ଆଜି ପବିତ୍ର ଧନତେରାସ; ଆୟୁର୍ବେଦର ଜନକ ଭଗବାନ୍ ଧନ୍ଵନ୍ତରୀଙ୍କ ଜୟନ୍ତୀ

The Sakala Picture
Published On

ପ୍ରତିବର୍ଷ ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରାସ୍‌ ରୂପେ ପାଳନ କରାଯାଏ। ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଦେବବୈଦ୍ୟ ଶ୍ରୀଧନ୍ବନ୍ତରୀଙ୍କର ପୂଜା କରିବା ବିଧି ମଧ୍ୟ ଚଳିଆସୁଛି। ବାସ୍ତବରେ ଏହି ଦିନଟି ଧନ୍ବନ୍ତରୀ ଦିବସ, ମାତ୍ର କାଳକ୍ରମେ ଅପଭ୍ରଂଶ ହୋଇ ଏହା ଧନତେରାସ୍‌ ନାମରେ ପ୍ରଚଳିତ। ତେବେ ଭାରତର ଅନେକ ପ୍ରଦେଶରେ ଅନେକେ ଧନ୍ବନ୍ତରୀ ଦିବସ ସଂପର୍କରେ ଏବେ ବି ଅବଗତ ନାହାନ୍ତି, ତା’ର କାରଣ […]

ପ୍ରତିବର୍ଷ ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରାସ୍‌ ରୂପେ ପାଳନ କରାଯାଏ। ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଦେବବୈଦ୍ୟ ଶ୍ରୀଧନ୍ବନ୍ତରୀଙ୍କର ପୂଜା କରିବା ବିଧି ମଧ୍ୟ ଚଳିଆସୁଛି। ବାସ୍ତବରେ ଏହି ଦିନଟି ଧନ୍ବନ୍ତରୀ ଦିବସ, ମାତ୍ର କାଳକ୍ରମେ ଅପଭ୍ରଂଶ ହୋଇ ଏହା ଧନତେରାସ୍‌ ନାମରେ ପ୍ରଚଳିତ। ତେବେ ଭାରତର ଅନେକ ପ୍ରଦେଶରେ ଅନେକେ ଧନ୍ବନ୍ତରୀ ଦିବସ ସଂପର୍କରେ ଏବେ ବି ଅବଗତ ନାହାନ୍ତି, ତା’ର କାରଣ ଆଧୁନିକ ଚିକିତ୍ସା ଆସିବା ପରେ ଆୟୁର୍ବେଦ ପରମ୍ପରା କ୍ରମଶଃ ଅବକ୍ଷୟ ହେବାକୁ ଲାଗିଲା। ତେଣୁ ଲୋକମାନେ ଲକ୍ଷ୍ମୀ, ଗଣେଶଙ୍କୁ ପୂଜା କରି ଧନ୍ବନ୍ତରୀଙ୍କୁ ଭୁଲିବାକୁ ଲାଗିଲେ। ଏଠାରେ ଜାଣି ରଖିବା ଉଚିତ ଯେ, ଧନତେରାସ୍‌ କେବଳ ସୁନାଗହଣା କିଣିବାର ଦିବସ ନୁହେଁ, ଏହା ପଛରେ ଅନେକ ବୈଜ୍ଞାନିକ ତତ୍ତ୍ବ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଶ୍ରୀଧନ୍ବନ୍ତରୀ ସମୁଦ୍ରମନ୍ଥନରୁ ଆବିର୍ଭାବ ହୋଇଥିବା ନେଇ ପୁରାଣରେ ବର୍ଣ୍ଣନା ରହିଛି। ସେ ଅମୃତକଳସ ଧରି ଆସିଥିଲେ। ବିଶ୍ବର ବାୟୁ, ଜଳ, ମାଟି, ଆକାଶକୁ କିପରି ବିଷମୁକ୍ତ କରାଯାଇ ମନୁଷ୍ୟ ଓ ପ୍ରକୃତି ରୋଗମୁକ୍ତ ତଥା ସୁସ୍ଥ ରହିବ, ତାହାର ମାର୍ଗ ମଧ୍ୟ ସେ କହିଥିଲେ। ଆରୋଗ୍ୟଦାତା କହିଲେ ୩ଟି ତତ୍ତ୍ବକୁ ବୁଝାଏ। ଯାହାଦ୍ବାରା ମନୁଷ୍ୟ ସମାଜ ଓ ପରିବେଶ ସୁସ୍ଥ ହୋଇପାରିବ। ଯେପରି ଆ – ଆହାର, ରୋ- ରୋଗ ଏବଂ ଗ୍ୟ- ଜ୍ଞାନ। ଆମ୍ଭେମାନେ ଦୈନନ୍ଦିନ ପ୍ରାୟ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାଉ, ତାହାର ପ୍ରଧାନ କାରଣ ଆହାର। ଆହାର ସଂଯମତା ନ ରହିଲେ ରୋଗ ହୋଇଥାଏ। ଯେପରି ‘ଆହାରଃ ସମ୍ଭବ ଦେହଃ ରୋଗାଗ୍ନି ଆହାର ସମ୍ଭବାଃ।’ ଅର୍ଥାତ୍‌ ଆହାର ଆମର ଶରୀର ପାଇଁ ଆବଶ୍ୟକ ବଞ୍ଚିବା ନିମନ୍ତେ, ମାତ୍ର ସେହି ଆହାରରୁ ମଧ୍ୟ ରୋଗ ସୃଷ୍ଟି ହୁଏ। ଫଳରେ ଶରୀରର ପୋଷଣ ହେବା ପରିବର୍ତ୍ତେ ବିକୃତି ଜନିତ ରୋଗ ସୃଷ୍ଟି କରିଥାଏ। ଏହି ଜ୍ଞାନ ବା ବିଷୟ ଆୟୁର୍ବେଦରେ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ। ମାତ୍ର ଆମ୍ଭେମାନେ ଆଜିକାଲି ଏହା ବିଚାର ନ କରି ଅଖାଦ୍ୟ, ବିଷାକ୍ତ ଆଦି ଖାଇବା ଦ୍ବାରା ବିଭିନ୍ନ ରୋଗରେ ପଡ଼ିଥାଉ। ତା’ଛଡ଼ା ଯଦି ଦୈନନ୍ଦିନ ପୋଷକ ଖାଦ୍ୟ ଖିଆଯାଏ, ତେବେ ଔଷଧର ଆବଶ୍ୟକତା ହୁଏନି। ଯଦି ଆହାର ବିଚାର କରି ଖିଆ ନ ଯାଏ, ତେବେ ଔଷଧର ମଧ୍ୟ ସେବନ କଲେ ସୁଫଳ ମିଳେନି। ତେଣୁ ଆଜି ଏ ଦିବସରେ ଆସନ୍ତୁ ଆମ୍ଭେମାନେ ଔଷଧୀୟ ବୃକ୍ଷଲତା ଲଗାଇ ପରିବେଶକୁ ସୁସ୍ଥ ରଖିବା, ବାୟୁ, ଜଳ, ଭୂମି ଓ ଆକାଶକୁ ପ୍ରଦୂଷଣ ମୁକ୍ତ ରଖି ଉତ୍ତମ ଆହାର ଗ୍ରହଣ ପୂର୍ବକ ନିଜକୁ ନୀରୋଗ ରଖିବାର ସଂକଳ୍ପ ନେବା।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

10 Nov 2023 By The Sakala

ଆଜି ପବିତ୍ର ଧନତେରାସ; ଆୟୁର୍ବେଦର ଜନକ ଭଗବାନ୍ ଧନ୍ଵନ୍ତରୀଙ୍କ ଜୟନ୍ତୀ

ପ୍ରତିବର୍ଷ ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରାସ୍‌ ରୂପେ ପାଳନ କରାଯାଏ। ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଦେବବୈଦ୍ୟ ଶ୍ରୀଧନ୍ବନ୍ତରୀଙ୍କର ପୂଜା କରିବା ବିଧି ମଧ୍ୟ ଚଳିଆସୁଛି। ବାସ୍ତବରେ ଏହି ଦିନଟି ଧନ୍ବନ୍ତରୀ ଦିବସ, ମାତ୍ର କାଳକ୍ରମେ ଅପଭ୍ରଂଶ ହୋଇ ଏହା ଧନତେରାସ୍‌ ନାମରେ ପ୍ରଚଳିତ। ତେବେ ଭାରତର ଅନେକ ପ୍ରଦେଶରେ ଅନେକେ ଧନ୍ବନ୍ତରୀ ଦିବସ ସଂପର୍କରେ ଏବେ ବି ଅବଗତ ନାହାନ୍ତି, ତା’ର କାରଣ ଆଧୁନିକ ଚିକିତ୍ସା ଆସିବା ପରେ ଆୟୁର୍ବେଦ ପରମ୍ପରା କ୍ରମଶଃ ଅବକ୍ଷୟ ହେବାକୁ ଲାଗିଲା। ତେଣୁ ଲୋକମାନେ ଲକ୍ଷ୍ମୀ, ଗଣେଶଙ୍କୁ ପୂଜା କରି ଧନ୍ବନ୍ତରୀଙ୍କୁ ଭୁଲିବାକୁ ଲାଗିଲେ। ଏଠାରେ ଜାଣି ରଖିବା ଉଚିତ ଯେ, ଧନତେରାସ୍‌ କେବଳ ସୁନାଗହଣା କିଣିବାର ଦିବସ ନୁହେଁ, ଏହା ପଛରେ ଅନେକ ବୈଜ୍ଞାନିକ ତତ୍ତ୍ବ ମଧ୍ୟ ରହିଛି।

ଶ୍ରୀଧନ୍ବନ୍ତରୀ ସମୁଦ୍ରମନ୍ଥନରୁ ଆବିର୍ଭାବ ହୋଇଥିବା ନେଇ ପୁରାଣରେ ବର୍ଣ୍ଣନା ରହିଛି। ସେ ଅମୃତକଳସ ଧରି ଆସିଥିଲେ। ବିଶ୍ବର ବାୟୁ, ଜଳ, ମାଟି, ଆକାଶକୁ କିପରି ବିଷମୁକ୍ତ କରାଯାଇ ମନୁଷ୍ୟ ଓ ପ୍ରକୃତି ରୋଗମୁକ୍ତ ତଥା ସୁସ୍ଥ ରହିବ, ତାହାର ମାର୍ଗ ମଧ୍ୟ ସେ କହିଥିଲେ। ଆରୋଗ୍ୟଦାତା କହିଲେ ୩ଟି ତତ୍ତ୍ବକୁ ବୁଝାଏ। ଯାହାଦ୍ବାରା ମନୁଷ୍ୟ ସମାଜ ଓ ପରିବେଶ ସୁସ୍ଥ ହୋଇପାରିବ। ଯେପରି ଆ – ଆହାର, ରୋ- ରୋଗ ଏବଂ ଗ୍ୟ- ଜ୍ଞାନ। ଆମ୍ଭେମାନେ ଦୈନନ୍ଦିନ ପ୍ରାୟ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାଉ, ତାହାର ପ୍ରଧାନ କାରଣ ଆହାର। ଆହାର ସଂଯମତା ନ ରହିଲେ ରୋଗ ହୋଇଥାଏ। ଯେପରି ‘ଆହାରଃ ସମ୍ଭବ ଦେହଃ ରୋଗାଗ୍ନି ଆହାର ସମ୍ଭବାଃ।’ ଅର୍ଥାତ୍‌ ଆହାର ଆମର ଶରୀର ପାଇଁ ଆବଶ୍ୟକ ବଞ୍ଚିବା ନିମନ୍ତେ, ମାତ୍ର ସେହି ଆହାରରୁ ମଧ୍ୟ ରୋଗ ସୃଷ୍ଟି ହୁଏ। ଫଳରେ ଶରୀରର ପୋଷଣ ହେବା ପରିବର୍ତ୍ତେ ବିକୃତି ଜନିତ ରୋଗ ସୃଷ୍ଟି କରିଥାଏ। ଏହି ଜ୍ଞାନ ବା ବିଷୟ ଆୟୁର୍ବେଦରେ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ। ମାତ୍ର ଆମ୍ଭେମାନେ ଆଜିକାଲି ଏହା ବିଚାର ନ କରି ଅଖାଦ୍ୟ, ବିଷାକ୍ତ ଆଦି ଖାଇବା ଦ୍ବାରା ବିଭିନ୍ନ ରୋଗରେ ପଡ଼ିଥାଉ। ତା’ଛଡ଼ା ଯଦି ଦୈନନ୍ଦିନ ପୋଷକ ଖାଦ୍ୟ ଖିଆଯାଏ, ତେବେ ଔଷଧର ଆବଶ୍ୟକତା ହୁଏନି। ଯଦି ଆହାର ବିଚାର କରି ଖିଆ ନ ଯାଏ, ତେବେ ଔଷଧର ମଧ୍ୟ ସେବନ କଲେ ସୁଫଳ ମିଳେନି। ତେଣୁ ଆଜି ଏ ଦିବସରେ ଆସନ୍ତୁ ଆମ୍ଭେମାନେ ଔଷଧୀୟ ବୃକ୍ଷଲତା ଲଗାଇ ପରିବେଶକୁ ସୁସ୍ଥ ରଖିବା, ବାୟୁ, ଜଳ, ଭୂମି ଓ ଆକାଶକୁ ପ୍ରଦୂଷଣ ମୁକ୍ତ ରଖି ଉତ୍ତମ ଆହାର ଗ୍ରହଣ ପୂର୍ବକ ନିଜକୁ ନୀରୋଗ ରଖିବାର ସଂକଳ୍ପ ନେବା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp