ଆସନ୍ତୁ ଜାଣିବା…. ଏପରି ଏକ ସହର ବିଷୟରେ ଯେଉଁଠାରେ ସମସ୍ତ ସୁବିଧାସୁଯୋଗ ଥିଲେ ମଧ୍ୟ କୌଣସି ମଣିଷ ରୁହନ୍ତି ନାହିଁ

The Sakala Picture
Published On

ସାଧାରଣତଃ ସହରରେ ଅଧିକାଂଶ ଲୋକ ବିଳାସବ୍ୟସନ ମଧ୍ୟରେ ଜୀବନ ଅତିବାହିତ କରିଥାନ୍ତି। ସହରରେ ସମସ୍ତ ସୁଖ ସୁବିଧା ମିଳୁଥିବା ହେତୁ ଲୋକମାନେ ଗ୍ରାମ ଛାଡ଼ି ସହରାଭିମୁଖୀ ହୁଅନ୍ତି। ଏପରି ଏକ ସହର ଅଛି ଯେଉଁଠାରେ ସମସ୍ତ ସୁବିଧା ଥିଲେ ମଧ୍ୟ ଏଠାରେ କୌଣସି ମଣିଷ ବାସ କରନ୍ତି ନାହିଁ। ଏଭଳି ଏକ ସହର ଉତ୍ତର କୋରିଆରେ ରହିଛି। ଉତ୍ତର କୋରିଆ ସୀମାରେ ନିର୍ମିତ ଏହି ସୁନ୍ଦର ସହର ଦକ୍ଷିଣ କୋରିଆର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମିତ […]

ସାଧାରଣତଃ ସହରରେ ଅଧିକାଂଶ ଲୋକ ବିଳାସବ୍ୟସନ ମଧ୍ୟରେ ଜୀବନ ଅତିବାହିତ କରିଥାନ୍ତି। ସହରରେ ସମସ୍ତ ସୁଖ ସୁବିଧା ମିଳୁଥିବା ହେତୁ ଲୋକମାନେ ଗ୍ରାମ ଛାଡ଼ି ସହରାଭିମୁଖୀ ହୁଅନ୍ତି। ଏପରି ଏକ ସହର ଅଛି ଯେଉଁଠାରେ ସମସ୍ତ ସୁବିଧା ଥିଲେ ମଧ୍ୟ ଏଠାରେ କୌଣସି ମଣିଷ ବାସ କରନ୍ତି ନାହିଁ। ଏଭଳି ଏକ ସହର ଉତ୍ତର କୋରିଆରେ ରହିଛି। ଉତ୍ତର କୋରିଆ ସୀମାରେ ନିର୍ମିତ ଏହି ସୁନ୍ଦର ସହର ଦକ୍ଷିଣ କୋରିଆର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମିତ ହୋଇଥିଲା। ଏହି ସହରରେ ଶହ ଶହ ଅଟ୍ଟାଳିକା ଅଛି। ଦୂରରୁ ଦେଖିଲେ ଏହି ସହର ବହୁତ ସୁନ୍ଦର ଦେଖାଯାଉଥିଲେ ସୁଦ୍ଧା ପାଖରୁ ଯାଇ ଦେଖିଲେ ଜଣାପଡ଼ିଥାଏ ଯେ, ଏଠାରେ କେହି ବସବାସ କରନ୍ତି ନାହିଁ। ସମଗ୍ର ଅଞ୍ଚଳରେ କେବଳ ନିରବତା ରାଜୁତି କରୁଛି। ଏହି ସହରରେ ଡାକ୍ତରଖାନା, ବିଦ୍ୟାଳୟ ଆଦି ନିର୍ମାଣ କରାଯାଇଛି, କିନ୍ତୁ ଏସବୁ ଶୂନ୍‌ଶାନ୍‌। ଏହି ସହର ପ୍ରାୟ ୨.୫ ମାଇଲ ଯାଏଁ ବ୍ୟାପିଛି, ଯାହା ୧୯୫୩ ମସିହାରେ ପ୍ରସ୍ତୁତ ହୋଇଥିଲା। ଏହି ସହରକୁ କୋରିଆ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବ୍ୟବହାର କରାଯାଇଥିଲା। ସହରରେ ଦୃଶ୍ୟମାନ ହେଉଥିବା କୋଠାଗୁଡ଼ିକ କଂକ୍ରିଟ୍‌ରେ ନିର୍ମିତ। ଏହି କୋଠାଗୁଡ଼ିକର ଝରକାରେ କୌଣସି ପ୍ରକାର କାଚ ବ୍ୟବହାର କରାଯାଇନାହିଁ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

04 Jul 2021 By The Sakala

ଆସନ୍ତୁ ଜାଣିବା…. ଏପରି ଏକ ସହର ବିଷୟରେ ଯେଉଁଠାରେ ସମସ୍ତ ସୁବିଧାସୁଯୋଗ ଥିଲେ ମଧ୍ୟ କୌଣସି ମଣିଷ ରୁହନ୍ତି ନାହିଁ

ସାଧାରଣତଃ ସହରରେ ଅଧିକାଂଶ ଲୋକ ବିଳାସବ୍ୟସନ ମଧ୍ୟରେ ଜୀବନ ଅତିବାହିତ କରିଥାନ୍ତି। ସହରରେ ସମସ୍ତ ସୁଖ ସୁବିଧା ମିଳୁଥିବା ହେତୁ ଲୋକମାନେ ଗ୍ରାମ ଛାଡ଼ି ସହରାଭିମୁଖୀ ହୁଅନ୍ତି। ଏପରି ଏକ ସହର ଅଛି ଯେଉଁଠାରେ ସମସ୍ତ ସୁବିଧା ଥିଲେ ମଧ୍ୟ ଏଠାରେ କୌଣସି ମଣିଷ ବାସ କରନ୍ତି ନାହିଁ। ଏଭଳି ଏକ ସହର ଉତ୍ତର କୋରିଆରେ ରହିଛି। ଉତ୍ତର କୋରିଆ ସୀମାରେ ନିର୍ମିତ ଏହି ସୁନ୍ଦର ସହର ଦକ୍ଷିଣ କୋରିଆର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମିତ ହୋଇଥିଲା। ଏହି ସହରରେ ଶହ ଶହ ଅଟ୍ଟାଳିକା ଅଛି। ଦୂରରୁ ଦେଖିଲେ ଏହି ସହର ବହୁତ ସୁନ୍ଦର ଦେଖାଯାଉଥିଲେ ସୁଦ୍ଧା ପାଖରୁ ଯାଇ ଦେଖିଲେ ଜଣାପଡ଼ିଥାଏ ଯେ, ଏଠାରେ କେହି ବସବାସ କରନ୍ତି ନାହିଁ। ସମଗ୍ର ଅଞ୍ଚଳରେ କେବଳ ନିରବତା ରାଜୁତି କରୁଛି। ଏହି ସହରରେ ଡାକ୍ତରଖାନା, ବିଦ୍ୟାଳୟ ଆଦି ନିର୍ମାଣ କରାଯାଇଛି, କିନ୍ତୁ ଏସବୁ ଶୂନ୍‌ଶାନ୍‌। ଏହି ସହର ପ୍ରାୟ ୨.୫ ମାଇଲ ଯାଏଁ ବ୍ୟାପିଛି, ଯାହା ୧୯୫୩ ମସିହାରେ ପ୍ରସ୍ତୁତ ହୋଇଥିଲା। ଏହି ସହରକୁ କୋରିଆ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବ୍ୟବହାର କରାଯାଇଥିଲା। ସହରରେ ଦୃଶ୍ୟମାନ ହେଉଥିବା କୋଠାଗୁଡ଼ିକ କଂକ୍ରିଟ୍‌ରେ ନିର୍ମିତ। ଏହି କୋଠାଗୁଡ଼ିକର ଝରକାରେ କୌଣସି ପ୍ରକାର କାଚ ବ୍ୟବହାର କରାଯାଇନାହିଁ।

https://www.thesakala.in/special/lonely-city-of-north-korea/article-3458
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର