ହିରୋସିମା ଦିବସ: ମନରୁ ଲିଭିନି ମହାବିନାଶର ସେହି ଭୟଙ୍କର ଚିତ୍ର

The Sakala Picture
Published On

ଆଜି ହିରୋସିମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଏକ କଳଙ୍କିତ ଅଧ୍ୟାୟ। ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ଅନେକ ଲୋକ ପଙ୍ଗୁ ହୋଇଗଲେ। ସେହି ଦୁଃଖଦ ମୁହୂର୍ଭକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହିରୋସିମା […]

ଆଜି ହିରୋସିମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଏକ କଳଙ୍କିତ ଅଧ୍ୟାୟ। ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ଅନେକ ଲୋକ ପଙ୍ଗୁ ହୋଇଗଲେ। ସେହି ଦୁଃଖଦ ମୁହୂର୍ଭକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହିରୋସିମା ଦିବସ ପାଳିତ କରାଯାଏ । ପୁଣିଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା । ଫଳରେ ଦ୍ୱିତୀୟ ବିଶ୍ବ ଯୁଦ୍ଧର ଅନ୍ତ ଘଟିଥିଲା । ଏହି ଦିବସ ଅବସରରେ ହିରୋସିମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ମହମବତି ଜଳାଇ ସାମୂହିକ ପ୍ରାର୍ଥନାସଭା କରିଥାନ୍ତି ଜାପାନବାସୀ। ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖୁବା ପାଇଁ ଏଥିରେ ଆହ୍ବାନ ଦିଆଯାଇଥାଏ ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

ଇତିହାସର ସେହି କଳଙ୍କିତ ଅଧ୍ୟାୟ

୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫ ମିନିଟ୍ । ସବୁଦିନ ପରି ଜାପାନବାସୀ ସେମାନଙ୍କ କାମରେ ବ୍ୟସ୍ତ ଥିଲେ। ହଠାତ୍ ହିରୋସିମା ସହର ଉପରେ ଏକ ପରମାଣୁ ବୋମା ପଡିଲା । ତାହାର ନାମ ଥିଲା ଲିଟିଲ ବମ । ସହର ଉପରେ ନିଆଁର ଝଡ଼ ମାଡି ଆସିଲା । ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ଜାପାନ। ହିରୋସିମା ସହରର ୧୩ ବର୍ଗ କିଲୋମିଟର ଅଞ୍ଚଳ ଥରି ଉଠିବା ସହିତ ଆଖି ପିଛୁଳାକେ ଘରଦ୍ବାର ମାଟିରେ ମିଶିଯାଇଥିଲା। କେବଳ ସେତିକି ନୁହେଁ, ହଜାର ହଜାର ଲୋକ ନିମିଷକ ମଧ୍ୟରେ ହୋଇ ଯାଇଥିଲେ ପାଉଁଶ । ଏହା ଥିଲା ଆମେରିକାର ପରମାଣୁ ବୋମା ନିକ୍ଷେପର ଫଳ। ତାହା ଥିଲା ଜାପାନ ପାଇଁ କଳା ଦିବସ ।

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

ସେତିକିରେ ପରମାଣୁ ବୋମାର ଧ୍ବଂସଲୀଳା ଶେଷ ହେଲା ନାହିଁ । ସତେଯେମିତି ଆମେରିକା ରକ୍ତ ପିପାସୁ ହୋଇପଡିଥିଲା। ଅଗଷ୍ଟ ୯ ତାରିଖ ଦିନ ଜାପାନର ନାଗାସାକି ସହର ଉପରେ ଦ୍ଵିତୀୟ ପରମାଣୁ ବୋମା ପଡିଲା, ଯାହାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ଏଥିରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହ ଅନେକ ପଙ୍ଗୁ ହୋଇଗଲେ। ପରମାଣୁ ଶକ୍ତିର ଭୟଙ୍କର ରୂପ ପୃଥୀବାସୀଙ୍କୁ ହତଚକିତ କରିଥିଲା । ଆମେରିକାର ଏଭଳି ଆକ୍ରମଣ ସଭ୍ୟ ସମାଜର ବର୍ବରତାର ସବୁ ସୀମା ଡେଇଁ ଯାଇଥିଲା। କୁନି କୁନି ପିଲା ଓ ମହିଳାମାନଙ୍କର ଖଣ୍ଡ ବିଖଣ୍ଡିତ ଶରୀର ସମଗ୍ର ମନବଜାତିକୁ କଳଙ୍କିତ କରିଥିଲା। ଏହି ପରମାଣୁର ପ୍ରଭାବ ଆଜି ଯାଏ ଏହି ସହର ଉପରେ ଦେଖିବାକୁ ମିଳେ । ଏଠାରେ ଏବେ ବି ଘାସ କଅଁଳୁ ନାହିଁ । ଏଠାରେ ଜନ୍ମ ନେଉଥିବା ଶିଶୁଙ୍କ ଠାରେ ପରମାଣୁର ପ୍ରଭାବ ଦେଖିବାକୁ ମିଳେ l ଦିବ୍ୟାଙ୍ଗ ହୋଇ ଅନେକ ଜନ୍ମ ନେଇଥାନ୍ତି।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

ଆଜି ପରମାଣୁ ଶକ୍ତିର ଅପପ୍ରୟୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ୬ ତାରିଖକୁ ‘ହିରୋସିମା ଦିବସ’ ଓ ଅଗଷ୍ଟ ୯ ତାରିଖକୁ ‘ନାଗାସାକି ଦିବସ’ ଭାବରେ ପାଳନ କରାଯାଉଛି । ପରମାଣୁ ବୋମାର ଭୟାବହତାକୁ ଅତିପାଖରୁ ଦେଖିଥିବା ଜାପାନବାସୀ କିନ୍ତୁ ଏଥିରେ ଭାଙ୍ଗି ପଡିନଥିଲେ। ମହାବିନାଶର ଅଳ୍ପ କେହି ବର୍ଷ ମଧ୍ୟରେ ଜାପାନ ବିଶ୍ବର ଏକ ସମର୍ଶ ତଥା ଶକ୍ତିଶାଳୀ ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରିଛି ।

06 Aug 2021 By The Sakala

ହିରୋସିମା ଦିବସ: ମନରୁ ଲିଭିନି ମହାବିନାଶର ସେହି ଭୟଙ୍କର ଚିତ୍ର

ଆଜି ହିରୋସିମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଏକ କଳଙ୍କିତ ଅଧ୍ୟାୟ। ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ଅନେକ ଲୋକ ପଙ୍ଗୁ ହୋଇଗଲେ। ସେହି ଦୁଃଖଦ ମୁହୂର୍ଭକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହିରୋସିମା ଦିବସ ପାଳିତ କରାଯାଏ । ପୁଣିଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା । ଫଳରେ ଦ୍ୱିତୀୟ ବିଶ୍ବ ଯୁଦ୍ଧର ଅନ୍ତ ଘଟିଥିଲା । ଏହି ଦିବସ ଅବସରରେ ହିରୋସିମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ମହମବତି ଜଳାଇ ସାମୂହିକ ପ୍ରାର୍ଥନାସଭା କରିଥାନ୍ତି ଜାପାନବାସୀ। ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖୁବା ପାଇଁ ଏଥିରେ ଆହ୍ବାନ ଦିଆଯାଇଥାଏ ।

ଇତିହାସର ସେହି କଳଙ୍କିତ ଅଧ୍ୟାୟ

୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫ ମିନିଟ୍ । ସବୁଦିନ ପରି ଜାପାନବାସୀ ସେମାନଙ୍କ କାମରେ ବ୍ୟସ୍ତ ଥିଲେ। ହଠାତ୍ ହିରୋସିମା ସହର ଉପରେ ଏକ ପରମାଣୁ ବୋମା ପଡିଲା । ତାହାର ନାମ ଥିଲା ଲିଟିଲ ବମ । ସହର ଉପରେ ନିଆଁର ଝଡ଼ ମାଡି ଆସିଲା । ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ଜାପାନ। ହିରୋସିମା ସହରର ୧୩ ବର୍ଗ କିଲୋମିଟର ଅଞ୍ଚଳ ଥରି ଉଠିବା ସହିତ ଆଖି ପିଛୁଳାକେ ଘରଦ୍ବାର ମାଟିରେ ମିଶିଯାଇଥିଲା। କେବଳ ସେତିକି ନୁହେଁ, ହଜାର ହଜାର ଲୋକ ନିମିଷକ ମଧ୍ୟରେ ହୋଇ ଯାଇଥିଲେ ପାଉଁଶ । ଏହା ଥିଲା ଆମେରିକାର ପରମାଣୁ ବୋମା ନିକ୍ଷେପର ଫଳ। ତାହା ଥିଲା ଜାପାନ ପାଇଁ କଳା ଦିବସ ।

ସେତିକିରେ ପରମାଣୁ ବୋମାର ଧ୍ବଂସଲୀଳା ଶେଷ ହେଲା ନାହିଁ । ସତେଯେମିତି ଆମେରିକା ରକ୍ତ ପିପାସୁ ହୋଇପଡିଥିଲା। ଅଗଷ୍ଟ ୯ ତାରିଖ ଦିନ ଜାପାନର ନାଗାସାକି ସହର ଉପରେ ଦ୍ଵିତୀୟ ପରମାଣୁ ବୋମା ପଡିଲା, ଯାହାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ଏଥିରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହ ଅନେକ ପଙ୍ଗୁ ହୋଇଗଲେ। ପରମାଣୁ ଶକ୍ତିର ଭୟଙ୍କର ରୂପ ପୃଥୀବାସୀଙ୍କୁ ହତଚକିତ କରିଥିଲା । ଆମେରିକାର ଏଭଳି ଆକ୍ରମଣ ସଭ୍ୟ ସମାଜର ବର୍ବରତାର ସବୁ ସୀମା ଡେଇଁ ଯାଇଥିଲା। କୁନି କୁନି ପିଲା ଓ ମହିଳାମାନଙ୍କର ଖଣ୍ଡ ବିଖଣ୍ଡିତ ଶରୀର ସମଗ୍ର ମନବଜାତିକୁ କଳଙ୍କିତ କରିଥିଲା। ଏହି ପରମାଣୁର ପ୍ରଭାବ ଆଜି ଯାଏ ଏହି ସହର ଉପରେ ଦେଖିବାକୁ ମିଳେ । ଏଠାରେ ଏବେ ବି ଘାସ କଅଁଳୁ ନାହିଁ । ଏଠାରେ ଜନ୍ମ ନେଉଥିବା ଶିଶୁଙ୍କ ଠାରେ ପରମାଣୁର ପ୍ରଭାବ ଦେଖିବାକୁ ମିଳେ l ଦିବ୍ୟାଙ୍ଗ ହୋଇ ଅନେକ ଜନ୍ମ ନେଇଥାନ୍ତି।

ଆଜି ପରମାଣୁ ଶକ୍ତିର ଅପପ୍ରୟୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ୬ ତାରିଖକୁ ‘ହିରୋସିମା ଦିବସ’ ଓ ଅଗଷ୍ଟ ୯ ତାରିଖକୁ ‘ନାଗାସାକି ଦିବସ’ ଭାବରେ ପାଳନ କରାଯାଉଛି । ପରମାଣୁ ବୋମାର ଭୟାବହତାକୁ ଅତିପାଖରୁ ଦେଖିଥିବା ଜାପାନବାସୀ କିନ୍ତୁ ଏଥିରେ ଭାଙ୍ଗି ପଡିନଥିଲେ। ମହାବିନାଶର ଅଳ୍ପ କେହି ବର୍ଷ ମଧ୍ୟରେ ଜାପାନ ବିଶ୍ବର ଏକ ସମର୍ଶ ତଥା ଶକ୍ତିଶାଳୀ ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp