ଆସନ୍ତୁ ଜାଣିବା ଏପରି ଏକ ଗାଁ ବିଷୟରେ ଯେଉଁଠାରେ ସବୁ ଲୋକ ପାଣିରେ ରୁହନ୍ତି………

The Sakala Picture
Published On

ବିଶ୍ବର ପ୍ରାଚୀନ ସଭ୍ୟତାଗୁଡ଼ିକ ନଦୀ କୂଳରେ ଗଢ଼ି ଉଠିଥିଲା। ଚାଇନାର ଫୁଜିଆନ୍ ପ୍ରାନ୍ତରେ ନିଙ୍ଗଡେରେ ଏପରି ଏକ ଗାଁ ଅଛି ଯେଉଁଠାରେ ସବୁ ଲୋକ ପାଣିରେ ରୁହନ୍ତି। ଏହି ସ୍ଥାନଟି “ଜିପ୍ସି ଅଫ୍‌ ଦି ସି” ନାମରେ ଜଣାଶୁଣା। ଏହି ସ୍ଥାନରେ ୭୦୦୦ ରୁ ଅଧିକ ମତ୍ସ୍ୟଜୀବୀ ବାସ କରନ୍ତି। ସେମାନଙ୍କୁ ସ୍ଥାନୀୟ ଭାଷାରେ ଟାଙ୍କା କୁହାଯାଏ। ଏହି ଗାଁ ଦୀର୍ଘ ୧୩୦୦ ବର୍ଷ ଧରି ସମୁଦ୍ର ଜଳ ଉପରେ ତିଷ୍ଠି ଆସିଛି। ଗାଁର ସମସ୍ତ ଘରଗୁଡ଼ିକ […]

ବିଶ୍ବର ପ୍ରାଚୀନ ସଭ୍ୟତାଗୁଡ଼ିକ ନଦୀ କୂଳରେ ଗଢ଼ି ଉଠିଥିଲା। ଚାଇନାର ଫୁଜିଆନ୍ ପ୍ରାନ୍ତରେ ନିଙ୍ଗଡେରେ ଏପରି ଏକ ଗାଁ ଅଛି ଯେଉଁଠାରେ ସବୁ ଲୋକ ପାଣିରେ ରୁହନ୍ତି। ଏହି ସ୍ଥାନଟି “ଜିପ୍ସି ଅଫ୍‌ ଦି ସି” ନାମରେ ଜଣାଶୁଣା। ଏହି ସ୍ଥାନରେ ୭୦୦୦ ରୁ ଅଧିକ ମତ୍ସ୍ୟଜୀବୀ ବାସ କରନ୍ତି। ସେମାନଙ୍କୁ ସ୍ଥାନୀୟ ଭାଷାରେ ଟାଙ୍କା କୁହାଯାଏ। ଏହି ଗାଁ ଦୀର୍ଘ ୧୩୦୦ ବର୍ଷ ଧରି ସମୁଦ୍ର ଜଳ ଉପରେ ତିଷ୍ଠି ଆସିଛି। ଗାଁର ସମସ୍ତ ଘରଗୁଡ଼ିକ ଡଙ୍ଗା ଉପରେ ନିର୍ମିତ। ସମୁଦ୍ର ଉପରେ ଭାସୁଥିବା ଏହି ଘରଗୁଡ଼ିକ କାଠରେ ନିର୍ମିତ। ଘରର ଚଟାଣଗୁଡ଼ିକ ମଜବୁତ୍‌ ଆକାରରେ ନିର୍ମାଣ କରାଯାଇଥାଏ। ଏହି କାରଣରୁ ଘରଗୁଡ଼ିକ ଡଙ୍ଗା ଉପରେ ତିଆରି ହେବା ସତ୍ତ୍ବେ ଏହା ଦୀର୍ଘସ୍ଥାୟୀ ଅଟେ। ଗାଁର ଅନେକ ସ୍ଥାନରେ କାଠର ପୋଲ ନିର୍ମାଣ କରାଯାଇଛି, ଫଳରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ଯିବା ଆସିବା କରିପାରିବେ । ଏହି ଗାଁର ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି ମାଛ ଧରିବା। ସପ୍ତମ ଶତାବ୍ଦୀରେ ତାଙ୍ଗ୍‌ ରାଜବଂଶ ଦ୍ୱାରା ଏହି ଟାଙ୍କା ଜାତି ଶାସିତ ହେଉଥିଲେ। ଏହି ସମୟରେ ଏମାନଙ୍କୁ ବହୁତ ଯନ୍ତ୍ରଣା ଦିଆଯାଉଥିଲା। ତେଣୁ ଟାଙ୍କା ଜାତିର ଲୋକମାନେ ରାଜ ଶାସନର ଅତ୍ୟାଚାରରେ ଅସହ୍ୟ ହୋଇ ପାଣି ଉପରେ ଘର କରି ରହିବାକୁ ଲାଗିଲେ। ଯଦିଓ ଆଧୁନିକ ଯୁଗରେ ଅନେକ ପରିବର୍ତ୍ତନ ହୋଇଛି, କିନ୍ତୁ ଏହି ଲୋକମାନେ ସେମାନଙ୍କର ପରମ୍ପରାରେ ବନ୍ଧା ଅଛନ୍ତି ଏବଂ ସେଠାରୁ ଫେରିବାକୁ ଚାହାଁନ୍ତି ନାହିଁ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

05 Jun 2021 By The Sakala

ଆସନ୍ତୁ ଜାଣିବା ଏପରି ଏକ ଗାଁ ବିଷୟରେ ଯେଉଁଠାରେ ସବୁ ଲୋକ ପାଣିରେ ରୁହନ୍ତି………

ବିଶ୍ବର ପ୍ରାଚୀନ ସଭ୍ୟତାଗୁଡ଼ିକ ନଦୀ କୂଳରେ ଗଢ଼ି ଉଠିଥିଲା। ଚାଇନାର ଫୁଜିଆନ୍ ପ୍ରାନ୍ତରେ ନିଙ୍ଗଡେରେ ଏପରି ଏକ ଗାଁ ଅଛି ଯେଉଁଠାରେ ସବୁ ଲୋକ ପାଣିରେ ରୁହନ୍ତି। ଏହି ସ୍ଥାନଟି “ଜିପ୍ସି ଅଫ୍‌ ଦି ସି” ନାମରେ ଜଣାଶୁଣା। ଏହି ସ୍ଥାନରେ ୭୦୦୦ ରୁ ଅଧିକ ମତ୍ସ୍ୟଜୀବୀ ବାସ କରନ୍ତି। ସେମାନଙ୍କୁ ସ୍ଥାନୀୟ ଭାଷାରେ ଟାଙ୍କା କୁହାଯାଏ। ଏହି ଗାଁ ଦୀର୍ଘ ୧୩୦୦ ବର୍ଷ ଧରି ସମୁଦ୍ର ଜଳ ଉପରେ ତିଷ୍ଠି ଆସିଛି। ଗାଁର ସମସ୍ତ ଘରଗୁଡ଼ିକ ଡଙ୍ଗା ଉପରେ ନିର୍ମିତ। ସମୁଦ୍ର ଉପରେ ଭାସୁଥିବା ଏହି ଘରଗୁଡ଼ିକ କାଠରେ ନିର୍ମିତ। ଘରର ଚଟାଣଗୁଡ଼ିକ ମଜବୁତ୍‌ ଆକାରରେ ନିର୍ମାଣ କରାଯାଇଥାଏ। ଏହି କାରଣରୁ ଘରଗୁଡ଼ିକ ଡଙ୍ଗା ଉପରେ ତିଆରି ହେବା ସତ୍ତ୍ବେ ଏହା ଦୀର୍ଘସ୍ଥାୟୀ ଅଟେ। ଗାଁର ଅନେକ ସ୍ଥାନରେ କାଠର ପୋଲ ନିର୍ମାଣ କରାଯାଇଛି, ଫଳରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ଯିବା ଆସିବା କରିପାରିବେ । ଏହି ଗାଁର ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି ମାଛ ଧରିବା। ସପ୍ତମ ଶତାବ୍ଦୀରେ ତାଙ୍ଗ୍‌ ରାଜବଂଶ ଦ୍ୱାରା ଏହି ଟାଙ୍କା ଜାତି ଶାସିତ ହେଉଥିଲେ। ଏହି ସମୟରେ ଏମାନଙ୍କୁ ବହୁତ ଯନ୍ତ୍ରଣା ଦିଆଯାଉଥିଲା। ତେଣୁ ଟାଙ୍କା ଜାତିର ଲୋକମାନେ ରାଜ ଶାସନର ଅତ୍ୟାଚାରରେ ଅସହ୍ୟ ହୋଇ ପାଣି ଉପରେ ଘର କରି ରହିବାକୁ ଲାଗିଲେ। ଯଦିଓ ଆଧୁନିକ ଯୁଗରେ ଅନେକ ପରିବର୍ତ୍ତନ ହୋଇଛି, କିନ୍ତୁ ଏହି ଲୋକମାନେ ସେମାନଙ୍କର ପରମ୍ପରାରେ ବନ୍ଧା ଅଛନ୍ତି ଏବଂ ସେଠାରୁ ଫେରିବାକୁ ଚାହାଁନ୍ତି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp