ଭାରତର ରହସ୍ୟମୟ ମନ୍ଦିର: ମାଟିକୁ ନ ଛୁଇଁ ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ ଗୋଟିଏ ସ୍ତମ୍ଭ

The Sakala Picture
Published On

ଦେଶରେ ଏମିତି ଅନେକ ମନ୍ଦିର ରହିଛି, ଯାହାର କଳା ଭାସ୍କର୍ଯ୍ୟ ଲୋକଙ୍କୁ ବିସ୍ମିତ କରିଥାଏ। ଏପରି ଏକ ନିଆରା ମନ୍ଦିର ହେଉଛି ଆନ୍ଧ୍ରପ୍ରଦେଶ, ଅନନ୍ତପୁର ଜିଲ୍ଲାରେ ଲେପାକ୍ଷୀ ମନ୍ଦିର। ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଯାହା ମଧ୍ୟରୁ ଗୋଟିଏ ସ୍ତମ୍ଭ ମାଟିକୁ ନ ଛୁଇଁ, ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ। ଏହି ବିଶେଷତ୍ବ ପାଇଁ ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର କୁହାଯାଉଛି। […]

ଦେଶରେ ଏମିତି ଅନେକ ମନ୍ଦିର ରହିଛି, ଯାହାର କଳା ଭାସ୍କର୍ଯ୍ୟ ଲୋକଙ୍କୁ ବିସ୍ମିତ କରିଥାଏ। ଏପରି ଏକ ନିଆରା ମନ୍ଦିର ହେଉଛି ଆନ୍ଧ୍ରପ୍ରଦେଶ, ଅନନ୍ତପୁର ଜିଲ୍ଲାରେ ଲେପାକ୍ଷୀ ମନ୍ଦିର। ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଯାହା ମଧ୍ୟରୁ ଗୋଟିଏ ସ୍ତମ୍ଭ ମାଟିକୁ ନ ଛୁଇଁ, ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ। ଏହି ବିଶେଷତ୍ବ ପାଇଁ ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର କୁହାଯାଉଛି।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

ଏଠାରେ ସବୁବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନଙ୍କ କହିବା ଅନୁଯାୟୀ, ଏହି ସ୍ତମ୍ଭ ତଳେ କପଡ଼ା ବିଛାଇ ପୁଣି କାଢ଼ି ଆଣିବା ଫଳରେ ସୁଖ ସମୃଦ୍ଧି ବଢ଼ିଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରହସ୍ୟମୟ ସ୍ତମ୍ଭଟି ଭୂପୃଷ୍ଠରୁ ଅଧ ଇଞ୍ଚ ଉପରକୁ ରହିଛି। ସ୍ତମ୍ଭଟି ଏପରି ଝୁଲି ରହିବାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାଁନ୍ତି। ସେହିପରି ମୁଖ୍ୟ ମନ୍ଦିର ପଛପାର୍ଶ୍ବରେ ଏକ ବିଶାଳକାୟ ସାପ ତଳେ ଶିବ ଲିଙ୍ଗ ସ୍ଥାପନା କରାଯାଇଛି। ଏଠାକୁ ସାରା ବିଶ୍ବରୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଏହି ମନ୍ଦିରର ନିର୍ମାଣ ପ୍ରାୟ ୧୫୮୩ ମସିହାରେ କରାଯାଇଥିଲା। ଏହାକୁ ବିରୁପନ୍ନା ଓ ବିରନ୍ନା ନାମକ ଦୁହେଁ ଭାଇ ମିଶି ତିଆରି କରିଥିଲେ। ଏହି ଦୁଇ ଭାଇ ବିଜୟନଗର ରାଜାଙ୍କ ପାଖରେ କାମ କରୁଥିଲେ। ଲୋକକଥା ଅନୁଯାୟୀ, ଯେତେବେଳେ ରାବଣ ସୀତାଙ୍କୁ ହରଣ କରିନେଇଥିଲେ, ଏହି ସମୟରେ ଜଟାୟୁ ତାଙ୍କୁ ବଞ୍ଚାଇବାକୁ ତାଙ୍କ ପଛେ ପଛେ ଯାଇଥିଲେ। ଫଳରେ ରାବଣ ଜଟାୟୁଙ୍କ ପକ୍ଷକୁ କାଟିଦେବାରୁ ସେ ଏଠାରେ କ୍ଷତବିକ୍ଷତ ହୋଇ ପଡ଼ି ରହିଥିଲେ। ଏହି ସ୍ଥାନରେ ରାମ, ସୀତାଙ୍କୁ ଖୋଜୁଥିବା ସମୟରେ ଜଟାୟୁଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ଓ ଜଟାୟୁକୁ ଦେଖି କହିଥିଲେ ‘‘ଲେ ପାକ୍ଷୀ’’ ଅର୍ଥ ‘‘ଉଠ ପକ୍ଷୀ’’। ଲେ ପାକ୍ଷୀ ଏକ ତେଲଗୁ ଶବ୍ଦ। ସେହି ଅନୁସାରେ ମନ୍ଦିରର ନାମ ‘ଲେପାକ୍ଷୀ’ ହୋଇଛି ବୋଲି କୁହାଯାଏ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

19 Dec 2023 By The Sakala

ଭାରତର ରହସ୍ୟମୟ ମନ୍ଦିର: ମାଟିକୁ ନ ଛୁଇଁ ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ ଗୋଟିଏ ସ୍ତମ୍ଭ

ଦେଶରେ ଏମିତି ଅନେକ ମନ୍ଦିର ରହିଛି, ଯାହାର କଳା ଭାସ୍କର୍ଯ୍ୟ ଲୋକଙ୍କୁ ବିସ୍ମିତ କରିଥାଏ। ଏପରି ଏକ ନିଆରା ମନ୍ଦିର ହେଉଛି ଆନ୍ଧ୍ରପ୍ରଦେଶ, ଅନନ୍ତପୁର ଜିଲ୍ଲାରେ ଲେପାକ୍ଷୀ ମନ୍ଦିର। ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଯାହା ମଧ୍ୟରୁ ଗୋଟିଏ ସ୍ତମ୍ଭ ମାଟିକୁ ନ ଛୁଇଁ, ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ। ଏହି ବିଶେଷତ୍ବ ପାଇଁ ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର କୁହାଯାଉଛି।

ଏଠାରେ ସବୁବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନଙ୍କ କହିବା ଅନୁଯାୟୀ, ଏହି ସ୍ତମ୍ଭ ତଳେ କପଡ଼ା ବିଛାଇ ପୁଣି କାଢ଼ି ଆଣିବା ଫଳରେ ସୁଖ ସମୃଦ୍ଧି ବଢ଼ିଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରହସ୍ୟମୟ ସ୍ତମ୍ଭଟି ଭୂପୃଷ୍ଠରୁ ଅଧ ଇଞ୍ଚ ଉପରକୁ ରହିଛି। ସ୍ତମ୍ଭଟି ଏପରି ଝୁଲି ରହିବାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାଁନ୍ତି। ସେହିପରି ମୁଖ୍ୟ ମନ୍ଦିର ପଛପାର୍ଶ୍ବରେ ଏକ ବିଶାଳକାୟ ସାପ ତଳେ ଶିବ ଲିଙ୍ଗ ସ୍ଥାପନା କରାଯାଇଛି। ଏଠାକୁ ସାରା ବିଶ୍ବରୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି।

ଏହି ମନ୍ଦିରର ନିର୍ମାଣ ପ୍ରାୟ ୧୫୮୩ ମସିହାରେ କରାଯାଇଥିଲା। ଏହାକୁ ବିରୁପନ୍ନା ଓ ବିରନ୍ନା ନାମକ ଦୁହେଁ ଭାଇ ମିଶି ତିଆରି କରିଥିଲେ। ଏହି ଦୁଇ ଭାଇ ବିଜୟନଗର ରାଜାଙ୍କ ପାଖରେ କାମ କରୁଥିଲେ। ଲୋକକଥା ଅନୁଯାୟୀ, ଯେତେବେଳେ ରାବଣ ସୀତାଙ୍କୁ ହରଣ କରିନେଇଥିଲେ, ଏହି ସମୟରେ ଜଟାୟୁ ତାଙ୍କୁ ବଞ୍ଚାଇବାକୁ ତାଙ୍କ ପଛେ ପଛେ ଯାଇଥିଲେ। ଫଳରେ ରାବଣ ଜଟାୟୁଙ୍କ ପକ୍ଷକୁ କାଟିଦେବାରୁ ସେ ଏଠାରେ କ୍ଷତବିକ୍ଷତ ହୋଇ ପଡ଼ି ରହିଥିଲେ। ଏହି ସ୍ଥାନରେ ରାମ, ସୀତାଙ୍କୁ ଖୋଜୁଥିବା ସମୟରେ ଜଟାୟୁଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ଓ ଜଟାୟୁକୁ ଦେଖି କହିଥିଲେ ‘‘ଲେ ପାକ୍ଷୀ’’ ଅର୍ଥ ‘‘ଉଠ ପକ୍ଷୀ’’। ଲେ ପାକ୍ଷୀ ଏକ ତେଲଗୁ ଶବ୍ଦ। ସେହି ଅନୁସାରେ ମନ୍ଦିରର ନାମ ‘ଲେପାକ୍ଷୀ’ ହୋଇଛି ବୋଲି କୁହାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp