ଜାଣନ୍ତୁ ବିମାନ ଯାତ୍ରାରେ କେଉଁ ଗ୍ୟାଜେଟ୍‌ ରଖିବେନି….

The Sakala Picture
Published On

ବିମାନଯାତ୍ରାକୁ ମଜାଦାର କରିବା ପାଇଁ ବହୁ ଯାତ୍ରୀ ଅନେକ ଗ୍ୟାଜେଟ୍‌ ନେଇ ଯାଆନ୍ତି। କିନ୍ତୁ ସ୍ମାର୍ଟଫୋନ୍ ଏବଂ ହେଡ୍‌ଫୋନ୍‌ ବ୍ୟତୀତ କିଛି ଗ୍ୟାଜେଟ୍‌ ଏଭଳି ଅଛି, ଯାହାକୁ ବିମାନଯାତ୍ରା ସମୟରେ ନିଜ ପାଖରେ ରଖିବା ଠିକ୍‌ ନୁହେଁ। ପୋର୍ଟେବଲ ୱାଇଫାଇ ହଟ୍‌ସ୍ପଟ୍: ଯଦିଓ ଏହା ଉପଯୋଗୀ ତଥାପି, ବିମାନର ୱେୟାର୍‌ଲେସ୍‌ ନେଟ୍‌ୱାର୍କ ଏବଂ ନାଭିଗେସନ୍‌ ସିଷ୍ଟମ୍‌କୁ ଏହା ପ୍ରଭାବିତ କରିଥାଏ। ଏଣୁ ଆବଶ୍ୟକ ସ୍ଥଳେ ବିମାନର ମାଗଣା ୱାଇଫାଇ ବା ମୋବାଇଲ ଡାଟାକୁ ଉପଯୋଗ କରନ୍ତୁ। ଉଚ୍ଚ […]

ବିମାନଯାତ୍ରାକୁ ମଜାଦାର କରିବା ପାଇଁ ବହୁ ଯାତ୍ରୀ ଅନେକ ଗ୍ୟାଜେଟ୍‌ ନେଇ ଯାଆନ୍ତି। କିନ୍ତୁ ସ୍ମାର୍ଟଫୋନ୍ ଏବଂ ହେଡ୍‌ଫୋନ୍‌ ବ୍ୟତୀତ କିଛି ଗ୍ୟାଜେଟ୍‌ ଏଭଳି ଅଛି, ଯାହାକୁ ବିମାନଯାତ୍ରା ସମୟରେ ନିଜ ପାଖରେ ରଖିବା ଠିକ୍‌ ନୁହେଁ।

ଆହୁରି ପଢ଼ନ୍ତୁ: ଏୟାରପୋର୍ଟରେ ଚାକିରି ଖୋଜୁଛନ୍ତି କି? ଦ୍ୱାଦଶ ପାସ୍ ପରେ କରନ୍ତୁ ଏହି କୋର୍ସ, ମିଳିବ ଲକ୍ଷାଧିକ ଟଙ୍କାର ପ୍ୟାକେଜ୍

ପୋର୍ଟେବଲ ୱାଇଫାଇ ହଟ୍‌ସ୍ପଟ୍: ଯଦିଓ ଏହା ଉପଯୋଗୀ ତଥାପି, ବିମାନର ୱେୟାର୍‌ଲେସ୍‌ ନେଟ୍‌ୱାର୍କ ଏବଂ ନାଭିଗେସନ୍‌ ସିଷ୍ଟମ୍‌କୁ ଏହା ପ୍ରଭାବିତ କରିଥାଏ। ଏଣୁ ଆବଶ୍ୟକ ସ୍ଥଳେ ବିମାନର ମାଗଣା ୱାଇଫାଇ ବା ମୋବାଇଲ ଡାଟାକୁ ଉପଯୋଗ କରନ୍ତୁ।

ଆହୁରି ପଢ଼ନ୍ତୁ: ୮ମ ବେତନ ଆୟୋଗ ଅପଡେଟ୍: କେବେଠୁ ବଢ଼ିବ ଦରମା? ଜାଣନ୍ତୁ ସରକାରଙ୍କ ନୂଆ ଘୋଷଣା

ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ବ୍ୟାଙ୍କ: ବିମାନ ଯାତ୍ରା ସମୟରେ କମ୍ କ୍ଷମତା ସମ୍ପନ୍ନ ପାୱାର ବ୍ୟାଙ୍କକୁ ପାଖରେ ରଖନ୍ତୁ। କାରଣ ୨୦୦୦ଏମ୍‌ଏଏଚ୍‌ରୁ ଅଧିକ କ୍ଷମତାଯୁକ୍ତ ପାୱାର ଉପରେ କଟକଣା ଅଛି।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ରାଜା ରବି ବର୍ମାଙ୍କ ପେଣ୍ଟିଂ 'ଯଶୋଦା ଏବଂ କୃଷ୍ଣ', ୧୬୭.୨୦ କୋଟି ଟଙ୍କାରେ ହେଲା ନିଲାମ

ରିମୋଟ୍‌ କଣ୍ଟ୍ରୋଲ ଖେଳଣା: ଡ୍ରୋନ୍‌ ଏବଂ ରିମୋଟ୍‌ କଣ୍ଟ୍ରୋଲଯୁକ୍ତ ଖେଳଣାକୁ ବିମାନଯାତ୍ରାରେ କଟକଣା ଲଗା ଯାଇଛି। ଏହି ଉପକରଣ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।

ଲେଜର୍ ପଏଣ୍ଟର: ଲେଜର ପଏଣ୍ଟର ଓ ପେନ୍ ବିମାନବନ୍ଦର ସେଟିଂ ପାଇଁ ବିପଜ୍ଜନକ ହୋଇପାରେ। ଏହି ଡିଭାଇସ୍ ପାଇଲଟ୍ ଏବଂ ବିମାନ କର୍ମଚାରୀଙ୍କ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ। ଏହାକୁ ପାଖରେ ରଖିବା ଅନୁଚିତ।

24 Apr 2024 By The Sakala

ଜାଣନ୍ତୁ ବିମାନ ଯାତ୍ରାରେ କେଉଁ ଗ୍ୟାଜେଟ୍‌ ରଖିବେନି….

ବିମାନଯାତ୍ରାକୁ ମଜାଦାର କରିବା ପାଇଁ ବହୁ ଯାତ୍ରୀ ଅନେକ ଗ୍ୟାଜେଟ୍‌ ନେଇ ଯାଆନ୍ତି। କିନ୍ତୁ ସ୍ମାର୍ଟଫୋନ୍ ଏବଂ ହେଡ୍‌ଫୋନ୍‌ ବ୍ୟତୀତ କିଛି ଗ୍ୟାଜେଟ୍‌ ଏଭଳି ଅଛି, ଯାହାକୁ ବିମାନଯାତ୍ରା ସମୟରେ ନିଜ ପାଖରେ ରଖିବା ଠିକ୍‌ ନୁହେଁ।

ପୋର୍ଟେବଲ ୱାଇଫାଇ ହଟ୍‌ସ୍ପଟ୍: ଯଦିଓ ଏହା ଉପଯୋଗୀ ତଥାପି, ବିମାନର ୱେୟାର୍‌ଲେସ୍‌ ନେଟ୍‌ୱାର୍କ ଏବଂ ନାଭିଗେସନ୍‌ ସିଷ୍ଟମ୍‌କୁ ଏହା ପ୍ରଭାବିତ କରିଥାଏ। ଏଣୁ ଆବଶ୍ୟକ ସ୍ଥଳେ ବିମାନର ମାଗଣା ୱାଇଫାଇ ବା ମୋବାଇଲ ଡାଟାକୁ ଉପଯୋଗ କରନ୍ତୁ।

ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ବ୍ୟାଙ୍କ: ବିମାନ ଯାତ୍ରା ସମୟରେ କମ୍ କ୍ଷମତା ସମ୍ପନ୍ନ ପାୱାର ବ୍ୟାଙ୍କକୁ ପାଖରେ ରଖନ୍ତୁ। କାରଣ ୨୦୦୦ଏମ୍‌ଏଏଚ୍‌ରୁ ଅଧିକ କ୍ଷମତାଯୁକ୍ତ ପାୱାର ଉପରେ କଟକଣା ଅଛି।

ରିମୋଟ୍‌ କଣ୍ଟ୍ରୋଲ ଖେଳଣା: ଡ୍ରୋନ୍‌ ଏବଂ ରିମୋଟ୍‌ କଣ୍ଟ୍ରୋଲଯୁକ୍ତ ଖେଳଣାକୁ ବିମାନଯାତ୍ରାରେ କଟକଣା ଲଗା ଯାଇଛି। ଏହି ଉପକରଣ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।

ଲେଜର୍ ପଏଣ୍ଟର: ଲେଜର ପଏଣ୍ଟର ଓ ପେନ୍ ବିମାନବନ୍ଦର ସେଟିଂ ପାଇଁ ବିପଜ୍ଜନକ ହୋଇପାରେ। ଏହି ଡିଭାଇସ୍ ପାଇଲଟ୍ ଏବଂ ବିମାନ କର୍ମଚାରୀଙ୍କ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ। ଏହାକୁ ପାଖରେ ରଖିବା ଅନୁଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର