅଣ୍ଟାର୍କଟିକାର ଟ୍ରାନ୍ସ ଆଣ୍ଟାର୍କଟିକ୍ ପର୍ବତରେ ଏଯାବତ୍ ଜୀବସତ୍ତା ନାହିଁ । ହଜାର ହଜାର ବର୍ଷ ଧରି ମାଟିରେ ଜୀବନ […]

ବର୍ତ୍ତମାନ ପର୍ଯ୍ୟନ୍ତ ଧାରଣା ଥିଲା ଯେ, ପୃଥିବୀର କୋଣ ଅନୁକୋଣରେ ଜୀବସତ୍ତାର ଉପସ୍ଥିତି ରହିଛି। କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୃଥିବୀରେ ଏପରି ଏକ ସ୍ଥାନ ଯେଉଁଠାରେ ଜୀବସତ୍ତା ନାହିଁ । ଆମେରିକାର କଲୋରାଡୋ ବିଶ୍ଵବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି । ଏଥିପାଇଁ ସେମାନେ ଆଣ୍ଟାର୍କଟିକା ଯାତ୍ରା କରିଥିଲେ। ଏହି ଅଧ୍ୟୟନ ଅନୁଯାୟୀ, ଅଣ୍ଟାର୍କଟିକାର ଟ୍ରାନ୍ସ ଆଣ୍ଟାର୍କଟିକ୍ ପର୍ବତରେ ଏଯାବତ୍ ଜୀବସତ୍ତା ନାହିଁ । ହଜାର ହଜାର ବର୍ଷ ଧରି ମାଟିରେ ଜୀବନ କିପରି ବିକଶିତ ହେଲା ସେ ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଥିଲେ । ଯେତେବେଳେ ବୈଜ୍ଞାନିକମାନେ ଏଠାରେ ଜୀବସତ୍ତା ପାଇଲେ ନାହିଁ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏଠାକାର ମାଟିରେ ସୂକ୍ଷ୍ମରୁ ଅତିସୂକ୍ଷ୍ମ ଜୀବର କୌଣସି ଡିଏନ୍ଏ ମିଳିନଥିଲା।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

ଏହି ଅନୁସନ୍ଧାନର ନେତୃତ୍ବ ନେଉଥିବା ବାୟରନ୍ ଏଡମସ କହିଛନ୍ତି ଯେ, ଏକ ଗ୍ରାମ୍ ମାଟିରେ ଏକ ବିଲିୟନ କୋଷ ରହିପାରେ, କିନ୍ତୁ ଆମେ ଏହି ମାଟିରେ ଗୋଟିଏ ବି କୋଷ ପାଇଲୁ ନାହିଁ । ଅତି ସୂକ୍ଷ୍ମ ଜୀବ ବିନା ମୃତ୍ତିକା କେବେବି କୌଣସି ସ୍ଥାନରେ ଦେଖାଯାଇ ନାହିଁ | ତେଣୁ ଏହି ସ୍ଥାନକୁ ପୃଥିବୀର ‘ଡେଡ୍‌ ଜୋନ୍ କୁହାଯାଉଛି। ଏହି ଅନୁସନ୍ଧାନ ସମୟରେ ଶ୍ୟାକଲେଟନ୍ ଗ୍ଲାସିୟର୍‌ ଅଞ୍ଚଳରୁ ସଂଗୃହିତ ୨୦୪ ମୃତ୍ତିକା ନମୁନାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ନମୁନାଗୁଡିକୁ ସର୍ବୋଚ୍ଚ ଏବଂ ଶୁଷ୍କ ଅଂଶରୁ ନିଆଯାଇଥିଲା। ଏଠାରୁ ନିଆଯାଇଥିବା ଅଧିକାଂଶ ମାଟିରେ ସୂକ୍ଷରୁ ଅତି ସୂକ୍ଷ୍ମ ଜୀବ ମିଳିଥିଲା, କିନ୍ତୁ ୨୦ ପ୍ରତିଶତ ମାଟି ସମ୍ପୂର୍ଣ୍ଣ ରୂପେ ଏପରି ଥିଲା, ଯେଉଁଥରେ ଜୀବନର କୌଣସି ଚିହ୍ନ ନଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

10 Sep 2021 By The Sakala

ପୃଥିବୀରେ କେଉଁଠି ଅଛି ‘ଡେଡ୍‌ଜୋନ୍’, ଆସନ୍ତୁ ଜାଣିବା…

ବର୍ତ୍ତମାନ ପର୍ଯ୍ୟନ୍ତ ଧାରଣା ଥିଲା ଯେ, ପୃଥିବୀର କୋଣ ଅନୁକୋଣରେ ଜୀବସତ୍ତାର ଉପସ୍ଥିତି ରହିଛି। କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୃଥିବୀରେ ଏପରି ଏକ ସ୍ଥାନ ଯେଉଁଠାରେ ଜୀବସତ୍ତା ନାହିଁ । ଆମେରିକାର କଲୋରାଡୋ ବିଶ୍ଵବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି । ଏଥିପାଇଁ ସେମାନେ ଆଣ୍ଟାର୍କଟିକା ଯାତ୍ରା କରିଥିଲେ। ଏହି ଅଧ୍ୟୟନ ଅନୁଯାୟୀ, ଅଣ୍ଟାର୍କଟିକାର ଟ୍ରାନ୍ସ ଆଣ୍ଟାର୍କଟିକ୍ ପର୍ବତରେ ଏଯାବତ୍ ଜୀବସତ୍ତା ନାହିଁ । ହଜାର ହଜାର ବର୍ଷ ଧରି ମାଟିରେ ଜୀବନ କିପରି ବିକଶିତ ହେଲା ସେ ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଥିଲେ । ଯେତେବେଳେ ବୈଜ୍ଞାନିକମାନେ ଏଠାରେ ଜୀବସତ୍ତା ପାଇଲେ ନାହିଁ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏଠାକାର ମାଟିରେ ସୂକ୍ଷ୍ମରୁ ଅତିସୂକ୍ଷ୍ମ ଜୀବର କୌଣସି ଡିଏନ୍ଏ ମିଳିନଥିଲା।

ଏହି ଅନୁସନ୍ଧାନର ନେତୃତ୍ବ ନେଉଥିବା ବାୟରନ୍ ଏଡମସ କହିଛନ୍ତି ଯେ, ଏକ ଗ୍ରାମ୍ ମାଟିରେ ଏକ ବିଲିୟନ କୋଷ ରହିପାରେ, କିନ୍ତୁ ଆମେ ଏହି ମାଟିରେ ଗୋଟିଏ ବି କୋଷ ପାଇଲୁ ନାହିଁ । ଅତି ସୂକ୍ଷ୍ମ ଜୀବ ବିନା ମୃତ୍ତିକା କେବେବି କୌଣସି ସ୍ଥାନରେ ଦେଖାଯାଇ ନାହିଁ | ତେଣୁ ଏହି ସ୍ଥାନକୁ ପୃଥିବୀର ‘ଡେଡ୍‌ ଜୋନ୍ କୁହାଯାଉଛି। ଏହି ଅନୁସନ୍ଧାନ ସମୟରେ ଶ୍ୟାକଲେଟନ୍ ଗ୍ଲାସିୟର୍‌ ଅଞ୍ଚଳରୁ ସଂଗୃହିତ ୨୦୪ ମୃତ୍ତିକା ନମୁନାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ନମୁନାଗୁଡିକୁ ସର୍ବୋଚ୍ଚ ଏବଂ ଶୁଷ୍କ ଅଂଶରୁ ନିଆଯାଇଥିଲା। ଏଠାରୁ ନିଆଯାଇଥିବା ଅଧିକାଂଶ ମାଟିରେ ସୂକ୍ଷରୁ ଅତି ସୂକ୍ଷ୍ମ ଜୀବ ମିଳିଥିଲା, କିନ୍ତୁ ୨୦ ପ୍ରତିଶତ ମାଟି ସମ୍ପୂର୍ଣ୍ଣ ରୂପେ ଏପରି ଥିଲା, ଯେଉଁଥରେ ଜୀବନର କୌଣସି ଚିହ୍ନ ନଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp