ଜୀବିକା ଦେଲା ମିଶନ ଶକ୍ତି, ଚାଷ କରି ନିଜକୁ ସ୍ୱାବଲମ୍ବୀ କରି ପାରିଛନ୍ତି ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ମାଆମାନେ

The Sakala Picture
Published On

କୋରାପୁଟ(ସୁବୋଧ ଚେଟ୍ଟୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସ୍ୱବଲମ୍ୱୀ କରିବା ସହ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ଭାରତ ବର୍ଷରେ ଇତିହାସ ରଚିଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି। ସାରା ରାଜ୍ୟରେ ୭୦ ଲକ୍ଷ […]

କୋରାପୁଟ(ସୁବୋଧ ଚେଟ୍ଟୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସ୍ୱବଲମ୍ୱୀ କରିବା ସହ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ଭାରତ ବର୍ଷରେ ଇତିହାସ ରଚିଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ସାରା ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମାଆ ମିଶନ ଶକ୍ତି ମାଧ୍ୟମରେ ରୋଜଗାରକ୍ଷମ ହୋଇ ପାରିଥିବା ବେଳେ କୋରାପୁଟ ଜିଲ୍ଲାର ମାଆ ମାନେ ମଧ୍ୟ ବେଶ ଉପକୃତ ହୋଇ ପାରିଛନ୍ତି। ଯେଉଁମାନେ ଦିନେ ଟଙ୍କାଟିଏ ରୋଜଗାର କରି ପାରୁନଥିଲେ ଆଜି ସେମାନେ ମିଶନ ଶକ୍ତି ସହାୟତାରେ ମାସକୁ ଜଣ ପିଛା ୩ ହଜାର ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ପଦ୍ମପୁର ଏମବିକେ ସିପ୍ରା ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ ଜଣ ସଦସ୍ୟା ଦୁଇ ବର୍ଷ ପୂର୍ବରୁ ଆତ୍ମନିର୍ଭରଶୀଳ ହେବାକୁ ଏକ ମାଷ୍ଟର ପ୍ଲାନ କରି ସଫଳତାର ପ୍ରଥମ ପାହାଚ ଚଢିବାରେ ସକ୍ଷମ ହୋଇ ପାରିଛନ୍ତି। ଗତ ଦୁଇ ବର୍ଷକ ମଧ୍ୟରେ ଗାଙ୍ଗେଶ୍ୱରୀ ଏସ୍‌‌ଏଚ୍‌‌ଜି ମାଆ ମାନେ ଜଣେ ବ୍ୟକ୍ତିଙ୍କ ୭୦ ଡେସିମଲ ଜାଗା ଲିଜ୍‌‌ ସୂତ୍ରରେ ନେଇ ବିଭିନ୍ନ ପ୍ରକାର ଚାଷ କରି ବେଶ ଲାଭବାନ ହୋଇଛନ୍ତି। ୨୦ ଡେସିମିଲ ଜମିରେ କରାଯାଇଥିବା ପୋଲି ହାଉସରେ ଉନ୍ନତ କିସମର ଆଳୁଚାରା, ଅମୃତ ଭଣ୍ଡା ଓ ଅନ୍ୟାନ୍ୟ ଚାରା ଉତ୍ପାଦନ କରି ବର୍ଷକରେ ସେମାନେ ୨ ଲକ୍ଷ ୭୫ ହଜାର ଟଙ୍କା ଲାଭ ପାଇଥିବା ବେଳେ ଛତୁଚାଷରୁ ୩୦ ହଜାର, ଫୁଲଚାଷରୁ ୨୫ ହଜାର, ମସଲା ଗୁଣ୍ଡ ତିଆରି କରି ୫୦ ହଜାର ମୋଟ ୩ ଲକ୍ଷ ୫୦ ହଜାର ଟଙ୍କା ଲାଭ ପାଇଥିବା ଗାଙ୍ଗେଶ୍ୱରୀ ଏସ୍‌‌ଏଚ୍‌‌ଜି ସଭାନେତ୍ରୀ ନିରୋଶା ଚୌଧରୀ ପ୍ରକାଶ କରିଛନ୍ତି। ଆସନ୍ତା ଦିନରେ ସେମାନେ ଆହୁରି ଅଧିକ ରୋଜଗାର କରିବା ଲକ୍ଷ ନେଇ କାମ କରିବେ ବୋଲି ସଦସ୍ୟାମାନେ କହିଛନ୍ତି। ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ତଥା କମିଶନର ଡଃ.ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ମୁଖ୍ୟ ଉପଦେଷ୍ଟା ଡଃ.ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଗାଙ୍ଗେଶ୍ୱରୀ ଏସ୍‌‌ଏଚଜି ଦ୍ୱାରା କରା ଯାଇଥିବା ପୋଲି ହାଉସ୍‌‌ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ଖୁବ୍‌‌ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର