ଜାଣନ୍ତୁ କୁଣ୍ଡଳୀରେ ମାଙ୍ଗଳିକ ଦୋଷ କଣ ଓ କେମିତି କରିବେ ଏହାର ପ୍ରତିକାର!
ମଙ୍ଗଳ ଦୋଷ, ଏମିତି ଏକ ଜ୍ୟୋତିଷ ଦୋଷ, ଯେଉଁଥିରେ ଦାମ୍ପତ୍ୟ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖା ଦିଏ। ଏହି ଦୋଷ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ଅଶୁଭ ପ୍ରଭାବ ଯୋଗୁଁ ସୃଷ୍ଟି ହୋଇଥାଏ। ତେବେ ମଙ୍ଗଳ ଦୋଷ କ’ଣ, ଏହା କେତେ ପ୍ରକାର ଏବଂ ଏହାକୁ ଦୂର କରିବାର ଉପାୟକୁ ନେଇ ଏହି ଉପସ୍ଥାପନା। ଏହା କ’ଣ: କୁଣ୍ଡଳିରେ ମଙ୍ଗଳ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଏବଂ ଦ୍ବାଦଶ ସ୍ଥିତିରେ ରହିଲେ ମଙ୍ଗଳ ବା ମାଙ୍ଗଳିକ […]
ମଙ୍ଗଳ ଦୋଷ, ଏମିତି ଏକ ଜ୍ୟୋତିଷ ଦୋଷ, ଯେଉଁଥିରେ ଦାମ୍ପତ୍ୟ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖା ଦିଏ। ଏହି ଦୋଷ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ଅଶୁଭ ପ୍ରଭାବ ଯୋଗୁଁ ସୃଷ୍ଟି ହୋଇଥାଏ। ତେବେ ମଙ୍ଗଳ ଦୋଷ କ’ଣ, ଏହା କେତେ ପ୍ରକାର ଏବଂ ଏହାକୁ ଦୂର କରିବାର ଉପାୟକୁ ନେଇ ଏହି ଉପସ୍ଥାପନା।
ଏହା କ’ଣ: କୁଣ୍ଡଳିରେ ମଙ୍ଗଳ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଏବଂ ଦ୍ବାଦଶ ସ୍ଥିତିରେ ରହିଲେ ମଙ୍ଗଳ ବା ମାଙ୍ଗଳିକ ଦୋଷ ଉପୁଜିଥାଏ। ବୈବାହିକ ଜୀବନ ଲାଗି ମଙ୍ଗଳ ଗ୍ରହର ସ୍ଥିତି ଅଶୁଭ ବୋଲି କୁହାଯାଏ। ତେବେ ମଙ୍ଗଳ ଉପରେ କୌଣସି ଶୁଭ ଗ୍ରହର ଦୃଷ୍ଟି ପଡ଼ିଲେ, ମଙ୍ଗଳ ଦୋଷର ପ୍ରଭାବ ଆଂଶିକ ହ୍ରାସ ପାଏ।
ପ୍ରଭାବ: ମଙ୍ଗଳ ଦୋଷ ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ। ଏହା ଯୋଗୁଁ ବିବାହରେ ବିଳମ୍ବ ଏବଂ ତତ୍ଜନିତ ଅନେକ ବାଧା ଦେଖୀବାକୁ ମିଳିଥାଏ। ସେହିପରି ବିବାହ ହୋଇଗଲେ ମଧ୍ୟ, ଜୀବନସାଥୀଙ୍କ ସହ ଭଲ ପଡ଼ି ନ ଥାଏ। ଅଶୁଭ ଗ୍ରହ ଯେମିତି ମଙ୍ଗଳ, ଶନି, ରାହୁ ବା କେତୁ ସପ୍ତମ ଘରେ ରହିଲେ କିମ୍ବା ସେମାନଙ୍କ ଦୃଷ୍ଟି ପଡ଼ିଲେ, ଏହା ବିଳମ୍ବିତ ବିବାହର କାରଣ ହୋଇଥାଏ।
ମଙ୍ଗଳ ଦୋଷର ଲକ୍ଷଣ:
- ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବା।
- ରକ୍ତ ସମ୍ବଦ୍ଧିତ ସମସ୍ୟା।
- କୌଣସି ମୋକଦ୍ଦମାରେ ଛନ୍ଦି ହେବା।
- ଆତ୍ମବିଶ୍ବାସ ଏବଂ ସାହସ ଅଭାବ।
- ଋଣ ଭାର ବୃଦ୍ଧି ପାଇବା।
- ଭାଇ ଭାଇ ମଧ୍ୟରେ ବିବାଦ ଦେଖା ଦେବା।
- ଅତ୍ୟଧିକ ଉତ୍ତେଜିତ ଓ କ୍ରୋଧିତ ହେବା ।
- ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହେବା।
- ପ୍ରକାର ଭେଦ
ଆଂଶିକ ମାଙ୍ଗଳିକ ଦୋଷ: ଏଥିରେ କୁଣ୍ଡଳିରେ ମଙ୍ଗଳ ଗ୍ରହର ଆଂଶିକ ପ୍ରଭାବ ଦେଖୀବାକୁ ମିଳିଥାଏ। କୁଣ୍ଡଳିରେ ପ୍ରଥମ, ଦ୍ବିତୀୟ, ଚତୁର୍ଥ, ସପ୍ତମ, ଅଷ୍ଟମ ଏବଂ ଦ୍ବାଦଶ ଘରେ ରହିଲେ, ଆଶିଂକ ମାଙ୍ଗଳିକ ଦୋଷ ସୃଷ୍ଟି ହୁଏ। ଏହି ଦୋଷକୁ କମ୍ କରିବା ପାଇଁ ହାଲୁକା ଉପଚାର କରାଯାଏ। କୁହାଯାଏ, ଜଣେ ୧୮ ବର୍ଷ ବୟସରେ ପହଞ୍ଚିଲେ, ଏହି ଦୋଷ ସାଧାରଣତଃ କମ୍ ହୋଇଥାଏ।
ସାତ୍ତ୍ବିକ ମାଙ୍ଗଳିକ ଦୋଷ: କୁଣ୍ଡଳିରେ ମଙ୍ଗଳ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଏବଂ ଦ୍ବାଦଶ ଘରେ ଥିଲେ ଏହି ଦୋଷ ଦେଖୀବାକୁ ମିଳିଥାଏ। ଏଥିରେ ମାଙ୍ଗଳିକ ଦୋଷର ପ୍ରଭାବ ଅଧିକ ଦେଖୀବାକୁ ମିଳିଥାଏ। ଏହି ଦୋଷକୁ ନେଇ ମାନ୍ୟତା ଅଛି ଯେ, ବୈବାହିକ ଜୀବନରେ ଏହା ସମସ୍ୟା ସୃଷ୍ଟି କରିଥାଏ।
ଚନ୍ଦ୍ର ମାଙ୍ଗଳିକ ଦୋଷ: ଚନ୍ଦ୍ର ପ୍ରଥମ, ଦ୍ବିତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ ଏବଂ ଦ୍ବାଦଶ ଘରେ ଥିଲେ ଏହା ଦେଖୀବାକୁ ମିଳେ। ଉକ୍ତ ଦୋଷ ଭାବନାତ୍ମକ ଏବଂ ମାନସିକତାକୁ ପ୍ରଭାବିତ କରିଥାଏ। ଫଳରେ ଏହା ଜୀବନରେ ସନ୍ଦେହ ଓ ଭୁଲ ବୁଝାମଣା ଆଦି ସମସ୍ୟା ସୃଷ୍ଟି କରିଥାଏ।
କ’ଣ କରିବେ
* ମାଙ୍ଗଳିକ ଦୋଷ ଥିବା ଯୁବକ ଯବତୀଙ୍କର ବିବାହ ପୂର୍ବରୁ ଜାତକ ମେଳ ବା ବିଚାର କରିବା ଜରୁରି।
* ମଙ୍ଗଳ ଗ୍ରହକୁ ଶାନ୍ତି କରିବା ପାଇଁ ପ୍ରତ୍ୟେକ ମଙ୍ଗଳବାର ବ୍ରତ ରଖନ୍ତୁ ଏବଂ ହନୁମାନ ମନ୍ଦିରରେ ବୁନ୍ଦି ପ୍ରସାଦ ବଣ୍ଟନ କରନ୍ତୁ।
* ମଙ୍ଗଳବାରରେ ହନୁମାନ ଚାଳିଶା ଏବଂ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
* ତିନିମୁଖୀ ରୁଦ୍ରାକ୍ଷ କିମ୍ବା ମୁଙ୍ଗା ରତ୍ନ ଧାରଣ କରନ୍ତୁ। ରତ୍ନ ଧାରଣ ପୂର୍ବରୁ ଜ୍ୟୋତିର୍ବିଦଙ୍କ ପରାମର୍ଶ ନିଅନ୍ତୁ।
* ମାଙ୍ଗଳିକ ଦୋଷ ଥିବା କନ୍ୟାର ବିବାହ ଭଗବାନ ବିଷ୍ଣୁଙ୍କ ସହ କରାଇଲେ ମଙ୍ଗଳ ଦୋଷ କଟିଥାଏ।
* କଳସକୁ ମଧ୍ୟ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ବିଚାର କରାଯାଏ। କନ୍ୟାର ମାଙ୍ଗଳିକ ଦୋଷ ଥିଲେ କଳସ ସହ ବିବାହ କରାଇଲେ ଏହା ଦୂର ହୁଏ।
ବୃକ୍ଷ ସହ ବିବାହ: ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ବୃକ୍ଷ ସହ ବିବାହ ପରମ୍ପରା ଦେଖୀବାକୁ ମିଳେ। କୌଣସି ଯୁବତୀଙ୍କ କୁଣ୍ଡଳିରେ ମାଙ୍ଗଳିକ ଦୋଷ ଥିଲେ, ସେମାନଙ୍କ ବିବାହ ଶମି ଗଛ, ଅଁଳା ଗଛ, ପଳାଶ ଗଛ ସହ କରାଇବା ଉଚିତ। ସେହିପରି ଯୁବକଙ୍କ କୁଣ୍ଡଳିରେ ମାଙ୍ଗଳିକ ଦୋଷ ଥିଲେ ସାହାଡ଼ା ଗଛ ସହ ବିବାହ କରିବାକୁ ଶୁଭ ବୋଲି କୁହାଯାଇଛି। ଏପରି କରିବା ଦ୍ବାରା ମଙ୍ଗଳ ଦୋଷ ସମାପ୍ତ ହୁଏ ବୋଲି ବିଶ୍ବାସ ରହିଛି। ସେହିପରି କଦଳୀ ଏବଂ ତୁଳସୀ ସହ ବିବାହ କରିବାକୁ ଉଚିତ ବୋଲି ବିବେଚନା କରାଯାଏ ନାହିଁ।