ଓଡ଼ିଶା ଧାନ ସଂଗ୍ରହ ବକେୟା ପୈଠ ପାଇଁ କେନ୍ଦ୍ର ନିଦାବିଷ୍ଣୁ; କୃଷକଙ୍କ ସ୍ୱାର୍ଥରକ୍ଷା କେନ୍ଦ୍ରର ଦାୟିତ୍ୱ ନୁହେଁ କି?

The Sakala Picture
Published On

ଓଡ଼ିଶାର ଚାଷୀଙ୍କଠାରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌‌ସିଆଇ) ଭଳି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଓ ସଂଗଠନ ଯେଉଁ ଧାନ ସଂଗ୍ରହ କରୁଛନ୍ତି, ତାହା ସର୍ବନିମ୍ନ ମୂଲ୍ୟ(ଏମ୍‌‌ଏସ୍‌‌ପି) ଆଧାରିତ ଏବଂ ସରକାରୀ ବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏମ୍‌‌ଏସ୍‌‌ପି ବାବଦ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ସଂଘୀୟ ବ୍ୟବସ୍ଥାରେ ଏହା ଏକ ବୁଝାମଣାଭିତ୍ତିକ ଓ ବିଶ୍ୱସନୀୟ ପ୍ରକ୍ରିୟା। ତେବେ ଦେଖାଯାଉଛି ଯେ ଓଡ଼ିଶାର ଚାଷୀଙ୍କଠାରୁ ଧାନ କିଣିବାବେଳେ ରାଜ୍ୟ ସରକାର ସେମାନଙ୍କୁ ଯେଉଁ […]

ଓଡ଼ିଶାର ଚାଷୀଙ୍କଠାରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌‌ସିଆଇ) ଭଳି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଓ ସଂଗଠନ ଯେଉଁ ଧାନ ସଂଗ୍ରହ କରୁଛନ୍ତି, ତାହା ସର୍ବନିମ୍ନ ମୂଲ୍ୟ(ଏମ୍‌‌ଏସ୍‌‌ପି) ଆଧାରିତ ଏବଂ ସରକାରୀ ବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏମ୍‌‌ଏସ୍‌‌ପି ବାବଦ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ସଂଘୀୟ ବ୍ୟବସ୍ଥାରେ ଏହା ଏକ ବୁଝାମଣାଭିତ୍ତିକ ଓ ବିଶ୍ୱସନୀୟ ପ୍ରକ୍ରିୟା। ତେବେ ଦେଖାଯାଉଛି ଯେ ଓଡ଼ିଶାର ଚାଷୀଙ୍କଠାରୁ ଧାନ କିଣିବାବେଳେ ରାଜ୍ୟ ସରକାର ସେମାନଙ୍କୁ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି, ତାହା ପ୍ରତିଶ୍ରୁତି, ବୁଝାମଣା ଓ ବ୍ୟବସ୍ଥା ଅନୁସାରେ ନିୟମିତ କେନ୍ଦ୍ର ଦ୍ୱାରା ଭରଣା କରାଯାଉନାହିଁ। ଅପରପକ୍ଷରେ ଚାଷୀଙ୍କୁ ଦେୟ ପୈଠ କରିବାକୁ ରାଜ୍ୟ ସରକାରଙ୍କୁ ବ୍ୟାଙ୍କରୁ ବିପୁଳ ଋଣ ଆଣିବାକୁ ପଡୁଛି। ଏହାଫଳରେ ଧାନ ସଂଗ୍ରହ କ୍ଷେତ୍ରରେ ଏକ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି। ପ୍ରଥମତଃ, ଚାଷୀଙ୍କଠାରୁ ଧାନ ନ କିଣିଲେ ରାଜ୍ୟ ସରକାର ଅସୁବିଧାରେ ପଡ଼ିବା ସହିତ ସେମାନଙ୍କ ରୋଷର ଶିକାର ହେବେ। ଦ୍ୱିତୀୟତଃ, ବିପୁଳ ଋଣ ଓ ସୁଧ କରିବା ଫଳରେ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବ। ତେଣୁ ଏହା ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି।

ରାଜ୍ୟ ସମବାୟ ମନ୍ତ୍ରୀଙ୍କ କହିବା ଅନୁସାରେ ଚାଷୀଙ୍କଠାରୁ ଧାନ ଓ ଚାଉଳ କିଣିବା ପାଇଁ ଓଡ଼ିଶା ଓ ଭାରତ ସରକାରଙ୍କ ମଧ୍ୟରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ତାହାର ସର୍ତ୍ତ ଅନୁସାରେ ପ୍ରତି ତିନିମାସରେ ଥରେ କେନ୍ଦ୍ର ଖାଦ୍ୟ, ସାଧାରଣ ବଣ୍ଟନ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ରିହାତି ବାବଦ ଅର୍ଥ ଯୋଗାଇ ଦେବା କଥା। ଏହି ଚୁକ୍ତି ସତ୍ତ୍ବେ କେନ୍ଦ୍ର ସରକାର ବେଶ୍‌‌ କିଛି ବର୍ଷ ଧରି ଏହି ସର୍ତ୍ତର ଉଲ୍ଲଂଘନ କରିଆସୁଛନ୍ତି। ଫଳରେ ନିୟମିତ ବକେୟା ଅର୍ଥ ନ ପାଇ ଓଡ଼ିଶା ସରକାର ଆର୍ଥିକ ଚାପ ଓ ଋଣ ବୋଝର ସମ୍ମୁଖୀନ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବ୍ୟାପାର। କେନ୍ଦ୍ରରୁ ଚୁକ୍ତି ଅନୁସାରେ ନିୟମିତ ଅର୍ଥ ନ ମିଳିଲେ ଚାଷୀଙ୍କଠାରୁ ଓଡ଼ିଶା ଯୋଗାଣ ନିଗମ ଧାନ କିଣିବା ସମ୍ଭବ ହେବନାହିଁ। ତା’ଛଡ଼ା ଋଣ ପରିମାଣ ବଢ଼଼ିଲେ ଧାନ ଓ ଚାଉଳ ସଂଗ୍ରହ ଏକପ୍ରକାର ଅସମ୍ଭବ ହୋଇପଡ଼ିବ। ଏଯାଏଁ ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ୨୫, ୧୭୦ କୋଟି ଟଙ୍କା ଋଣ କରି ସାରିଥିବାରୁ ଅଧିକ କରଜ ଆଣିବା ଆଉ ସହଜ ନୁହେଁ। ଯେତିକି ଋଣ ହୋଇଛି, ତା’ଉପରେ ସୁଧ ପରିମାଣ ୬୩୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ତେଣୁ ଗତ ଫେବ୍ରୁଆରୀ ମାସ ୭ ତାରିଖରେ କେନ୍ଦ୍ର ଯୋଗାଣମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟକୁ ରାଜ୍ୟ ସରକାର ଏକ ଚିଠି ଲେଖି ତୁରନ୍ତ ବକୟା ଅର୍ଥ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ପ୍ରାୟ ଦୁଇମାସ ହେଲାଣି ଏହି ଚିଠିର କୌଣସି ଉତ୍ତର ରାଜ୍ୟ ସରକାରଙ୍କୁ ମିଳିନାହିଁ।

ମନ୍ତ୍ରୀ ପୀୟୂଷ ଗୋୟଲ କେନ୍ଦ୍ରର ଜଣେ ଦକ୍ଷ ଓ ବିବେକବାନ ମନ୍ତ୍ରୀ। ସେଥିପାଇଁ ତାଙ୍କ ପାଖରେ ଚାରିପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ଓଡ଼ିଶାର ବିଜେଡି ସାଂସଦଗଣ ବାରମ୍ବାର ତାଙ୍କୁ ଭେଟି ଏକଥା ଅବଗତ କରାଇଲେଣି। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଚିଠି ଲେଖି ପରିସ୍ଥିତିର ଗୁରୁତ୍ୱ ତାଙ୍କୁ ଜଣାଇଛନ୍ତି। ଏହାସତ୍ତ୍ବେ ସେ ନିରବ ରହିବାର କାରଣ କ’ଣ? ସେ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରିପାରୁନାହାନ୍ତି ନା ବିଜେପିର ଚାପ ଯୋଗୁଁ ନିରବ ରହି ଓଡ଼ିଶା ସରକାରଙ୍କୁ ଜାଣିଶୁଣି ଆର୍ଥିକ ସଂକଟ ମଧ୍ୟକୁ ଠେଲି ଦେବାକୁ ଚେଷ୍ଟା କରୁଛନ୍ତି? ପ୍ରଧାନମନ୍ତ୍ରୀ କୁଆଡ଼େ ସଂଘୀୟ ସହଯୋଗିତା ଓ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି! ଏହାସତ୍ତ୍ବେ ତାଙ୍କ ନଜରକୁ ଏକଥା କେମିତି ଆସୁନାହିଁ? କେନ୍ଦ୍ରରେ ଥିବା ଆମର ପ୍ରଭାବଶାଳୀ ବିଜେପି ମନ୍ତ୍ରୀମାନେ ଏକଥା ପ୍ରଧାନମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ନଜରକୁ ନ ଆଣିବା ଘଟଣାରୁ ସନ୍ଦେହ ହେଉଛି ଯେ ଏହା ପଛରେ ଏକ ନ୍ୟସ୍ତ ରାଜନୈତିକ ସ୍ୱାର୍ଥ ସ୍ପଷ୍ଟ ଜଣାପଡ଼ୁଛି। ଏହି ଦେୟ ପ୍ରଦାନ ପ୍ରସଙ୍ଗ ବେଶ୍‌‌ ପୁରୁଣା ଓ ଲମ୍ବା। କୁହାଯାଉଛି ଯେ ୨୦୦୩-୦୪ରୁ ଧାନ ସଂଗ୍ରହ ବାବଦରେ କେନ୍ଦ୍ର ଓଡ଼ିଶାକୁ କ୍ରମାଗତ ଅର୍ଥ ବାକି ରଖିଛି ଏବଂ ଏହାର ମୋଟ ପରିମାଣ ୧୧,୮୩୫ କୋଟି ଟଙ୍କା। କିନ୍ତୁ କେନ୍ଦ୍ର ସରକାର ଏହି ପୁରୁଣା ଦାବିକୁ ଗ୍ରହଣ କରୁନାହାନ୍ତି କିମ୍ବା ଏହା ଉପରେ ସ୍ପଷ୍ଟୀକରଣ ରଖୁନାହାନ୍ତି। ରାଜ୍ୟର ବାରମ୍ବାର ଦାବି ଏବଂ କେନ୍ଦ୍ରର ନିରବତା ଏ କ୍ଷେତ୍ରରେ ସଂଘୀୟ ବ୍ୟବସ୍ଥା ଓ ସହଯୋଗରେ ଫାଟ ସୃଷ୍ଟି କରିବା ସ୍ୱାଭାବିକ। ପାରସ୍ପରିକ ବିଶ୍ୱାସ ମଧ୍ୟ ଏହାଦ୍ୱାରା ତୁଟି ଯିବ ଏବଂ କେନ୍ଦ୍ର ଉପରେ ରାଜ୍ୟମାନଙ୍କର ଭରସା ରହିବ ନାହିଁ। ପ୍ରକୃତରେ ସମସ୍ୟା କ’ଣ ଏବଂ ପ୍ରକୃତ ବାକି ଦେୟର ପରିମାଣ କେତେ, ତାହା ଦୁଇପକ୍ଷ ବସି ଆଲୋଚନା ମାଧ୍ୟମରେ ସମାଧାନ କରିବାର ଜରୁରୀ ଆବଶ୍ୟକତା ରହିଛି। କେନ୍ଦ୍ରୀୟ ଶସ୍ୟ ଭଣ୍ଡାର ପାଇଁ ଏମ୍‌‌ଏସ୍‌‌ପି ଭିତ୍ତିରେ ରାଜ୍ୟମାନଙ୍କ ମାଧ୍ୟମରେ ତଥା କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦ୍ୱାରା ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂଗ୍ରହ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଓଡ଼ିଶାର ଧାନ ସଂଗ୍ରହ କ୍ଷେତ୍ରରେ ଏ ଯେଉଁ ଅନିୟମିତତା ଦେଖାଯାଉଛି ଏଥିରେ କାହାର ଦୋଷ ରହୁଛି, ଏହା ଜାଣିବାକୁ କିଛି ଅସୁବିଧା ନାହିଁ। ରାଜ୍ୟ ସରକାରଙ୍କ ସହାୟତାରେ ଯଦି ଏହି କାର୍ଯ୍ୟକ୍ରମ କରାଯାଉଛି କେନ୍ଦ୍ର ସରକାର ଏଭଳି ଅହେତୁକ ବିଳମ୍ବ ପାଇଁ ନିଶ୍ଚୟ ଉତ୍ତରଦାୟୀ। ଏହାବ୍ୟତୀତ କୃଷକ ସ୍ୱାର୍ଥ ବିରୋଧୀ ପଦକ୍ଷେପ ଜାଣିଶୁଣି ଯଦି କେନ୍ଦ୍ର ସରକାର ନେଉଥା’ନ୍ତି, ତାହାହେଲେ ଏହା ଅବିବେକୀ ବୋଲି ଗଣା ହେବା ସହିତ କେନ୍ଦ୍ରରେ ଶାସକ ଦଳର କ୍ଷତିସାଧନ କରିପାରେ।

୨୦୨୪ ସାଧାରଣ ନିର୍ବାଚନର ବର୍ଷ। ତା’ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ଯେତେଶୀଘ୍ର ହେବ, ସେତେ ମଙ୍ଗଳ। ତା’ନହେଲେ ବିବାଦୀୟ ପ୍ରସଙ୍ଗ କେବଳ କେନ୍ଦ୍ର-ରାଜ୍ୟ ଓ ସଂଘୀୟ ସମ୍ପର୍କକୁ କ୍ଷୁଣ୍ଣ କରିବ ନାହିଁ, ଏହା ମଧ୍ୟ ଶାନ୍ତିପୂର୍ଣ୍ଣ ନିର୍ବାଚନ ବାତାବରଣକୁ ତିକ୍ତ ଏବଂ ଅସୂୟାମୂଳକ କରିବ। କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ନୁହନ୍ତି। ଏହାସତ୍ତ୍ବେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଦୈନ୍ୟତା ଓ ନିରବତା ପ୍ରକାଶ କରିବା ଭଲ ଲକ୍ଷଣ ନୁହେଁ। ଓଡ଼ିଶା ପରି ଅନ୍ୟ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇପାରେ। ଏହାର ସମାଧାନ ଯେତେଶୀଘ୍ର ହେବ ସେତେ ଭଲ; ନ ହେଲେ ଧାନ ସଂଗ୍ରହରେ ରାଜନୀତି ଖେଳ ଆସନ୍ତା ନିର୍ବାଚନରେ ପଡ଼ିବା ବିଚିତ୍ର ହେବ ନାହିଁ।

01 Apr 2023 By The Sakala

https://www.thesakala.in/sakala-editorial/sakala-editorial-1st-april-2023/article-20333
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର