ସହରର ଭିନ୍ନ ଜାଗ୍ରତପ୍ରହରୀ ‘ଡେଲିଭରୀ ବଏ’

The Sakala Picture
Published On

ଚାରିଆଡ଼େ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ଚାରିଆଡ଼େ ଭୟର ବାତାବରଣ। ସହରରେ କରୋନାକୁ ମାତ୍‍ ଦେବା ପାଇଁ ଲକ୍‍ଡାଉନ୍‍ ଏବଂ ସଟ୍‍ଡାଉନ୍‍ ଲାଗୁ କରାଯାଉଛି। ଏଭଳି ସମୟରେ ନିଜ ଜୀବନକୁ ପାଣି ଛଡ଼େଇ ଡେଲିଭରୀ ବଏମାନେ ସାଇକଲ ଓ ଗାଡ଼ି ଧରି ଖରାରେ ତରାରେ ଘରକୁ ଘର ବୁଲି ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୪-୫ଟି ଜୋନ୍‍ରେ ବିଭିନ୍ନ ସଂସ୍ଥା ପକ୍ଷରୁ ୩ହଜାରରୁ ଊର୍ଦ୍ଧ୍ବ ଖାଦ୍ୟ, ଗ୍ରୋସୋରୀ ଏବଂ […]

ଚାରିଆଡ଼େ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ଚାରିଆଡ଼େ ଭୟର ବାତାବରଣ। ସହରରେ କରୋନାକୁ ମାତ୍‍ ଦେବା ପାଇଁ ଲକ୍‍ଡାଉନ୍‍ ଏବଂ ସଟ୍‍ଡାଉନ୍‍ ଲାଗୁ କରାଯାଉଛି। ଏଭଳି ସମୟରେ ନିଜ ଜୀବନକୁ ପାଣି ଛଡ଼େଇ ଡେଲିଭରୀ ବଏମାନେ ସାଇକଲ ଓ ଗାଡ଼ି ଧରି ଖରାରେ ତରାରେ ଘରକୁ ଘର ବୁଲି ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୪-୫ଟି ଜୋନ୍‍ରେ ବିଭିନ୍ନ ସଂସ୍ଥା ପକ୍ଷରୁ ୩ହଜାରରୁ ଊର୍ଦ୍ଧ୍ବ ଖାଦ୍ୟ, ଗ୍ରୋସୋରୀ ଏବଂ ମେଡିସିନ୍‍ ଯୋଗାଉଛନ୍ତି ଡେଲିଭରୀ ବଏ ଏବଂ ଗାର୍ଲ। ଏଥିରେ କାମ କରୁଥିବା ଝିଅମାନେ ମଧ୍ୟ ଅନବରତ ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। କେବେକେବେ ଦିନସାରା ଅର୍ଡର ପାଇ ଖାଦ୍ୟ ଯୋଗାଇଥାନ୍ତି ତ ଆଉ କେବେ ଲୋକଙ୍କ ଅର୍ଡରକୁ ଅପେକ୍ଷା କରି ସେମାନଙ୍କ ଦିନ କଟିଯାଏ। ପରିବାର ପ୍ରତିପୋଷଣ ପାଇଁ ଅନେକ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ନିଜକୁ ଏଭଳି କାମରେ ନିୟୋଜିତ କରିଛନ୍ତି। ରାଜଧାନୀର ଛୋଟ ବଡ଼ ହୋଟେଲ ବା ରେସ୍ତୋରାଁ ସମ୍ମୁଖରେ ଧାଡି ବାନ୍ଧି ଠିଆ ହୋଇରହିଥାନ୍ତି ଲୋକଙ୍କ ଅର୍ଡର ଅନୁସାରେ ସେମାନଙ୍କ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ। ଏତେସବୁ ପରେ ଦିନକୁ ମାତ୍ର ଶହେରୁ ୪ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ସେଥିରେ ପୁଣି କେଉଁଦିନ ଅର୍ଡର୍‍ ରହୁଛି ତ ଆଉ କେଉଁଦିନ ଅର୍ଡର ଅପେକ୍ଷାରେ ହୋଟେଲ ସମ୍ମୁଖରେ ଠିଆ ହୋଇ ହୋଇ ଦିନ କଟିଯାଉଛି। ସୁରକ୍ଷାର ସହ ଲୋକଙ୍କୁ ଘରେ ସେମାନଙ୍କ ଅର୍ଡର ସାମଗ୍ରୀ ପହଞ୍ଚାଇବାବେଳେ ଅନେକ ସମୟରେ ପ୍ରଶଂସା ଶୁଣିବାକୁ ମିଳିଥାଏ ଆଉ କେତେବେଳେ ଲୋକଙ୍କଠାରୁ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଥାଏ। ମାତ୍ର ଗ୍ରାହକଙ୍କ ସୁରକ୍ଷା ପାଇଁ ବାହାରେ ବୁଲି ବୁଲି ଖାଦ୍ୟ ପହଞ୍ଚାଉଥିବା ଏହି ଡେଲିଭରି ବଏମାନେ ମଧ୍ୟ ଜଣେ ଜଣେ ଯୋଦ୍ଧା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର