ମନୋରଞ୍ଜନ
ଓଡ଼ିଶା
ଅକ୍ଷୟ ଶକ୍ତି ବିକାଶ ହିଁ ସମାଧାନର ମାର୍ଗ
ମାଟି ଖୋଳିଲେ, ଚୁଲି ଜାଳିଲେ ତ ଧୂଳି ଧୂଆଁ ଉଠିବ। ତେବେ ଖନନ, ନିର୍ମାଣ, ଚାଷବାସ, ରୋଷେଇ ଭଳି ମଣିଷର ଯେଉଁ ସବୁ ମୌଳିକ ଆବଶ୍ୟକତା ରହିଛି, ତାହାକୁ ପୂରଣ କରିବା ବେଳେ ଭାରତ ଭଳି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶରେ ବାୟୁ, ଜଳର ମାନ ବିଗିଡ଼ି ପ୍ରଦୂଷଣ ବଢ଼଼ିବା ସ୍ୱାଭାବିକ। କେବଳ ସେତିକି ନୁହେଁ, ବିକାଶଶୀଳ ଅର୍ଥନୀତିରେ ପ୍ରଦୂଷଣ ବଢ଼େ। ଅସ୍ୱଚ୍ଛ ଇନ୍ଧନ ଏବଂ ଦାରିଦ୍ର୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ସଦ୍ୟ ପ୍ରକାଶିତ […]
ମାଟି ଖୋଳିଲେ, ଚୁଲି ଜାଳିଲେ ତ ଧୂଳି ଧୂଆଁ ଉଠିବ। ତେବେ ଖନନ, ନିର୍ମାଣ, ଚାଷବାସ, ରୋଷେଇ ଭଳି ମଣିଷର ଯେଉଁ ସବୁ ମୌଳିକ ଆବଶ୍ୟକତା ରହିଛି, ତାହାକୁ ପୂରଣ କରିବା ବେଳେ ଭାରତ ଭଳି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶରେ ବାୟୁ, ଜଳର ମାନ ବିଗିଡ଼ି ପ୍ରଦୂଷଣ ବଢ଼଼ିବା ସ୍ୱାଭାବିକ। କେବଳ ସେତିକି ନୁହେଁ, ବିକାଶଶୀଳ ଅର୍ଥନୀତିରେ ପ୍ରଦୂଷଣ ବଢ଼େ। ଅସ୍ୱଚ୍ଛ ଇନ୍ଧନ ଏବଂ ଦାରିଦ୍ର୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।
ସଦ୍ୟ ପ୍ରକାଶିତ ବିଶ୍ୱ ବାୟୁମାନ ରିପୋର୍ଟ (୨୦୨୩) ଅନୁସାରେ ଭାରତର ବାୟୁର ମାନ ଅତି ଉଦ୍ବେଗଜନକ। ସୁଇଜରଲାଣ୍ଡର ଟେକ୍ନୋଲୋଜି କମ୍ପାନୀ ‘ଆଏକ୍ୟୁଏୟାର’ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ଅନୁସାରେ ବିଶ୍ୱର ସବୁଠୁ ଖରାପ ବାୟୁମାନ କ୍ଷେତ୍ରରେ ବାଂଲାଦେଶ ଓ ପାକିସ୍ତାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତର ସ୍ଥାନ ତୃତୀୟ। ୨୦୨୨ରେ ଭାରତ ସର୍ବାଧିକ ବାୟୁ ପ୍ରଦୂଷିତ ରାଷ୍ଟ୍ର ଭାବରେ ବିଶ୍ୱରେ ଅଷ୍ଟମ ସ୍ଥାନରେ ଥିଲା। ପୂର୍ବବର୍ଷ ଅର୍ଥାତ ୨୦୨୧ରେ ଭାରତ ଏ କ୍ଷେତ୍ରରେ ପଞ୍ଚମ ସ୍ଥାନ ହାସଲ କରିଥିଲା।
ସଦ୍ୟତମ ରିପୋର୍ଟରେ ପ୍ରଦତ୍ତ କେତେକ ତଥ୍ୟ ଅବଶ୍ୟ ଚିନ୍ତାଜନକ। ଉଦାହରଣ ସ୍ୱରୂପ ବିଶ୍ୱର ୧୫ଟି ସବୁଠୁ ପ୍ରଦୂଷିତ ସହର / ନଗର ମଧ୍ୟରୁ ୧୩ଟି ଭାରତର, ସେଥିରେ ପୁଣି ବିହାରର ବେଗୁସରାଇ, ଦିଲ୍ଲୀ ଓ ଆସାମର ଗୁଆହାଟି ସବୁଠୁ ଉପରେ ରହିଛନ୍ତି। ଅପରପକ୍ଷରେ ପ୍ରଦୂଷିତ ଭାରତରେ ମଧ୍ୟ ଆସାମର ସିଲଚର (୭ମ), ମିଜୋରାମର ଆଇଜଲ (୮ମ) ଓ ମଧ୍ୟପ୍ରଦେଶର ଦାମୋହ (୧୫ଶ) ସ୍ୱଚ୍ଛ ଓ ଅଣପ୍ରଦୂଷିତ ନଗରୀ ଭାବେ ବିଶ୍ୱ ତାଲିକାର ପ୍ରଥମ ୧୫ଟି ସହର ମଧ୍ୟରେ ସ୍ଥାନ ପାଇପାରିଛନ୍ତି। ରିପୋର୍ଟରେ ଯେଉଁ ୧୩୪ଟି ଦେଶର ବାୟୁ ପ୍ରଦୂଷଣ ତଥ୍ୟ ପ୍ରକାଶ ପାଇଛି, ସେଥିରେ ମାତ୍ର ୧୦ଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ବାୟୁମାନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଏସବୁ ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ମରିସସ୍ ଓ ବଲଟିକ ରାଷ୍ଟ୍ର ସମୂହ ଅନ୍ତର୍ଭୁକ୍ତ। ବିଶ୍ୱର ସମୃଦ୍ଧ ରାଷ୍ଟ୍ର ସମୂହ ଆମେରିକା, କାନାଡ଼ା, ଚୀନ୍, ୟୁରୋପୀୟ ରାଷ୍ଟ୍ର ସମୂହର ବାୟୁମାନ ସନ୍ତୋଷଜନକ ତାଲିକାରେ ନାହିଁ। ଚୀନ୍ର ସ୍ଥିତି ତ ଅତି ଖରାପ। ବଡ଼ କଥା ହେଉଛି ବିଶ୍ୱର ପ୍ରମୁଖ ଉନ୍ନତ ବା ବିକଶିତ ଦେଶଗୁଡ଼ିକର ବାୟୁମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଧାର୍ଯ୍ୟ ମାନ ଅନୁସାରୀ ନୁହେଁ।
ବିକାଶ ସହିତ ପ୍ରଦୂଷଣ ନିବିଡ଼ ଭାବେ ଜଡ଼ିତ। ଏହି ବାୟୁ ପ୍ରଦୂଷଣ ସମସ୍ୟା ଭାରତ ଓ ଚୀନ୍ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକରେ ଅତି ଅଧିକ। ସ୍ୱଚ୍ଛ ଇନ୍ଧନ ଓ ସାଧନର ଅଭାବରୁ ଏସବୁ ଦେଶରେ ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନ ବ୍ୟବହାର ସର୍ବାଧିକ। ବିଶେଷକରି କୋଇଲା ବ୍ୟବହାର ଶସ୍ତା ଓ ସହଜ ହେଉଥିବାରୁ ଏସବୁ ଦେଶ ଏହା ଉପରେ ଅଧିକ ନିର୍ଭର କରିଥା’ନ୍ତି। ତେଣୁ ପ୍ରଦୂଷଣ ଅଧିକ ହେଉଛି। ଏହାଛଡ଼ା ପେଟ୍ରୋଲିୟମର ବହୁଳ ବ୍ୟବହାର ପରିସ୍ଥିତିକୁ ଉତ୍କଟ କରୁଛି। ବିଶ୍ୱର ରାଜଧାନୀ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ପ୍ରଦୂଷଣରେ ଏକ ନମ୍ବର ହେବା ବିଚିତ୍ର ନୁହେଁ। ବ୍ୟାପକ ନଡ଼ା ପୋଡ଼ି ଏହାର ପ୍ରମୁଖ କାରଣ। ଦିଲ୍ଲୀରେ ସବୁ ଯାନ ଏବେ ସିଏନ୍ଜି ଓ ପିଏନ୍ଜିରେ ଚାଲୁଛି। କଳକାରଖାନାରେ ଆଉ ପ୍ରାୟ କୋଇଲା ବ୍ୟବହାର ହେଉନାହିଁ। ଗ୍ୟାସ ଓ ବିଜୁଳି ଭଳି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେବେ ନଡ଼ା ପୋଡ଼ି ଭାରତରେ ଏକ ସଂବେଦନଶୀଳ ରାଜନୈତିକ ପ୍ରସଙ୍ଗ। ଚାଷୀଙ୍କ ଆଗରେ ସରକାରଙ୍କ ନିୟମ ହାରମାନୁଛି। ତେଣୁ ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ୱ ଦରବାରରେ ଦେଶ ନିନ୍ଦିତ ଏବଂ ଲଜ୍ଜିତ ହେଉଛି।
ତେବେ ଏହି ରିପୋର୍ଟକୁ ନେଇ ଭାଙ୍ଗି ପଡ଼ିବା ଉଚିତ ନୁହେଁ। କାରଣ ଭାରତ ବିଶ୍ୱର ଏକମାତ୍ର ଦେଶ, ଯିଏ ସ୍ୱଚ୍ଛ ଭାରତ ଭଳି କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରି ବାହ୍ୟ ମଳତ୍ୟାଗକୁ ବନ୍ଦ କରିପାରିଛି। ଭାରତ ସେହି ଦେଶ ଯିଏ କି କୋପ୍ରେ ସ୍ୱେଚ୍ଛାରେ ଘୋଷଣା କରିଛି ଯେ ୨୦୩୦ ସୁଦ୍ଧା ଏହା ୫୦୦ ଜିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ସ୍ୱଚ୍ଛ ଊର୍ଜା ଉତ୍ପାଦନ ଦକ୍ଷତା ହାସଲ କରିବ। ଏହି ସମୟ ମଧ୍ୟରେ ନିଜର ମୋଟ ଶକ୍ତି ଆବଶ୍ୟକତାର ୫୦ ଭାଗ ଅକ୍ଷୟ ଊର୍ଜାରୁ ଆଣିବ। ୨୦୩୦ ସୁଦ୍ଧା ନିଜର କାର୍ବନ (ଅଙ୍ଗାରକାମ୍ଳ) ନିର୍ଗମନ ପରିମାଣ ଏକ ବିଲିୟନ ଟନ୍ କମ୍ କରିବ। ସର୍ବୋପରି ୨୦୩୦ ସୁଦ୍ଧା ଦେଶର ଅର୍ଥନୀତିରେ ଅଙ୍ଗାରକାମ୍ଳ ସୃଷ୍ଟିକାରୀ ଇନ୍ଧନ ବ୍ୟବହାରକୁ ୪୫ ଶତାଂଶ ହ୍ରାସ କରିବ (୨୦୦୫ ସ୍ତର ଅନୁସାରେ)। ଭାରତର ଏହା କେବଳ ତୁଚ୍ଛା ଘୋଷଣା ନୁହେଁ। ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି। ଭାରତ ନେତୃତ୍ୱରେ ଗଠିତ ଆନ୍ତର୍ଜାତିକ ସୌରମେଣ୍ଟ ତାହାର ଏକ ଉତ୍ତମ ଉଦାହରଣ।
୨୦୪୭ ସୁଦ୍ଧା ଭାରତ ବିଶ୍ୱର ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଲକ୍ଷ୍ୟ ରଖି କାମ କରୁଛି। ତା’ପୂର୍ବରୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବାର ପ୍ରୟାସ ଜାରି ରଖିଛି। ଭାରତର ନେତୃତ୍ୱ ଭଲ ଭାବେ ଜାଣନ୍ତି ଯେ ଏ ବିକଶିତ ଓ ସମୃଦ୍ଧ ଦେଶ କେବେ ପ୍ରଦୂଷିତ, ଋଗ୍ଣ, ଅପରିଚ୍ଛନ୍ନ ଓ ବ୍ୟାଧିଗ୍ରସ୍ତ ହୋଇ ନପାରେ। ସହସ୍ରାବ୍ଦ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଭାରତ ବେଶ୍ ଆଗରେ। ତେଣୁ ବିକାଶଶୀଳରୁ ବିକଶିତ ହେବା ପାଇଁ ଯେଉଁ ପରିବର୍ତ୍ତନର ସମୟ (ଟ୍ରାନ୍ଜିସନ୍) ଦରକାର ତାହା ତ ସମସ୍ୟାବହୁଳ ହେବ। ସେହି ସମୟରେ ପ୍ରଦୂଷଣ ଭଳି ସମସ୍ୟା ଆସିବ। ସବୁଠୁ ବଡ଼ କଥା ହେଲା ଭାରତ ତାହାର ପ୍ରଦୂଷଣ ସମସ୍ୟା ଘେନି ବେଶ୍ ସଚେତନ ଏବଂ ଏହାର ପ୍ରତିକାର ଯୁଦ୍ଧକାଳୀନ ଭିତ୍ତିରେ କରୁଛି। ତେଣୁ ଆଜିର ସ୍ଥିତି କାଲିକୁ ଯେ ବଦଳିବ, ଏ ବିଶ୍ୱାସ ରହିଛି। ଏହି ପ୍ରଦୂଷଣ ବିକାଶର ଏକ ପାର୍ଶ୍ବ ପ୍ରତିକ୍ରିୟା। ଆଜି ଯେଉଁ କେତେକ ଦେଶ ପ୍ରଦୂଷଣମୁକ୍ତ ଓ ଉନ୍ନତ ସେମାନେ ମଧ୍ୟ ଏକଦା ଭାରତ ଭଳି ସ୍ଥିତି ଦେଇ ଗତି କରିଥିଲେ। ପ୍ରଥମ ଓ ଦ୍ୱିତୀୟ ଶିଳ୍ପ ବିପ୍ଳବ ତାହାର ସାକ୍ଷୀ। ଏଭଳି ରିପୋର୍ଟରେ ଚିନ୍ତାଗ୍ରସ୍ତ ନ ହୋଇ ଏହାକୁ ଏକ ପରିମାପକ ଭାବେ ଗ୍ରହଣ କରି ଆଗକୁ ବଢ଼଼ିବାକୁ ପଡ଼ିବ। ସବୁ ଅସୁବିଧାକୁ ସୁବିଧାରେ ପରିଣତ କରିବାକୁ କାମ କରିବାକୁ ହେବ।