ଓମ୍‌‌ ବିର୍ଲା ଦ୍ୱିତୀୟ ଥର ଲୋକସଭା ବାଚସ୍ପତି ନିର୍ବାଚିତ, ବିରୋଧୀ ଦଳଙ୍କ ସାଙ୍କେତିକ ବଳକଷା ପ୍ରଭାବଶୂନ୍ୟ

The Sakala Picture
Published On

ଅଷ୍ଟାଦଶ ଲୋକସଭା ଗଠନ ପରେ ପ୍ରଥମ ଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ତଥା ପ୍ରତୀକାତ୍ମକ ଲଢ଼େଇରେ ଗଣତନ୍ତ୍ରର ବିଜୟ ହେଲା ଏବଂ ଅଧିକସଂଖ୍ୟକ ସାଂସଦଙ୍କ ସମର୍ଥନ ଥିବାରୁ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍‌‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌‌ ବିର୍ଲା କ୍ରମାଗତ ଭାବେ ବୁଧବାର ଦ୍ୱିତୀୟଥର ପାଇଁ ଲୋକସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ନିର୍ବାଚନ ସର୍ବସମ୍ମତିକ୍ରମେ କରିବାକୁ ବିଜେପି ଯେଉଁ ଉଦ୍ୟମ କରିଥିଲା ତାହାକୁ ବିରୋଧୀ କଂଗ୍ରେସ ଓ ତାହାର କେତେକ ମିତ୍ର ଦଳ ସମର୍ଥନ […]

ଅଷ୍ଟାଦଶ ଲୋକସଭା ଗଠନ ପରେ ପ୍ରଥମ ଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ତଥା ପ୍ରତୀକାତ୍ମକ ଲଢ଼େଇରେ ଗଣତନ୍ତ୍ରର ବିଜୟ ହେଲା ଏବଂ ଅଧିକସଂଖ୍ୟକ ସାଂସଦଙ୍କ ସମର୍ଥନ ଥିବାରୁ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍‌‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌‌ ବିର୍ଲା କ୍ରମାଗତ ଭାବେ ବୁଧବାର ଦ୍ୱିତୀୟଥର ପାଇଁ ଲୋକସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ନିର୍ବାଚନ ସର୍ବସମ୍ମତିକ୍ରମେ କରିବାକୁ ବିଜେପି ଯେଉଁ ଉଦ୍ୟମ କରିଥିଲା ତାହାକୁ ବିରୋଧୀ କଂଗ୍ରେସ ଓ ତାହାର କେତେକ ମିତ୍ର ଦଳ ସମର୍ଥନ କରିବା ପାଇଁ ଉପବାଚସ୍ପତି ପଦ ପ୍ରତିବଦଳରେ ଦାବି କରିଥିଲେ। ତେବେ ପରମ୍ପରା ଅନୁସାରେ ଶାସକ ଦଳ ଓ ମେଣ୍ଟର ସଦସ୍ୟ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ନିଜ ହାତରେ ରଖୁଥିବାରୁ ବିଜେପି କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ କରି ନ ଥିଲା। ନିଜ ପାଖରେ ଥିବା ଭୋଟ ଆଧାରରେ ବିଜୟ ସୁନିଶ୍ଚିତ ଥିବାରୁ ବିଜେପି ଓ ଏନ୍‌‌ଡିଏ ଓମ୍‌‌ ବିର୍ଲାଙ୍କୁ ପ୍ରାର୍ଥୀ କରିଥିଲା। ଅପରପକ୍ଷରେ ଜିଦ୍‌‌ରେ ଅଟଳ କଂଗ୍ରେସ ଓ ‘ଇଣ୍ଡି’ମେଣ୍ଟ ହାରିବା ସୁନିଶ୍ଚିତ ଜାଣି ମଧ୍ୟ ଆଠ ଥରର କେରଳ ସାଂସଦ କେ ସୁରେଶଙ୍କୁ ପ୍ରାର୍ଥୀ କରି ଏକ ପ୍ରତୀକାତ୍ମକ ଓ ଜିଦିଖୋର ଲଢ଼େଇ ଲଢ଼ିଥିଲା। ସଂସଦୀୟ ଇତିହାସରେ ଚତୁର୍ଥଥର ପାଇଁ ଏବଂ ୧୯୫୨, ୧୯୬୭ ଓ ୧୯୭୬ ପରେ ପ୍ରଥମ ଥର ନିମନ୍ତେ ଏହି ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ଗୁପ୍ତ ଭୋଟର ଆବଶ୍ୟକତା ପଡ଼ି ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଚସ୍ପତି ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତାବ ଲୋକସଭାରେ ଉପସ୍ଥାପନ କରିବା ପରେ ପୀଠାସୀନ ଅସ୍ଥାୟୀ ବାଚସ୍ପତି ଏ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କ ଧ୍ୱନିଭିତ୍ତିକ ଭୋଟ ଲୋଡ଼ିଥିଲେ। ଧ୍ୱନି ମତରେ ଶ୍ରୀ ବିର୍ଲାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏନ୍‌‌ଡିଏର ସଦସ୍ୟ ସଂଖ୍ୟା ୨୯୩ ହୋଇଥିବା ବେଳେ ‘ଇଣ୍ଡି’ ମେଣ୍ଟର ମୋଟ ସଭ୍ୟ ସଂଖ୍ୟା ୨୪୯। ଅଷ୍ଟାଦଶ ଲୋକସଭାର ବାଚସ୍ପତି ନିର୍ବାଚନରୁ ସ୍ପଷ୍ଟ ହୋଇଗଲା ଯେ ଏନ୍‌‌ଡିଏ ମେଣ୍ଟ ମଧ୍ୟ ଉପବାଚସ୍ପତି ପଦ ଜିତିବ ଏବଂ ବିରୋଧୀଙ୍କୁ ପୁନର୍ବାର ନିରାଶ ହେବାକୁ ପଡ଼ିବ।

ତେବେ ସେ ଯାହା ହେଉ ଶ୍ରୀ ବିର୍ଲା ବାଚସ୍ପତି ନିର୍ବାଚିତ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ, ବିରୋଧୀ ଦଳ ନେତା ରାହୁଲ୍‌‌ ଗାନ୍ଧୀ, ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌‌ଜୁ ତାଙ୍କୁ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ। ଗୃହର ପ୍ରାୟ ସବୁ ସଦସ୍ୟ ଶପଥ ନେଇ ସାରିଥିବାରୁ ଗୁରୁବାର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଔପଚାରିକ ଅଭିଭାଷଣ ରଖିବେ ଓ ତା’ ଉପରେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନ କରିବେ। ଏଥିସହିତ ଅଷ୍ଟାଦଶ ଲୋକସଭାର ଆଦ୍ୟ ପର୍ବର ପରିସମାପ୍ତି ଘଟିବ।

ଓମ୍‌‌ ବିର୍ଲା ରାଜସ୍ଥାନର କୋଟା ଆସନରୁ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ କ୍ରମାଗତ ଭାବେ ବାଚସ୍ପତି ପଦ ଅଳଂକୃତ କରିଛନ୍ତି। ସପ୍ତଦଶ ଲୋକସଭାରେ ସେ ଗୃହକାର୍ଯ୍ୟକୁ ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳନା କରି ସବୁପକ୍ଷଙ୍କର ଶ୍ରଦ୍ଧା ଓ ବିଶ୍ୱାସଭାଜନ ହୋଇପାରିଛନ୍ତି। ବାଚସ୍ପତି ଦଳୀୟ ହେଲେ ହେଁ ତାଙ୍କ କାମ ବାସ୍ତବରେ ନିର୍ଦ୍ଦଳୀୟ ଓ ନିରପେକ୍ଷ। ସମ୍ବିଧାନ ତାଙ୍କୁ ଗୃହ ପରିଚାଳନାରେ ଦଳୀୟ ବିଚାରରୁ ଊର୍ଦ୍ଧ୍ବରେ ରଖିଛି। ପ୍ରଦର୍ଶନ ଓ ବ୍ୟବହାର ଦୃଷ୍ଟିରୁ ଦେଖିଲେ ଓମ୍‌‌ ବିର୍ଲା ତାଙ୍କର ଏଥର ପାଳିକୁ ନିର୍ଭୁଲ୍‌‌ ଭାବେ ନିର୍ବାହ କରିବେ ଏହା ସମସ୍ତଙ୍କ ବିଶ୍ୱାସ। ତେବେ ସପ୍ତଦଶ ଓ ଅଷ୍ଟାଦଶ ଲୋକସଭା ଭିତରେ ଏକ ବଡ଼ ଫରକ ରହିଛି। ଗତ ଥର ଗୃହ ଏକପ୍ରକାର ବିରୋଧୀଶୂନ୍ୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କଂଗ୍ରେସ ସମେତ ସବୁ ପ୍ରମୁଖ ଅଣଏନ୍‌‌ଡିଏ ଦଳର ପ୍ରତିନିଧିତ୍ୱ ଏତେ କମ୍‌‌ ଥିଲା ଯେ ସମ୍ବିଧାନ ଅନୁସାରେ କୌଣସି ଦଳକୁ ବିରୋଧୀ ଦଳର ମାନ୍ୟତା ମଧ୍ୟ ମିଳି ନଥିଲା। ଅପରପକ୍ଷରେ ବିଜେପି ବିପୁଳ ଜନମତ ସହିତ ଏନ୍‌‌ଡିଏ ମେଣ୍ଟର ଅପ୍ରତିଦ୍ୱନ୍ଦ୍ୱୀ ସଂଖ୍ୟାଗରିଷ୍ଠତାକୁ ଜାହିର କରୁଥିଲା। ଅଷ୍ଟାଦଶ ଲୋକସଭାରେ କିନ୍ତୁ ନୂଆ ସମୀକରଣ ଦେଖିବାକୁ ମିଳିଛି। ଏନ୍‌‌ଡିଏ ମେଣ୍ଟର ସଂଖ୍ୟା ପ୍ରଥମ ଥର ପାଇଁ ୩୦୦ ତଳକୁ ଖସିଛି ଓ କଂଗ୍ରେସ ଭଲ ପ୍ରଦର୍ଶନ କରି ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ ‘ଇଣ୍ଡି’ମେଣ୍ଟର ପ୍ରଦର୍ଶନ ଉଲ୍ଳେଖନୀୟ ହୋଇଛି। ଲୋକସଭାରେ ଏବେ ଏନ୍‌‌ଡିଏର ମୋଟ ସଭ୍ୟ ସଂଖ୍ୟା ୨୯୩ ଥିବା ବେଳେ କଂଗ୍ରେସ ନେତୃତ୍ୱରେ ଗଠିତ ‘ଇଣ୍ଡି’ମେଣ୍ଟର ସଦସ୍ୟ ସଂଖ୍ୟା ୨୪୯। ଏହାଛଡ଼ା ସ୍ୱାଧୀନ ଓ କ୍ଷୁଦ୍ର ଦଳର ୧୨ ଜଣ ସାଂସଦ ଅଛନ୍ତି, ଯେଉଁମାନେ ବିରୋଧୀ ଆସନରେ ବସିବା ପ୍ରାୟ ନିଶ୍ଚିତ। ଏମାନଙ୍କୁ ମିଶାଇଲେ ବିରୋଧୀ ଦଳର ସଭ୍ୟ ସଂଖ୍ୟା ୨୬୧ରେ ପହଞ୍ଚିଛି। ରାହୁଲ୍‌‌ ଗାନ୍ଧୀ କେରଳରୁ ନିର୍ବାଚିତ ହୋଇଥିବା ଆସନ ଛାଡ଼ିବା ପରେ ବିରୋଧୀଙ୍କ ସଂଖ୍ୟା ୨୬୦ରେ ସୀମିତ ରହିଲେ ମଧ୍ୟ ଶାସକ ଏନ୍‌‌ଡିଏ ମେଣ୍ଟଠାରୁ ମାତ୍ର ୩୩ କମ୍‌‌। ସୁତରାଂ ଏଥର ଲୋକସଭାରେ ବିତର୍କ, ବଳ କଷାକଷି ଓ ହଟ୍ଟଗୋଳ ସମ୍ଭାବନା ଅଧିକ। ବିଜେପିର ଏକକ ସଂଖ୍ୟା ଗରିଷ୍ଠତାର ଅଭାବ ତାହାକୁ ପ୍ରତିରକ୍ଷାତ୍ମକ ସ୍ଥିତିରେ ରହିବାକୁ ବାଧ୍ୟ କରିପାରେ। ଏଭଳି ସ୍ଥଳେ ଗୃହ ପରିଚାଳନାରେ ବାଚସ୍ପତିଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ବାଚସ୍ପତିଙ୍କ ପ୍ରଥମ ଦିନର କାର୍ଯ୍ୟକ୍ରମରେ ଗୋଟିଏ ଉଲ୍ଲେଖନୀୟ ଘଟଣା ଥିଲା ଭାରତରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହେବାର ଗତକାଲି ଥିଲା ପଚାଶତମ ବାର୍ଷିକ ଦିବସ। ସେଥିପାଇଁ ବାଚସ୍ପତି ଲୋକସଭାରେ ସମସ୍ତଙ୍କୁ ଦୁଇମିନିଟ୍‌‌ ପାଇଁ ନିରବ ପ୍ରାର୍ଥନା କରିବାକୁ କହିଥିଲେ, ଯେଉଁଥିରେ ବିରୋଧୀ ଦଳ ହୋ ହାଲ୍ଲା କରି ବିଶୃଙ୍ଖଳା ପ୍ରଦର୍ଶନ କରିଥିଲେ। ଶାସକ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ବାଚସ୍ପତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ।

ଲୋକସଭାରେ କଂଗ୍ରେସ ଓ ତାହାର ମେଣ୍ଟ ନିଜର ଶକ୍ତି ଓ ସାମର୍ଥ୍ୟର ପରିଚୟ ପାଇଛି। ଆହୁରି ମଧ୍ୟ ରାଜୀବ ଓ ସୋନିଆଙ୍କ ପରେ ରାହୁଲ ଗାନ୍ଧୀ ନେହେରୁ ପରିବାରର ତୃତୀୟ ସଦସ୍ୟ ଭାବେ ବିରୋଧୀ ଦଳ ନେତା ପଦ ପାଇଛନ୍ତି। ଏ ସବୁ ଭାରତୀୟ ଲୋକତନ୍ତ୍ର ଓ ଜନାଦେଶର ଚମତ୍କାରିତା। ବିଜେପି କଂଗ୍ରେସମୁକ୍ତ ଭାରତ ଆହ୍ୱାନ ଦେଉଥିବା ବେଳେ ଜନତା ଦେଶକୁ କଂଗ୍ରେସଯୁକ୍ତ କରିବା ପଛରେ ଏନ୍‌‌ଡିଏ ସରକାରର ତ୍ରୁଟି କେଉଁଠି ରହିଲା ବିଜେପି ତାହାର ସମୀକ୍ଷା କରି ନିଜର ଯୋଜନା ଓ କାର୍ଯ୍ୟକ୍ରମର ସଂଶୋଧନ କରିବ ବୋଲି ଆଶା। ଭାରତୀୟ ଗଣତନ୍ତ୍ରରେ ଲୋକେ ବା ଭୋଟର ନେତାଙ୍କ ଅହଂକାର ଓ ସ୍ୱେଚ୍ଛାଚାରକୁ ଭାଙ୍ଗି ଦେଇପାରନ୍ତି। ତାହାର ଅନେକ ଦୃଷ୍ଟାନ୍ତ ରହିଛି। ଅଷ୍ଟାଦଶ ଲୋକସଭା ଓ ନିର୍ବାଚନରେ ତାହାର ମଧ୍ୟ କିଛି ପ୍ରତିଫଳନ ଘଟିଛି। ଗଣତନ୍ତ୍ରର ବିଜୟ ଓ ଗରିମା ରକ୍ଷା ଆମ ଲୋକତନ୍ତ୍ରର ସବୁଠୁ ବଡ଼ ବିଶେଷତ୍ୱ। ସେ ଧାରା ଅବ୍ୟାହତ ରହୁ।

27 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର