ଭୂସ୍ୱର୍ଗ-ନିର୍ବାଚନର ଦାମ୍ଭିକ ସଙ୍କେତ
ଆସନ୍ତା ୧୮ ତାରିଖରେ ଜାମ୍ମୁ-କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ଆରମ୍ଭ ହେବା ସହିତ ଅନେକ ଇତିହାସ ଲେଖା ହେବାକୁ ଯାଉଛି। ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଓ ସୁବିଧାସୁଯୋଗ ଦେଇଆସୁଥିବା ସମ୍ବିଧାନର ୩୭୦ ଧାରାର ଉଚ୍ଛେଦ ପରେ ସେଠାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥÒବାରୁ ଭୂସ୍ବର୍ଗ କାଶ୍ମୀର ଓ ସମଗ୍ର ଦେଶବାସୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି। ଏହି ନିର୍ବାଚନରେ ସେଠାରେ ବିଗତ ତିନି ଦଶନ୍ଧି ପରେ ପ୍ରଥମ ଥର […]
ଆସନ୍ତା ୧୮ ତାରିଖରେ ଜାମ୍ମୁ-କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ଆରମ୍ଭ ହେବା ସହିତ ଅନେକ ଇତିହାସ ଲେଖା ହେବାକୁ ଯାଉଛି। ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଓ ସୁବିଧାସୁଯୋଗ ଦେଇଆସୁଥିବା ସମ୍ବିଧାନର ୩୭୦ ଧାରାର ଉଚ୍ଛେଦ ପରେ ସେଠାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥÒବାରୁ ଭୂସ୍ବର୍ଗ କାଶ୍ମୀର ଓ ସମଗ୍ର ଦେଶବାସୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି। ଏହି ନିର୍ବାଚନରେ ସେଠାରେ ବିଗତ ତିନି ଦଶନ୍ଧି ପରେ ପ୍ରଥମ ଥର ପାଇଁ ଜଣେ କାଶ୍କୀରୀ ପଣ୍ଡିତ ସମ୍ପ୍ରଦାୟର ମହିଳା ଜେଡି ରାଇନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏନ୍ଡିଏର ସହଯୋଗୀ ‘ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଅଥାୱଲ୍)’ ଦଳର ସେ ଏକମାତ୍ର ପ୍ରାର୍ଥୀ ହୋଇଥିବା ବେଳେ ସେ ୨୦୨୦ରେ ସରପଞ୍ଚ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ଜେଡି ରାଇନାଙ୍କ ପ୍ରାର୍ଥÒତ୍ୱ ଅନେକ ଦୃଷ୍ଟିରୁ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ମହତ୍ତ୍ୱପୂର୍ଣ୍ଣ। ସେ ଜାମ୍ମୁ-କାଶ୍ମୀରର ଏପରି ଏକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି, ଯେଉଁମାନେ ନିଜ ମୂଳଭୂଖଣ୍ଡରୁ ବିତାଡ଼ିତ ହୋଇ ଅକଥନୀୟ ନିର୍ଯାତନା ଓ ଦୁଃଖ କଷ୍ଟ ଭୋଗିଛନ୍ତି। କାଶ୍ମୀରୀ ପଣ୍ଡିତଙ୍କ ବିସ୍ଥାପନ ଓ ନିର୍ଯାତନା ପ୍ରସଙ୍ଗ ଅନେକ ବିବାଦ ଓ ବିତର୍କକୁ ଜନ୍ମ ଦେଇଛି ଏବଂ ଦେଶର ରାଜନୀତିକୁ ଦୋହଲାଇ ଦେଇଛି। ତେଣୁ ରାଇନାଙ୍କ ପ୍ରାର୍ଥÒତ୍ୱ ସମଗ୍ର କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିବା ସହିତ ସେମାନଙ୍କ ନ୍ୟାଯ୍ୟ ଅଧିକାରର ପୁନଃପ୍ରତିଷ୍ଠା ସମ୍ଭାବନାକୁ ଉଜ୍ଜ୍ୱଳ କରୁଛି।
ଏହା କେବଳ କାଶ୍ମୀରୀ ପଣ୍ଡିତ କିମ୍ବା ଭାରତୀୟ ଏକତାର ଜୟଗାନ ନୁହେଁ; ଜାମ୍ମୁ-କାଶ୍ମୀରରେ ସୀମାପାର ଆତଙ୍କବାଦର ପୃଷ୍ଠପୋଷକ ଓ ସମର୍ଥକମାନଙ୍କୁ ଦୃଢ଼ ଜବାବ ମଧ୍ୟ। ପାକ୍ ଓ ଚୀନ୍ ପ୍ରାୟୋଜିତ ଆତଙ୍କବାଦୀମାନେ କାଶ୍ମୀରରେ ପ୍ରଥମରୁ ଯୁବକମାନଙ୍କ ମନରେ ଭାରତ ବିଦ୍ୱେଷୀ ବିଷ ଭରିଦେଇ ନିଜ ଭୂମିରେ ହିଁ ସେମାନଙ୍କୁ ରକ୍ତର ହୋରି ଖେଳିବା ପାଇଁ ବାଧ୍ୟ କରୁଥିଲେ। ଏବେ ସମୟ ବଦଳିଛି। ବିଶେଷକରି ୨୦୧୯ ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ବିକାଶ ଓ ସ୍ୱାବଲମ୍ବନର ଯେଉଁ ନବଯୁଗ ଆରମ୍ଭ ହୋଇଛି, ତାହାର ପ୍ରଭାବରେ କାଶ୍ମୀରୀ ଯୁବବର୍ଗ ବାସ୍ତବତାକୁ ଅନୁଭବ କରିପାରିଛନ୍ତି। ହିଂସାର ଉତ୍ତର ହିଂସା ନୁହେଁ। ଏଣୁ ଦୀର୍ଘକାଳ ଧରି ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଭିଆଇ ଆସୁଥିବା ହିଂସାର ଜବାବ ଏଥର ନିର୍ବାଚନ ଜରିଆରେ ଦିଆଯିବାକୁ ସେଠାକାର ଯୁବବର୍ଗ ଯେଉଁ ପଣ କରିଛନ୍ତି, ତାହାର ଦାମ୍ଭିକ ପ୍ରତୀକ ଭାବରେ ରାଇନାଙ୍କୁ ଉପସ୍ଥାପନ କରାଯାଇପାରେ। କାରଣ, ସେଠାକାର ଯୁବବର୍ଗଙ୍କ ଉତ୍ସାହ ଓ ଅନୁରୋଧ କ୍ରମେ ହିଁ ସେ ବିଧାନସଭା ନିର୍ବାଚନରେ ଭାଗ ନେଇଥିବା କହିଛନ୍ତି। ଏହାଛଡ଼ା ସମଗ୍ର ଭୂସ୍ୱର୍ଗ ଭୂଖଣ୍ଡର ଯୁବବର୍ଗଙ୍କର ଯେଉଁ ସମସ୍ୟା ଓ ଦାବି ରହିଛି, ତାହାକୁ ବିଧାନସଭାରେ ଉପସ୍ଥାପନ କରିବାରେ ଜଣେ ଯୁବନେତା ହିଁ ସର୍ବୋତ୍ତମ ବିକଳ୍ପ।
୨୦୧୯ରେ ସମଗ୍ର ଭାରତବାସୀଙ୍କ ଆତ୍ମାକୁ ଦୋହଲାଇ ଦେଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍ପିଏଫ୍ ଯବାନଙ୍କ ସହିଦ ଘଟଣା ଏ ପର୍ଯ୍ୟନ୍ତ ଦେଶବାସୀଙ୍କ ମନରୁ ଲିଭି ନାହିଁ। ରାଇନା ଏଥର ସେହି ରକ୍ତରଞ୍ଜିତ ଅଞ୍ଚଳର ରାଜପୋରା ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସେଠାକାର ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଆହୁରି ଚର୍ଚ୍ଚିତ କରିଛି। ସେ ବିନା ସୁରକ୍ଷା ବଳୟରେ ପୁଲ୍ୱାମାର ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କ ସମସ୍ୟା ବିଷୟରେ ବୁଝିବା, ସେମାନଙ୍କ ସହିତ ଆଲୋଚନା କରିବା, ଏପରିକି ମୁସଲ୍ମାନ ସମ୍ପ୍ରଦାୟ ସହିତ ମିଶିବାର ଯେଉଁ ନିର୍ଭୀକତା ପ୍ରଦର୍ଶନ କରିଛନ୍ତି, ତାହା ସେଠାରେ ଆତଙ୍କବାଦୀଙ୍କୁ ଭିନ୍ନ ଏକ ବାର୍ତ୍ତା ଦେଉଛି।
ଏବେ ଭାରତୀୟ ଗଣତନ୍ତ୍ରରେ ମହିଳା ସଶକ୍ତୀକରଣର ଏକ ନୂଆ ଯୁଗ ଆରମ୍ଭ ହୋଇଛି। ସେଥିରେ ରାଇନାଙ୍କ ପ୍ରାର୍ଥÒତ୍ୱ ଉଭୟ ଗଣତନ୍ତ୍ର ଓ ଜାମ୍ମୁ-କାଶ୍ମୀର ପାଇଁ ଆଦର୍ଶ ନିଶ୍ଚୟ। ବିବିଧତା ମଧ୍ୟରେ ଏକତା, ସାମ୍ପ୍ରଦାୟିକତା ଭିତରେ ଭ୍ରାତୃତ୍ୱ, ବିଶାଳତା ମଧ୍ୟ ଅଖଣ୍ଡତା ହିଁ ଭାରତର ମୌଳିକ ଆଦର୍ଶ। ଭାରତୀୟ ଗଣତନ୍ତ୍ର ମଧ୍ୟ ବହୁଦଳୀୟ ଓ ବହୁ ଆଦର୍ଶଭିତ୍ତିକ। ସମ୍ବିଧାନର ଏହି ସର୍ବବ୍ୟାପୀ ଓ ସମାବେଶୀ ଦୃଷ୍ଟିରେ ରାଇନା ଯଦି ଘଟଣାକ୍ରମରେ ନବଗଠିତ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସ୍ୱାଧୀନତାର ଅମୃତକାଳରେ ତାହା ହିଁ ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି ସ୍ୱୀକାର କରିବାକୁ ପଡ଼ିବ।