ମନୋରଞ୍ଜନ
ଓଡ଼ିଶା
ଆଜି ସାମ୍ବିଧାନିକ ଦାୟିତ୍ୱ ଦିବସ, ଛୁଟିଦିନ ନୁହେଁ
ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହେଉଛି। ଭାରତୀୟ ଗଣତନ୍ତ୍ରର ଏହି ନିର୍ବାଚନ ମହୋତ୍ସବ ବିଶ୍ୱର ସର୍ବବୃହତ୍। ଯଦିଓ ଗଣତନ୍ତ୍ରର ଏକମାତ୍ର ମୁଖ୍ୟ ଅଙ୍ଗ ନିର୍ବାଚନ ନୁହେଁ, ତଥାପି ଏତେ ବିଶାଳ ଆକାରରେ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଭାରତୀୟ ଗଣତନ୍ତ୍ର ପାଇଁ ସାରା ବିଶ୍ୱରେ ଏକ ମହନୀୟ ପରିଚୟ ସୃଷ୍ଟି କରିପାରିଛି। ଆଜିର ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ […]
ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହେଉଛି। ଭାରତୀୟ ଗଣତନ୍ତ୍ରର ଏହି ନିର୍ବାଚନ ମହୋତ୍ସବ ବିଶ୍ୱର ସର୍ବବୃହତ୍। ଯଦିଓ ଗଣତନ୍ତ୍ରର ଏକମାତ୍ର ମୁଖ୍ୟ ଅଙ୍ଗ ନିର୍ବାଚନ ନୁହେଁ, ତଥାପି ଏତେ ବିଶାଳ ଆକାରରେ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଭାରତୀୟ ଗଣତନ୍ତ୍ର ପାଇଁ ସାରା ବିଶ୍ୱରେ ଏକ ମହନୀୟ ପରିଚୟ ସୃଷ୍ଟି କରିପାରିଛି। ଆଜିର ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ଚାରିଟି ଲୋକସଭା ଆସନ ସମେତ ୧୦ଟି ରାଜ୍ୟର ୯୬ଟି ଲୋକସଭା ଆସନରେ ଭୋଟଦାନ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାର ମୋଟ ୨୮ଟି ଓ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ଓଡ଼ିଶାରେ ଆଜିର ଭୋଟଦାନରେ ୬୨.୮୭ ଲକ୍ଷ ଭୋଟର ୩୭ ସାଂସଦ ପ୍ରାର୍ଥୀ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ଏଥର ପ୍ରଥମ ତିନି ପର୍ଯ୍ୟାୟ ନିର୍ବାଚନ ଭୋଟଦାନରେ ମୋଟ ମତଦାନ ହାର ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ହାରାହାରି ପ୍ରାୟ ତିନି ପ୍ରତିଶତ କମିଥିବାରୁ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କଥା ଏ ପର୍ଯ୍ୟନ୍ତ ଯାଇଛି ଯେ କେତେକ ମୁଖ୍ୟ ବିରୋଧୀ ଦଳ ତଥା ଦେଶର ପ୍ରମୁଖ ପେସାଦାର ସାମ୍ବାଦିକ ସଂଘ ନିର୍ବାଚନ କମିଶନ୍ଙ୍କ ଦ୍ୱାରା ବିଗତ ତିନି ପର୍ଯ୍ୟାୟ ଭୋଟରେ ମତଦାନ ପରିସଂଖ୍ୟାନର ବିଶ୍ଳେଷଣ ଘୋଷଣା କରା ନ ଯାଇଥିବାରୁ ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ଖଡ଼ଗେ ନିର୍ବାଚନ କମିଶନ୍ଙ୍କୁ ପତ୍ର ଲେଖି ଆଶଙ୍କା ପ୍ରକାଶ କରିଛନ୍ତି ଯେ ଏହି ସୂଚନା ଘୋଷଣା ନ କରାଯିବା ଫଳରେ କମିଶନ୍ଙ୍କ କାର୍ଯ୍ୟକଳାପର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାକୁ ଦୃଢ଼ ଖଣ୍ଡନ କରି ନିର୍ବାଚନ କମିଶନ୍ ସୂଚାଇଛନ୍ତି ଯେ ପ୍ରତ୍ୟେକ ବୁଥ୍ର ମୋଟ ମତଦାନ ସଂଖ୍ୟା ସମସ୍ତ ପୋଲିଂ ଏଜେଣ୍ଟମାନଙ୍କୁ ସୂଚିତ କରାଯାଇସାରିଛି ଏବଂ ଏହା ନିର୍ବାଚନ କମିଶନ୍ଙ୍କ ଭୋଟଦାତା ଆପ୍ରେ ମଧ୍ୟ ପ୍ରକାଶିତ କରାଯାଉଛି। ଏଭଳି ସନ୍ଦେହ ଆସିବାର କାରଣ ହେଲା ଗତଥରମାନଙ୍କ ପରି ନିର୍ବାଚନ କମିଶନ୍ ପ୍ରତ୍ୟେକ ମତଦାନ ପର୍ଯ୍ୟାୟ ଶେଷରେ ମୋଟ ମତଦାତା ପରିସଂଖ୍ୟାନର ସମୀକ୍ଷା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କରି ନାହାନ୍ତି। ଏପରି ନ କରିବାର କାରଣ ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ତେଣୁ ବିରୋଧୀ ଦଳମାନଙ୍କ ଦ୍ୱାରା ଏହାର ସମାଲୋଚନା ହେବା ସ୍ୱାଭାବିକ।
ଏଥର ପ୍ରଥମ ତିନି ପର୍ଯ୍ୟାୟର ମତଦାନ ହାରକୁ ଲକ୍ଷ୍ୟ କଲେ ପାଖାପାଖି ଚାଳିଶ ପ୍ରତିଶତ ମତଦାତା ଓ ତହିଁରୁ ଅଧିକାଂଶ ସହରାଞ୍ଚଳ ମତଦାତା ଭୋଟ ଦେବାକୁ ଯାଉ ନଥିବା ଜଣାପଡ଼ୁଛି। ଅବଶ୍ୟ ଏଥର ଆସାମ୍ ଭଳି ରାଜ୍ୟରେ ମତଦାନ ହାର ଏ ପର୍ଯ୍ୟନ୍ତ ଅଶୀ ପ୍ରତିଶତରୁ ବି ଅଧିକ ହୋଇଛି। ସହରାଞ୍ଚଳର ସମ୍ପନ୍ନ ଓ ଶିକ୍ଷିତ ବର୍ଗର ଭୋଟରମାନେ ଭୋଟ ଦେବାକୁ ହୁଏତ ସମ୍ମାନଜନକ ବୋଲି ବିଚାର କରୁ ନାହାନ୍ତି କିମ୍ବା ଗ୍ରୀଷ୍ମଋତୁର ପ୍ରଭାବରେ ଘରୁ ବାହାରିବାକୁ ସୁରକ୍ଷିତ ମନେ କରୁ ନାହାନ୍ତି। କିନ୍ତୁ ଏହା ଭାରତର ସୁସ୍ଥ ଗଣତନ୍ତ୍ର ପାଇଁ ଆଦୌ ଶୁଭକାରକ ନୁହେଁ। ଭୋଟଦାନ ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ତଥା ରାଷ୍ଟ୍ରୀୟ କର୍ତ୍ତବ୍ୟ। ଭୋଟ ଗ୍ରହଣ ଦିନଟିକୁ ଛୁଟିଦିନ ଭାବରେ ବିବେଚନା କରି ଏଭଳି ମୌଳିକ ଅଧିକାର ଓ ରାଷ୍ଟ୍ରୀୟ କର୍ତ୍ତବ୍ୟବୋଧକୁ ଅବହେଳା କରିବା ନିନ୍ଦନୀୟ। ଦେଶରେ ରାଜନୀତି ଓ କ୍ଷମତା ସଂଘର୍ଷ ଯେତେ ଅଶାଳୀନ ଓ ଅସ୍ୱଚ୍ଛ ହେଲେ ମଧ୍ୟ ଜନାଦେଶ ସାବ୍ୟସ୍ତ କରିବାର ସାର୍ବଭୌମ ଦାୟିତ୍ୱକୁ ଅବହେଳା କରିବା ଆଦୌ ଶୋଭନୀୟ ନୁହେଁ। ଆପଣମାନଙ୍କର ମନେଥିବ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି ଏନ୍ ଶେଷାନ୍ ଓଡ଼ିଶା ନିର୍ବାଚନ ଗସ୍ତରେ ଆସି ଭୁବନେଶ୍ୱରଠାରେ କହିଥିଲେ ଯେ ଲୋକପ୍ରତିନିଧି ନିର୍ବାଚନ ଏକ ପବିତ୍ର ଦାୟିତ୍ୱ। ଆମେ ନିଜର ବହୁମୂଲ୍ୟ ଭୋଟ ଦେବାକୁ ଗଲା ବେଳେ ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛିବା ଉଚିତ, ଯେଉଁଭଳି ଆମେ ପୁତ୍ର ବା କନ୍ୟାର ବିବାହ ପାଇଁ ଉପଯୁକ୍ତ ପାତ୍ର ବା ପାତ୍ରୀଟିଏ ଖୋଜୁଥାଉ। ସତରେ ଏ ବିବୃତ୍ତିରେ ଏକ ନିଷ୍ଠାପର ଦେଶପ୍ରେମୀ ନାଗରିକର ସାମ୍ବିଧାନିକ ଦାୟିତ୍ୱର ନିଷ୍କର୍ଷ ସ୍ପଷ୍ଟ ବାରି ହୁଏ।
ବିଶେଷକରି ଚତୁର୍ଥ ପର୍ଯ୍ୟାୟ ଓ ବଳକା ଆଉ ତିନି ପର୍ଯ୍ୟାୟର ଭୋଟଦାନ ପାଇଁ ସମ୍ପୃକ୍ତ ଅଞ୍ଚଳର ନାଗରିକମାନେ ବହୁସଂଖ୍ୟାରେ ଆସି ମତଦାନ କରିବା ଆବଶ୍ୟକ। ଏପରିକି କୌଣସି ପ୍ରାର୍ଥୀ ନିଜର ମନୋନୀତ ନ ହେଲେ ଭୋଟକେନ୍ଦ୍ରକୁ ଆସି ‘ନୋଟା’ରେ ତ ଭୋଟ ଦେଇପାରିବେ। ଜଣେ ସାର୍ବଭୌମ ଭୋଟରର ଅଧିକାର ପ୍ରତୀକ ଅଙ୍ଗୁଠି ପଛପଟେ ଅଲିଭା କାଳିଦାଗର ମର୍ଯ୍ୟାଦା ଆସ୍ୱାଦନ ପାଇଁ ଭୋଟକେନ୍ଦ୍ରକୁ ଯିବା ଆବଶ୍ୟକ। ଆମର ଓଡ଼ିଶାର ଭୋଟର ଭାଇଭଉଣୀ ଓ ବିଶେଷକରି ପ୍ରଥମ ଥର ଭୋଟର ଦାୟିତ୍ୱ ପାଇଥିବା ଯୁବବର୍ଗଙ୍କୁ ଅନୁରୋଧ ଯେ ସର୍ବାଧିକ ସଂଖ୍ୟାରେ ମତଦାନ କରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ଅଧିକରୁ ଅଧିକ ସଶକ୍ତ କରାନ୍ତୁ। ନିର୍ବାଚନ କମିଶନ୍ ଅଧିକରୁ ଅଧିକ ସଂଖ୍ୟାରେ ମତଦାତାଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବାକୁ ଅନେକଗୁଡ଼ିଏ ପ୍ରେରଣାତ୍ମକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଅନେକ ସ୍ଥାନରେ ଘରୋଇ ବ୍ୟବସାୟିକ ଅନୁଷ୍ଠାନମାନେ ମଧ୍ୟ ଭୋଟଦାନକୁ ଉତ୍ସାହିତ କରିବା ପାଇଁ ବିଜ୍ଞାପନ ତଥା ଲଟେରି ପୁରସ୍କାରର ଘୋଷଣା କରିଛନ୍ତି।
ଅବଶ୍ୟ ଯଦି ସତରଟି ସାଧାରଣ ନିର୍ବାଚନ ପରେ ମଧ୍ୟ ଭାରତର ମତଦାତା ଉତ୍ସାହବାଣୀ, ପ୍ରେରଣାଦାୟୀ କାର୍ଯ୍ୟକ୍ରମ ତଥା ପୁରସ୍କାର ଆଦିର ଆବଶ୍ୟକତା ପଡ଼ୁଛି ତାହାହେଲେ ଆମ ହୃଦୟରେ ଗଣତନ୍ତ୍ରର ସ୍ଥାନ ଏବେ ବି ଦୃଢ଼ ହୋଇନାହିଁ ବୋଲି ଭାବିବାକୁ ପଡ଼ିବ। ଦେଶ ଆମର, ରାଜ୍ୟ ଆମର, ଶାସନ ପ୍ରଶାସନ ଆମର ଏବଂ ଭୋଟ ପ୍ରାର୍ଥୀ, ରାଜନୈତିକ ଦଳମାନଙ୍କୁ ସାମୟିକ ପ୍ରତିନିଧିତ୍ୱ ଦେଇ ଆମେ ନାଗରିକ ସମୂହ ନିଜର ସାର୍ବଭୌମତ୍ୱ ଜାହିର କରୁଥାଇଁ ବୋଲି ଆଉ କେବେ ହୃଦୟଙ୍ଗମ ହେବ? ଏ ଦିଗରେ ନିର୍ବାଚନ କମିଶନ୍ ତଥା ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କର ଆହୁରି ବହୁତ୍ କିଛି କାର୍ଯ୍ୟ କରିବାକୁ ବାକି ରହିଛି। ନିର୍ବାଚନ ର୍ୟାଲି, ରୋଡ୍ ଶୋ, ଗୀତ, ନାଚ ଓ ଅନ୍ୟାନ୍ୟ ମନୋରଞ୍ଜନର ବହୁଳ ବ୍ୟବହାର ସମ୍ପୂର୍ଣ୍ଣ ଗଣମାଧ୍ୟମ ପରିବେଶକୁ କୋଳାହଳମୟ କରି ରଖିବା ତଥା ସକାଳୁ ରାତି ପର୍ଯ୍ୟନ୍ତ କାନଫଟା ଧ୍ୱନି ପ୍ରଦୂଷଣ ମାଧ୍ୟମରେ ଆସନ୍ତା ପାଞ୍ଚବର୍ଷ ପାଇଁ ଶାସନ ନୀତିର କ’ଣ ଯେ ବ୍ୟାଖ୍ୟା କରାଯାଉଛି ତାହା ଦେଖିବାକୁ, ପଢ଼଼ିବାକୁ, ଶୁଣିବାକୁ କେତେଜଣ ମତଦାତାଙ୍କ ପାଖରେ ସମୟ, ଶକ୍ତି ଓ ରୁଚି ଅଛି ତାହା ଏକ ବଡ଼ ପ୍ରଶ୍ନ। ତେଣୁ ନିର୍ବାଚନ କମିଶନ୍ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନାର ଦାୟିତ୍ୱରେ ଥିବାରୁ ଶାସନ ବ୍ୟବସ୍ଥାର ଶାନ୍ତିପୂର୍ଣ୍ଣ ତର୍ଜମା ପାଇଁ ଉଭୟ ରାଜନୈତିକ ଦଳ ଓ ଭୋଟରମାନଙ୍କୁ ସୁବ୍ୟବସ୍ଥିତ ଭାବରେ ଆଉ କେବେ ନିୟୋଜିତ କରିବେ?
ଏବେ କଥା ଉଠୁଛି ନିର୍ବାଚିତ ସରକାରର ଅବଧି ପୂର୍ତ୍ତି ସମୟ ବା ‘ଏକ୍ସପାଏରି ଡେଟ୍’ ବିଷୟରେ। ଆମ ରାଜ୍ୟରେ ଗତ ୨୪ବର୍ଷ ଧରି ସ୍ଥିର ଶାସନର ସୁଫଳ ଆମେମାନେ ଉପଭୋଗ କରି ଆସୁଛେ। ସମ୍ବିଧାନରେ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ୱାରା ପ୍ରତ୍ୟେକ ପାଞ୍ଚବର୍ଷର ନିର୍ଦ୍ଧାରିତ ଶାସନ କାଳ ସ୍ଥିରୀକୃତ ସତ୍ତ୍ବେ ନବୀନ ବାବୁଙ୍କ ନେତୃତ୍ୱରେ ଲଗାତାର ସେହିଦଳ କ୍ଷମତାସୀନ ହେଉଥିବାରୁ ଏହି ସ୍ଥିର ଶାସନର ପୁନଃପୁନଃ ନବୀକରଣ ଏକ ଗତାନୁଗତିକ ଧାରାରେ ପ୍ରବର୍ତ୍ତିତ ହୋଇସାରିଛି। ଏହାଛଡ଼ା ନିର୍ବାଚିତ ଶାସକ ଦଳର କ୍ଷମତାକାଳ କେବଳ ରାଜ୍ୟମାନଙ୍କ ପାଇଁ ସ୍ଥିରୀକୃତ ନୁହେଁ; ଏହା କେନ୍ଦ୍ର ସରକାରଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ଆମ ରାଜ୍ୟରେ ଗତ ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ନିର୍ବାଚନରେ ସାଧାରଣ ମତଦାତାଙ୍କ ଦ୍ୱାରା ବିକାଶ, ଜନମଙ୍ଗଳ ଓ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ବିଶାଳ ଅନୁମୋଦନ ମିଳିସାରିଛି। ବହୁମୁଖୀ ବିକାଶ, ସାଂସ୍କୃତିକ ନବଜାଗରଣ ତଥା ସମାବେଶୀ ସାମାଜିକ ନ୍ୟାୟର ବହୁସ୍ୱୀକୃତ କାର୍ଯ୍ୟକ୍ରମ ହିଁ ଓଡ଼ିଆ ଅସ୍ମିତାର ନିଜସ୍ୱ ଇସ୍ତାହାର। ଏ ପ୍ରବାହକୁ ସମର୍ଥନ କରୁଥିବା ନିର୍ବାଚନ ରଣନୀତି ଯେ ମତଦାତାଙ୍କ ପ୍ରିୟଭାଜନ ହେବ ଏଥିରେ ସନ୍ଦେହ ନାହିଁ। ସ୍ଥର ଶାସନ, ସାଂସ୍କୃତିକ ନବଜାଗରଣ ଓ ବହୁମୁଖୀ ସମାବେଶୀ ବିକାଶର ‘ଅବଧÒ ପୂର୍ତ୍ତି ତାରିଖ’ ଥାଏ କି?