ପରିପକ୍ଵ ଜନାଦେଶ
ଗତ ଶନିବାର ଦେଶର ଭିନ୍ନ ଭିନ୍ନ ପ୍ରଦେଶରେ ପ୍ରତୀକ୍ଷିତ ଜନାଦେଶ ସାମ୍ନାକୁ ଆସିଛି। ଏଥିମଧ୍ୟରୁ କିଛି ଈପ୍ସିତ ଓ କିଛି ଅପ୍ରତ୍ୟାଶିତ ହୋଇଛି। କିନ୍ତୁ ଏ ସମସ୍ତରେ ସାମଗ୍ରିକ ଭାବେ ଅନୁଶୀଳନ କଲେ ଜନାଦେଶ ବା ଭୋଟଙ୍କର ପରିପକ୍ୱତା ହିଁ ଭୋଟ ଫଳାଫଳରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସ୍ଥିତି ଓ ସମ୍ଭାବନାକୁ ଦେଖି ଭୋଟରମାନେ କେତେକ ସ୍ଥାନରେ ଦୃଢ଼ ନେତୃତ୍ୱ ଓ ବିକାଶ ଉପରେ ଭରସା କରିଛନ୍ତି ଏବଂ ଆଉ କେତେକ ସ୍ଥାନରେ ଦୁର୍ନୀତି […]
ଗତ ଶନିବାର ଦେଶର ଭିନ୍ନ ଭିନ୍ନ ପ୍ରଦେଶରେ ପ୍ରତୀକ୍ଷିତ ଜନାଦେଶ ସାମ୍ନାକୁ ଆସିଛି। ଏଥିମଧ୍ୟରୁ କିଛି ଈପ୍ସିତ ଓ କିଛି ଅପ୍ରତ୍ୟାଶିତ ହୋଇଛି। କିନ୍ତୁ ଏ ସମସ୍ତରେ ସାମଗ୍ରିକ ଭାବେ ଅନୁଶୀଳନ କଲେ ଜନାଦେଶ ବା ଭୋଟଙ୍କର ପରିପକ୍ୱତା ହିଁ ଭୋଟ ଫଳାଫଳରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସ୍ଥିତି ଓ ସମ୍ଭାବନାକୁ ଦେଖି ଭୋଟରମାନେ କେତେକ ସ୍ଥାନରେ ଦୃଢ଼ ନେତୃତ୍ୱ ଓ ବିକାଶ ଉପରେ ଭରସା କରିଛନ୍ତି ଏବଂ ଆଉ କେତେକ ସ୍ଥାନରେ ଦୁର୍ନୀତି ବିରୋଧରେ ପରିବର୍ତ୍ତନର ସଂକେତ ଦେଇଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆଶାନୁରୂପ କେବଳ ବିଜେଡି ସପକ୍ଷରେ ଯାଇନାହିଁ, ବରଂ ଦଳ ଗତ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ଭୋଟ ପାଇଛି। ଏଠାରେ ସ୍ୱର୍ଗତଃ ନବଦାସଙ୍କ କନ୍ୟା ଦୀପାଳିଙ୍କୁ ଅନୁକମ୍ପା ଭୋଟ ମିଳିବା ସହିତ ଭୋଟରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ସୁଶାସନ ଆହୁରି ଅଧିକ ବିଶ୍ୱାସଭାଜନ ହୋଇପାରିଥିବା ପ୍ରମାଣିତ ହୋଇଛି। ଏହାସହିତ ଭୋଟରମାନେ ବିରୋଧୀଦଳର କଟାକ୍ଷ, କୁତ୍ସାରଟନା ଓ ବାକ୍ସଂଯମହୀନତାକୁ ଉଚିତ ଜବାବ ଦେଇଛନ୍ତି। ଓଡ଼ିଶାରେ କଂଗ୍ରେସର ସ୍ଥିତି ଯେ ଦୟନୀୟ ସ୍ଥିତିରୁ ଉପରକୁ ଉଠିପାରୁନାହିଁ ଏବଂ ଦଳ ଭିତରେ ଏକତା ନାହିଁ ତାହା ପୁଣି ଥରେ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି। ସେହିପରି ବିଜେପିକୁ କେବଳ ବିରୋଧୀ ଦଳରେ ରଖିବା ପାଇଁ ଭୋଟର ପସନ୍ଦ କରିଛନ୍ତି।
ଅପରପକ୍ଷରେ ଉତ୍ତରପ୍ରଦେଶ ପୌର ନିର୍ବାଚନରେ ସମସ୍ତ ମେୟର ଆସନରେ ବିଜେପି ପ୍ରାର୍ଥୀ ଜୟଯୁକ୍ତ ହୋଇଥିବାବେଳେ ସେଠାରେ ଦୁଇଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ‘ଆପ୍ନା ଦଳ’ ଉପରେ ଭୋଟର ଅଧିକ ଭରସା କରିଛନ୍ତି। ସେହିପରି ପଞ୍ଜାବର ଜଳନ୍ଧର ଲୋକସଭା ଆସନ ଉପନିର୍ବାଚନରେ ପୁଣି ଥରେ ‘ଆପ୍’ ହିଁ ଭୋଟରଙ୍କ ଅଧିକ ପସନ୍ଦଯୋଗ୍ୟ ପ୍ରାର୍ଥୀ ହୋଇଛନ୍ତି। ମେଘାଳୟ ସେହିୟଙ୍ଗ ବିଧାନସଭା ମଣ୍ଡଳୀ ଉପନିର୍ବାଚନରେ ଆଞ୍ଚଳିକ ୟୁଡିପି ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି। କିନ୍ତୁ ସବୁଠାରୁ ଅପ୍ରତ୍ୟାଶିତ ରହିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ। ସେଠାରେ ଝୁଲା ବିଧାନସଭା ହେବ ବୋଲି ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଥିଲେ ହେଁ କଂଗ୍ରେସ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବା ପାଇଁ ଯାଉଛି। ଏଥିସହିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିରେ ମଧ୍ୟ ପରିବର୍ତ୍ତନର ସଙ୍କେତ ଦେଇଛି।
ଅନେକ ଦୃଷ୍ଟିରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ଦୃଷ୍ଟି ନିବଦ୍ଧ ଥିଲା। ସମଗ୍ର ଉତ୍ତର, ପୂର୍ବ ଓ ମଧ୍ୟ-ଭାରତରେ ବିଜେପିର ଶାସନ ଥିବା ବେଳେ କେବଳ କର୍ଣ୍ଣାଟକକୁ ଛାଡ଼ିଦେଲେ ଦକ୍ଷିଣ ଭାରତରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବିଜେପି ପାଇଁ ଦକ୍ଷିଣ ଭାରତର କବାଟ କୁହାଯାଉଥିବା କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଏହି ଦଳ ସପକ୍ଷରେ ଯାଇଥିଲେ ତାମିଲ୍ନାଡ଼ୁ, ଆନ୍ଧ୍ର ଓ ତେଲଙ୍ଗାନାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ଜାତୀୟ ଦଳ ବିଜେପି ପାଇଁ ଅନୁକୂଳ ହୋଇଥା’ନ୍ତା। କିନ୍ତୁ ଭୋଟର ବିଜେପିର ଏହି ଆଶା ଓ ସମ୍ଭାବନାକୁ ଏକପ୍ରକାର ଅନ୍ତ ଘଟାଇଥିବା ନିର୍ବାଚନ ରଣନୀତି ବିଶାରଦମାନେ ମତ ଦେଇଛନ୍ତି।
ଆଉମାତ୍ର ବର୍ଷେରୁ କମ୍ ସମୟ ରହିଯାଇଥିବା ସାଧାରଣ ନିର୍ବାଚନ ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଅନେକ କିଛି ସଙ୍କେତ ବହନ କରୁଛି। ରାଜନୈତିକ ବିଶାରଦମାନଙ୍କ ମତରେ କର୍ଣ୍ଣାଟକ ନିର୍ବାଚନ ଜନାଦେଶରୁ ଆପାତତଃ ଏହି ସଙ୍କେତ ମିଳୁଛି ଯେ ‘ସବ୍କା ସାଥ୍ ସବ୍କା ବିକାଶ’ ନାଁରେ ‘ମହଙ୍ଗା ମାଡ଼’କୁ ଆଉ ଲୋକେ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଏହାଛଡ଼ା ଧର୍ମ, ସମ୍ପ୍ରଦାୟ ନାମରେ ଆଉ ଭୋଟରଙ୍କୁ ବେଶିଦିନ ବାନ୍ଧି ରଖାଯାଇପାରିବ ନାହିଁ। ଭୋଟରମାନେ ଭୋଟ ମାଧ୍ୟମରେ ପ୍ରିୟାପ୍ରୀତିତୋଷଣ ଓ ଦୁର୍ନୀତି ବିରୋଧୀ ସ୍ୱରକୁ ଶାଣିତ କରିଛନ୍ତି। ଗତଥର ନିର୍ବାଚନ ପରେ ପରେ ହୋଇଥିବା ‘ଅପରେସନ୍ ଲୋଟସ୍’ ଅଭିଯୋଗ ଯେ ଅନେକାଂଶରେ ସତ ଥିଲା, ତାହାକୁ ଭୋଟର ବିଶ୍ୱାସକୁ ନେଇଛନ୍ତି ଏବଂ କ୍ଷମତାନ୍ଧ ରାଜନୀତିକୁ ନାପସନ୍ଦ କରିଛନ୍ତି। ସେଥିପାଇଁ ପୂର୍ବ ସରକାରରେ ଥିବା ୧୪ ଜଣ ମନ୍ତ୍ରୀ ଚଳିତ ନିର୍ବାଚନରେ ହାରି ଯାଇଛନ୍ତି। ଭୋଟମାନେ ଦଳବଦଳକାରୀଙ୍କୁ ମଧ୍ୟ ନାପସନ୍ଦ କରିଛନ୍ତି। ତେଣୁ ବିଜେପିରୁ ଟିକେଟ ନ ପାଇ ଶେଷ ମୁହୂର୍ତ୍ତରେ କଂଗ୍ରେସରେ ଯୋଗ ଦେଇଥିବା କେତେକ ତୁଙ୍ଗ ନେତାଙ୍କୁ ଏଥର ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି।
କର୍ଣ୍ଣାଟକରେ ବିଜେପି ପ୍ରତ୍ୟାଖ୍ୟାତ ହେବା ପଛରେ ଭୋଟରଙ୍କ ପରିପକ୍ୱ ଜନାଦେଶ ସହିତ ଏହି ଜାତୀୟ ଦଳର ନିର୍ବାଚନ ରଣନୀତି ନିର୍ଦ୍ଧାରକମାନଙ୍କ ତ୍ରୁଟିପୂର୍ଣ୍ଣ ଓ ଅପରିଣାଦର୍ଶୀ ନିଷ୍ପତ୍ତି ଦାୟୀ ବୋଲି ନିର୍ବାଚନ ବିଶାରଦମାନେ ମତ ଦେଇଛନ୍ତି। ସେମାନଙ୍କ ମତରେ ବିଜେପି ଯେପରି ପ୍ରବୀଣ ଓ ବରିଷ୍ଠଙ୍କ ବଦଳରେ ଯୁବବର୍ଗଙ୍କ ଉପରେ ଅଧିକ ଭରସା କଲା ତାହା ହିଁ ଫଳାଫଳକୁ ବିପରୀତ ମୁହାଁ କଲା। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ୨୦୧୩ ନିର୍ବାଚନ ଫଳାଫଳକୁ ବିଜେପିର ରଣନୀତିକାରମାନେ ମନେ ପକାଇବାର ଥିଲା। ସେତେବେଳେ ମଧ୍ୟ ଦଳର ବରିଷ୍ଠ ନେତା ବି ଏସ୍ ୟେଦୁରପ୍ପା ଦଳ ଛାଡ଼ି ଗଲା ପରେ ବିଜେପି ସେହି ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିଲା ଏବଂ ୟେଦୁରପ୍ପାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଦଳ ପୁଣି ବିଜୟ ଧାରାକୁ ଫେରିଥିଲା। ତେଣୁ ଏଥର ବିଜେପି ୨୦୧୩ର ବିଫଳ ରଣନୀତିକୁ ଦୋହରାଇବା ସହିତ ଫଳାଫଳ ମଧ୍ୟ ସେହି ଅନୁରୂପ ହୋଇଛି ବୋଲି କୁହାଯାଇପାରେ।
ଭୋଟରମାନେ ସେମାନଙ୍କ ପରିପକ୍ୱ ମତଦାନ ଜରିଆରେ କେବଳ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ନୁହେଁ, ସେମାନେ ଦେଶର ସର୍ବପୁରାତନ ଜାତୀୟ ଦଳ କଂଗ୍ରେସ ଉପରେ ପୁଣି ଥରେ ବିପୁଳ ଭରସା କରିଛନ୍ତି। ଭୋଟରମାନେ ଯଦି କେବଳ ବିଜେପି ବିମୁଖ ହୋଇଥା’ନ୍ତେ ତେବେ ସେଠାରେ ଝୁଲା ବିଧାନସଭା ନିଶ୍ଚିତ ଘଟିଥା’ନ୍ତା ଏବଂ ଘୋଡ଼ା ବେପାର ପୁଣି ଆରମ୍ଭ ହୋଇଥା’ନ୍ତା। ତେଣୁ ଏହି ଜନାଦେଶ ଆଗାମୀ ଦିନରେ ଭୋଟ ରାଜନୀତି ଓ ଭାରତୀୟ ନିର୍ବାଚନୀ ଗଣତନ୍ତ୍ରରେ ଏକ ବିରାଟ ପରିବର୍ତ୍ତନର ସଙ୍କେତ ବହନ କରୁଥିବା ଅନୁମାନ କରାଯାଉଛି। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼’ ଯାତ୍ରାର ପ୍ରଭାବ ମଧ୍ୟ ପଡ଼ିଛି ବୋଲି କୁହାଯାଇପାରେ। ସେହିପରି ପ୍ରାୟ ୫ ବର୍ଷ ତଳର ରାହୁଲ୍ ଗାନ୍ଧୀଙ୍କର ଏକ ମନ୍ତବ୍ୟ ପାଇଁ ଏବେ ହୋଇଥିବା ଦଣ୍ଡାଦେଶ ବିଜେପି ପାଇଁ ବୁମେରାଂ ହୋଇଛି ବୋଲି ହେଉଥିବା ଚର୍ଚ୍ଚାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ।
ତେବେ ଓଡ଼ିଶା, ଉତ୍ତରପ୍ରଦେଶ ଓ ପଞ୍ଜାବରେ କଂଗ୍ରେସ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟର କ୍ଷତ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଜରିଆରେ ଭରଣା ହୋଇ ଏହି ଜାତୀୟ ଦଳ ପାଇଁ ଆଶ୍ୱସ୍ତି ଆଣିଛି। କିନ୍ତୁ ଏହି ଜାତୀୟ ଦଳର ଏକ ପୁରୁଣା ରୋଗ ହେଉଛି ଦଳୀୟ କନ୍ଦଳ, ଯାହା ଓଡ଼ିଶାରେ ଚାଲି ଆସିଛି ଏବଂ ରାଜସ୍ଥାନରେ ଏହାର ସଂକ୍ରମଣ ଏବେ ଅତି ତୀବ୍ର ଆକାର ଧାରଣ କରିଛି। କର୍ଣ୍ଣାଟକରେ ସିଦ୍ଦରାମେୟା ଓ ଶିବକୁମାରଙ୍କ ଭଳି ଦୁଇ ଉଚ୍ଚପ୍ରତ୍ୟାଶୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ତେଣୁ ଏହି ଦୁଇଜଣ ଏବଂ ସେମାନଙ୍କର ସମର୍ଥକ ବିଧାୟକମାନଙ୍କୁ କିପରି ସନ୍ତୁଷ୍ଟ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ଥିର ଶାସନ, ଆଭ୍ୟନ୍ତରୀଣ ଦଳୀୟ ଶୃଙ୍ଖଳା ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଏକତା ବଜାୟ ରଖାଯାଇପାରିବ ତାହା ଦଳୀୟ ହାଇକମାଣ୍ଡଙ୍କ ଆଗରେ ପ୍ରମୁଖ ଆହ୍ୱାନ ହେବ। ନିର୍ବାଚନ ପରେ ଭୋଟଙ୍କ ଆଖି ଏବେ ଏକ ସ୍ଥାୟୀ ସରକାର ଉପରେ ନିବଦ୍ଧ ରହିବ। ଏଥିସହିତ କଂଗ୍ରେସ ଇସ୍ତାହାରରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି କେତେଶୀଘ୍ର ପୂରଣ ହେବ ତାହା ମଧ୍ୟ ଭୋଟରଙ୍କ ପାଇଁ ଅର୍ଥପୂର୍ଣ୍ଣ ହେବ। ଦୀର୍ଘ ବର୍ଷ ପରେ ଭୋଟର ଦେଇଥିବା ଏହି ସୁଯୋଗକୁ କଂଗ୍ରେସ ଯେପରି ଆସ୍ଥା ଓ ବିଶ୍ୱାସରେ ପରିଣତ କରିବ ତାହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।