ଆଜି ବିଶ୍ୱ ମହାସାଗର ଦିବସ

The Sakala Picture
Published On

ଆମ ପୃଥିବୀର ୭୧% ଅଂଶ ଜଳଦ୍ବାରା ଆଚ୍ଛାଦିତ। ସେଥିପାଇଁ ଏହାକୁ ନୀଳଗ୍ରହ ବା ଜଳଗ୍ରହ କୁହାଯାଏ। ପ୍ରତ୍ୟେକ ବର୍ଷ ଜୁନ୍‌ ୮ରେ ‘ବିଶ୍ୱ ମହାସାଗର ଦିବସ’ ପାଳନ କରାଯାଏ। ୧୯୯୨ରୁ ପ୍ରତିବର୍ଷ ବିଶ୍ୱବ୍ୟାପି ଏହା ପାଳିତ ହୋଇ ଆସୁଛି। ୧୯୯୨ ମସିହା ଏହି ଦିନ ବ୍ରାଜିଲ୍‌ର ରିଓଡ଼ି ଜେନେରୋରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀ ଅବସରରେ ମହାସାଗର ସୁରକ୍ଷା ଲାଗି ଦିନଟିଏ ଉତ୍ସର୍ଗ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। କାନାଡ଼ା ଦେଇଥିଲା ଉକ୍ତ ପ୍ରସ୍ତାବ। ୨୦୦୮ ମସିହାରେ ମିଳିତ […]

ଆମ ପୃଥିବୀର ୭୧% ଅଂଶ ଜଳଦ୍ବାରା ଆଚ୍ଛାଦିତ। ସେଥିପାଇଁ ଏହାକୁ ନୀଳଗ୍ରହ ବା ଜଳଗ୍ରହ କୁହାଯାଏ। ପ୍ରତ୍ୟେକ ବର୍ଷ ଜୁନ୍‌ ୮ରେ ‘ବିଶ୍ୱ ମହାସାଗର ଦିବସ’ ପାଳନ କରାଯାଏ। ୧୯୯୨ରୁ ପ୍ରତିବର୍ଷ ବିଶ୍ୱବ୍ୟାପି ଏହା ପାଳିତ ହୋଇ ଆସୁଛି। ୧୯୯୨ ମସିହା ଏହି ଦିନ ବ୍ରାଜିଲ୍‌ର ରିଓଡ଼ି ଜେନେରୋରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀ ଅବସରରେ ମହାସାଗର ସୁରକ୍ଷା ଲାଗି ଦିନଟିଏ ଉତ୍ସର୍ଗ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। କାନାଡ଼ା ଦେଇଥିଲା ଉକ୍ତ ପ୍ରସ୍ତାବ। ୨୦୦୮ ମସିହାରେ ମିଳିତ ଜାତିସଂଘ ଜୁନ୍‌ ୮କୁ ବିଶ୍ବ ମହାସାଗର ଦିବସ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେଇଥିଲା। ପ୍ରଥମ ଥର ପାଇଁ ୨୦୦୯ ମସିହାରେ ‘ବିଶ୍ବ ମହାସାଗର ଦିବସ’ ‘ଆମ ମହାସାଗର, ଆମ ଦାୟିତ୍ବ ’ ବିଷୟବସ୍ତୁ ନେଇ ପାଳନ ଆରମ୍ଭ କରାଯାଇଥିଲା। ଜୀବଜଗତ ପ୍ରତି ମହାସାଗରର ଅବଦାନ ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କ ସଂରକ୍ଷଣ ଦିଗରେ ମୂଲ୍ୟ ବୁଝିବା ସହ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ମହାସାଗର ହିଁ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟର ପ୍ରମୁଖ ଭୂମିକା ଗ୍ରହଣ କରିଛି। କିନ୍ତୁ ଜନସଂଖ୍ୟା ବିସ୍ଫୋରଣ ଏବଂ ମଣିଷ ଅଧିକରୁ ଅଧିକ ମହାସାଗର ଉପରେ ନିର୍ଭରଶୀଳ ହୋଇପଡ଼ିଥିବାରୁ ସାମୁଦ୍ରିକ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରଦୂଷଣ ଯୋଗୁଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ସାମୁଦ୍ରିକ ଜୀବଙ୍କ ପ୍ରାଣହାନି ଘଟିବା ସହ ଜୈବିକ ପରିବେଶ ଉପରେ ଘୋର ପ୍ରଭାବ ମଧ୍ୟ ପଡୁଛି। ସାମୁଦ୍ରିକ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ପ୍ରମୁଖ କାରଣ ହେଉଛି ମନୁଷ୍ୟକୃତ। କଳ କାରଖାନା, ପ୍ଲାଷ୍ଟିକ୍‌ ଓ ଅନ୍ୟାନ୍ୟ ବର୍ଜ୍ୟ, ଜାହାଜମାନଙ୍କରୁ ବାହାରୁଥିବା ଧୂଆଁ ଧୂଳି ତଥା ଅନ୍ୟାନ୍ୟ ବର୍ଜ୍ୟ, ଗଭୀର ସମୁଦ୍ରରେ ଖଣି ଖନନ, ପରିବେଶ ପ୍ରଦୂଷଣ, କେମିକାଲ ତଥା କୀଟନାଶକ ଇତ୍ୟାଦିର ପ୍ରବାହ ସମଗ୍ର ସାମୁଦ୍ରିକ ଜୈବବିବିଧତା ଉପରେ କୁପ୍ରଭାବ ପକାଏ। ସାମୁଦ୍ରିକ ଆବର୍ଜନାର ପ୍ରାୟ ୮ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୦ କୋଟି ଟନ୍‌ ହେଉଛି ପ୍ଲାଷ୍ଟିକ ଆବର୍ଜନା, ଯାହା ଛୋଟ ମାଛଠୁ ନେଇ ବିଶାଳ ଡଲଫିନ୍‌ ପର୍ଯ୍ୟନ୍ତ ସମସ୍ତ ସାମୁଦ୍ରିକ ଜୀବଗୁଡ଼ିକ ପାଇଁ ରୋଗ ଓ ମୃତ୍ୟୁର କାରଣ ସାଜିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରେଇବା ଲାଗି ଏହି ଦିବସରେ ପ୍ରତିବର୍ଷ ବିଭିନ୍ନ ଥିମ ଦିଆଯାଇଥାଏ। ଚଳିତବର୍ଷର ଥିମ୍‌ ରହିଛି ‘ପୁନରୁଦ୍ଧାର: ମହାସାଗର ପାଇଁ ସାମୂହିକ କାର୍ଯ୍ୟ।’

ଆହୁରି ପଢ଼ନ୍ତୁ: ଭାରତର ସ୍ୱଦେଶୀ ୫ମ ପିଢ଼ିର ଯୁଦ୍ଧବିମାନ 'AMCA': ୧୫,୦୦୦ କୋଟି ଟଙ୍କାର ମେଗା ପ୍ରୋଜେକ୍ଟ ପାଇଁ ଟେଣ୍ଡର ଜାରି

08 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp