ନବରତ୍ନଙ୍କ ରାଜା ହୀରା

The Sakala Picture
Published On

ଜାତକରେ କୌଣସି ଗ୍ରହର କୁ-ପ୍ରଭାବକୁ ହ୍ରାସ ବା ନଷ୍ଟ କରିବା ପାଇଁ ଜ୍ୟୋତିଷଶାସ୍ତ୍ରରେ ଅନେକ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ସମସ୍ତ ରତ୍ନ ମଧ୍ୟରୁ ହୀରାକୁ ସର୍ବଶ୍ରେଷ୍ଠ ବା ନବରତ୍ନଙ୍କ ରାଜା ବୋଲି କୁହାଯାଇଛି। ଶୁକ୍ର ଗ୍ରହ ସହ ଜଡ଼ିତ ଏହି ମୂଲ୍ୟବାନ ରତ୍ନ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଭାଗ୍ୟ ଉଜ୍ଜ୍ବଳ କରିଥାଏ। ତେବେ, ଏହି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଆବଶ୍ୟକ। * ହୀରା ରତ୍ନ ଧାରଣ କରିବା […]

ଜାତକରେ କୌଣସି ଗ୍ରହର କୁ-ପ୍ରଭାବକୁ ହ୍ରାସ ବା ନଷ୍ଟ କରିବା ପାଇଁ ଜ୍ୟୋତିଷଶାସ୍ତ୍ରରେ ଅନେକ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ସମସ୍ତ ରତ୍ନ ମଧ୍ୟରୁ ହୀରାକୁ ସର୍ବଶ୍ରେଷ୍ଠ ବା ନବରତ୍ନଙ୍କ ରାଜା ବୋଲି କୁହାଯାଇଛି। ଶୁକ୍ର ଗ୍ରହ ସହ ଜଡ଼ିତ ଏହି ମୂଲ୍ୟବାନ ରତ୍ନ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଭାଗ୍ୟ ଉଜ୍ଜ୍ବଳ କରିଥାଏ। ତେବେ, ଏହି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

* ହୀରା ରତ୍ନ ଧାରଣ କରିବା ପୂର୍ବରୁ ଏହାର ପ୍ରାଣପ୍ରତିଷ୍ଠା କରିବା ଆବଶ୍ୟକ। ଏଥିପାଇଁ ଶୁକ୍ରବାର ଦିନ ସୁନା ମୁଦିରେ ଧାରଣ କରିବା ଉଚିତ।
* ଶୁକ୍ରଙ୍କ ରତ୍ନ ହୀରା, ତେଣୁ ହୀରା ସହିତ ମାଣିକ୍ୟ, ମୋତି, ମୁଙ୍ଗା ଏବଂ ପୋଖରାଜ ଧାରଣ କରିବା ଉଚିତ ନୁହେଁ। କାରଣ ଏମାନେ ରବି, ଚନ୍ଦ୍ର, ମଙ୍ଗଳ ଏବଂ ବୃହସ୍ପତିଙ୍କ ରତ୍ନ। ହୀରା ସହିତ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଧନହାନି ହୋଇଥାଏ।
* ହୀରା ସହିତ ପୋଖରାଜ ଭୁଲରେ ବି କେବେ ଧାରଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ବ୍ୟକ୍ତିର ଅନେକ ଅମଙ୍ଗଳ ହୋଇଥାଏ।
* ଜ୍ୟୋତିର୍ବିଦ୍‌ଙ୍କ ଅନୁସାରେ ମେଷ, ଧନୁ, ସିଂହ, ମୀନ ଓ ବିଛା ରାଶିର ବ୍ୟକ୍ତି ବିଶେଷ ଏହି ରତ୍ନ ପିନ୍ଧିବା ଉଚିତ ନୁହେଁ।
* ଅଭିନୟ, ସଙ୍ଗୀତ, ନୃତ୍ୟ, ମଡେଲିଂ ଆଦି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ପାଇଁ ହୀରା ରତ୍ନ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

24 Oct 2022 By The Sakala

ନବରତ୍ନଙ୍କ ରାଜା ହୀରା

ଜାତକରେ କୌଣସି ଗ୍ରହର କୁ-ପ୍ରଭାବକୁ ହ୍ରାସ ବା ନଷ୍ଟ କରିବା ପାଇଁ ଜ୍ୟୋତିଷଶାସ୍ତ୍ରରେ ଅନେକ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ସମସ୍ତ ରତ୍ନ ମଧ୍ୟରୁ ହୀରାକୁ ସର୍ବଶ୍ରେଷ୍ଠ ବା ନବରତ୍ନଙ୍କ ରାଜା ବୋଲି କୁହାଯାଇଛି। ଶୁକ୍ର ଗ୍ରହ ସହ ଜଡ଼ିତ ଏହି ମୂଲ୍ୟବାନ ରତ୍ନ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଭାଗ୍ୟ ଉଜ୍ଜ୍ବଳ କରିଥାଏ। ତେବେ, ଏହି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଆବଶ୍ୟକ।

* ହୀରା ରତ୍ନ ଧାରଣ କରିବା ପୂର୍ବରୁ ଏହାର ପ୍ରାଣପ୍ରତିଷ୍ଠା କରିବା ଆବଶ୍ୟକ। ଏଥିପାଇଁ ଶୁକ୍ରବାର ଦିନ ସୁନା ମୁଦିରେ ଧାରଣ କରିବା ଉଚିତ।
* ଶୁକ୍ରଙ୍କ ରତ୍ନ ହୀରା, ତେଣୁ ହୀରା ସହିତ ମାଣିକ୍ୟ, ମୋତି, ମୁଙ୍ଗା ଏବଂ ପୋଖରାଜ ଧାରଣ କରିବା ଉଚିତ ନୁହେଁ। କାରଣ ଏମାନେ ରବି, ଚନ୍ଦ୍ର, ମଙ୍ଗଳ ଏବଂ ବୃହସ୍ପତିଙ୍କ ରତ୍ନ। ହୀରା ସହିତ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଧନହାନି ହୋଇଥାଏ।
* ହୀରା ସହିତ ପୋଖରାଜ ଭୁଲରେ ବି କେବେ ଧାରଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ବ୍ୟକ୍ତିର ଅନେକ ଅମଙ୍ଗଳ ହୋଇଥାଏ।
* ଜ୍ୟୋତିର୍ବିଦ୍‌ଙ୍କ ଅନୁସାରେ ମେଷ, ଧନୁ, ସିଂହ, ମୀନ ଓ ବିଛା ରାଶିର ବ୍ୟକ୍ତି ବିଶେଷ ଏହି ରତ୍ନ ପିନ୍ଧିବା ଉଚିତ ନୁହେଁ।
* ଅଭିନୟ, ସଙ୍ଗୀତ, ନୃତ୍ୟ, ମଡେଲିଂ ଆଦି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ପାଇଁ ହୀରା ରତ୍ନ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର