ଆସନ୍ତୁ ଜାଣିବା ଭାରତର ଏହି ରହସ୍ୟମୟ ଓଲଟା ମନ୍ଦିର ବିଷୟରେ…

The Sakala Picture
Published On

ଭାରତରେ ଏଭଳି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଭେଦ କରିବା ଅସମ୍ଭବ। ଏମିତି ଏକ ମନ୍ଦିର ରାଜସ୍ଥାନର ରଟଲାଇରେ ଅଛି। ଯାହା ଓଲଟା ମନ୍ଦିର ଭାବେ ଖ୍ୟାତ। କେହି କେହି ଏହାକୁ ତନ୍ତ୍ରପୀଠ ମଧ୍ୟ କୁହନ୍ତି। ଏହି ମନ୍ଦିରର ଗମ୍ବୁଜ ଭୂମିରେ ଥିବା ବେଳେ, ଚଟାଣ ଉପରକୁ ଅଛି। ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରର ସ୍ଥାପତ୍ୟ ଅନନ୍ୟ। ଲାଲ ରଙ୍ଗର ପଥରରେ ମନ୍ଦିରଟି ନିର୍ମିତ ହୋଇଛି। କେବଳ ସେତିକି ନୁହେଁ, ମନ୍ଦିର ନିର୍ମାଣରେ କୌଣସି ବାଲି, […]

ଭାରତରେ ଏଭଳି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଭେଦ କରିବା ଅସମ୍ଭବ। ଏମିତି ଏକ ମନ୍ଦିର ରାଜସ୍ଥାନର ରଟଲାଇରେ ଅଛି। ଯାହା ଓଲଟା ମନ୍ଦିର ଭାବେ ଖ୍ୟାତ। କେହି କେହି ଏହାକୁ ତନ୍ତ୍ରପୀଠ ମଧ୍ୟ କୁହନ୍ତି। ଏହି ମନ୍ଦିରର ଗମ୍ବୁଜ ଭୂମିରେ ଥିବା ବେଳେ, ଚଟାଣ ଉପରକୁ ଅଛି। ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରର ସ୍ଥାପତ୍ୟ ଅନନ୍ୟ। ଲାଲ ରଙ୍ଗର ପଥରରେ ମନ୍ଦିରଟି ନିର୍ମିତ ହୋଇଛି। କେବଳ ସେତିକି ନୁହେଁ, ମନ୍ଦିର ନିର୍ମାଣରେ କୌଣସି ବାଲି, ଚୂନ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ନାହିଁ। ଏହାର ମୁଖ୍ୟ ଦ୍ବାର ପଶ୍ଚିମ ଦିଗରେ ଥିବା ବେଳେ, ଅନ୍ୟ ଦ୍ବାରଟି ପୂର୍ବ ଦିଗରେ ରହିଛି। ମନ୍ଦିରରେ ୧୮ଟି ଖମ୍ବ ରହିଛି। ଭଗବାନ ଭୈରବ, ଚୌଷଠୀ ଯୋଗିନୀ, ଦେବୀ କାଳୀ, ଶ୍ରୀହନୁମାନ ଓ ଶିବଙ୍କ ମୂର୍ତ୍ତି ମନ୍ଦିରରେ ରହିଛି। ଲୋକକଥା ଅନୁସାରେ, କିଛି ତାନ୍ତ୍ରିକ ତନ୍ତ୍ର ବିଦ୍ୟା ବଳରେ ଏହି ମନ୍ଦିରକୁ ଏକ ଅଜ୍ଞାତ ସ୍ଥାନକୁ ଉଡ଼ାଇ ନେଉଥିଲେ। ଏହି ସମୟରେ ରଟଲାଇର ଲୋକମାନେ ଆକାଶରେ ପଥର ମନ୍ଦିର ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ। ଏହି ଖବର ବ୍ୟାପିବାକୁ ଲାଗିଲା। ଫଳରେ ତାନ୍ତ୍ରିକମାନେ ଏଠାରେ ମନ୍ଦିରକୁ ଓହ୍ଲାଇ ଦେଇଥିଲେ ଏବଂ ସେମାନେ ତନ୍ତ୍ର ବିଦ୍ୟାରେ ଏହାକୁ ଓଲଟା କରିଦେଲେ। ସେବେଠାରୁ ଏହା ଓଲଟା ଭାବେ ରହି ଆସିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର