ବିବାହରେ ଯୋଗ ଦେଇନଥିବା ଅତିଥିଙ୍କୁୁ ୧୭,୦୦୦ଟଙ୍କା ତଣ୍ଡ
ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ଦୁଇଟି ଆତ୍ମାର ମିଳନ ଘଟିବା ସହିତ ଦୁଇ ପରିବାର ମଧ୍ୟରେ ଯୋଡ଼ି ହୋଇଯାଏ ନୂଆ ସମ୍ପର୍କ। ସେଥିପାଇଁ ବିବାହ ଉତ୍ସବରେ ପରିବାର ସଦସ୍ୟ, ବନ୍ଧୁ, ପରିଜନ ଯୋଗଦେଇ ବରକନ୍ୟାଙ୍କ ଖୁସିରେ ସାମିଲ ହୋଇଥାନ୍ତି। ହେଲେ ବିବାହ ଦିନ ହିଁ ଅନେକ ବନ୍ଧୁବାନ୍ଧବ କୌଣସି ନା କୌଣସି କାରଣରୁ ଉପସ୍ଥିତ ରହିପାରି ନଥାନ୍ତି। କିନ୍ତୁ ବିବାହରେ ଯୋଗ ନ ଦେବାରୁ ଜରିମାନା ଗଣିବା କଥା ହୁଏତ କେହି କେବେ ଶୁଣି […]
ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ଦୁଇଟି ଆତ୍ମାର ମିଳନ ଘଟିବା ସହିତ ଦୁଇ ପରିବାର ମଧ୍ୟରେ ଯୋଡ଼ି ହୋଇଯାଏ ନୂଆ ସମ୍ପର୍କ। ସେଥିପାଇଁ ବିବାହ ଉତ୍ସବରେ ପରିବାର ସଦସ୍ୟ, ବନ୍ଧୁ, ପରିଜନ ଯୋଗଦେଇ ବରକନ୍ୟାଙ୍କ ଖୁସିରେ ସାମିଲ ହୋଇଥାନ୍ତି। ହେଲେ ବିବାହ ଦିନ ହିଁ ଅନେକ ବନ୍ଧୁବାନ୍ଧବ କୌଣସି ନା କୌଣସି କାରଣରୁ ଉପସ୍ଥିତ ରହିପାରି ନଥାନ୍ତି। କିନ୍ତୁ ବିବାହରେ ଯୋଗ ନ ଦେବାରୁ ଜରିମାନା ଗଣିବା କଥା ହୁଏତ କେହି କେବେ ଶୁଣି ନଥିବେ। କିନ୍ତୁ ଏପରି ଏକ ଘଟଣା ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଛି। ସିକାଗୋର ଡୋଗ୍ ସିମନ୍ସ ଏବଂ ଡେଡ୍ରା ମ୍ୟାକ୍ଗି ସେମାନଙ୍କ ବିବାହରେ ସାମିଲ ହୋଇନଥିବା ବନ୍ଧୁ ପରିଜନଙ୍କ ଉପରେ ଜରିମାନା ଲଗାଇଛନ୍ତି । ଯେଉଁମାନେ ଏହି ନବ ଦମ୍ପତିଙ୍କୁ ନ ଜଣାଇ ବିବାହରେ ଯୋଗ ଦେଇନଥିଲେ, ସେମାନଙ୍କୁ ୨୪୦ଡଲାର ଯାହାକି ଭାରତୀୟ ମୁଦ୍ରାରେ ୧୭,୬୩୯ଟଙ୍କାର ଜରିମାନା ଲଗାଇଛନ୍ତି।
ବାହାଘରରେ ରାତ୍ରୀଭୋଜନ ଲାଗି ଖର୍ଚ୍ଚ ହୋଇଥିବା ଅର୍ଥ ଆଦାୟ କରିବାକୁ ଏହି ନବ ଦମ୍ପତି ଏପରି କାମ କରିଛନ୍ତି। ଜରିମାନା ଅର୍ଥର ଫଟୋକୁ ଡୋଗ୍ ଫେସ୍ବୁକ୍ରେ ମଧ୍ୟ ସେୟାର କରିଛନ୍ତି। ଏହାସହିତ କ୍ୟାପ୍ସନ୍ ଲେଖୀଛନ୍ତି ଯେ, ‘ଏହି ମେସେଜ୍ ଦେଖୀ କେହି ବିରକ୍ତି ପ୍ରକାଶ କରନ୍ତୁନି। ମୁଁ ଏହାକୁ ମେଲ୍ ମାଧ୍ୟମରେ ଆପଣଙ୍କୁ ପଠାଇବି। ଯେଉଁମାନେ କନ୍ଫର୍ମ ସିଟ୍ରେ ରହିଥିଲେ ସେମାନଙ୍କୁ ଜରିମାନା ଅର୍ଥର ଫଟୋ ସହିତ ଏକ ନୋଟ୍ ମଧ୍ୟ ପଠାଯାଇଛି। ଆପଣମାନେ ‘ପେ’ପଲ ଜରିଆରେ ଜରିମାନା ଅର୍ଥ ପଠାଇ ପାରିବେ। ଯେଉଁମାନଙ୍କର ଟଙ୍କା ପଠାଇବାରେ ଅସୁବିଧା ହେଉଛି ସେମାନେ ଆମ ସହିତ ଯୋଗାଯୋଗ କରନ୍ତୁ ବୋଲି କହିଛନ୍ତି ଡୋଗ୍। ଏପରିକି ଏହି ଟଙ୍କା ଭରିବାକୁ ସେମାନେ ଯୋଗଦେଇ ନଥିବା ଅତିଥିମାନଙ୍କୁ ଏକମାସ ସମୟ ମଧ୍ୟ ଦେଇଛନ୍ତି।





