ଇସ୍ପାତନଗରୀ ରାଉରକେଲାର ଅନେକ ନିର୍ମାଣରେ ଜର୍ମାନୀ ଜ୍ଞାନକୌଶଳର ଛାପ

The Sakala Picture
Published On

ରାଉରକେଲା(ଦେବବ୍ରତ ପଟ୍ଟନାୟକ): ଘନ ବନାନୀ ପ୍ରାକୃତିକ ଶୋଭାରାଜିରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଇସ୍ପାତ ନଗରୀ ଭାବେ ପରିଚିତ। ରାଉରକେଲାର ଉତ୍ତରରେ ପ୍ରବାହିତ କୋଏଲ ନଦୀର କଳକଳ ନାଦ ଏବଂ ପଶ୍ଚିମରେ ଚିରସ୍ରୋତା ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ଉତ୍ପତ୍ତିସ୍ଥଳ ସହରର ଶୋଭାକୁ ବହୁଗୁଣରେ ପରିବର୍ଦ୍ଧିତ କରିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଖଣିଜ ସମ୍ପଦରେ ଭରପୂର ରାଉରକେଲା ରାଜ୍ୟର ଶିଳ୍ପପ୍ରଧାନ ନଗରୀ ଭାବେ ବେଶ୍ ଖ୍ୟାତି ଅର୍ଜନ ମଧ୍ୟ କରିଛି। ସବୁଠାରୁ ବଡ଼କଥା ହେଉଛି, ରାଉରକେଲାରେ ଥିବା ଅନେକ […]

ରାଉରକେଲା(ଦେବବ୍ରତ ପଟ୍ଟନାୟକ): ଘନ ବନାନୀ ପ୍ରାକୃତିକ ଶୋଭାରାଜିରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଇସ୍ପାତ ନଗରୀ ଭାବେ ପରିଚିତ। ରାଉରକେଲାର ଉତ୍ତରରେ ପ୍ରବାହିତ କୋଏଲ ନଦୀର କଳକଳ ନାଦ ଏବଂ ପଶ୍ଚିମରେ ଚିରସ୍ରୋତା ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ଉତ୍ପତ୍ତିସ୍ଥଳ ସହରର ଶୋଭାକୁ ବହୁଗୁଣରେ ପରିବର୍ଦ୍ଧିତ କରିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଖଣିଜ ସମ୍ପଦରେ ଭରପୂର ରାଉରକେଲା ରାଜ୍ୟର ଶିଳ୍ପପ୍ରଧାନ ନଗରୀ ଭାବେ ବେଶ୍ ଖ୍ୟାତି ଅର୍ଜନ ମଧ୍ୟ କରିଛି। ସବୁଠାରୁ ବଡ଼କଥା ହେଉଛି, ରାଉରକେଲାରେ ଥିବା ଅନେକ ନିର୍ମାଣରେ ଜର୍ମାନୀ ଲୋକଙ୍କ ଜ୍ଞାନକୌଶଳର ପ୍ରମାଣ ଏବେ ବି ରହିଛି। ସ୍ମାର୍ଟସିଟି ରାଉରକେଲା ସହରରେ ତତ୍କାଳୀନ ହିନ୍ଦୁସ୍ଥାନ ଷ୍ଟିଲ୍‌ ଲିମିଟେଡ୍ (ଏଚ୍‌ଏସ୍‌ଏଲ୍‌) ପକ୍ଷରୁ ଷାଠିଏ ଦଶକରେ ନିର୍ମିତ ହୋଇଥିବା ‘ଗୋଲ ଘର’ କଲୋନୀ ହେଉଛି ଏହାର ଅନ୍ୟତମ ଉଦାହରଣ। ଗୋଲଘର ଭଳି ମାକ୍ସ ମୁଲେର୍‌ ଭବନ ଓ ଇଣ୍ଡୋ ଜର୍ମାନ କ୍ଲବ୍‌ ରହିଛି ଯେଉଁଠାରେ ଜର୍ମାନୀ ଜ୍ଞାନକୌଶଳର ଛାପ ଦେଖିବାକୁ ମିଳେ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

ରାଉରକେଲା କିଛିକଥା
ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରୁ ୩୪୦ କିଲୋମିଟର ଦୂରରେ ଅବସ୍ଥିତ ଇସ୍ପାତ ନଗରୀ ରାଉରକେଲା। ଚଣ୍ଡୀଗଡ଼ ପରେ ଭାରତର ଦ୍ୱିତୀୟ ସୁବ୍ୟବସ୍ଥିତ(ପ୍ଲାନିଂ) ନଗର ଭାବେ ରାଉରକେଲାକୁ ବିବେଚନା କରାଯାଏ। ରାଉରକେଲା ସହରର ଛାତିକୁ ଚିରି ଦଣ୍ଡାୟମାନ ହୋଇଥିବା ବିଶାଳ ଦୁର୍ଗାପୁର ପାହାଡ଼ର ମନୋରମ ସୌନ୍ଦର୍ଯ୍ୟ ଦର୍ଶକମାନଙ୍କୁ ହୃଦୟକୁ ପ୍ରଫୁଲ୍ଲିତ କରିଥାଏ। ଦୁର୍ଗାପୁର ପାହାଡର ଉତ୍ତର ଦିଗରେ ଷ୍ଟିଲ୍ ଟାଉନ୍ସିପ୍ ରହିଥିବା ବେଳେ ଦକ୍ଷିଣରେ ରାଉରକେଲା ମହାନଗର ତଥା ସିଭିଲ ଟାଉନ୍ସିପ ରହିଛି। ତେବେ ଜର୍ମାନୀ କୋଲାବୋରେସନରେ ୧୯୫୪ ମସିହାରେ ରାଉରକେଲା ଠାରେ ସ୍ଥାପିତ ହୋଇଥିଲା ରାଉରକେଲା ଇସ୍ପାତ କାରଖାନା। ଏହା ହେଉଛି ଦେଶର ପ୍ରଥମ ସମନ୍ବିତ ଇସ୍ପାତ କାରଖାନା, ଯାହାର କି ୧ ମିଲିୟନ ଟନ୍ ହଟ୍ ମେଟାଲ ଉତ୍ପାଦନ କ୍ଷମତା ବିଶିଷ୍ଟ ଥିଲା। ଏହାର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ ‘ପାର୍ବତୀ’ ଶୁଭାରମ୍ଭ କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଏହାପରେ ଆର୍‌ଏସ୍‌ପିର ଉତ୍ପାଦନ କ୍ଷମତାକୁ ୨ ମିଲିୟନ ଟନକୁ ବୃଦ୍ଧି କରାଯାଇଥିଲା। ଏବେ ଏହାର ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନ୍‌କୁ ବୃଦ୍ଧି ପାଇଛି ଏବଂ କ୍ରୁଡ୍ ଷ୍ଟିଲ ଉତ୍ପାଦନ ୪.୨ ମିଲିୟନ ଟନ୍‌ ରହିଛି।

ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସେଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଠାରୁ ୨୮ ହଜାର ଏକର ଜମି ଅଧିଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୨ ହଜାର ୨୭୦ ଏକରରେ ମନ୍ଦିରା ଡ୍ୟାମ୍ ନିର୍ମିତ ହୋଇଥିଲା। ଅନ୍ୟୂନ ସାଢ଼େ ୬ ହଜାର ଏକର ଜମିରେ ରାଉରକେଲା ଇସ୍ପାତ କାରଖାନା ସ୍ଥାପିତ ହୋଇଥିଲା ବେଳେ କର୍ମଚାରୀଙ୍କ ଗୃହ, ଆଇଜିଏଚ୍, ମାର୍କେଟ କମ୍ପ୍ଲେକ୍ସ, କମ୍ୟୁନିଟି ସେଣ୍ଟର ଆଦି ପାଇଁ ସାଢ଼େ ୯ ହଜାର ଏକର, ଫର୍ଟିଲାଇଜର୍ ଟାଉନ୍ସିପ୍ ପାଇଁ ୬୧୫ ଏକର ଜମି ବ୍ୟବହୃତ ହୋଇଥିଲା ।
ସେକ୍ଟର ଓ ଫର୍ଟିଲାଇଜର ଟାଉନ୍ସିପ (ଏବେ ସେକ୍ଟର-୨୨) କର୍ମଚାରୀଙ୍କ ୨୪ ହଜାର ବିଭିନ୍ନ କ୍ୟାଟାଗୋରୀର କ୍ବାର୍ଟର୍ସ ନିର୍ମିତ ହୋଇଥିଲା। ଯେଉଁଥିରେ ଚିଫ୍ ଟାଇପ୍ କ୍ବାର୍ଟର୍ସ ଠାରୁ ଆରମ୍ଭ କରି ଥ୍ରି- ବେଡ୍ ରୁମ୍ ହାୟର ଟାଇପ୍ ଏବଂ ବଂଗ୍ଲୋ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ଥିଲା ।

ବିଦେଶୀ ଜ୍ଞାନକୌଶଳରେ ଗୋଲଘର
ସେତେବେଳେ ରାଉରକେଲା ସେକ୍ଟର – ୫ ଏବଂ ସେକ୍ଟର – ୬ ମଝିରେ ଦୁର୍ଗାପୁର ପାହାଡ଼ର ପାଦଦେଶରେ ଜର୍ମାନ ଇଞ୍ଜିନିୟରମାନଙ୍କ ପାଇଁ ସହରର ପ୍ରଥମ କ୍ବାର୍ଟର୍ସ ଏଚ୍‌ଏସ୍‌ଏଲ୍‌ (ହିନ୍ଦୁସ୍ଥାନ ଷ୍ଟିଲ ଲିମିଟେଡ) ଦ୍ବାରା ନିର୍ମିତ ହୋଇଥିଲା। ଏହା ଏକ ସ୍ବତନ୍ତ୍ର ଡିଜଇନର ‘ଏ’ ଓ ‘ବି’ ବ୍ଲକରେ ୧୩ଟି ଲେଖାଏଁ ୨୬ଟି କ୍ବାର୍ଟର୍ସ ନିର୍ମିତ ହୋଇଥିଲା। ଘରଗୁଡ଼ିକ ଗୋଲାକାର ଆକୃତିର ହୋଇଥିବାରୁ ଏହାକୁ ଗୋଲଘର ବୋଲି କୁହାଯାଉଥିଲା। ପ୍ରତ୍ୟେକ ଘରର ଆୟତନ ୪୮୫ ବର୍ଗ ଫୁଟ ରହିଥିଲା। ଜର୍ମାନର ଇଞ୍ଜିନିୟର୍‌ମାନେ ରାଉରକେଲା ଜଳବାୟୁ ସହ ଅଭ୍ୟସ୍ତ ନ ଥିଲେ କି ଗରମ ସହ୍ୟ କରି ପାରୁ ନ ଥିଲେ। ସେଥିପାଇଁ ସେମାନଙ୍କ ରହିବା ପାଇଁ ଜର୍ମାନୀ ଢାଞ୍ଚାରେ ଏହି ସ୍ବତନ୍ତ୍ର ଗୋଲାକାର ଆକୃତିର ଘର ନିର୍ମାଣ କରାଯାଇଥିଲା। ଦୁର୍ଗାପୁର ପାହାଡ଼ ପାଦଦେଶ ସହରର ମଧ୍ୟ ଭାଗରେ ନିର୍ମିତ ଏହି ଗୋଲାକୃତି ଘରଗୁଡ଼ିକ ନିର୍ମିତ ପବନ ଏବଂ ପ୍ରଦୂଷଣ ଠାରୁ ଏହା ସୁରକ୍ଷିତ ଥିବାରୁ ଏହା ଜର୍ମାନୀ ଇଞ୍ଜିନିୟରମାନଙ୍କ କେବଳ ଉଦ୍ଦିଷ୍ଟ ଥିଲା। ସେତେବେଳେ ସେହି କଲୋନୀକୁ ‘ନିଶେନ୍ ହର୍ଟ’ ଭାବେ ନାମିତ କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ‘ଗୋଲ ଘର’ ଭାବେ ନାମିତ ହୋଇଥିଲା। ଉକ୍ତ ଗୃହଗୁଡ଼ିକର ଏତେ ଆକୃତି ସୁନ୍ଦର ତଥା ଆକର୍ଷଣୀୟ ଥିଲା, ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତଥା ରାଜ୍ୟ ବାହାରର ଲୋକଙ୍କ ଭିଡ଼ ହେଉଥିଲା।

ମାକ୍ସ ମୁଲେର୍‌ ଭବନ ଓ ଇଣ୍ଡୋ-ଜର୍ମାନ କ୍ଲବ୍‌
ଜର୍ମାନୀ ଇଞ୍ଜିନିୟରମାନେ ରାଉରକେଲାରେ ଆଉ ଦୁଇଟି ଛାପ ମଧ୍ୟ ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗୋଟିଏ ହେଲା ସେକ୍ଟର-୨ ସ୍ଥିତ ମ୍ୟାକ୍ସ ମୁଲେର୍‌ ଭବନ ଓ ଅନ୍ୟଟି ହେଲା ଏହାକୁ ଲାଗି ରହିଥିବା ଇଣ୍ଡୋ ଜର୍ମାନ କ୍ଲବ୍‌। ସୂଚନାଯୋଗ୍ୟ ଯେ ଷାଠିଏ ଦଶକ ପୂର୍ବରୁ ସେତେବେଳେ ରାଉରକେଲାରେ ଅବସ୍ଥାନ କରୁଥିବା ଅନେକ ଜର୍ମାନ ପରିବାରଙ୍କ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ନିମିତ୍ତ ଏହି ମାକ୍ସ ମୁଲେର୍‌ ଭବନ ପ୍ରତିଷ୍ଠିତ ହୋଇଥିଲା। ତନ୍ମଧ୍ୟରେ ଏକ ବୃହତ୍ ପାଠାଗାର ପ୍ରତିଷ୍ଠା କରାଯାଇଥିଲା, ଯେଉଁଠି କେବଳ ଜର୍ମାନୀ ଖବରକାଗଜ ଏବଂ ପତ୍ରପତ୍ରିକା ପାଇବା ପାଇଁ ବ୍ୟବହୃତ ହେଉଥିଲା ଏବଂ ଅନେକ ଜର୍ମାନୀ ନାଗରିକ ନିୟମିତ ଭାବେ ଏହି ପାଠାଗାରକୁ ପରିଦର୍ଶନ କରୁଥିଲେ।

ସେଠାରେ ଥିବା କଣ୍ଟାକ୍ଟ କ୍ଲବ୍‌ ଜର୍ମାନ ଏବଂ ଭାରତୀୟ ଆର୍‌ଏସ୍‌ପି ଇଞ୍ଜିନିୟର(ଯେଉଁମାନେ ଜର୍ମାନ ଯାଉଥିଲେ ) ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏତଦ୍‌ବ୍ୟତୀତ ମାକ୍ସ ମୁଲେର ଭବନରେ ନିୟମିତ ଭାବେ ଜର୍ମାନୀ ଫିଲ୍ମ ପ୍ରଦର୍ଶିତ ହେଉଥିଲା। ଜର୍ମାନୀ କଳାକାରଙ୍କ ଦ୍ବାରା ବ୍ୟବହୃତ ବୃହତ୍ ପିଆନୋ ରହିବା ସହ ଏବଂ ଜାଜ୍ କଳାକାରଙ୍କ ଜର୍ମାନ ସଂଗୀତ ପରିବେଷିତ ହେଉଥିଲା। ବିଶେଷକରି ଜର୍ମାନଲୋକଙ୍କ ମୁଖ୍ୟ ମହୋତ୍ସବ ଅକ୍ଟୋବରଫେଷ୍ଟ୍‌ ମଧ୍ୟ ଏଠାରେ ପାଳନ କରାଯାଉଥିଲା। ଯେଉଁଥିରେ ବହୁ ଜର୍ମାନ ଲୋକ ରଙ୍ଗୀନ ପୋଷାକରେ ବିୟର ଧରି ଉତ୍ସବକୁ ପାଳନ କରୁଥିଲେ। ଏତଦବ୍ୟତୀତ ସେଠାରେ ଜର୍ମାନୀ ଭାଷା ଶିଖିବା ଓ କହିବା ପାଇଁ କ୍ଲାସ୍ କରାଯାଉଥିଲା। ଜର୍ମାନ ରାଷ୍ଟ୍ରଦୂତ, କନ୍‌ସୁଲ୍ ଜେନେରାଲ୍ ଏବଂ ସାଂସ୍କୃତିକ କେନ୍ଦ୍ରର ମୁଖ୍ୟମାନେ ପ୍ରାୟ ସମୟରେ ଏହି ମାକ୍ସ ମୁଲେର ଭବନକୁ ପରିଦର୍ଶନରେ ଆସୁଥିଲେ। ସେହିପରି ରାଉରକେଲାର ଇଣ୍ଡୋ ଜର୍ମାନ କ୍ଲବ୍‌ ଏବେ ବି ବହୁ ପରିଚିତ ବିଳାସପୂର୍ଣ୍ଣ କ୍ଲବ, ଯାହାକି ପୂର୍ବରୁ ଜର୍ମାନ କ୍ଲବ ଭାବରେ ଜଣାଶୁଣା ଥିଲା। ୧୯୬୦ ମସିହାରେ ନିର୍ମିତ ଏହି କ୍ଲବଟି ଜର୍ମାନମାନଙ୍କ ପାଇଁ ମୁଖ୍ୟ ମନୋରଞ୍ଜନ କେନ୍ଦ୍ର ଭାବରେ ପରିଚିତ ଥିଲା। ଏହି କ୍ଲବ୍‌ରେ ଜର୍ମାନୀମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା ଅଲିମ୍ପିକ୍ ଢାଞ୍ଚାରେ ସୁଇମିଂ ପୁଲ୍, ଯେଉଁଠାରେ ଜର୍ମାନ ମହିଳା ଏବଂ ପୁରୁଷମାନେ ସୁଇମିଂ ପୋଷାକ ପରିଧାନପୂର୍ବକ ଡେକ୍ ଚେୟାରରେ ବସି ସୂର୍ଯ୍ୟକିରଣର ମଜା ନେଉଥିଲେ। ଆକର୍ଷଣୀୟ ସୁଇମିଂ ପୁଲରେ ପହଁରିବାର ମଜା ମଧ୍ୟ ନେଉଥିଲେ।

ସେଠାରେ ଏକ ଖାଦ୍ୟ ବିକ୍ରୟକେନ୍ଦ୍ର ବା ଫୁଡ୍‌ଷ୍ଟଲ୍‌ ଥିଲା, ଯେଉଁଠି କେବଳ ଜର୍ମାନୀ ଖାଦ୍ୟ ଉପଲବ୍ଧ ହେଉଥିଲା। ସଂପ୍ରତି ଏହା ପ୍ରେସିଡେନ୍ଲସିଆଲ୍ ଲାଉଞ୍ଜ ଭାବେ ପରିଚିତ। ସେଠାରେ ଜର୍ମାନୀଙ୍କ ଅତି ମହାନ ପର୍ବ ‘ଅକ୍ଟୋବରଫେଷ୍ଟ’ ମହା ଧୁମଧାମରେ ପାଳିତ ହେଉଥିଲା। ଏତଦବ୍ୟତୀତ ଖ୍ରୀଷ୍ଟମାସ୍, ନୂତନ ବର୍ଷ, ସ୍ବାଧୀନତା ଦିବସ, ଗଣତନ୍ତ୍ର ଦିବସକୁ ମଧ୍ୟ ରାତି ତମାମ ନୃତ୍ୟଗୀତର ତାଳେ ତାଳେ ଜର୍ମାନୀୟମାନେ ପାଳନ କରୁଥିଲେ। କୋଲକାତାର ଲାଇଭ୍ ବ୍ୟାଣ୍ଡ୍‌ ସହିତ ପ୍ରତିବର୍ଷ ଏକ ଫେଟେ ଆୟୋଜିତ ହୋଇଥାଏ, ଯେଉଁଠି ଜର୍ମାନର ମହିଳାମାନେ ବିଭିନ୍ନ ପ୍ରକାରର କେକ୍ ଷ୍ଟଲ୍ ଖୋଲିଥାନ୍ତି। ରାଉରକେଲା ରୋଟାରୀ କ୍ଲବ୍ ଜର୍ମାନ କ୍ଲବରେ ସେତେବେଳେ ବହୁ ସଂଖ୍ୟାରେ ଜର୍ମାନ ସଦସ୍ୟ ଥିଲେ ଯେଉଁମାନେ ଏହି ଜର୍ମାନ କ୍ଲବକୁ ନିୟମିତ ଆସୁଥିଲେ ବୋଲି ସୂଚନା ମିଳିଛି।

ସଂରକ୍ଷଣ ଏକ ଆହ୍ବାନ
ଏବେ ଏହି ସୁନ୍ଦର ଆକୃତି ଘରଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଏକ ବଡ଼ ଆହ୍ବାନ ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ଘରଗୁଡିକ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଛି। ଘରଗୁଡ଼ିକ ଆଗପଛରେ ଗଢ଼ି ଉଠିଥିବା ଜବରଦଖଲ ଘର ଗୋଲଘର କଲୋନୀର ଶୋଭାକୁ କ୍ଷୁଣ୍ଣ କରୁଛି। ଗୋଲଘର ସମ୍ମୁଖରେ ଆମୋଦପ୍ରମୋଦ ତଥା ପିଲାମାନଙ୍କ ମନୋରଞ୍ଜନ ପାଇଁ ସେତେବେଳେ ନିର୍ମିତ ହୋଇଥିବା ପାର୍କଟି ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିଶୁମାନଙ୍କ କ୍ରୀଡ଼ା ପାଇଁ ନିର୍ମିତ ଖସଡ଼ା ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ସେଠାରେ ଆର୍‌ଏସ୍‌ପିର କୌଣସି ଅଧିକାରୀ ରହିବାକୁ ପସନ୍ଦ କରୁ ନ ଥିବାରୁ ଏବେ ୨୬ଟି ଘର ମଧ୍ୟରୁ କିଛି ଘର ଜବରଦଖଲକାରୀଙ୍କ କବଳରେ ରହିଛି। ଆଉ କିଛି ଘରେ ଆର୍‌ଏସ୍‌ପି କର୍ମଚାରୀ ବାସ କରୁଛନ୍ତି। ଗୋଟିଏ ଘରେ ପୁଲିସ ବିଟ୍ ହାଉସ ମଧ୍ୟ ଚାଲିଛି। ସୁତରାଂ ଓଡ଼ିଶାର ଏହି ଅନନ୍ୟ ଆକୃତିର ଗୃହଗୁଡ଼ିକ ଜରାଜୀର୍ଣ୍ଣ ତଥା ଅବଲୁପ୍ତ ହେବା ପୂର୍ବରୁ ଏହାକୁ ସଂରକ୍ଷିତ ରଖିବା ସହ ଏକ ଦର୍ଶନୀୟ ସ୍ଥାନ କରିବା ପାଇଁ ଅନେକ ଦାବି କରୁଛନ୍ତି।

14 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp