ଗୋଟିଏ ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ଦୁର୍ବଳ ହୋଇଥାଏ ସ୍ମରଣଶକ୍ତି

The Sakala Picture
Published On

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ। ଏଥିଯୋଗୁଁ ଲୋକେ ଅନେକ ସମୟରେ ଦରକାରୀ ଜିନିଷ ଭୁଲି ଯାଉଛନ୍ତି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ […]

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ। ଏଥିଯୋଗୁଁ ଲୋକେ ଅନେକ ସମୟରେ ଦରକାରୀ ଜିନିଷ ଭୁଲି ଯାଉଛନ୍ତି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ଉତ୍ସାହର ସହ ପାଳିତ ହେଉଛି ପବିତ୍ର ବିଜୟା ଦଶମୀ ଓ ଦଶହରା

ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଏଭଳି ଲୋକଙ୍କୁ ଦିନରେ ଅତି ବେଶୀରେ ତିନି ଘଣ୍ଟା ଛିଡ଼ା ହେବାର ଆବଶ୍ୟକତା ଅଛି। ଏହା ଦୀର୍ଘାୟୁ ହେବାରେ ସାହାଯ୍ୟ କରେ। ଛିଡା ହେବା ଦ୍ବାରା ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ। ସେହିପରି ଆଠ ଘଣ୍ଟାରୁ ଅଧିକ ସମୟ ବସୁଥିବା ଲୋକଙ୍କଠାରେ ଅବସାଦ ଓ ଥକ୍କାପଣ ଦେଖିବାକୁ ମିଳିଥାଏ। ଏଭଳି ଲୋକଙ୍କ ତୁଳନାରେ ଯେଉଁମାନେ ତିନି ଘଣ୍ଟା ଛିଡ଼ା ହୁଅନ୍ତି, ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା କମ୍ ଦେଖାଦିଏ। ଦୀର୍ଘ ସମୟ ବସି ରହିବା ଯୋଗୁଁ ଏହା ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଓ ସ୍ମରଣଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଆହୁରି ପଢ଼ନ୍ତୁ: ସୋସିଆଲ୍ ମିଡିଆ ପୋଷ୍ଟ ହଟାଇବା ନେଇ ସରକାରୀ ନିର୍ଦ୍ଦେଶର ଗୋପନୀୟତା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଏହାବ୍ୟତୀତ ଦୀର୍ଘ ସମୟ ବସି ରହିଲେ ଶରୀରର ସବୁ ଅଂଶରେ ରକ୍ତ ପ୍ରବାହ ଏକପ୍ରକାର ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ରକ୍ତ ପ୍ରବାହ ଠିକ୍ ଭାବେ ନ ହେଲେ ମସ୍ତିଷ୍କ କୋଷରେ ଅମ୍ଳଜାନ ଓ ପୋଷକ ତତ୍ତ୍ବ ପରିଣାମ ବି ହ୍ରାସପାଏ। ସେହିପରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ଏହି ପୂରା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ। ଅନ୍ୟପଟେ ଏହାର ପ୍ରଭାବ ଆମ ପାଦ ଉପରେ ମଧ୍ୟ ପଡ଼ିଥାଏ। ମସ୍ତିଷ୍କର ସକ୍ରିୟତା ବଜାୟ ରଖିବା ଲାଗି ଲୋକଙ୍କୁ ପ୍ରତି ଅଧ ଘଣ୍ଟାରେ ଦୁଇ ମିନିଟ୍ ଉଠି ଚଲାବୁଲା ଦରକାର। ଏଭଳି କରିବା ଦ୍ବାରା ମସ୍ତିଷ୍କରେ ରକ୍ତ ପ୍ରବାହ ବଢ଼ିଥାଏ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର