ଅଜବ ଲୁକ୍: ମୁଣ୍ଡରେ ଝୁଲୁଛି ସୁନା ଚେନ୍‌

The Sakala Picture
Published On

ସାଧାରଣତଃ ରାପରମାନଙ୍କ ଗୀତ ଯେମିତି ଅନ୍ୟମାନଙ୍କଠାରୁ ଭିନ୍ନ, ଠିକ୍ ସେହିପରି ସେମାନଙ୍କ ଲୁକ୍ ଓ ଷ୍ଟାଇଲ୍ ବି ଏକଦମ୍ ନିଆରା । ଅବଶ୍ୟ ଏମାନେ କେବଳ ମ୍ୟୁଜିକ ଲାଗି ଚର୍ଚ୍ଚାରେ ରହି ନ ଥାନ୍ତି, ବରଂ ସେମାନଙ୍କ ବେଶଭୂଷା ବି ସେମାନଙ୍କୁ ଲୋକପ୍ରିୟତାର ଶୀର୍ଷରେ ରଖିଥାଏ । ଏହି କ୍ରମରେ ମେକ୍ସିକୋର ରାପର ଡାନ୍ ସୁରଙ୍କ ଅଜବ ହେୟାର ଷ୍ଟାଇଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଅର୍ଥାତ୍ ତାଙ୍କ ମୁଣ୍ଡରେ କେଶ ପରିବର୍ତ୍ତେ ଝୁଲୁଛି ସୁନା ଚେନ୍ […]

ସାଧାରଣତଃ ରାପରମାନଙ୍କ ଗୀତ ଯେମିତି ଅନ୍ୟମାନଙ୍କଠାରୁ ଭିନ୍ନ, ଠିକ୍ ସେହିପରି ସେମାନଙ୍କ ଲୁକ୍ ଓ ଷ୍ଟାଇଲ୍ ବି ଏକଦମ୍ ନିଆରା । ଅବଶ୍ୟ ଏମାନେ କେବଳ ମ୍ୟୁଜିକ ଲାଗି ଚର୍ଚ୍ଚାରେ ରହି ନ ଥାନ୍ତି, ବରଂ ସେମାନଙ୍କ ବେଶଭୂଷା ବି ସେମାନଙ୍କୁ ଲୋକପ୍ରିୟତାର ଶୀର୍ଷରେ ରଖିଥାଏ । ଏହି କ୍ରମରେ ମେକ୍ସିକୋର ରାପର ଡାନ୍ ସୁରଙ୍କ ଅଜବ ହେୟାର ଷ୍ଟାଇଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଅର୍ଥାତ୍ ତାଙ୍କ ମୁଣ୍ଡରେ କେଶ ପରିବର୍ତ୍ତେ ଝୁଲୁଛି ସୁନା ଚେନ୍ । ଯଦିଓ ଏ କଥାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି, ତଥାପି ଏହା ସତ । ସୁନା ଚେନ୍‌କୁ ସେ ସର୍ଜରୀ ମାଧ୍ୟମରେ ମୁଣ୍ଡରେ ପ୍ରତ୍ୟାରୋପଣ କରିଛନ୍ତି । ଏହି ଲୁକ୍ ବାବଦରେ ଅନ୍ୟମାନଙ୍କୁ ଅବଗତ କରିବା ଲାଗି ଡାନ୍ ନିଜର ଏକ ଭିଡିଓ ଟିକ୍ ଟକ୍ ଓ ଇନ୍‌ଷ୍ଟାଗ୍ରାମରେ ସେୟାର ବି କରିଛନ୍ତି । ତାଙ୍କ ମତରେ ସମସ୍ତେ ବିଭିନ୍ନ ରଙ୍ଗରେ କେଶ ରଙ୍ଗ କରିଥାନ୍ତି | ସେଥିପାଇଁ ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାକୁ ଇଚ୍ଛା କଲେ ଡାନ୍ | ଆଉ ଏ କଥା ବି କହିଛନ୍ତି ଯେ, ଏବେ ତାଙ୍କ ହେୟାର ଷ୍ଟାଇଲକୁ କେହି ବି ଅନୁକରଣ କରିପାରିବେ ନାହିଁ । କେବଳ ସେତିକି ନୁହେଁ, ତାଙ୍କ ଦାନ୍ତରେ ବି ହଳଦିଆ ଧାତୁ ଲାଗିଥିବା ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

16 Sep 2021 By The Sakala

ଅଜବ ଲୁକ୍: ମୁଣ୍ଡରେ ଝୁଲୁଛି ସୁନା ଚେନ୍‌

ସାଧାରଣତଃ ରାପରମାନଙ୍କ ଗୀତ ଯେମିତି ଅନ୍ୟମାନଙ୍କଠାରୁ ଭିନ୍ନ, ଠିକ୍ ସେହିପରି ସେମାନଙ୍କ ଲୁକ୍ ଓ ଷ୍ଟାଇଲ୍ ବି ଏକଦମ୍ ନିଆରା । ଅବଶ୍ୟ ଏମାନେ କେବଳ ମ୍ୟୁଜିକ ଲାଗି ଚର୍ଚ୍ଚାରେ ରହି ନ ଥାନ୍ତି, ବରଂ ସେମାନଙ୍କ ବେଶଭୂଷା ବି ସେମାନଙ୍କୁ ଲୋକପ୍ରିୟତାର ଶୀର୍ଷରେ ରଖିଥାଏ । ଏହି କ୍ରମରେ ମେକ୍ସିକୋର ରାପର ଡାନ୍ ସୁରଙ୍କ ଅଜବ ହେୟାର ଷ୍ଟାଇଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଅର୍ଥାତ୍ ତାଙ୍କ ମୁଣ୍ଡରେ କେଶ ପରିବର୍ତ୍ତେ ଝୁଲୁଛି ସୁନା ଚେନ୍ । ଯଦିଓ ଏ କଥାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି, ତଥାପି ଏହା ସତ । ସୁନା ଚେନ୍‌କୁ ସେ ସର୍ଜରୀ ମାଧ୍ୟମରେ ମୁଣ୍ଡରେ ପ୍ରତ୍ୟାରୋପଣ କରିଛନ୍ତି । ଏହି ଲୁକ୍ ବାବଦରେ ଅନ୍ୟମାନଙ୍କୁ ଅବଗତ କରିବା ଲାଗି ଡାନ୍ ନିଜର ଏକ ଭିଡିଓ ଟିକ୍ ଟକ୍ ଓ ଇନ୍‌ଷ୍ଟାଗ୍ରାମରେ ସେୟାର ବି କରିଛନ୍ତି । ତାଙ୍କ ମତରେ ସମସ୍ତେ ବିଭିନ୍ନ ରଙ୍ଗରେ କେଶ ରଙ୍ଗ କରିଥାନ୍ତି | ସେଥିପାଇଁ ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାକୁ ଇଚ୍ଛା କଲେ ଡାନ୍ | ଆଉ ଏ କଥା ବି କହିଛନ୍ତି ଯେ, ଏବେ ତାଙ୍କ ହେୟାର ଷ୍ଟାଇଲକୁ କେହି ବି ଅନୁକରଣ କରିପାରିବେ ନାହିଁ । କେବଳ ସେତିକି ନୁହେଁ, ତାଙ୍କ ଦାନ୍ତରେ ବି ହଳଦିଆ ଧାତୁ ଲାଗିଥିବା ଦେଖିବାକୁ ମିଳିବ ।

https://www.thesakala.in/special/different-look-of-rapper-dan-sur/article-5438
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର