ମୁଖା ଖୋଲିଛି

The Sakala Picture
Published On

ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମ ସହ କେବଳ ସେନାବାହିନୀ ନୁହେଁ, ଶାସନତନ୍ତ୍ର ମଧ୍ୟ ସଂଶ୍ଳିଷ୍ଟ। ଭାରତ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖରେ ପାକିସ୍ତାନର ଏହି କଳା କାରନାମାକୁ ପଦାରେ ପକାଇଦେଇଛି। ଏହି ସତ୍ୟ ଉନ୍ମୋଚନ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କୂଟନୈତିକ ପ୍ରହାରରେ ଲହୁଲୁହାଣ ହୋଇଛି ପାକିସ୍ତାନ। ଏପରିକି ନିକଟତମ ସହଯୋଗୀ ଚୀନ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ଯୁଦ୍ଧ ବଦଳରେ ଶାନ୍ତି ଓ ସଦ୍‌‌ଭାବନା ସକାଶେ ପରାମର୍ଶ ଦେଇଛି। ସୀମିତ […]

ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମ ସହ କେବଳ ସେନାବାହିନୀ ନୁହେଁ, ଶାସନତନ୍ତ୍ର ମଧ୍ୟ ସଂଶ୍ଳିଷ୍ଟ। ଭାରତ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖରେ ପାକିସ୍ତାନର ଏହି କଳା କାରନାମାକୁ ପଦାରେ ପକାଇଦେଇଛି। ଏହି ସତ୍ୟ ଉନ୍ମୋଚନ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କୂଟନୈତିକ ପ୍ରହାରରେ ଲହୁଲୁହାଣ ହୋଇଛି ପାକିସ୍ତାନ। ଏପରିକି ନିକଟତମ ସହଯୋଗୀ ଚୀନ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ଯୁଦ୍ଧ ବଦଳରେ ଶାନ୍ତି ଓ ସଦ୍‌‌ଭାବନା ସକାଶେ ପରାମର୍ଶ ଦେଇଛି। ସୀମିତ ଓ ପୂର୍ଣ୍ଣ ଯୁଦ୍ଧ ମଧ୍ୟରେ ଥିବା ସୀମିତ ଅନ୍ତର କ୍ରମେ ସଂକୁଚିତ ହେଉଥିବାରୁ ଆଗକୁ କ’ଣ ଘଟିବ ସେନେଇ କିଛି ମତାମତ ଦେବା ଠିକ୍‌‌ ହେବ ନାହିଁ। ତେବେ ଏକଥା ସତ ଯେ ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଅସିମ ମୁନୀର ନିଜର ପଇଁତରା ପ୍ରଦର୍ଶନ ପାଇଁ ଗ୍ରହଣ କରିଥିବା ଅପରିଣାମଦର୍ଶୀ ପଦକ୍ଷେପ ଆର୍ଥିକ ସଂକଟ ଦେଇ ଗତିକରୁଥିବା ପାକିସ୍ତାନକୁ ଯୁଦ୍ଧ ମୁହଁକୁ ଠେଲିଦେଇଛି। କେବଳ ସେନାବାହିନୀ ନୁହେଁ, ପାକ୍‌‌ ନାଗରିକ ମଧ୍ୟ ତାଙ୍କ ବିରୋଧରେ ବିଦ୍ରୋହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯେକୌଣସି ସମୟରେ ପାକ୍‌‌ ସେନାବାହିନୀର ନେତୃତ୍ୱ ପରିବର୍ତ୍ତନ ଘଟିବା ଏକପ୍ରକାର ଅବଶ୍ୟମ୍ଭାବୀ ହୋଇପଡ଼ିଛି। ଯଦି ଏହି ସ୍ଥିତି ଅପରିବର୍ତ୍ତିତ ରହେ, ତେବେ ପରିଲକ୍ଷିତ ଯୁଦ୍ଧ ସ୍ଥିତି ଗତିଶୀଳତା ହରାଇବା ଏକ ପ୍ରକାର ଥୟ।

ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ଭାରତର ସାର୍ବଭୌମ ଅଧିକାର। ପହଲଗାମ୍‌‌ରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଯେଭଳି ନୃଶଂସ ଭାବେ ଆତଙ୍କବାଦୀମାନେ ହତ୍ୟା କଲେ, ତାହାର ଉତ୍ତର ତ ଦେବାକୁ ପଡ଼ିବ। ତେଣୁ ପାକ୍‌‌ ଅଧିକୃତ କାଶ୍ମୀର ଓ ପାକିସ୍ତାନରେ ମୁଣ୍ଡ ଟେକିଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଭାରତ ନିର୍ଦ୍ଦିଷ୍ଟ ଭାବେ ସାମରିକ କାର୍ଯ୍ୟକ୍ରମ ମାଧ୍ୟମରେ ଧ୍ୱଂସ କରିଛି। ଏ କ୍ଷେତ୍ରରେ ପ୍ରଦର୍ଶନ କରାଯାଇଥିବା ସଂଯମ ଓ ପରିପକ୍ୱତା ନିଶ୍ଚୟ ପ୍ରଶଂସାଯୋଗ୍ୟ। ପାକିସ୍ତାନର ସାଧାରଣ ଜନତା ଓ ସାମରିକ ଘାଟି ଉପରେ ଯେପରି ଆଞ୍ଚ ନ ଆସେ ସେଥିପ୍ରତି ସତର୍କତା ଅବଲମ୍ବନ କରିଛି ଭାରତ। ଏହା କେବଳ ସେନାବାହିନୀର ନିପୁଣତା ନୁହେଁ, ଭାରତର ନୀତିଗତ ନିଷ୍ପତ୍ତି ଓ ଉଦ୍ଦେଶ୍ୟକୁ ପ୍ରମାଣିତ କରିଛି। ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିଆନା, ରାଜସ୍ଥାନ ଓ ଗୁଜରାଟର ୧୫ଟି ସହରରେ ଥିବା ସାମରିକ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ଦପ୍ତରକୁ ଧ୍ୱଂସ କରିବା ସକାଶେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ କରାଯାଇଥିବା ଆକ୍ରମଣକୁ ଭାରତ ନିଷ୍ଫଳ ଓ ବ୍ୟର୍ଥ କରିଛି। ଆମକୁ ଏଠାରେ କହିବାକୁ ପଡୁଛି ଯେ ଭାରତ ଏ ପର୍ଯ୍ୟନ୍ତ ଆକ୍ରମଣ କିମ୍ବା ଯୁଦ୍ଧ ଘୋଷଣା କରିନି। କେବଳ ନିଜର ସୁରକ୍ଷା ସକାଶେ ସେମାନଙ୍କ ଆକ୍ରମଣକୁ ପ୍ରତିହତ କରିଆସିଛି।

ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ପାକିସ୍ତାନକୁ ଏ ପର୍ଯ୍ୟନ୍ତ ସହାୟତା ଯୋଗାଇ ଆସିଥିବା ସାଉଦି ଆରବର ଉପବୈଦେଶିକ ମନ୍ତ୍ରୀ ଇସଲାମବାଦ ପରେ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଯେତେଦୂର ମନେହୁଏ, ଦ୍ୱିପାକ୍ଷିକ କଥାବାର୍ତ୍ତାରେ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାପଛରେ ପାକିସ୍ତାନର ନିରବ ସମର୍ଥନ ଥିବା ସ୍ପଷ୍ଟ ହୋଇଛି। ଆତଙ୍କବାଦୀଙ୍କୁ ପାକିସ୍ତାନ କେବଳ ଆଶ୍ରୟ ଓ ପ୍ରଶୟ ଦେଇନି, ଜାତୀୟ ରଣନୀତିର ଅନ୍ୟତମ ଅଂଶୀଦାରର ମାନ୍ୟତା ଦେଇଛି। ଭାରତର କାର୍ଯ୍ୟାନୁଷ୍ଠାନରେ ନିହତ ଆତଙ୍କବାଦୀଙ୍କୁ ଜାତୀୟ ସମ୍ମାନ ସହିତ କବର ଦିଆଯାଇଛି। ସେଥିରୁ ସେମାନଙ୍କ ଭୂମିକା ସ୍ପଷ୍ଟ ହୋଇଛି। ଏହି ନିହତଙ୍କ ମଧ୍ୟରେ ଆଇସି-୮୧୪ ବିମାନ ଅପହରଣ ଘଟଣାର ମୁଖ୍ୟ ସଞ୍ଚାଳକ ରୌଫ ଆଝାର ଅନ୍ୟତମ। ସେ ଜୈସ-ଇ ମହମ୍ମଦ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାରର ସାନ ଭାଇ।

ଘଟଣାକ୍ରମକୁ ଅନୁଧ୍ୟାନ କଲେ ସ୍ପଷ୍ଟ ମନେହୁଏ ଯେ ଆଧୁନିକ ଯୁଦ୍ଧକୌଶଳର ଏ ପର୍ଯ୍ୟନ୍ତ ନିକଟବର୍ତ୍ତୀ ହୋଇପାରିନି ପାକ୍‌‌ ସେନାବାହିନୀ। ଭାରତ ଏ ପର୍ଯ୍ୟନ୍ତ ସେମାନଙ୍କ ଆକ୍ରମଣର ସଫଳ ପ୍ରତିହତ କରିନି, ଆବଶ୍ୟକତା ଦୃଷ୍ଟିରୁ ଗୁରୁବାର ଲାହୋର, କରାଚି ଓ ରାଓଲପିଣ୍ଡିର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ନିଜର ପରାକ୍ରମ ସାବ୍ୟସ୍ତ କରିଛି। ନିର୍ଣ୍ଣାୟକ ଯୁଦ୍ଧରେ ଭାରତ ଯେ ଆଗୁଆ ତାହା ପ୍ରମାଣ କରିଛି। ଏକଥା ସତ ଯେ ଅସ୍ତ୍ରବିରତି ଚୁକ୍ତି ଲଂଘନ କରି ପାକିସ୍ତାନ ପୁଞ୍ଚ, ରାଜୌରି ଓ ଅଖନୁର ସୀମାନ୍ତ ଗ୍ରାମ ଉପରେ ଗୁଳିଗୋଳା ପ୍ରହାର କରିଚାଲିଛି। ଏଥିରେ ଗ୍ରାମବାସୀଙ୍କ ଘରଦ୍ୱାର ଭାଙ୍ଗିଛି ଓ ପ୍ରାୟ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହି ନିୟନ୍ତ୍ରଣରେଖା ଅତିକ୍ରମ କରି କିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ମଧ୍ୟ ପଣ୍ଡ କରାଯାଇଛି। ପରିସ୍ଥ୍‌‌ିତିର ମୁକାବିଲା ସକାଶେ ଇତିମଧ୍ୟରେ ଅତିରିକ୍ତ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି। ସିନ୍ଧୁଜଳ ବଣ୍ଟନ ଚୁକ୍ତିକୁ ଅନିର୍ଦ୍ଦିଷ୍ଟ କାଳ ସକାଶେ ସ୍ଥଗିତ ରଖାଯାଇଥିବାରୁ ତାହାର ପରିଣାମ ସ୍ୱରୂପ ପାକିସ୍ତାନର କେଉଁଠି ଅଦିନିଆ ବନ୍ୟା ସୃଷ୍ଟି ହୋଇଛି ତ କେଉଁଠି ଜଳାଭାବରୁ ଫସଲ ଉଜୁଡ଼ିଯିବା ଭଳି ପରିସ୍ଥିତି ଉପୁଜିଛି। ସିନ୍ଧୁ ଜଳକୁ ବୋମା ରୂପେ ପ୍ରୟୋଗ କରି ପାକିସ୍ତାନ ବ୍ୟବସ୍ଥାରେ ଚରମ ବିଶୃଙ୍ଖଳା ସୃଷ୍ଟି କରିଛି ଭାରତ।

ପାକିସ୍ତାନର ସ୍ଥିତିରୁ ସ୍ପଷ୍ଟ ମନେ ହୁଏ ଯେ ଦେଶର ଅର୍ଥନୀତି ଓ ରାଜନୀତି ଆଦୌ ଯୁଦ୍ଧ ପାଇଁ ଅନୁକୂଳ ନୁହେଁ। ଆତଙ୍କବାଦୀ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ଗାଲୁମାରି ଆସୁଥିବା ପାକିସ୍ତାନର ମୁଖା ଖୋଲିଦେଇଛି ଭାରତ। ତେଣୁ ଆତଙ୍କବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଶ୍ୱର ଅଧିକାଂଶ ପ୍ରଭାବଶାଳୀ ରାଷ୍ଟ୍ରଠାରୁ ସମର୍ଥନ ପାଉନି ପାକିସ୍ତାନ। ତୁର୍କୀର ଖୋଲା ସମର୍ଥନ ତା’ ପାଇଁ ଯଥେଷ୍ଟ ନୁହେଁ। ଆଗରୁ ଚୀନ୍‌‌ ସମର୍ଥନ ଘୋଷଣା କରିଥିଲେ ମଧ୍ୟ ଏବେ ପଛଘୁଞ୍ଚା ଦେଇଛି। ଅନ୍ୟପକ୍ଷରେ ଆମେରିକା, ୟୁରୋପୀୟ ରାଷ୍ଟ୍ର ସଂଘ, ଅଷ୍ଟ୍ରେଲିଆ, ରୁଷ ଓ ଜାପାନ ଭାରତକୁ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଛି। ଭାରତର ଉଚିତ ମୁକାବିଲା କରିପାରୁ ନ ଥିବା ପାକିସ୍ତାନ ବେଲୁଚ ମୁକ୍ତିସେନାଙ୍କ ସଣ୍ଢୁଆଶି ଆକ୍ରମଣକୁ ବ୍ୟର୍ଥ କରିବାରେ ନିଷ୍ଫଳ ହୋଇଛି। ଉଭୟ ପୂର୍ବ ଓ ପଶ୍ଚିମ ସୀମାରେ ସୃଷ୍ଟି ହୋଇଥିବା ମୁକାବିଲାମୂଳକ ପରିସ୍ଥିତିକୁ ସମ୍ଭାଳିବା ପାକିସ୍ତାନ ସେନା ପାଇଁ କାଠିକର ପାଠ ହୋଇଯାଇଛି। ତେଣୁ ଯୁଦ୍ଧ ବଦଳରେ ବୁଝାମଣା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହିଁ ଏକମାତ୍ର ବିକଳ୍ପ।

10 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର