EPFO ବଡ଼ ଅପଡେଟ୍: ପିଏଫ୍ ଖାତାରେ କେବେ ଆସିବ ସୁଧ ଟଙ୍କା? ଜାଣନ୍ତୁ ଚେକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

Suryakanta Picture
Published On

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFO ର କୋଟି କୋଟି ସଦସ୍ୟ ନିଜ ପିଏଫ୍ (PF) ଖାତାରେ ସୁଧ ଟଙ୍କା ଜମା ହେବା ନେଇ ଅପେକ୍ଷା କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପିଏଫ୍ ଉପରେ ସୁଧ ହାରକୁ ୮.୨୫% ସ୍ଥିର ରଖାଯାଇଛି। ସୁଧ ହାର ସ୍ଥିର କରାଯିବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିନାହିଁ। ଏହି ପ୍ରସଙ୍ଗରେ ଏବେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

କେବେ ଆସିବ ସୁଧ ଟଙ୍କା?

ଗତ ମାର୍ଚ୍ଚ ୨୦୨୬ ରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇପିଏଫ୍ ଜମା ଉପରେ ବାର୍ଷିକ ୮.୨୫% ସୁଧ ହାର ପ୍ରଦାନ କରିବାକୁ ସୁପାରିଶ କରିଥିଲା। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଏନେଇ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଥିଲା। ତେବେ ସୁଧ ଟଙ୍କା କେବେ ଖାତାକୁ ଆସିବ ସେନେଇ EPFO ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ତାରିଖ ଘୋଷଣା କରାଯାଇନାହିଁ। ଯଦି ପୂର୍ବ ବର୍ଷଗୁଡ଼ିକର ଧାରାକୁ ଦେଖାଯାଏ, ତେବେ ଅନୁମାନ କରାଯାଉଛି ଯେ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଯେକୌଣସି ସମୟରେ ଆକାଉଣ୍ଟରେ ଟଙ୍କା ଜମା ହୋଇପାରେ। କେନ୍ଦ୍ର ସରକାରଙ୍କ ଔପଚାରିକ ମଞ୍ଜୁରୀ ଏବଂ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ପରେ ହିଁ ସଦସ୍ୟଙ୍କ ଖାତାରେ ରାଶି କ୍ରେଡିଟ୍ ହେବ।

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

କିପରି ଚେକ୍ କରିବେ ଆପଣଙ୍କ ପିଏଫ୍ ବାଲାନ୍ସ?

ସୁଧ ଟଙ୍କା କ୍ରେଡିଟ୍ ହେବା ପରେ ଆପଣ ଘରେ ବସି ସହଜରେ ନିଜ ବାଲାନ୍ସ ଚେକ୍ କରିପାରିବେ। ଏଥିପାଇଁ ବିଭିନ୍ନ ବିକଳ୍ପ ରହିଛି:

* ମିସ୍ଡ କଲ୍ ମାଧ୍ୟମରେ: ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ 9966044425 ନମ୍ବରକୁ ମିସ୍ଡ କଲ୍ ଦେଇ ଆପଣ ନିଜ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ।

* SMS ଜରିଆରେ: ମୋବାଇଲରୁ 'EPFOHO UAN ENG' ଲେଖି 7738299899 ନମ୍ବରକୁ ଏସଏମଏସ କରନ୍ତୁ ଏବଂ କିଛି ସେକେଣ୍ଡ ମଧ୍ୟରେ ବାଲାନ୍ସ ସମ୍ପର୍କରେ ତଥ୍ୟ ପାଆନ୍ତୁ।

* ଉମଙ୍ଗ (UMANG) ଆପ୍: ସ୍ମାର୍ଟଫୋନରେ ଉମଙ୍ଗ ଆପ୍ ଡାଉନଲୋଡ୍ କରି ସେଥିରେ EPFO ଅପ୍ସନକୁ ଯାଇ UAN ଏବଂ OTP ମାଧ୍ୟମରେ ଲଗଇନ୍ କରି ନିଜ ପାସବୁକ୍ ଦେଖିପାରିବେ।

* ଇପିଏଫଓ ପୋର୍ଟାଲ୍: EPFO ର ଅଫିସିଆଲ୍ ୱେବସାଇଟକୁ ଯାଇ ଇ-ପାସବୁକ୍ ପୋର୍ଟାଲରେ UAN ଏବଂ ପାସୱାର୍ଡ ଦେଇ ମଧ୍ୟ ନିଜ ଖାତାର ବିବରଣୀ ଚେକ୍ କରିପାରିବେ।

13 Jun 2026 By Suryakanta

EPFO ବଡ଼ ଅପଡେଟ୍: ପିଏଫ୍ ଖାତାରେ କେବେ ଆସିବ ସୁଧ ଟଙ୍କା? ଜାଣନ୍ତୁ ଚେକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFO ର କୋଟି କୋଟି ସଦସ୍ୟ ନିଜ ପିଏଫ୍ (PF) ଖାତାରେ ସୁଧ ଟଙ୍କା ଜମା ହେବା ନେଇ ଅପେକ୍ଷା କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପିଏଫ୍ ଉପରେ ସୁଧ ହାରକୁ ୮.୨୫% ସ୍ଥିର ରଖାଯାଇଛି। ସୁଧ ହାର ସ୍ଥିର କରାଯିବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିନାହିଁ। ଏହି ପ୍ରସଙ୍ଗରେ ଏବେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।

କେବେ ଆସିବ ସୁଧ ଟଙ୍କା?

ଗତ ମାର୍ଚ୍ଚ ୨୦୨୬ ରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇପିଏଫ୍ ଜମା ଉପରେ ବାର୍ଷିକ ୮.୨୫% ସୁଧ ହାର ପ୍ରଦାନ କରିବାକୁ ସୁପାରିଶ କରିଥିଲା। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଏନେଇ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଥିଲା। ତେବେ ସୁଧ ଟଙ୍କା କେବେ ଖାତାକୁ ଆସିବ ସେନେଇ EPFO ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ତାରିଖ ଘୋଷଣା କରାଯାଇନାହିଁ। ଯଦି ପୂର୍ବ ବର୍ଷଗୁଡ଼ିକର ଧାରାକୁ ଦେଖାଯାଏ, ତେବେ ଅନୁମାନ କରାଯାଉଛି ଯେ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଯେକୌଣସି ସମୟରେ ଆକାଉଣ୍ଟରେ ଟଙ୍କା ଜମା ହୋଇପାରେ। କେନ୍ଦ୍ର ସରକାରଙ୍କ ଔପଚାରିକ ମଞ୍ଜୁରୀ ଏବଂ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ପରେ ହିଁ ସଦସ୍ୟଙ୍କ ଖାତାରେ ରାଶି କ୍ରେଡିଟ୍ ହେବ।

କିପରି ଚେକ୍ କରିବେ ଆପଣଙ୍କ ପିଏଫ୍ ବାଲାନ୍ସ?

ସୁଧ ଟଙ୍କା କ୍ରେଡିଟ୍ ହେବା ପରେ ଆପଣ ଘରେ ବସି ସହଜରେ ନିଜ ବାଲାନ୍ସ ଚେକ୍ କରିପାରିବେ। ଏଥିପାଇଁ ବିଭିନ୍ନ ବିକଳ୍ପ ରହିଛି:

* ମିସ୍ଡ କଲ୍ ମାଧ୍ୟମରେ: ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ 9966044425 ନମ୍ବରକୁ ମିସ୍ଡ କଲ୍ ଦେଇ ଆପଣ ନିଜ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ।

* SMS ଜରିଆରେ: ମୋବାଇଲରୁ 'EPFOHO UAN ENG' ଲେଖି 7738299899 ନମ୍ବରକୁ ଏସଏମଏସ କରନ୍ତୁ ଏବଂ କିଛି ସେକେଣ୍ଡ ମଧ୍ୟରେ ବାଲାନ୍ସ ସମ୍ପର୍କରେ ତଥ୍ୟ ପାଆନ୍ତୁ।

* ଉମଙ୍ଗ (UMANG) ଆପ୍: ସ୍ମାର୍ଟଫୋନରେ ଉମଙ୍ଗ ଆପ୍ ଡାଉନଲୋଡ୍ କରି ସେଥିରେ EPFO ଅପ୍ସନକୁ ଯାଇ UAN ଏବଂ OTP ମାଧ୍ୟମରେ ଲଗଇନ୍ କରି ନିଜ ପାସବୁକ୍ ଦେଖିପାରିବେ।

* ଇପିଏଫଓ ପୋର୍ଟାଲ୍: EPFO ର ଅଫିସିଆଲ୍ ୱେବସାଇଟକୁ ଯାଇ ଇ-ପାସବୁକ୍ ପୋର୍ଟାଲରେ UAN ଏବଂ ପାସୱାର୍ଡ ଦେଇ ମଧ୍ୟ ନିଜ ଖାତାର ବିବରଣୀ ଚେକ୍ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp