ସମୟାନୁସାରେ ବଢୁଛି ଟେକ୍ନୋଲୋଜିର ବ୍ୟବହାର; ବିବାହ ବ୍ରତଘର ଆଦିରେ ତେଲିଙ୍ଗି ବାଜା ବଦଳରେ ଆକର୍ଷଣ ସାଜିଛି ଡିଜେ ଓ ବ୍ୟାଣ୍ଡ୍‌

The Sakala Picture
Published On

ଭୁବନେଶ୍ୱର(ସୁମିତ୍ରା): ଏକଦା ବିବାହ ବ୍ରତଘର ଆଦି କାର୍ଯ୍ୟକ୍ରମରେ ତେଲିଙ୍ଗି ବାଜା ଥିଲା ପ୍ରମୁଖ ଆକର୍ଷଣ। ସମୟାନୁସାରେ ବଢୁଛି ଟେକ୍ନୋଲୋଜିର ବ୍ୟବହାର ଏବଂ ବଦଳୁଛି ଲୋକଙ୍କ ଜୀବନଶୈଳୀ। ସମୟ ସହିତ ତାଳ ଦେଇ ହେଉ ଅବା ପ୍ରତିଯୋଗିତାମୂଳକ ଜୀବନ ବଞ୍ଚିବାକୁ ସମସ୍ତଙ୍କ ମଧ୍ୟରେ ଉଦ୍ଦାମତା ସୃଷ୍ଟି ହୋଇଛି। ପରମ୍ପରା, ସଂସ୍କୃତି ଓ ରୀତିନୀତି ମଧ୍ୟ ଟେକ୍ନୋଲୋଜି ସହିତ ଜଡ଼ିତ ହୋଇଗଲାଣି। ବିବାହଠାରୁ ଆରମ୍ଭ କରି ଜନ୍ମଦିନ, ବିଭିନ୍ନ ପର୍ବପର୍ବାଣିକୁ ଧୁମ୍‌‌ଧାମରେ ପାଳନ କରିବା ଏକ ଧାରା ପାଲଟିଛି। ଏଥିରେ […]

ଭୁବନେଶ୍ୱର(ସୁମିତ୍ରା): ଏକଦା ବିବାହ ବ୍ରତଘର ଆଦି କାର୍ଯ୍ୟକ୍ରମରେ ତେଲିଙ୍ଗି ବାଜା ଥିଲା ପ୍ରମୁଖ ଆକର୍ଷଣ। ସମୟାନୁସାରେ ବଢୁଛି ଟେକ୍ନୋଲୋଜିର ବ୍ୟବହାର ଏବଂ ବଦଳୁଛି ଲୋକଙ୍କ ଜୀବନଶୈଳୀ। ସମୟ ସହିତ ତାଳ ଦେଇ ହେଉ ଅବା ପ୍ରତିଯୋଗିତାମୂଳକ ଜୀବନ ବଞ୍ଚିବାକୁ ସମସ୍ତଙ୍କ ମଧ୍ୟରେ ଉଦ୍ଦାମତା ସୃଷ୍ଟି ହୋଇଛି। ପରମ୍ପରା, ସଂସ୍କୃତି ଓ ରୀତିନୀତି ମଧ୍ୟ ଟେକ୍ନୋଲୋଜି ସହିତ ଜଡ଼ିତ ହୋଇଗଲାଣି। ବିବାହଠାରୁ ଆରମ୍ଭ କରି ଜନ୍ମଦିନ, ବିଭିନ୍ନ ପର୍ବପର୍ବାଣିକୁ ଧୁମ୍‌‌ଧାମରେ ପାଳନ କରିବା ଏକ ଧାରା ପାଲଟିଛି। ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଡିଜେ। ବାର୍‌‌, ପବ୍‌‌, ବିବାହ, ମ୍ୟୁଜିକ୍‌‌ ଫେଷ୍ଟିଭାଲ୍‌, ନାଇଟ୍‌‌ କ୍ଲବ୍‌‌, କର୍ପୋରେଟ୍‌‌ ଅବା ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯେଉଁମାନେ ରେକର୍ଡେଡ୍‌‌ ମ୍ୟୁଜିକ୍‌‌ ବଜାଇଥାନ୍ତି ସେମାନଙ୍କୁ ଡିସ୍‌‌କୋ ଜକି ବା ଡିଜେ କୁହାଯାଏ। ହିପହପ୍‌‌ ଡିଜେ, ହାଉସ୍‌‌ ଡିଜେ, ମୋବାଇଲ୍‌ ଡିଜେ, ଟେକ୍ନୋ ଡିଜେ ଆଦି ଏହାର ବିଭିନ୍ନ ପ୍ରକାର ଭେଦ ରହିଛି। ଡିଜେ ଓ ବ୍ୟାଣ୍ଡ୍‌ର ଚାହିଦାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ବିବାହ ପାଇଁ ପାରମ୍ପରିକ ବାଦ୍ୟଯନ୍ତ୍ର
ବାଜା, ବାଣ ବିନା ବାହାଘର ଅଧୁରା ରହିଯାଏ ବୋଲି ଅନେକଙ୍କ ଧାରଣା। ତେଣୁ ବାହାଘର, ବ୍ରତଘର ଭଳି ଶୁଭ କାର୍ଯ୍ୟରେ ପାରମ୍ପରିକ ଭାବେ ଢୋଲ ବାଜା, ତେଲିଙ୍ଗି ବାଜା, ସାହାନାଈ, ଯୋଡ଼ି ନାଗରା ବ୍ୟବହାର କରାଯାଉଥିଲା। ହେଲେ ସମୟକ୍ରମେ ଏହି ବାଦ୍ୟଯନ୍ତ୍ର ଆଉ ପ୍ରାୟତଃ ଶୁଣିବାକୁ ମିଳୁନି। ଢୋଲ ବାଜାକୁ ଏକ ସ୍ୱତନ୍ତ୍ର ଜାତିର ବାଦ୍ୟକାରମାନେ ବଜାଇଥାନ୍ତି। ଏହିସବୁ ବାଦ୍ୟଯନ୍ତ୍ରକୁ ଶୁଭ ବୋଲି ଆଜିବି ଲୋକଙ୍କର ବିଶ୍ୱାସ ରହିଛି। ତେଣୁ ସହରର ଚାକଚକ୍ୟ ମଧ୍ୟରେ ବି ଏହି ପାରମ୍ପରିକ ବାଦ୍ୟଯନ୍ତ୍ରର ଧ୍ବନି ଅନେକଙ୍କ ବିବାହ କାର୍ଯ୍ୟରେ ଶୁଣିବାକୁ ମିଳୁଛି। ଯାହା ପ୍ରମାଣିତ କରୁଛି ଯେ ପୁଣି ଲୋକଙ୍କ ରୁଚି ପୁରୁଣା ଦିନକୁ ଫେରୁଛି।

ହଜିଗଲାଣି ପାରମ୍ପରିକ ବାଦ୍ୟ
ବାହାଘରରେ ସାହାନାଈ, ତେଲିଙ୍ଗି ବାଜା, ଧାଙ୍ଗଡ଼ା ବାଜା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଥିବାବେଳେ ଏବେ ତାହା ଆଉ ଶୁଣିବାକୁ ମିଳୁନି। ଏହି ସବୁ ବାଦ୍ୟଯନ୍ତ୍ରର ବେଶ୍‌‌ ଗୁରୁତ୍ୱ ରହିଛି। ମଙ୍ଗନ ଦିନରୁ ଆରମ୍ଭ କରି କନିଆ ମେଲାଣି ଯାଏ ଏହି ବାଦ୍ୟ ବାଜିବା ଶୁଭ ବୋଲି କୁହାଯାଏ। ଏଥିପାଇଁ ମଧ୍ୟ ଦକ୍ଷ ବାଦକ ରହିଥାନ୍ତି। ତେବେ ଦିନକୁ ଦିନ ସହରରୁ ଏହି ବାଦ୍ୟ ଶବ୍ଦ ଉଭେଇ ଯିବାରେ ଲାଗିଛି। କାଁ ଭାଁ କେଉଁଠି ପାରମ୍ପରିକ ବାଦ୍ୟ ଶୁଣିବାକୁ ମିଳୁଛି। ଲୋକଙ୍କ ଚାହିଦା କମିବାରୁ ବାଦ୍ୟକାରମାନେ ମଧ୍ୟ ଏହି ସବୁ ବାଦ୍ୟ ବଜାଇବାକୁ ମନବଳାଉ ନ ଥିବା କୁହାଯାଉଛି। ଯଦି କେହି ଏହି ବାଦ୍ୟ ଆବଶ୍ୟକ କରୁଛନ୍ତି, ତେବେ ତାଙ୍କ ବରାଦ ଅନୁସାରେ ବିଭିନ୍ନ ବ୍ରାସ୍‌‌ ପାର୍ଟି ପକ୍ଷରୁ ଯୋଗାଇ ଦିଆଯାଉଛି।

ବଦଳିଛି ସଙ୍ଗୀତର ଧାରା
ପୂର୍ବରୁ ନା ଥିଲା ରିମିକ୍ସ, ନା ଥିଲା ଡିଜେ ସାଉଣ୍ଡ୍‌‌। ନୂଆକରି ରିଲିଜ୍‌‌ ହେଉଥିବା ଯେକୌଣସି ସଙ୍ଗୀତ ଶୁଣିବାକୁ ମିଳୁଥିଲା ବିବାହ ସମୟରେ। ଯେଉଁ ଗୀତରେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାୟା ହେଉଥିଲେ। ଶୁଣିବାକୁ ମିଳୁଥିଲା ଲାଇଭ୍‌‌ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଟ୍ରଲି ଉପରେ ବାଜା ବାଣ ସହିତ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ସଙ୍ଗୀତ ପରିବେଷଣ କରୁଥିଲେ। ଯାହାକୁ ଶୁଣି ଆପେ ଆପେ ନାଚି ଉଠୁଥିଲେ ସମସ୍ତେ। ହେଲେ ବର୍ତ୍ତମାନ ହଲିଉଡ୍‌‌ ସଙ୍ଗୀତ ସାଙ୍ଗକୁ ଡିଜେ ସାଉଣ୍ଡ ସମସ୍ତଙ୍କୁ ମତୁଆଲା କରିଛି। ନା ଆବଶ୍ୟକ ହେଉଛନ୍ତି ସଙ୍ଗୀତକାର ନା ସଙ୍ଗୀତ ବାଛିବାରେ ରହୁଛି ସମସ୍ୟା। ପୂର୍ବରୁ ମନମୁତାବକ ଲୋକପ୍ରିୟ ଗୀତର ତାଲିକା କରାଯାଇ ତାହାକୁ ପେନ୍‌ଡ୍ରାଇଭ୍‌‌ରେ ଟ୍ରାକ୍‌‌ କରାଯାଉଛି। ତା’ ପରେ ଗୋଟେ ପରେ ଗୋଟେ ଗୀତ ଆପେ ଆପେ ଶୁଣିବାକୁ ମିଳୁଛି। କେବଳ ବିବାହ ସମୟରେ ନୁହେଁ, କଲେଜ ଏବଂ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ବିଭିନ୍ନ ଉତ୍ସବରେ ମଧ୍ୟ ଡିଜେର ଭାଗିଦାରୀ ଏବେ ବୃଦ୍ଧି ପାଇଛି।

ପୋଷାକ ପରିଧାନରେ ପରିବର୍ତ୍ତନ
ଡିଜେ ସାଙ୍ଗକୁ ତାଳ ଦେଇ ଏବେ ବିଭିନ୍ନ ପୋଷାକ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଡିଜେ ସହିତ ବିଭିନ୍ନ ପ୍ରକାର ଲାଇଟ୍‌‌ ଧରିବା କାର୍ଯ୍ୟରେ (ଲାଇଟ୍‌‌ ବଏ) ପୂର୍ବରୁ କେବଳ ପୁରୁଷମାନଙ୍କୁ ନିୟୋଜିତ କରାଯାଉଥିଲା, ଏବେ ମହିଳାମାନଙ୍କୁ ଏ କ୍ଷେତ୍ରରେ ନିୟୋଜିତ କରାଗଲାଣି। ଗ୍ରାହକଙ୍କ ଚାହିଦା ଅନୁସାରେ ସେମାନେ ପୋଷାକ ପରିଧାନ କରିଥାନ୍ତି। ଫଳରେ ଏହା ଆଖିକୁ ଆକର୍ଷଣୀୟ ଦେଖାଯାଇଥାଏ। ଅନେକ କ୍ଷେତ୍ରରେ ବାହାଘର ହେଉ ଅବା କୌଣସି କାର୍ଯ୍ୟକ୍ରମରେ ଥିମ୍‌‌ ବେସଡ୍‌‌ ପୋଷାକ ମଧ୍ୟ ପରିଧାନ କରାଯାଇଥାଏ। ବାଦ୍ୟକାରଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବିଭିନ୍ନ ଥିମ୍‌‌କୁ ନେଇ ପୋଷାକ ପରିଧାନ କରିଥାନ୍ତି। କେତେକ ସ୍ଥାନରେ ଗ୍ରାହକଙ୍କ ବରାଦ ଅନୁସାରେ ମଧ୍ୟ ପୋଷାକ ପରିଧାନ କରିବାକୁ ହୋଇଥାଏ। ପଞ୍ଜାବୀ, ପାରମ୍ପରିକ ଓଡ଼ିଆ ବେଶ, କୁର୍ତ୍ତା ପାଇଜାମା, ରାଜସ୍ଥାନୀ ଆଦି ଭିନ୍ନ ଭିନ୍ନ ବେଶରେ ସଜାଇ ହୋଇଥିବା ସେମାନଙ୍କୁ ଦେଖିବାକୁ ମିଳିଥାଏ। ସେହିଭଳି ଡିଜେ ସହ ଏବେ ଯୋଡ଼ି ହୋଇଛି ଫ୍ୟୁଜନ୍‌ କଳା କୌଶଳ। ଅର୍ଥାତ୍‌ ଆଧୁନିକ ଓ ପୁରୁଣା କଳା କୌଶଳକୁ ଡିଜେର ତାଳେ ତାଳେ ପରିବେଷଣ କରାଯାଉଛି। ଯାହା ଅନେକଙ୍କୁ ଆକର୍ଷିତ କରୁଛି।

ବ୍ୟାଣ୍ଡ୍‌‌ରୁ ମୁହଁ ଫେରାଉଛନ୍ତି
ଦିନକୁ ଦିନ ବ୍ୟାଣ୍ଡ୍‌ରେ କାମ କରୁଥିବା ଲୋକମାନେ ଏବଂ କଳାକାରମାନେ ମୁହଁ ଫେରାଇ ନେଲେ। କେତେକଙ୍କ ତାହା କୌଳିକ ବୃତ୍ତି ହୋଇଥିବାବେଳେ ଆଉ କେତେକ ବୃତ୍ତି ଭାବେ ଗ୍ରହଣ କରିଥିଲେ। ପୁରୁଷ ପୁରୁଷ ଧରି ଚାଲିଆସୁଥିବା ଏହି ପରମ୍ପରାରୁ ଅନେକ ମୁହଁ ଫେରାଇ ନେଇଥିବାବେଳେ ଏବେ ବି ଅନେକଙ୍କ ପାଇଁ ଏହା ପାଲଟିଛି ପେଟପାଟଣାର ମାଧ୍ୟମ। ପୂର୍ବଭଳି ତେଲିଙ୍ଗି ବାଜା, ଢୋଲକ ଆଦି ବାଦ୍ୟକାର ମିଳୁ ନ ଥିବାରୁ ଅନ୍ୟ ଜିଲ୍ଲାରୁ ବାଦ୍ୟକାରଙ୍କୁ ଅଣାଯାଉଥିବା ବ୍ୟାଣ୍ଡ୍‌ ମାଲିକମାନେ କହିଛନ୍ତି। ଭୁବନେଶ୍ୱରରେ ଅଧିକାଂଶ ଲୋକେ ଡିଜେ ଉପରେ ନିର୍ଭର କରୁଥିବା ବେଳେ ଡିଜେ ସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ଅନେକଙ୍କ ଡିମାଣ୍ଡ ରହୁଛି। ତେଣୁ ବିଭିନ୍ନ ସ୍ଥାନରୁ ବାଦ୍ୟକାରଙ୍କୁ ଅଣାଯାଇଥାଏ। ଏହା ସହିତ ଲୋକଙ୍କ ଚାହିଦା ଅନୁସାରେ ବାଦ୍ୟ ପରିବେଷଣ କରାଯାଇଥିବା ବ୍ୟାଣ୍ଡପାର୍ଟି ମାଲିକମାନେ କହିଛନ୍ତି।

ଡିଜେ ପାଇଁ କଟକଣା
ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ବଜାଇବାକୁ ନିୟମ ରହିଛି। ବିବାହ ଶୋଭାଯାତ୍ରା ସମୟରେ ଡିଜେ ବଜାଇବା ପାଇଁ ଡିସିପିଙ୍କଠାରୁ ଅନୁମତି ଆଣିବାକୁ ପଡ଼ିଥାଏ। ଏହାର ଶବ୍ଦରେ ଯେଭଳି କୌଣସି ଅଭିଯୋଗ ନ ଆସିବ ସେଥିପାଇଁ ସଜାଗ ରହିବା ସହ ବିଳମ୍ବିତ ରାତିରେ ଡିଜେ ବଜାଇବା ଉପରେ କଟକଣା ରହିଛି। ସରକାରୀ ନିୟମ ଅନୁସାରେ ଡିଜେର ସାଉଣ୍ଡ -୬ଡିବି ରହିଥିବା ବେଳେ ବିଭିନ୍ନ ପରିସ୍ଥିତିକୁ ନଜରରେ ରଖି ଏହାକୁ ପରିଚାଳନା କରାଯାଇଥାଏ। ସେହିପରି ହୋଟେଲ୍‌ କିମ୍ବା କର୍ପୋରେଟ୍‌‌ ହାଉସ୍‌ରେ ବିଭିନ୍ନ ଇଭେଣ୍ଟ ପାଇଁ ପିପିଏଲ୍‌, ଆଇପିଆର୍‌ଏସ୍‌‌ ଏବଂ ନୋବେକ୍ସ ଲାଇସେନ୍ସ ଆବଶ୍ୟକ ହୋଇଥାଏ। କାରଣ ଯେଉଁମାନେ ଇଭେଣ୍ଟ ଆୟୋଜନ କରିଥାନ୍ତି, ଉକ୍ତ ଇଭେଣ୍ଟ୍‌‌ର କପି ରାଇଟ୍‌ ୟୁଟ୍ୟୁବ୍‌ରେ ପ୍ରସାରଣ ହେବା ପରେ ବିଭିନ୍ନ ପ୍ରଯୋଜକ ସଂସ୍ଥା ପକ୍ଷରୁ ଅଭିଯୋଗ ସହ ଫାଇନ୍‌‌ ଆଦାୟ କରାଯାଇଥାଏ। ସେମାନଙ୍କ ଏଜେଣ୍ଟମାନେ ବିଭିନ୍ନ ସ୍ଥାନରେ ଉପଲବ୍ଧ ରହିବା ସହ ଇଭେଣ୍ଟ ଉପରେ ମଧ୍ୟ ନଜର ରଖିଥାନ୍ତି। ଯେଉଁ ଗୀତଗୁଡ଼ିକ ଇଭେଣ୍ଟ୍‌ରେ ପରିବେଷଣ କରାଯାଇଥାଏ, ଉକ୍ତ ପ୍ରଯୋଜକ ସଂସ୍ଥା ଏହା ଉପରେ ଫାଇନ୍‌‌ କରିଥାନ୍ତି। ତେଣୁ ଏହି ୩ଟି ଲାଇସେନ୍ସ ନିହାତି ଜରୁରୀ ହୋଇଥାଏ। ତେବେ ବିବାହକୁ ବାଦ୍‌ ଦେଲେ କଲେଜ, ଇନଷ୍ଟିଚ୍ୟୁଟ୍‌‌, ହୋଟେଲ୍‌ ଓ କର୍ପୋରେଟ୍‌‌ ହାଉସ୍‌ର ଇଭେଣ୍ଟ୍‌ ସାରା ରାତି ମଧ୍ୟ କରାଯାଇଥାଏ। ଏଥ଄ପାଇଁ କୌଣସି ସମୟ ସୀମା ନଥାଏ।

ବ୍ୟାଣ୍ଡ୍‌‌ରେ ଡିଜେ
ବର୍ତ୍ତମାନ ଭୁବନେଶ୍ୱରରେ ୬୦୦ରୁ ଊର୍ଦ୍ଧ୍ବ ବ୍ୟାଣ୍ଡ୍‌ ରହିଛି। ତେବେ ୨୦୦୫ ମସିହାରୁ ବ୍ୟାଣ୍ଡ୍‌‌ଗୁଡ଼ିକ ଡିଜେରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ବିବାହ କାର୍ଯ୍ୟ ଅବା ରୋଷଣିରେ ବ୍ୟାଣ୍ଡ ପାର୍ଟି ବ୍ୟବହାର କରାଯାଉଥିଲା। ଢୋଲ, କାହାଳୀ, ତୁରୀ, ବାଜା, ସାହାନାଈ ସାଙ୍ଗକୁ ଚିକିମିକି ଆଲୁଅରେ ଝଲସୁ ଥିଲା। ସାଙ୍ଗରେ ପଛକୁ ପଛ ଲାଗିରହୁଥିଲା ଟ୍ରଲିର ଲମ୍ବା ଧାଡ଼ି। ପ୍ରାୟ ୧୦ରୁ ୧୨ଟି ଟ୍ରଲି ଉପରେ ବିଭିନ୍ନ ବାଦ୍ୟଯନ୍ତ୍ର ସଜ୍ଜିତ ହୋଇ ରହୁଥିଲା। ଏହା ସହିତ କଣ୍ଠଶିଳ୍ପୀମାନେ ମଧ୍ୟ ଟ୍ରଲି ଉପରେ ବସି ସଙ୍ଗୀତ ପରିବେଷଣ କରୁଥିଲେ। ହେଲେ ଧୀରେ ଧୀରେ ଏହି ପରମ୍ପରା ବଦଳି ଯାଇଛି। ବ୍ୟାଣ୍ଡ ପାର୍ଟିରେ କାମ କରୁଥିବା ଲୋକଙ୍କ ସଂଖ୍ୟା କମିବା ସହ ଏହି ବୃତ୍ତିରୁ ଅବସର ନେଲେଣି ଅନେକ। ହେଲେ ଏବେ ଗୋଟିଏ ଗାଡ଼ିରେ ଲାଇଟ୍‌‌ଠାରୁ ଆରମ୍ଭ କରି ମ୍ୟୁଜିକ୍‌‌, ସଙ୍ଗୀତ ଆଦି ସମସ୍ତ ସୁବିଧା ରହୁଛି। ନିଜ ମନ ପସନ୍ଦର ସଙ୍ଗୀତଗୁଡ଼ିକ ଟ୍ରାକ୍‌‌ ଅନୁସାରେ ଶୁଣିହେବ। କେବଳ ବିବାହ ଉତ୍ସବ ନୁହେଁ, ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଶୁଣିବାକୁ ମିଳୁଛି ଡିଜେର ଧୁନ୍‌‌। ଏମିତିକି ବିଭିନ୍ନ ପର୍ବପର୍ବାଣୀର ଭସାଣି ଶୋଭାଯାତ୍ରାରେ ବି ଡିଜେ ବ୍ୟବହାର ହେବା ସାଧାରଣ କଥା ପାଲଟିଛି।

21 May 2023 By The Sakala

https://www.thesakala.in/special/instead-of-telingi-baja-at-wedding-receptions-djs-and-bands-are-the-main-attractions-these-days/article-21846
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର