ଜଗତସିଂହପୁରର ଶାରଳା ପୀଠ

The Sakala Picture
Published On

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କନକପୁରସ୍ଥିତ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା” ଶାରଳା। ଦେବୀ ଭାଗବତ ମତରେ, ଦକ୍ଷ ଯଜ୍ଞ ସମୟରେ ମା” ସତୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡିତ ହୋଇ ଯେଉଁ ସ୍ଥାନ ମାନଙ୍କରେ ପଡିଥିଲା, ସେଠାରେ ଜଣେ ଜଣେ ଦେବୀଙ୍କ ଆବିର୍ଭ।ବ ହୋଇଥିଲା। ତନମଧ୍ୟରୁ ସତୀଙ୍କ ଜିହ୍ବା ଝଙ୍କଡ଼ ପୀଠରେ ପଡ଼ିଥିବାରୁ, ସେଠାରେ ମା” ଶାରଳାଙ୍କ ଆବିର୍ଭ।ବ ହୋଇଛି। ସେଥିପାଇଁ ଦେବୀଙ୍କୁ ବାଗ୍‌ଦେବୀ ବୋଲି କୁହାଯାଇଥାଏ। ଆଦିକବି […]

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କନକପୁରସ୍ଥିତ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା” ଶାରଳା। ଦେବୀ ଭାଗବତ ମତରେ, ଦକ୍ଷ ଯଜ୍ଞ ସମୟରେ ମା” ସତୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡିତ ହୋଇ ଯେଉଁ ସ୍ଥାନ ମାନଙ୍କରେ ପଡିଥିଲା, ସେଠାରେ ଜଣେ ଜଣେ ଦେବୀଙ୍କ ଆବିର୍ଭ।ବ ହୋଇଥିଲା। ତନମଧ୍ୟରୁ ସତୀଙ୍କ ଜିହ୍ବା ଝଙ୍କଡ଼ ପୀଠରେ ପଡ଼ିଥିବାରୁ, ସେଠାରେ ମା” ଶାରଳାଙ୍କ ଆବିର୍ଭ।ବ ହୋଇଛି। ସେଥିପାଇଁ ଦେବୀଙ୍କୁ ବାଗ୍‌ଦେବୀ ବୋଲି କୁହାଯାଇଥାଏ।

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

ଆଦିକବି ସାରଳା ଦାସ ଏଠାରେ ମା’ଙ୍କର କୃପାଲାଭ କରିଥିଲେ। ଆଦିକବିଙ୍କ ମହାଭାରତ ରଚନାର ବହୁ ବର୍ଷ ପୂର୍ବରୁ ଏହି ପୀଠର ଖ୍ୟାତି ସବୁଠି ଥିଲା। ମା’ ଶାରଳାଙ୍କ ପୀଠ ସବୁବେଳେ ଚଳଚଞ୍ଚଳ। କେବଳ ଆଖପାଖ ଅଞ୍ଚଳ ନୁହେଁ ବରଂ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସନ୍ତି ମା’ଙ୍କ ଦର୍ଶନ ପାଇଁ। ମା’ଙ୍କ ପୀଠ ପାଖରେ ପହଞ୍ଚିଲେ ପ୍ରଥମେ ଦୃଷ୍ଟିକୁ ଆସିଥାଏ ଏକ ସୁନ୍ଦର ପୁଷ୍କରିଣୀ। ଏହି ପୁଷ୍କରିଣୀ କାହିଁ କେତେକାଳରୁ ମା’ଙ୍କ ପୀଠକୁ ଚାହିଁ ବସିଛି। ନିୟମିତ ଭକ୍ତମାନେ ଏଠାକୁ ଆସିବା ପରେ ଏହି ପୁଷ୍କରିଣୀରେ ପାଦ ଧୋଇ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ବୈଶାଖ ପୂର୍ଣ୍ଣମୀରେ ଏହି ପୁଷ୍କରିଣୀରେ ମା’ ଚାପ ଖେଳନ୍ତି। ପୁରୀର ବ୍ରାହ୍ମଣ ଓ ଦଇତାପତିଙ୍କ ମିଶ୍ରିତ ସେବା ବ୍ୟବସ୍ଥାର ଅନୁରୂପ ଏଠାରେ ବିଧିବିଧାନ ହୋଇ ଚାଲିଛି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ତେବେ ପ୍ରତିଦିନ ମା”ଙ୍କୁ ଭୋର ୫ଟା ସମୟରେ ପହଡ ଖୋଲା ଯାଇ, ମଙ୍ଗଳ ଆରତୀ, ମଧୁସ୍ନାନ, ୭ଟାରେ ହଲଦି ଚୁଆ ଓ ପଂଚାମୃତରେ ମାର୍ଜନା କରାଯିବା ପରେ, ଚନ୍ଦନ ଲାଗି ପୁଷ୍ପ ମଣ୍ଡିତ ବସ୍ତ୍ର ଆରୋହଣ ଓ ନାନା ଅଳଙ୍କାରରେ ସୁ-ସଜ୍ଜିତ କରାଯାଇ ଥାଏ। ସକାଳ ସାଢେ ସାତଟାରେ ପାଞ୍ଜି ପାଠ, ବାଳଭୋଗ ପୂଜା ପରେ ୮ଟା ସମୟରେ ସୂର୍ଯ୍ୟ ପୂଜା ଓ ପାର୍ଶ୍ବ ଦେବା ଦେବୀ ପୂଜା କରାଯାଏ। ସକାଳ ୯ଟାରେ ଚଣ୍ଡି ପାଠ, ମଧ୍ୟାହ୍ନ ୧୧ଟା ପ୍ରଥମ ପହଡରେ ଅନ୍ନ ବ୍ୟଞ୍ଜନ ନୈବିଦ୍ୟ ପରେ ସାଢେ ୧୧ଟା ସମୟରେ ବଡ଼ସିଂହାର ବେଶ, ୧୨ଟାରେ ଦ୍ବିତୀୟ ପ୍ରହର ଧୂପ ପରେ ପହଡ ପଡିଥାଏ। ଅପରାହ୍ନ ୩ଟାରେ ପହଡ଼ ଖୋଲା ଯାଇ ମା”ଙ୍କୁ ମାର୍ଜନା କରାଯିବା ପରେ ସଂଧ୍ୟା ବେଷରେ ସୁ-ସଜ୍ଜିତ କରାଯାଇ ଥାଏ। ଅପରାହ୍ନ ୫ଟାରେ ପୁରାଣ ପଣ୍ଡାଙ୍କ ଦ୍ବାରା ସାରଳା ମହାଭାରତ ପାଠ ଓ ସଂଧ୍ୟା ସାଢେ ୬ଟାରେ ସଂଧ୍ୟା ଆଳତି କରାଯାଇ ଥାଏ। ରାତ୍ର ୯ଟାରେ ପ୍ରଥମ ପ୍ରହର ଧୂପ, ବଡ ସିଂହାର ବେଶ ପରେ ମା”ଙ୍କୁ କାକରା, ପୁରି, ବରା, ପାରିଜାତ ଓ ମୁଆଁ ଲଡୁ ଭୋଗ ଲାଗି କରା ଯାଇଥାଏ। ରାତ୍ର ୧୦ଟାରେ ଦହି ପଖାଳ, ଏକ ପଇଡ, କିଛି ସୁବାସିତ ପୁଷ୍ପ ଅର୍ପଣ କରାଯିବା ପରେ ପଲଙ୍କ ଶଯ୍ୟା କରାଯାଇ ପହଡ ପଡିଥାଏ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ମା”ଙ୍କ ବାର ମାସରେ ତେର ପର୍ବ ଥିଲେ ମଧ୍ୟ ସେଥି ମଧ୍ୟରୁ, ହିନ୍ଦୁ ନବବର୍ଷର ପ୍ରଥମ ଦିନ ପଣା ସଂକ୍ରାନ୍ତି(ନଣ୍ଡା ଦେଉଳ ଠାରେ ଝାମୁ ଯାତ୍ରା) ମୁଖ୍ୟ ପର୍ବ ହୋଇ ଥିବା ବେଳେ, ପବିତ୍ର ଅକ୍ଷୟ ତୃତୀୟାଠାରୁ ଦୀର୍ଘ ୨୧ଦିନ ପର୍ଯ୍ୟନ୍ତ ରମଣୀୟ ଓ ଆକର୍ଷଣୀୟ ଚନ୍ଦନ ଯାତ୍ରା ପାଳନ ହୋଇଥାଏ। ରଜରେ ଝୁଲଣ ଯାତ୍ରା ଓ ଆଶ୍ବିନ ମାସରେ େଷାଡ଼ଶ ଦିନ ବ୍ୟାପୀ ଶାରଦୀୟ ପାର୍ବଣ ପୂଜା ଲାଗି ଥାଏ। ଏହି ପାର୍ବଣରେ ମା”ଙ୍କ ଦୈନିକ ବିଭିନ୍ନ ଦେଶ ଧାରଣ କରି ଥାନ୍ତି। ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀ ନିବାସ, ବିଶ୍ରାମଗାର, ସୂଚନା କେନ୍ଦ୍ର, ବଳଭନ୍ଦ୍ରଙ୍କ ଦାରୁ ପାତାଳି କ୍ଷେତ୍ର, ମନୋରମ ଚନ୍ଦନ ପୋଖରୀ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନିମନ୍ତେ ପୁଲିସ ଆଉଟ ପୋଷ୍ଟ ମାନ ରହିଛି।

13 Feb 2021 By The Sakala

ଜଗତସିଂହପୁରର ଶାରଳା ପୀଠ

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କନକପୁରସ୍ଥିତ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା” ଶାରଳା। ଦେବୀ ଭାଗବତ ମତରେ, ଦକ୍ଷ ଯଜ୍ଞ ସମୟରେ ମା” ସତୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡିତ ହୋଇ ଯେଉଁ ସ୍ଥାନ ମାନଙ୍କରେ ପଡିଥିଲା, ସେଠାରେ ଜଣେ ଜଣେ ଦେବୀଙ୍କ ଆବିର୍ଭ।ବ ହୋଇଥିଲା। ତନମଧ୍ୟରୁ ସତୀଙ୍କ ଜିହ୍ବା ଝଙ୍କଡ଼ ପୀଠରେ ପଡ଼ିଥିବାରୁ, ସେଠାରେ ମା” ଶାରଳାଙ୍କ ଆବିର୍ଭ।ବ ହୋଇଛି। ସେଥିପାଇଁ ଦେବୀଙ୍କୁ ବାଗ୍‌ଦେବୀ ବୋଲି କୁହାଯାଇଥାଏ।

ଆଦିକବି ସାରଳା ଦାସ ଏଠାରେ ମା’ଙ୍କର କୃପାଲାଭ କରିଥିଲେ। ଆଦିକବିଙ୍କ ମହାଭାରତ ରଚନାର ବହୁ ବର୍ଷ ପୂର୍ବରୁ ଏହି ପୀଠର ଖ୍ୟାତି ସବୁଠି ଥିଲା। ମା’ ଶାରଳାଙ୍କ ପୀଠ ସବୁବେଳେ ଚଳଚଞ୍ଚଳ। କେବଳ ଆଖପାଖ ଅଞ୍ଚଳ ନୁହେଁ ବରଂ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସନ୍ତି ମା’ଙ୍କ ଦର୍ଶନ ପାଇଁ। ମା’ଙ୍କ ପୀଠ ପାଖରେ ପହଞ୍ଚିଲେ ପ୍ରଥମେ ଦୃଷ୍ଟିକୁ ଆସିଥାଏ ଏକ ସୁନ୍ଦର ପୁଷ୍କରିଣୀ। ଏହି ପୁଷ୍କରିଣୀ କାହିଁ କେତେକାଳରୁ ମା’ଙ୍କ ପୀଠକୁ ଚାହିଁ ବସିଛି। ନିୟମିତ ଭକ୍ତମାନେ ଏଠାକୁ ଆସିବା ପରେ ଏହି ପୁଷ୍କରିଣୀରେ ପାଦ ଧୋଇ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ବୈଶାଖ ପୂର୍ଣ୍ଣମୀରେ ଏହି ପୁଷ୍କରିଣୀରେ ମା’ ଚାପ ଖେଳନ୍ତି। ପୁରୀର ବ୍ରାହ୍ମଣ ଓ ଦଇତାପତିଙ୍କ ମିଶ୍ରିତ ସେବା ବ୍ୟବସ୍ଥାର ଅନୁରୂପ ଏଠାରେ ବିଧିବିଧାନ ହୋଇ ଚାଲିଛି।

ତେବେ ପ୍ରତିଦିନ ମା”ଙ୍କୁ ଭୋର ୫ଟା ସମୟରେ ପହଡ ଖୋଲା ଯାଇ, ମଙ୍ଗଳ ଆରତୀ, ମଧୁସ୍ନାନ, ୭ଟାରେ ହଲଦି ଚୁଆ ଓ ପଂଚାମୃତରେ ମାର୍ଜନା କରାଯିବା ପରେ, ଚନ୍ଦନ ଲାଗି ପୁଷ୍ପ ମଣ୍ଡିତ ବସ୍ତ୍ର ଆରୋହଣ ଓ ନାନା ଅଳଙ୍କାରରେ ସୁ-ସଜ୍ଜିତ କରାଯାଇ ଥାଏ। ସକାଳ ସାଢେ ସାତଟାରେ ପାଞ୍ଜି ପାଠ, ବାଳଭୋଗ ପୂଜା ପରେ ୮ଟା ସମୟରେ ସୂର୍ଯ୍ୟ ପୂଜା ଓ ପାର୍ଶ୍ବ ଦେବା ଦେବୀ ପୂଜା କରାଯାଏ। ସକାଳ ୯ଟାରେ ଚଣ୍ଡି ପାଠ, ମଧ୍ୟାହ୍ନ ୧୧ଟା ପ୍ରଥମ ପହଡରେ ଅନ୍ନ ବ୍ୟଞ୍ଜନ ନୈବିଦ୍ୟ ପରେ ସାଢେ ୧୧ଟା ସମୟରେ ବଡ଼ସିଂହାର ବେଶ, ୧୨ଟାରେ ଦ୍ବିତୀୟ ପ୍ରହର ଧୂପ ପରେ ପହଡ ପଡିଥାଏ। ଅପରାହ୍ନ ୩ଟାରେ ପହଡ଼ ଖୋଲା ଯାଇ ମା”ଙ୍କୁ ମାର୍ଜନା କରାଯିବା ପରେ ସଂଧ୍ୟା ବେଷରେ ସୁ-ସଜ୍ଜିତ କରାଯାଇ ଥାଏ। ଅପରାହ୍ନ ୫ଟାରେ ପୁରାଣ ପଣ୍ଡାଙ୍କ ଦ୍ବାରା ସାରଳା ମହାଭାରତ ପାଠ ଓ ସଂଧ୍ୟା ସାଢେ ୬ଟାରେ ସଂଧ୍ୟା ଆଳତି କରାଯାଇ ଥାଏ। ରାତ୍ର ୯ଟାରେ ପ୍ରଥମ ପ୍ରହର ଧୂପ, ବଡ ସିଂହାର ବେଶ ପରେ ମା”ଙ୍କୁ କାକରା, ପୁରି, ବରା, ପାରିଜାତ ଓ ମୁଆଁ ଲଡୁ ଭୋଗ ଲାଗି କରା ଯାଇଥାଏ। ରାତ୍ର ୧୦ଟାରେ ଦହି ପଖାଳ, ଏକ ପଇଡ, କିଛି ସୁବାସିତ ପୁଷ୍ପ ଅର୍ପଣ କରାଯିବା ପରେ ପଲଙ୍କ ଶଯ୍ୟା କରାଯାଇ ପହଡ ପଡିଥାଏ।

ମା”ଙ୍କ ବାର ମାସରେ ତେର ପର୍ବ ଥିଲେ ମଧ୍ୟ ସେଥି ମଧ୍ୟରୁ, ହିନ୍ଦୁ ନବବର୍ଷର ପ୍ରଥମ ଦିନ ପଣା ସଂକ୍ରାନ୍ତି(ନଣ୍ଡା ଦେଉଳ ଠାରେ ଝାମୁ ଯାତ୍ରା) ମୁଖ୍ୟ ପର୍ବ ହୋଇ ଥିବା ବେଳେ, ପବିତ୍ର ଅକ୍ଷୟ ତୃତୀୟାଠାରୁ ଦୀର୍ଘ ୨୧ଦିନ ପର୍ଯ୍ୟନ୍ତ ରମଣୀୟ ଓ ଆକର୍ଷଣୀୟ ଚନ୍ଦନ ଯାତ୍ରା ପାଳନ ହୋଇଥାଏ। ରଜରେ ଝୁଲଣ ଯାତ୍ରା ଓ ଆଶ୍ବିନ ମାସରେ େଷାଡ଼ଶ ଦିନ ବ୍ୟାପୀ ଶାରଦୀୟ ପାର୍ବଣ ପୂଜା ଲାଗି ଥାଏ। ଏହି ପାର୍ବଣରେ ମା”ଙ୍କ ଦୈନିକ ବିଭିନ୍ନ ଦେଶ ଧାରଣ କରି ଥାନ୍ତି। ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀ ନିବାସ, ବିଶ୍ରାମଗାର, ସୂଚନା କେନ୍ଦ୍ର, ବଳଭନ୍ଦ୍ରଙ୍କ ଦାରୁ ପାତାଳି କ୍ଷେତ୍ର, ମନୋରମ ଚନ୍ଦନ ପୋଖରୀ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନିମନ୍ତେ ପୁଲିସ ଆଉଟ ପୋଷ୍ଟ ମାନ ରହିଛି।

https://www.thesakala.in/special/sarala-pitha/article-5
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର