ବୈଶାଖ ମାସରେ ଦାନ କରନ୍ତୁ ଏହିସବୁ ବସ୍ତୁ, ଲାଭ କରିବେ ଅଶେଷ ପୁଣ୍ୟ…

The Sakala Picture
Published On

ବାରଟି ରାଶିର ନାମାନୁସାରେ ବାର୍ଷିକ ୧୨ଟି ସଂକ୍ରାନ୍ତି ପଡ଼ିଥାଏ। ତିଥିବାର ଅନୁଯାୟୀ ଏହିସବୁ ସଂକ୍ରାନ୍ତିର ଭିନ୍ନ ଭିନ୍ନ ଏବଂ ବିଶେଷ ମହତ୍ତ୍ବ ରହିଛି। ନିକଟରେ ଓଡ଼ିଆ ନବବର୍ଷ ଭାବେ ପାଳିତ ହୋଇଛି ମେଷ ସଂକ୍ରାନ୍ତି। ଏହି ମେଷ ସଂକ୍ରାନ୍ତିଠାରୁ ବୈଶାଖ ମାସ ଆରମ୍ଭ ହୋଇଛି। ବୈଶାଖ ମାସ ଶ୍ରୀବିଷ୍ଣୁଙ୍କ ଅତିପ୍ରିୟ ହୋଇଥିବାରୁ ଅନେକଜଣ ବୈଶାଖ ବ୍ରତ କରିଥାନ୍ତି। ଦାନପୁଣ୍ୟ କରିବା କ୍ଷେତ୍ରରେ ଏ ମାସର ବିଶେଷ ମହତ୍ତ୍ବ ଅଛି। କୁହାଯାଏ ଯେ, ଏହି ମାସରେ ଦାନ କରାଯାଇଥିବା […]

ବାରଟି ରାଶିର ନାମାନୁସାରେ ବାର୍ଷିକ ୧୨ଟି ସଂକ୍ରାନ୍ତି ପଡ଼ିଥାଏ। ତିଥିବାର ଅନୁଯାୟୀ ଏହିସବୁ ସଂକ୍ରାନ୍ତିର ଭିନ୍ନ ଭିନ୍ନ ଏବଂ ବିଶେଷ ମହତ୍ତ୍ବ ରହିଛି। ନିକଟରେ ଓଡ଼ିଆ ନବବର୍ଷ ଭାବେ ପାଳିତ ହୋଇଛି ମେଷ ସଂକ୍ରାନ୍ତି। ଏହି ମେଷ ସଂକ୍ରାନ୍ତିଠାରୁ ବୈଶାଖ ମାସ ଆରମ୍ଭ ହୋଇଛି। ବୈଶାଖ ମାସ ଶ୍ରୀବିଷ୍ଣୁଙ୍କ ଅତିପ୍ରିୟ ହୋଇଥିବାରୁ ଅନେକଜଣ ବୈଶାଖ ବ୍ରତ କରିଥାନ୍ତି। ଦାନପୁଣ୍ୟ କରିବା କ୍ଷେତ୍ରରେ ଏ ମାସର ବିଶେଷ ମହତ୍ତ୍ବ ଅଛି। କୁହାଯାଏ ଯେ, ଏହି ମାସରେ ଦାନ କରାଯାଇଥିବା ବସ୍ତୁ ଦ୍ବାରା ଅର୍ଜିତ ପୁଣ୍ୟ ହଜାରେ ଗୁଣ ବୃଦ୍ଧି ପାଇ ପୁଣି ଆମ ନିକଟକୁ ଫେରିଆସେ। ତେଣୁ ଅନେକ ଲୋକ ବୈଶାଖ ମାସରେ ଶ୍ରୀବିଷ୍ଣୁ ଓ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା ସହ ଦୁଃଖୀରଙ୍କିଙ୍କୁ ଦାନ ଦେଇଥାନ୍ତି। ବୈଶାଖ ମାସରେ କେଉଁ ସବୁ ଦାନ ଦ୍ବାରା ଅଶେଷ ପୁଣ୍ୟ ଲାଭ ହୋଇଥାଏ, ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଜଳଦାନ
ତୁଷାର୍ତ୍ତଙ୍କୁ ଜଳଦାନ କରିବା ମହାପୁଣ୍ୟ ବୋଲି ପୁରାଣ ଶାସ୍ତ୍ରରେ ଲେଖାଅଛି। ବିଶେଷ ଭାବେ ବୈଶାଖ ମାସରେ ଜଳକଷ୍ଟ ସମୟରେ ଜଳଦାନ କରିବା ଦ୍ବାରା ଅଶେଷ ପୁଣ୍ୟଲାଭ ହୁଏ। ଏହି ମାସରେ ତୁଳସୀ ଚଉରା ଉପରେ ଏକ ପୂର୍ଣ୍ଣଜଳ କଳସୀ ବନ୍ଧା ଯାଇଥାଏ, ଯେଉଁଥିରୁ ବୁନ୍ଦାବୁନ୍ଦା ଜଳ ବୃନ୍ଦାବତୀଙ୍କୁ ଅର୍ପଣ କରାଯାଏ। ଏହା ସହିତ ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ଜଳପାତ୍ର ଘର ବାହାରେ ରଖାଯାଏ। ତୁଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ଦେବା ସହିତ କେତେଜଣ ଲୋକ ବିଭିନ୍ନ ପ୍ରକାର ପଣା ମଧ୍ୟ ଦେଇଥାନ୍ତି। ଲୋକଙ୍କ ଦ୍ବାରା ଜଳଛତ୍ରର ଆୟୋଜନ କରାଯାଏ।

ଜୋତା-ଛତା ଦାନ
ବୈଶାଖମାସରେ ଅସହ୍ୟ ତାତିରୁ ଗରିବ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଜୋତା ଓ ଛତା ଦାନ କରାଯାଏ। ନୂଆ ଛତା ଓ ନୂଆ ଜୋତା କିଣି ଗରିବଲୋକଙ୍କୁ ଦାନ ଦେବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ବ୍ରତଧାରୀମାନେ ଅନ୍ନ, ବସ୍ତ୍ର, ଜଳ ସହିତ ଜୋତା ଓ ଛତା ଦାନ କରିଥାନ୍ତି।

ଫଳଦାନ
ଫଳଦାନ କରିବା ଦ୍ବାରା ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ବୈଶାଖ ମାସରେ ଆମ୍ବ, ତରଭୁଜ, ପିଜୁଳି, କଦଳୀ, ଅଙ୍ଗୁର ଆଦି ଜଳଯୁକ୍ତ ମିଠା ଫଳ ଦାନ କରିବା ଉଚିତ। ଏହିସବୁ ଫଳ ଦ୍ବାରା ଜଣେ ବ୍ୟକ୍ତି ଭୋକ ସହିତ ଶୋଷ ମେଣ୍ଟାଇ ପାରିବ। ଖାଦ୍ୟ ପାନୀୟ ଦେଇ ପୁଣ୍ୟ ଅର୍ଜନ କରିପାରିବେ।

ବିଞ୍ଛଣା ଦାନ
ଗରମ ଦିନରେ ଶୀତଳ ପବନର ଆବଶ୍ୟକତା ଥାଏ। ତେଣୁ ବୈଶାଖ ମାସରେ ତାଳପତ୍ରରେ ତିଆରି ବିଞ୍ଛଣା ଦାନ ଦେବାର ବିଧି ରହିଛି। ଏସବୁ ଶୀତଳ ବସ୍ତୁ ଦାନ ଦେବା ଦ୍ବାରା ବୈଶାଖ ମାସରେ ଅଶେଷ ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।

17 Apr 2023 By The Sakala

https://www.thesakala.in/special/donate-these-things-in-the-month-of-baisakh/article-20836
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର