ମହାକୁମ୍ଭରୁ ଶିକ୍ଷା

The Sakala Picture
Published On

ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଦୀର୍ଘ ୪୫ ଦିନ ବ୍ୟାପୀ ଚାଲିଥିବା ମହାକୁମ୍ଭ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇରହିବ। ଧର୍ମ, ବିଶ୍ୱାସ ଓ ଆସ୍ଥାକୁ ନେଇ ୧୪୪ ବର୍ଷ ପରେ ଅନୁଷ୍ଠିତ ମହାକୁମ୍ଭ ବିଶ୍ୱର ସବୁ ରେକର୍ଡ ଅତିକ୍ରମ କରିଛି। ୪୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଇଥିଲା ବେଳେ ମେଳା ଶେଷ ସୁଦ୍ଧା ଦେଶବିଦେଶର ୬୫ କୋଟିରୁ ଊର୍ଦ୍ଧ୍ବ ଲୋକ ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ତ୍ରିବେଣୀ ସଂଗମ ଓ ଗଙ୍ଗାଘାଟରେ ବୁଡ଼ […]

ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଦୀର୍ଘ ୪୫ ଦିନ ବ୍ୟାପୀ ଚାଲିଥିବା ମହାକୁମ୍ଭ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇରହିବ। ଧର୍ମ, ବିଶ୍ୱାସ ଓ ଆସ୍ଥାକୁ ନେଇ ୧୪୪ ବର୍ଷ ପରେ ଅନୁଷ୍ଠିତ ମହାକୁମ୍ଭ ବିଶ୍ୱର ସବୁ ରେକର୍ଡ ଅତିକ୍ରମ କରିଛି। ୪୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଇଥିଲା ବେଳେ ମେଳା ଶେଷ ସୁଦ୍ଧା ଦେଶବିଦେଶର ୬୫ କୋଟିରୁ ଊର୍ଦ୍ଧ୍ବ ଲୋକ ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ତ୍ରିବେଣୀ ସଂଗମ ଓ ଗଙ୍ଗାଘାଟରେ ବୁଡ଼ ପକାଇ ମହାରେକର୍ଡ ସୃଷ୍ଟି କରିଛନ୍ତି। ଏହି ମେଳା ପାଇଁ ମଧ୍ୟ ରେକର୍ଡ ସଂଖ୍ୟକ ଟ୍ରେନ ଚଳାଚଳର ବ୍ୟବସ୍ଥା କରଯାଇଥିଲା। ୭୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ଦୂତାବାସ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟ, ୧୧୮ ଜଣିଆ ବିଦେଶୀ ପ୍ରତିନିଧି ମଣ୍ଡଳୀ ମହାକୁମ୍ଭ ମେଳା ପରିଦର୍ଶନ କରିଥିବା ବେଳେ ଭୁଟାନ ରାଜା ସଙ୍ଗମରେ ବୁଡ଼ ପକାଇଥିଲେ।

ପ୍ରଥମ ଥର ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରଯାଇଥିବା ବେଳେ ଆୟୋଜନକାରୀ ପ୍ରାଧିକରଣ ଓ ଉତ୍ତରପ୍ରଦେଶ ସରକାରଙ୍କ ସଫଳ ପରିଚାଳନା ବ୍ୟବସ୍ଥା ସମସ୍ତଙ୍କୁ ଚକିତ କରିଛି। ୬୫ କୋଟି ଲୋକଙ୍କ ଯୋଗଦାନ ଏବଂ ଏହାକୁ ନିୟନ୍ତ୍ରଣ ଓ ପରିଚାଳନା କରିବା କ୍ଷେତ୍ରରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଯେଭଳି ରଣନୀତି ପ୍ରୟୋଗ କରାଯାଇଥିଲା, ତାହାକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ଚାଲିଛି। ଦଳଚକଟା ଭଳି କେତେକ ଅବାଞ୍ଛନୀୟ ଘଟଣା ସତ୍ତ୍ବେ ଏତେସଂଖ୍ୟାରେ ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଅଭୂତପୂର୍ବ ପରିଚାଳନା ବ୍ୟବସ୍ଥାକୁ ନେଇ ଏବେ ବିଶ୍ୱବ୍ୟାପୀ ଗବେଷଣା ଆରମ୍ଭ ହୋଇଛି। ବିଶେଷକରି ଭିଡ଼ ପରିଚାଳନା, ପରିବେଶ ସନ୍ତୁଳନ ରକ୍ଷା, ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏହା ମଧ୍ୟ କେତେକ ଶିକ୍ଷାନୁଷ୍ଠାନରେ ବିଷୟ ଭାବେ ଗ୍ରହଣ କରାଯାଇଛି। ହାର୍ଭାର୍ଡ, କଲମ୍ବିଆ ବିଶ୍ୱବିଦ୍ୟାଳୟ, ଲଣ୍ଡନ ସ୍କୁଲ ଅଫ୍‌‌ ଇକୋନୋମିକ୍ସ, କ୍ୟାଟୋ ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଗବେଷକ ଓ ଶିକ୍ଷାବିତ୍‌‌ମାନେ ଏହା ଉପରେ ଗବେଷଣା ଆରମ୍ଭ କରିବେ ବୋଲି ସୂଚନା ମିଳିଛି।

ଏଥିପାଇଁ ଦୁଇବର୍ଷ ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା। ପ୍ରୟାଗରାଜ ସହର ଓ କୁମ୍ଭକ୍ଷେତ୍ରର ୪୦ କିମି ପରିବ୍ୟାପ୍ତ ଅଞ୍ଚଳକୁ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଥିଲା। ପ୍ରତିଟି ସଡ଼କ, ସ୍ନାନଘାଟ, ଅସ୍ଥାୟୀ ପୋଲ, ମୁଖ୍ୟ ଓଭରବ୍ରିଜ୍‌‌ ଆଦିର ସୁରକ୍ଷାରେ ୨୭୦୦ରୁ ଅଧିକ ସିସିଟିଭି କ୍ୟାମେରା, ଏଆଇ ସଞ୍ଚାଳିତ ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ନିୟୋଜିତ କରାଯାଇଥିଲା। ମହାକୁମ୍ଭ ପରିସରରେ ସମନ୍ୱିତ କଣ୍ଟ୍ରୋଲ ଓ କମାଣ୍ଡ ସେଣ୍ଟର ଦ୍ୱାରା ୧୭ଟି ଡ୍ରୋନ ସେଣ୍ଟର ପରିଚାଳନା କରାଯାଇଥିଲା। ସେଥିମଧ୍ୟରୁ ତିନୋଟି କେନ୍ଦ୍ରରେ ଏଆଇ ବ୍ୟବସ୍ଥାରେ ମିଳୁଥିବା ତଥ୍ୟ ଏବଂ ସୂଚନାକୁ ଆଧାର କରି ତ୍ୱରିତ ପଦକ୍ଷେପ ନିଆଯାଉଥିଲା। ଏହି କେନ୍ଦ୍ରୀୟ କକ୍ଷରେ ମେଳାକୁ ଆସୁଥିବା ଲୋକଙ୍କ ମୁଖ ଚିହ୍ନଟ(ଫେସ୍‌‌ ରିକଗନାଇଜେସନ) ପ୍ରକ୍ରିୟାରେ ଗଣତି ମଧ୍ୟ କରାଯାଉଥିଲା। ଏହାବ୍ୟତୀତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ମେଳା ପ୍ରାଧିକରଣ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଆଇସିୟୁ ଏବଂ ପ୍ରସବ ପାଇଁ ମଧ୍ୟ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଥିଲା। ଯଦି ଭିଡ଼ରେ କେହି ହଜିଯାଏ ତେବେ ତାଙ୍କୁ ପାଇବା ଲାଗି ମେଳା ଆୟୋଜନକାରୀଙ୍କ ପକ୍ଷରୁ ‘ବୁଲା ଭଟକା କେନ୍ଦ୍ର’ ନାମରେ ଏକ ସ୍ୱତନ୍ତ୍ର କେନ୍ଦ୍ର କାର୍ଯ୍ୟକାରୀ କରାଯାଇଥିଲା। ଡିଜିଟାଲ ଉପାୟରେ କାର୍ଯ୍ୟ କରୁଥିବା ଏହି କେନ୍ଦ୍ର ଉପାଦେୟ ସାବ୍ୟସ୍ତ ହୋଇଥିଲା। ମେଳାରେ ହଜିଯାଇଥିବା ପ୍ରାୟ ୨୦ ହଜାର ଲୋକଙ୍କୁ ସେମାନଙ୍କ ପରିବାର ଲୋକ ପାଇଥିବା କୁହାଯାଇଛି। ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୫ହଜାର ସ୍ୱେଚ୍ଛାସେବୀ କର୍ମୀ ନିୟୋଜିତ ହୋଇଥିଲେ, ଯାହା ପରିମଳ ପରିଚାଳନାରେ ଏକ ବିଶ୍ୱରେକର୍ଡ ସୃଷ୍ଟି କରିଛି।

ଏହି ବୈଶ୍ୱିକ ମେଳା ପାଇଁ ପ୍ରାୟ ୧.୫ ଲକ୍ଷ ତମ୍ବୁ ଘର, ୪୫୦ କିମି ଅସ୍ଥାୟୀ ସଡ଼କ ପଥ, ୧୨ କିମି ବ୍ୟାପୀ ସ୍ନାନଘାଟ ନିର୍ମାଣ କରାଯାଇଥିଲା। ୧୮ ବର୍ଗ କିଲୋମିଟର ଅଞ୍ଚଳରେ ଗାଡ଼ି ରଖିବା ବ୍ୟବସ୍ଥା ହୋଇଥିଲା। ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୫୬ ଅସ୍ଥାୟୀ ପୁଲିସ୍‌‌ ଥାନାରେ ଉତ୍ତରପ୍ରଦେଶର ୪୦ ହଜାର ପୁଲିସ କର୍ମଚାରୀ, ୫୦ ଅଗ୍ନିଶମ ଥାନା ଓ ୯୦ ଅଗ୍ନିଶମ ପୋଷ୍ଟରେ ୨ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ, ୧୪ ବାଟାଲିୟନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହୋଇଥିଲେ। ଭିଡ଼ ସହିତ ଟ୍ରାଫିକ୍‌ ପରିଚାଳନା ମଧ୍ୟ ପ୍ରଶଂସନୀୟ ଥÒଲା।

ମହାକୁମ୍ଭ କେବଳ ଧର୍ମବିଶ୍ୱାସ ନୁହେଁ, ବ୍ୟବସାୟ ଓ ରୋଜଗାରର ମହାପନ୍ଥା ପାଲଟିଥିଲା। ବୁଲାବିକାଳିଙ୍କଠାରୁ ଆରମ୍ଭ କରି ଟେଣ୍ଟ ହାଉସ୍‌‌, ଫୁଡ୍‌‌ ଷ୍ଟଲ୍‌‌ ଇତ୍ୟାଦିରେ ବହୁଦେଶୀୟ କମ୍ପାନୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏହି ୪୫ ଦିନ ଗଙ୍ଗା କୂଳ ଏକ ରିୟଲ୍‌‌ ଇଷ୍ଟେଟ୍‌‌ ଏବଂ ହୋଟେଲ ବିପଣିରେ ପରିଣତ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାତ୍ରୀଙ୍କ ଗମନାଗମନ ପାଇଁ ନିୟୋଜିତ ମୋଟରସାଇକଲ୍‌‌ ଆରୋହୀଙ୍କ ଆୟ ପନ୍ଥା ମଧ୍ୟ ଆଖିଦୃଶିଆ ଥିଲା। ପ୍ରାୟ ୭, ୪୦୦ କୋଟି ଟଙ୍କା ଖର୍ଚ୍ଚରେ ଆୟୋଜିତ ଏହି ମହାକୁମ୍ଭ ମେଳାରେ ୨ ଲକ୍ଷ କୋଟିରୁ ଅଧିକ ସରକାରୀ ଆୟ ହୋଇଥିବା ବେଳେ ବେସରକାରୀ ଆୟ ମିଶିଲେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

ମୋଟ ଉପରେ କହିବାକୁ ଗଲେ କିଛିଟା ରାଜନୈତିକ ବିବାଦ, ଦଳାଚକଟା ଜନିତ ଅଘଟଣ, ଅଗ୍ନିକାଣ୍ଡ ସତ୍ତ୍ବେ ୧୪୪ ବର୍ଷରେ ଆୟୋଜିତ ଏହି କୁମ୍ଭମେଳା ଧର୍ମବିଶ୍ୱାସ, ଆଧ୍ୟାତ୍ମିକତା, ଜାତୀୟତାବୋଧର ଏକ ମହାସଙ୍ଗମ ସ୍ଥଳ ଥିଲା। ଶ୍ରଦ୍ଧାଳୁମାନେ କଷ୍ଟଭୁଲି ପୁଣ୍ୟ ଅର୍ଜନ ଓ ଅଭିଜ୍ଞତା ସାଉଁଟିଥିଲେ। ବିପୁଳ ସଂଖ୍ୟକ ଜନସମାଗମ ପରେ ଗଙ୍ଗା ଜଳ ପ୍ରଦୂଷଣକୁ ନେଇ ଯେଉଁ ବିବାଦ ଓ ରାଜନୀତି ସୃଷ୍ଟି ହୋଇଥିଲା ତାହା ଧର୍ମୀୟ ବିଶ୍ବାସ ଓ ଆସ୍ଥା ଆଗରେ ମଳିନ ପଡ଼ିଯାଇଥÒଲା। ପରିଚାଳନା, ଧର୍ମୀୟ ଭାବନା, ସାଂସ୍କୃତିକ ଉତ୍ତରଣ, ରାଜନୈତିକ ସମୀକରଣ ଦୃଷ୍ଟିରୁ ପ୍ରୟାଗରାଜ ମହାକୁମ୍ଭ ମେଳା ଯେ ନିଶ୍ଚିତ ଭାବେ ବିକଶିତ ଭାରତର ପ୍ରତିନିଧÒତ୍ବ କଲା ଏହା ନିଃସନ୍ଦେହ। ସାମାଜିକ-ଅର୍ଥନୈତିକ ସହବନ୍ଧନ, ଗୋଷ୍ଠୀଗତ ଓ ଐକ୍ୟ ଭାବନା ଦୃଷ୍ଟିରୁ ଭାରତ ଇତିହାସରେ ଏହା ଏକ ଅବିସ୍ମରଣୀୟ ଓ ଶିକ୍ଷଣୀୟ ଉଦାହରଣ ହୋଇ ରହିଯିବ।

28 Feb 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର