ଗୋଟିଏ ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ଦୁର୍ବଳ ହୋଇଥାଏ ସ୍ମରଣଶକ୍ତି

The Sakala Picture
Published On

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ। ଏଥିଯୋଗୁଁ ଲୋକେ ଅନେକ ସମୟରେ ଦରକାରୀ ଜିନିଷ ଭୁଲି ଯାଉଛନ୍ତି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ […]

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ। ଏଥିଯୋଗୁଁ ଲୋକେ ଅନେକ ସମୟରେ ଦରକାରୀ ଜିନିଷ ଭୁଲି ଯାଉଛନ୍ତି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଏଭଳି ଲୋକଙ୍କୁ ଦିନରେ ଅତି ବେଶୀରେ ତିନି ଘଣ୍ଟା ଛିଡ଼ା ହେବାର ଆବଶ୍ୟକତା ଅଛି। ଏହା ଦୀର୍ଘାୟୁ ହେବାରେ ସାହାଯ୍ୟ କରେ। ଛିଡା ହେବା ଦ୍ବାରା ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ। ସେହିପରି ଆଠ ଘଣ୍ଟାରୁ ଅଧିକ ସମୟ ବସୁଥିବା ଲୋକଙ୍କଠାରେ ଅବସାଦ ଓ ଥକ୍କାପଣ ଦେଖିବାକୁ ମିଳିଥାଏ। ଏଭଳି ଲୋକଙ୍କ ତୁଳନାରେ ଯେଉଁମାନେ ତିନି ଘଣ୍ଟା ଛିଡ଼ା ହୁଅନ୍ତି, ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା କମ୍ ଦେଖାଦିଏ। ଦୀର୍ଘ ସମୟ ବସି ରହିବା ଯୋଗୁଁ ଏହା ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଓ ସ୍ମରଣଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ଏହାବ୍ୟତୀତ ଦୀର୍ଘ ସମୟ ବସି ରହିଲେ ଶରୀରର ସବୁ ଅଂଶରେ ରକ୍ତ ପ୍ରବାହ ଏକପ୍ରକାର ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ରକ୍ତ ପ୍ରବାହ ଠିକ୍ ଭାବେ ନ ହେଲେ ମସ୍ତିଷ୍କ କୋଷରେ ଅମ୍ଳଜାନ ଓ ପୋଷକ ତତ୍ତ୍ବ ପରିଣାମ ବି ହ୍ରାସପାଏ। ସେହିପରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ଏହି ପୂରା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ। ଅନ୍ୟପଟେ ଏହାର ପ୍ରଭାବ ଆମ ପାଦ ଉପରେ ମଧ୍ୟ ପଡ଼ିଥାଏ। ମସ୍ତିଷ୍କର ସକ୍ରିୟତା ବଜାୟ ରଖିବା ଲାଗି ଲୋକଙ୍କୁ ପ୍ରତି ଅଧ ଘଣ୍ଟାରେ ଦୁଇ ମିନିଟ୍ ଉଠି ଚଲାବୁଲା ଦରକାର। ଏଭଳି କରିବା ଦ୍ବାରା ମସ୍ତିଷ୍କରେ ରକ୍ତ ପ୍ରବାହ ବଢ଼ିଥାଏ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

20 Jan 2023 By The Sakala

ଗୋଟିଏ ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ଦୁର୍ବଳ ହୋଇଥାଏ ସ୍ମରଣଶକ୍ତି

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ। ଏଥିଯୋଗୁଁ ଲୋକେ ଅନେକ ସମୟରେ ଦରକାରୀ ଜିନିଷ ଭୁଲି ଯାଉଛନ୍ତି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଏଭଳି ଲୋକଙ୍କୁ ଦିନରେ ଅତି ବେଶୀରେ ତିନି ଘଣ୍ଟା ଛିଡ଼ା ହେବାର ଆବଶ୍ୟକତା ଅଛି। ଏହା ଦୀର୍ଘାୟୁ ହେବାରେ ସାହାଯ୍ୟ କରେ। ଛିଡା ହେବା ଦ୍ବାରା ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ। ସେହିପରି ଆଠ ଘଣ୍ଟାରୁ ଅଧିକ ସମୟ ବସୁଥିବା ଲୋକଙ୍କଠାରେ ଅବସାଦ ଓ ଥକ୍କାପଣ ଦେଖିବାକୁ ମିଳିଥାଏ। ଏଭଳି ଲୋକଙ୍କ ତୁଳନାରେ ଯେଉଁମାନେ ତିନି ଘଣ୍ଟା ଛିଡ଼ା ହୁଅନ୍ତି, ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା କମ୍ ଦେଖାଦିଏ। ଦୀର୍ଘ ସମୟ ବସି ରହିବା ଯୋଗୁଁ ଏହା ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଓ ସ୍ମରଣଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଏହାବ୍ୟତୀତ ଦୀର୍ଘ ସମୟ ବସି ରହିଲେ ଶରୀରର ସବୁ ଅଂଶରେ ରକ୍ତ ପ୍ରବାହ ଏକପ୍ରକାର ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ରକ୍ତ ପ୍ରବାହ ଠିକ୍ ଭାବେ ନ ହେଲେ ମସ୍ତିଷ୍କ କୋଷରେ ଅମ୍ଳଜାନ ଓ ପୋଷକ ତତ୍ତ୍ବ ପରିଣାମ ବି ହ୍ରାସପାଏ। ସେହିପରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ଏହି ପୂରା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ। ଅନ୍ୟପଟେ ଏହାର ପ୍ରଭାବ ଆମ ପାଦ ଉପରେ ମଧ୍ୟ ପଡ଼ିଥାଏ। ମସ୍ତିଷ୍କର ସକ୍ରିୟତା ବଜାୟ ରଖିବା ଲାଗି ଲୋକଙ୍କୁ ପ୍ରତି ଅଧ ଘଣ୍ଟାରେ ଦୁଇ ମିନିଟ୍ ଉଠି ଚଲାବୁଲା ଦରକାର। ଏଭଳି କରିବା ଦ୍ବାରା ମସ୍ତିଷ୍କରେ ରକ୍ତ ପ୍ରବାହ ବଢ଼ିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର