ଦୁନିଆକୁ ଦେଖି ପାରୁନାହାନ୍ତି, ହେଲେ କ୍ୟାମେରାର ଲେନ୍ସରେ କରୁଛନ୍ତି କମାଲ

The Sakala Picture
Published On

ଦୃଢ଼ ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ହାର୍‌ ମାନିଯାଏ। ଏଭଳି ଜଣେ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ ଫଟୋଗ୍ରାଫର ହେଉଛନ୍ତି, ଇଜିପ୍ଟର କାଇରୋରେ ରହୁଥିବା ଏସାରା ଇସ୍‌ମାଇଲ। ସ୍ବଚକ୍ଷୁରେ ଦୁନିଆକୁ ଦେଖି ପାରୁନଥିବା ଏସାରା ଏପରି ଫଟୋଚିତ୍ର ଉତ୍ତୋଳନ କରନ୍ତି, ଯାହାକୁ ଦେଖି କେହି କହିପାରିବେ ନାହିଁ ଏହାକୁ ଜଣେ ଦୃଷ୍ଟିବାଧିତ ମହିଳା ଫଟୋଗ୍ରାଫର ଉତ୍ତୋଳନ କରିଛନ୍ତି। ଆଜି ଫଟୋଗ୍ରାଫି ମାଧ୍ୟମରେ ଏସାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୨ ବର୍ଷୀୟା ଏସାରା ଇସ୍‌ମାଇଲ ଆଲେକ୍ସେସିଣ୍ଡ୍ରିୟା […]

ଦୃଢ଼ ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ହାର୍‌ ମାନିଯାଏ। ଏଭଳି ଜଣେ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ ଫଟୋଗ୍ରାଫର ହେଉଛନ୍ତି, ଇଜିପ୍ଟର କାଇରୋରେ ରହୁଥିବା ଏସାରା ଇସ୍‌ମାଇଲ। ସ୍ବଚକ୍ଷୁରେ ଦୁନିଆକୁ ଦେଖି ପାରୁନଥିବା ଏସାରା ଏପରି ଫଟୋଚିତ୍ର ଉତ୍ତୋଳନ କରନ୍ତି, ଯାହାକୁ ଦେଖି କେହି କହିପାରିବେ ନାହିଁ ଏହାକୁ ଜଣେ ଦୃଷ୍ଟିବାଧିତ ମହିଳା ଫଟୋଗ୍ରାଫର ଉତ୍ତୋଳନ କରିଛନ୍ତି। ଆଜି ଫଟୋଗ୍ରାଫି ମାଧ୍ୟମରେ ଏସାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଆହୁରି ପଢ଼ନ୍ତୁ: ନାସାର ଆର୍ଟେମିସ୍-୨ ମିଶନରେ ସମସ୍ୟା: ଓରିଅନ୍ ମହାକାଶଯାନରେ ଖରାପ ହେଲା ୨୩ ନିୟୁତ ଡଲାର୍ ମୂଲ୍ୟର ଶୌଚାଳୟ

୨୨ ବର୍ଷୀୟା ଏସାରା ଇସ୍‌ମାଇଲ ଆଲେକ୍ସେସିଣ୍ଡ୍ରିୟା ବିଶ୍ୱବିଦ୍ୟାଳୟରୁ ଆରବୀ ଭାଷାରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ପାଠପଢ଼ାବେଳରୁ ହିଁ, ସେ ଫଟୋଗ୍ରାଫିରେ କ୍ୟାରିୟର କରିବାକୁ ଚାହିଁଥିଲେ। ପ୍ରଥମେ ସେ ଏହା ଅସମ୍ଭବ ବୋଲି ଅନୁଭବ କଲେ। କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ସେ ନିଜ ସ୍ୱପ୍ନକୁ ସାକାର କରିପାରିଛନ୍ତି। ଏସାରା ପ୍ରମାଣ କରି ଦେଖାଛନ୍ତି ଯେ, ଭଲ ଫଟୋ ଉଠାଇବା ପାଇଁ ଦୃଷ୍ଟିଶକ୍ତି ନିହାତି ଆବଶ୍ୟକ ନୁହେଁ । ସେ ନିଜର କଳ୍ପନାକୁ ଆଧାର କରି ବେଶ୍‌ ଭଲ ଫଟୋ ଉଠାଇଥାନ୍ତି। ଏଥିପାଇଁ ସେ ‘ବ୍ଲାଇଣ୍ଡ ଫଟୋଗ୍ରାଫି’ରୁ ତାଲିମ ନେଇଛନ୍ତି। ଭଲ ଫଟୋ ଉଠାଇବା ପାଇଁ ଆବଶ୍ୟକ କୌଶଳ ମଧ୍ୟ ଶିଖିଛନ୍ତି। ଏସାରା ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ଫଟୋ କ୍ଲିକ୍ କରନ୍ତି। ଶବ୍ଦ ଶୁଣି ସେ କ୍ୟାମେରାର ଆଙ୍ଗେଲ୍‌ ସ୍ଥିର କରନ୍ତି। ଏହାପରେ ବ୍ୟକ୍ତିଙ୍କଠାରୁ ଦୁଇ ମିଟର ଦୂରକୁ ଯାଇ ଫଟୋ ଉଠାଇ ଥା’ନ୍ତି। ଫଟୋ ଉଠାଇବା ସମୟରେ ଏସାରା କ୍ୟାମେରାକୁ ଅଟୋ ମୋଡ୍‌ରେ ରଖିଥା’ନ୍ତି। ପ୍ରାରମ୍ଭରେ, ଏସାରାଙ୍କ ଫଟୋଗୁଡ଼ିକ ଅସ୍ପଷ୍ଟ ହେଉଥିଲା। କିନ୍ତୁ ସମୟ ସହିତ ସେ ତାଙ୍କର କଳାକୁ ଆୟତ୍ତ କଲେ। ଏସାରାଙ୍କ ଅନେକ ଫଟୋଗ୍ରାଫି ସେମିନାର ଏବଂ ପ୍ରଦର୍ଶନୀରେ ସ୍ଥାନ ପାଇଛି। ତାଙ୍କର ଫଟୋକୁ ଅନେକ ସ୍ଥାନରେ ପ୍ରଦର୍ଶିତ ମଧ୍ୟ କରାଯାଇଛି। ତାଙ୍କ ଫଟୋଗୁଡ଼ିକୁ ଦେଖି ଲୋକମାନେ ବିଶ୍ବାସ କରିପାରନ୍ତି ନାହିଁ ଯେ, ଏହା ଜଣେ ଦୃଷ୍ଟିବାଧିତ ମହିଳା ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

ଆହୁରି ପଢ଼ନ୍ତୁ: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲା 'ଆର୍ଟେମିସ୍-୨': ୧୦ ଦିନର ଚନ୍ଦ୍ର ଅଭିଯାନ ପରେ ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ

23 Dec 2021 By The Sakala

ଦୁନିଆକୁ ଦେଖି ପାରୁନାହାନ୍ତି, ହେଲେ କ୍ୟାମେରାର ଲେନ୍ସରେ କରୁଛନ୍ତି କମାଲ

ଦୃଢ଼ ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ହାର୍‌ ମାନିଯାଏ। ଏଭଳି ଜଣେ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ ଫଟୋଗ୍ରାଫର ହେଉଛନ୍ତି, ଇଜିପ୍ଟର କାଇରୋରେ ରହୁଥିବା ଏସାରା ଇସ୍‌ମାଇଲ। ସ୍ବଚକ୍ଷୁରେ ଦୁନିଆକୁ ଦେଖି ପାରୁନଥିବା ଏସାରା ଏପରି ଫଟୋଚିତ୍ର ଉତ୍ତୋଳନ କରନ୍ତି, ଯାହାକୁ ଦେଖି କେହି କହିପାରିବେ ନାହିଁ ଏହାକୁ ଜଣେ ଦୃଷ୍ଟିବାଧିତ ମହିଳା ଫଟୋଗ୍ରାଫର ଉତ୍ତୋଳନ କରିଛନ୍ତି। ଆଜି ଫଟୋଗ୍ରାଫି ମାଧ୍ୟମରେ ଏସାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

୨୨ ବର୍ଷୀୟା ଏସାରା ଇସ୍‌ମାଇଲ ଆଲେକ୍ସେସିଣ୍ଡ୍ରିୟା ବିଶ୍ୱବିଦ୍ୟାଳୟରୁ ଆରବୀ ଭାଷାରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ପାଠପଢ଼ାବେଳରୁ ହିଁ, ସେ ଫଟୋଗ୍ରାଫିରେ କ୍ୟାରିୟର କରିବାକୁ ଚାହିଁଥିଲେ। ପ୍ରଥମେ ସେ ଏହା ଅସମ୍ଭବ ବୋଲି ଅନୁଭବ କଲେ। କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ସେ ନିଜ ସ୍ୱପ୍ନକୁ ସାକାର କରିପାରିଛନ୍ତି। ଏସାରା ପ୍ରମାଣ କରି ଦେଖାଛନ୍ତି ଯେ, ଭଲ ଫଟୋ ଉଠାଇବା ପାଇଁ ଦୃଷ୍ଟିଶକ୍ତି ନିହାତି ଆବଶ୍ୟକ ନୁହେଁ । ସେ ନିଜର କଳ୍ପନାକୁ ଆଧାର କରି ବେଶ୍‌ ଭଲ ଫଟୋ ଉଠାଇଥାନ୍ତି। ଏଥିପାଇଁ ସେ ‘ବ୍ଲାଇଣ୍ଡ ଫଟୋଗ୍ରାଫି’ରୁ ତାଲିମ ନେଇଛନ୍ତି। ଭଲ ଫଟୋ ଉଠାଇବା ପାଇଁ ଆବଶ୍ୟକ କୌଶଳ ମଧ୍ୟ ଶିଖିଛନ୍ତି। ଏସାରା ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ଫଟୋ କ୍ଲିକ୍ କରନ୍ତି। ଶବ୍ଦ ଶୁଣି ସେ କ୍ୟାମେରାର ଆଙ୍ଗେଲ୍‌ ସ୍ଥିର କରନ୍ତି। ଏହାପରେ ବ୍ୟକ୍ତିଙ୍କଠାରୁ ଦୁଇ ମିଟର ଦୂରକୁ ଯାଇ ଫଟୋ ଉଠାଇ ଥା’ନ୍ତି। ଫଟୋ ଉଠାଇବା ସମୟରେ ଏସାରା କ୍ୟାମେରାକୁ ଅଟୋ ମୋଡ୍‌ରେ ରଖିଥା’ନ୍ତି। ପ୍ରାରମ୍ଭରେ, ଏସାରାଙ୍କ ଫଟୋଗୁଡ଼ିକ ଅସ୍ପଷ୍ଟ ହେଉଥିଲା। କିନ୍ତୁ ସମୟ ସହିତ ସେ ତାଙ୍କର କଳାକୁ ଆୟତ୍ତ କଲେ। ଏସାରାଙ୍କ ଅନେକ ଫଟୋଗ୍ରାଫି ସେମିନାର ଏବଂ ପ୍ରଦର୍ଶନୀରେ ସ୍ଥାନ ପାଇଛି। ତାଙ୍କର ଫଟୋକୁ ଅନେକ ସ୍ଥାନରେ ପ୍ରଦର୍ଶିତ ମଧ୍ୟ କରାଯାଇଛି। ତାଙ୍କ ଫଟୋଗୁଡ଼ିକୁ ଦେଖି ଲୋକମାନେ ବିଶ୍ବାସ କରିପାରନ୍ତି ନାହିଁ ଯେ, ଏହା ଜଣେ ଦୃଷ୍ଟିବାଧିତ ମହିଳା ଉଠାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର