ଜାଣନ୍ତୁ ‘ବ୍ଲୁଟୁଥ୍’ ନାଁ ପଛର କାହାଣୀ

The Sakala Picture
Published On

ନିୟମିତ ଆମେ ଅନେକ ଜିନିଷ ବ୍ୟବହାର କରିଥାଉ। ସେହି ଜିନିଷଗୁଡ଼ିକର ନାମକରଣ କିପରି ହେଲା, ଏହା କିପରି ତିଆରି ହେଲା ତାହା ଜାଣିବା ପାଇଁ ଚେଷ୍ଟା କରି ନଥାଉ। ଏହିଭଳି ଏକ ଜିନିଷ ହେଉଛି ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର (ବ୍ଲୁଟୁଥ୍)। ଏହା ଏକାଧିକ ଡିଭାଇସ୍‌କୁ ସଂଯୋଗ କରିବା କାର୍ଯ୍ୟ କରିଥାଏ। ଅବଶ୍ୟ ପ୍ରଥମେ ପ୍ରଥମେ ସବୁ ମୋବାଇଲରେ ବ୍ଲୁଟୁଥ୍‌ର ସୁବିଧା ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ଉପଯୋଗିତା ପ୍ରତିଟି ମୋବାଇଲରେ ଦେଖିବାକୁ ମିଳିଲା। କହିବାକୁ […]

ନିୟମିତ ଆମେ ଅନେକ ଜିନିଷ ବ୍ୟବହାର କରିଥାଉ। ସେହି ଜିନିଷଗୁଡ଼ିକର ନାମକରଣ କିପରି ହେଲା, ଏହା କିପରି ତିଆରି ହେଲା ତାହା ଜାଣିବା ପାଇଁ ଚେଷ୍ଟା କରି ନଥାଉ। ଏହିଭଳି ଏକ ଜିନିଷ ହେଉଛି ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର (ବ୍ଲୁଟୁଥ୍)। ଏହା ଏକାଧିକ ଡିଭାଇସ୍‌କୁ ସଂଯୋଗ କରିବା କାର୍ଯ୍ୟ କରିଥାଏ। ଅବଶ୍ୟ ପ୍ରଥମେ ପ୍ରଥମେ ସବୁ ମୋବାଇଲରେ ବ୍ଲୁଟୁଥ୍‌ର ସୁବିଧା ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ଉପଯୋଗିତା ପ୍ରତିଟି ମୋବାଇଲରେ ଦେଖିବାକୁ ମିଳିଲା। କହିବାକୁ ଗଲେ ଆଜିକାଲି ଫୋନ୍‌ ସହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି ବ୍ଲୁଟୁଥ୍। ସେହିପରି ମନରେ ପ୍ରଶ୍ନ ଆସିବା ସ୍ବାଭାବିକ ଏହାର ନାଁ ଏଭଳି କାହିଁକି ରଖାଗଲା। ଏହାର ନାଁ ପଛରେ ରହିଛି ଜଣେ ରାଜାଙ୍କ ନାମ। ଅବଶ୍ୟ ତାଙ୍କର ଏହି ଟେକ୍ନୋଲୋଜି ସହ କୌଣସି ସମ୍ପର୍କ ନାହିଁ। ରାଜାଙ୍କ ନାଁ ଥିଲା ହେରୋଲ୍ଡ ବ୍ଲୁଟୁଥ୍‌।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଖ୍ରୀଷ୍ଟାବ୍ଦ ୯୫୭ରୁ ୯୮୬ ପର୍ଯ୍ୟନ୍ତ ନରୱେ ଓ ଡେନମାର୍କର ରାଜା ଥିଲେ ହେରୋଲ୍ଡ ବ୍ଲୁଟୁଥ୍‌। ସେ ସ୍କାଣ୍ଡିନେଭିଆ ଦେଶକୁ ଯୋଡ଼ିବା ଲାଗି ଥିଲେ ଖୁବ୍ ପ୍ରସିଦ୍ଧ। ଏହାବାଦ୍ ଅନେକ ରାଜ୍ୟକୁ ଏକତ୍ର କରିବାରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଅଛି। ତେବେ ସ୍କାଣ୍ଡିନେଭିଆ ଦେଶରେ ସାମିଲ ଅଛି (ଡେନମାର୍କ, ନରୱେ ଓ ସ୍ବିଡେନ)। ରାଜାଙ୍କର ଗୋଟେ ଦାନ୍ତ ଥିଲା ନୀଳ। ଯାହାକୁ ବେକାର ଦାନ୍ତ ବୋଲି କୁହାଯାଉଥିଲା। ଡେନମାର୍କର ଡେନିସ୍ ଭାଷାରେ ଏହାକୁ କୁହାଯାଉଥିଲା ‘ବ୍ଲାଟନ୍’। ଯାହାର ଇଂରାଜୀ ଅର୍ଥ ‘ବ୍ଲୁଟୁଥ୍’। ଅନ୍ୟପଟେ ‘ବ୍ଲୁଟୁଥ୍‌’ର ଅର୍ଥ ‘ନୀଳ ଦାନ୍ତ’। ହେରୋଲ୍ଡ ସ୍କାଣ୍ଡିନେଭିଆରେ ପ୍ରଥମ ବ୍ରିଜ୍ ନିର୍ମାଣ କରିଥିଲେ। ତାହା ଥିଲା ୫ ମିଟର ଚଉଡ଼ା ଓ ୭୬୦ମିଟର ଲମ୍ବା। ସେହି ସମୟରେ ସେହି ବ୍ରିଜ୍‌ର ବହୁଳ ବ୍ୟବହାର କରାଯାଉଥିଲା। ରାଜାଙ୍କ ଏଭଳି କାମ ପାଇଁ ତାଙ୍କୁ ‘ବ୍ଲୁଟୁଥ୍‌’ର ଉପନାମ ମିଳିଥିଲା। ତେବେ ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର୍‌ ‘ବ୍ଲୁଟୁଥ୍‌’ ବିକଶିତ କରୁଥିବା ଟିମ୍‌ରେ ସାମିଲ ଥିବା ଜିମ୍‌ କାରଦଚଙ୍କୁ ଏହି ରାଜାଙ୍କ ଚରିତ୍ର ଖୁବ୍ ପ୍ରଭାବିତ କରିଥିଲା। ଅର୍ଥାତ୍ ଯେଭଳି ବ୍ଲୁଟୁଥ୍ ମାଧ୍ୟମରେ ଡିଭାଇସକୁ ପରସ୍ପର ମାଧ୍ୟମରେ ଯୋଡ଼ାଯାଏ, ଠିକ୍‌ ସେହିଭଳି ରାଜା ହେରୋଲ୍ଡ ମଧ୍ୟ ରାଜ୍ୟମାନଙ୍କୁ ପରସ୍ପର ସହିତ ଯୋଡ଼ୁ ଥିଲେ। ଏହି କାରଣ ଯୋଗୁଁ ଜିମ୍‌ କାରଦଚ ଏହି ଟେକ୍ନୋଲୋଜିର ନାଁ ବ୍ଲୁଟୁଥ୍ ରଖିବା ପ୍ରସ୍ତାବ ରଖିଲେ। ଯାହା ପରେ ଏହାର ନାଁ ବ୍ଲୁଟୁଥ୍ ହୋଇଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

04 Feb 2022 By The Sakala

ଜାଣନ୍ତୁ ‘ବ୍ଲୁଟୁଥ୍’ ନାଁ ପଛର କାହାଣୀ

ନିୟମିତ ଆମେ ଅନେକ ଜିନିଷ ବ୍ୟବହାର କରିଥାଉ। ସେହି ଜିନିଷଗୁଡ଼ିକର ନାମକରଣ କିପରି ହେଲା, ଏହା କିପରି ତିଆରି ହେଲା ତାହା ଜାଣିବା ପାଇଁ ଚେଷ୍ଟା କରି ନଥାଉ। ଏହିଭଳି ଏକ ଜିନିଷ ହେଉଛି ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର (ବ୍ଲୁଟୁଥ୍)। ଏହା ଏକାଧିକ ଡିଭାଇସ୍‌କୁ ସଂଯୋଗ କରିବା କାର୍ଯ୍ୟ କରିଥାଏ। ଅବଶ୍ୟ ପ୍ରଥମେ ପ୍ରଥମେ ସବୁ ମୋବାଇଲରେ ବ୍ଲୁଟୁଥ୍‌ର ସୁବିଧା ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ଉପଯୋଗିତା ପ୍ରତିଟି ମୋବାଇଲରେ ଦେଖିବାକୁ ମିଳିଲା। କହିବାକୁ ଗଲେ ଆଜିକାଲି ଫୋନ୍‌ ସହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି ବ୍ଲୁଟୁଥ୍। ସେହିପରି ମନରେ ପ୍ରଶ୍ନ ଆସିବା ସ୍ବାଭାବିକ ଏହାର ନାଁ ଏଭଳି କାହିଁକି ରଖାଗଲା। ଏହାର ନାଁ ପଛରେ ରହିଛି ଜଣେ ରାଜାଙ୍କ ନାମ। ଅବଶ୍ୟ ତାଙ୍କର ଏହି ଟେକ୍ନୋଲୋଜି ସହ କୌଣସି ସମ୍ପର୍କ ନାହିଁ। ରାଜାଙ୍କ ନାଁ ଥିଲା ହେରୋଲ୍ଡ ବ୍ଲୁଟୁଥ୍‌।

ଖ୍ରୀଷ୍ଟାବ୍ଦ ୯୫୭ରୁ ୯୮୬ ପର୍ଯ୍ୟନ୍ତ ନରୱେ ଓ ଡେନମାର୍କର ରାଜା ଥିଲେ ହେରୋଲ୍ଡ ବ୍ଲୁଟୁଥ୍‌। ସେ ସ୍କାଣ୍ଡିନେଭିଆ ଦେଶକୁ ଯୋଡ଼ିବା ଲାଗି ଥିଲେ ଖୁବ୍ ପ୍ରସିଦ୍ଧ। ଏହାବାଦ୍ ଅନେକ ରାଜ୍ୟକୁ ଏକତ୍ର କରିବାରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଅଛି। ତେବେ ସ୍କାଣ୍ଡିନେଭିଆ ଦେଶରେ ସାମିଲ ଅଛି (ଡେନମାର୍କ, ନରୱେ ଓ ସ୍ବିଡେନ)। ରାଜାଙ୍କର ଗୋଟେ ଦାନ୍ତ ଥିଲା ନୀଳ। ଯାହାକୁ ବେକାର ଦାନ୍ତ ବୋଲି କୁହାଯାଉଥିଲା। ଡେନମାର୍କର ଡେନିସ୍ ଭାଷାରେ ଏହାକୁ କୁହାଯାଉଥିଲା ‘ବ୍ଲାଟନ୍’। ଯାହାର ଇଂରାଜୀ ଅର୍ଥ ‘ବ୍ଲୁଟୁଥ୍’। ଅନ୍ୟପଟେ ‘ବ୍ଲୁଟୁଥ୍‌’ର ଅର୍ଥ ‘ନୀଳ ଦାନ୍ତ’। ହେରୋଲ୍ଡ ସ୍କାଣ୍ଡିନେଭିଆରେ ପ୍ରଥମ ବ୍ରିଜ୍ ନିର୍ମାଣ କରିଥିଲେ। ତାହା ଥିଲା ୫ ମିଟର ଚଉଡ଼ା ଓ ୭୬୦ମିଟର ଲମ୍ବା। ସେହି ସମୟରେ ସେହି ବ୍ରିଜ୍‌ର ବହୁଳ ବ୍ୟବହାର କରାଯାଉଥିଲା। ରାଜାଙ୍କ ଏଭଳି କାମ ପାଇଁ ତାଙ୍କୁ ‘ବ୍ଲୁଟୁଥ୍‌’ର ଉପନାମ ମିଳିଥିଲା। ତେବେ ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର୍‌ ‘ବ୍ଲୁଟୁଥ୍‌’ ବିକଶିତ କରୁଥିବା ଟିମ୍‌ରେ ସାମିଲ ଥିବା ଜିମ୍‌ କାରଦଚଙ୍କୁ ଏହି ରାଜାଙ୍କ ଚରିତ୍ର ଖୁବ୍ ପ୍ରଭାବିତ କରିଥିଲା। ଅର୍ଥାତ୍ ଯେଭଳି ବ୍ଲୁଟୁଥ୍ ମାଧ୍ୟମରେ ଡିଭାଇସକୁ ପରସ୍ପର ମାଧ୍ୟମରେ ଯୋଡ଼ାଯାଏ, ଠିକ୍‌ ସେହିଭଳି ରାଜା ହେରୋଲ୍ଡ ମଧ୍ୟ ରାଜ୍ୟମାନଙ୍କୁ ପରସ୍ପର ସହିତ ଯୋଡ଼ୁ ଥିଲେ। ଏହି କାରଣ ଯୋଗୁଁ ଜିମ୍‌ କାରଦଚ ଏହି ଟେକ୍ନୋଲୋଜିର ନାଁ ବ୍ଲୁଟୁଥ୍ ରଖିବା ପ୍ରସ୍ତାବ ରଖିଲେ। ଯାହା ପରେ ଏହାର ନାଁ ବ୍ଲୁଟୁଥ୍ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp