ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ଅଗଷ୍ଟ କ୍ରାନ୍ତି ଦିବସ : ଭାରତର ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ

The Sakala Picture
Published On

ଆଜି ଅଗଷ୍ଟ କ୍ରାନ୍ତି ଦିବସ। ଭାରତର ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ୧୯୪୨ ଅଗଷ୍ଟ ୯ ତାରିଖରେ ପରାଧୀନ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଏହି ଦିନ ଭାରତଛାଡ଼ ଆନ୍ଦୋଳନର ମୂଳଦୁଆ ପକାଇ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶମାନଙ୍କ ବିରୋଧରେ ଲଢ଼େଇ କରିଥିଲେ। ଫଳରେ ବ୍ରିଟିଶ ସରକାର ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସହାୟତା ବଦଳରେ […]

ଆଜି ଅଗଷ୍ଟ କ୍ରାନ୍ତି ଦିବସ। ଭାରତର ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ୧୯୪୨ ଅଗଷ୍ଟ ୯ ତାରିଖରେ ପରାଧୀନ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଏହି ଦିନ ଭାରତଛାଡ଼ ଆନ୍ଦୋଳନର ମୂଳଦୁଆ ପକାଇ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶମାନଙ୍କ ବିରୋଧରେ ଲଢ଼େଇ କରିଥିଲେ। ଫଳରେ ବ୍ରିଟିଶ ସରକାର ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସହାୟତା ବଦଳରେ ଇଂରେଜମାନେ ଭାରତକୁ ମୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ କଥାରୁ ଓହରି ଯାଇଥିଲେ।

ଯାହା ଫଳରେ ଇଂରେଜଙ୍କ ଠାରୁ ସ୍ୱାଧୀନତା ଛଡ଼ାଇ ଆଣିବା ଲାଗି ୧୯୪୨ ଅଗଷ୍ଟ ୮ରେ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ କମିଟି ତାହାର ବମ୍ବେ ଅଧିବେଶନରେ ଏହି ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ସଂକଳ୍ପ ପାରିତ କରିଥିଲା। ଆନ୍ଦୋଳନ ଆରମ୍ଭ ପୂର୍ବରୁ ଗାନ୍ଧୀଙ୍କ ସମେତ କଂଗ୍ରେସର ସମସ୍ତ ପ୍ରମୁଖ ନେତାଙ୍କୁ ଗିରଫ କରି ନିଆଯାଇଥିଲା। ଏହାପରେ ଇଂରେଜମାନେ ଗାନ୍ଧିଜୀଙ୍କୁ ପୁନେର ଆଗା ଖାଁ ପ୍ୟାଲେସରେ ବନ୍ଦୀ କରି ରଖିଥିଲେ। ଅବଶ୍ୟ ଗାନ୍ଧିଜୀ ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଦେଶରେ ଧନଜୀବନ ନଷ୍ଟ ହେଲା। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇ ସମସ୍ତ ନେତା, କ୍ରାନ୍ତିକାରୀ ଏବଂ ସଂଗ୍ରାମୀମାନଙ୍କୁ ଗିରଫ କରାଯାଇଥିଲା।

ସେହି ସମୟରେ ଇଂରେଜଙ୍କ କବଳରୁ ବର୍ତ୍ତି ଯାଇଥିବା ଜଣେ କ୍ରାନ୍ତିକାରୀ ଯୁବା ନେତ୍ରୀ ଅରୁଣା ଆସଫ୍‌ ଅଲ୍ଲୀ ୧୯୪୨ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ ମଇଦାନରେ (ବର୍ତ୍ତମାନର କ୍ରାନ୍ତି ମଇଦାନ) ତ୍ରିରଙ୍ଗା ଉଡ଼ାଇ ଭାରତ ଛାଡ଼ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ଏହି ଆନ୍ଦୋଳନ ଅହିଂସା ମାର୍ଗରେ ହେଉ ବୋଲି ଗାନ୍ଧିଜୀ ଆବାହନ କରିଥିଲେ କିନ୍ତୁ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଯାହାକୁ ଗାନ୍ଧିଜୀ ପସନ୍ଦ କରିନଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜମାନେ ଭାଙ୍ଗି ପଡ଼ିଥିଲେ। ଠିକ୍‌ ଏହି ସମୟରେ ଗାନ୍ଧିଜୀଙ୍କ ଏହି ଆନ୍ଦୋଳନ ଭାରତକୁ ସ୍ୱାଧୀନତା ଦେବାରେ ଉଚିତ ମାର୍ଗ ସାଜିଥିଲା।

ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ମନ୍ତ୍ରରେ ଉଦ୍‌ବୁଦ୍ଧ ଏହି ଆନ୍ଦୋଳନ ନେତୃତ୍ବ ଅଭାବ, ଦୁର୍ବଳ ସମନ୍ବୟ, ଅସ୍ପଷ୍ଟ ଯୋଜନା ଓ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ଦମନ ଯୋଗୁଁ ବେଶୀ ଦିନ ତିଷ୍ଠି ନ ଥିଲା। ଅବଶ୍ୟ ଏହା ଦେଶବାସୀଙ୍କୁ ଇଂରେଜ ଶାସନ ବିରୋଧରେ ଏକଜୁଟ କରିବାରେ ସଫଳ ହୋଇଥିଲା। ଏହାର ଫଳ ସ୍ବରୂପ ୧୯୪୭, ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ପ୍ରାପ୍ତି କରିଥିଲା। ଏହି ଐତିହାସିକ ବିପ୍ଳବ ଥିଲା ଭାରତର ସ୍ବାଧୀନତା ପାଇଁ ଏକ ମୁକ୍ତିର ମଶାଲ। ଆଜିର ଦିନରେ ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ।

09 Aug 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର