ଦିଲ୍ଲୀରେ ପୁଣି ବାୟୁ-ପ୍ରଦୂଷଣ ସଙ୍କଟ

The Sakala Picture
Published On

ମାତ୍ରାଧିକ ଜୀବାଶ୍ମ ଇନ୍ଧନର ବ୍ୟବହାର, ଅନିୟନ୍ତ୍ରିତ କୋଠାବାଡ଼ି ନିର୍ମାଣ ତଥା ଦିଲ୍ଲୀ ଓ ପଞ୍ଜାବରେ ଫସଲ ଅମଳ ପରେ କ୍ଷେତରେ ବ୍ୟାପକ ନଡ଼ାପୋଡ଼ି ର ପରାଭବ ଏବର୍ଷ ପୁଣି ଦିଲ୍ଳୀବାସୀ ଭୋଗୁଛନ୍ତି ଏବଂ ସାରା ଦୁନିଆ ପୁଣି ଦେଖୁଛି। ବିଶ୍ବସ୍ତରରେ ଦିଲ୍ଲୀର ଯାହା ବଦନାମ ହେଉଛି ଏବଂ ତା’ସହିତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀରେ ଜନସ୍ୱାସ୍ଥ୍ୟ ସଙ୍କଟ ଉଦବେଗଜନକ ହୋଇପଡିଛି। ରାଜଧାନୀ ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ ଘଟଣା ନୂଆ ନୁହେଁ। ବିଶେଷକରି ଶୀତଦିନେ କୁହୁଡ଼ି ଓ […]

ମାତ୍ରାଧିକ ଜୀବାଶ୍ମ ଇନ୍ଧନର ବ୍ୟବହାର, ଅନିୟନ୍ତ୍ରିତ କୋଠାବାଡ଼ି ନିର୍ମାଣ ତଥା ଦିଲ୍ଲୀ ଓ ପଞ୍ଜାବରେ ଫସଲ ଅମଳ ପରେ କ୍ଷେତରେ ବ୍ୟାପକ ନଡ଼ାପୋଡ଼ି ର ପରାଭବ ଏବର୍ଷ ପୁଣି ଦିଲ୍ଳୀବାସୀ ଭୋଗୁଛନ୍ତି ଏବଂ ସାରା ଦୁନିଆ ପୁଣି ଦେଖୁଛି। ବିଶ୍ବସ୍ତରରେ ଦିଲ୍ଲୀର ଯାହା ବଦନାମ ହେଉଛି ଏବଂ ତା’ସହିତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀରେ ଜନସ୍ୱାସ୍ଥ୍ୟ ସଙ୍କଟ ଉଦବେଗଜନକ ହୋଇପଡିଛି।

ରାଜଧାନୀ ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ ଘଟଣା ନୂଆ ନୁହେଁ। ବିଶେଷକରି ଶୀତଦିନେ କୁହୁଡ଼ି ଓ ପଡ଼ୋଶୀ ରାଜ୍ୟମାନଙ୍କର ନଡ଼ାପୋଡ଼ି ଜନିତ ଧୂଆଁ ଦେଶର ରାଜଧାନୀର ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ ପ୍ରତିବର୍ଷ କରିଥାଏ। କିନ୍ତୁ ଏବର୍ଷ ସେଠାକାର ବାୟୁ ପ୍ରଦୂଷଣ ସଙ୍କଟ ଅତିଶୟ ଭୟାବହ ସ୍ଥିତିକୁ ଚାଲିଯାଇଛି। ସେଠାରେ ଏକପ୍ରକାର ଅଘୋଷିତ କର୍ଫ୍ୟୁ ଜାରି କରାଯାଇଛି। ବିଶେଷକରି ବୟସ୍କ ଓ ଶିଶୁମାନଙ୍କୁ ଘରୁ ଆଦୌ ନ’ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଟ୍ରକ୍ ଓ ସମସ୍ତ ବ୍ୟାବସାୟିକ ଚାରିଚକିଆ ଯାନଗୁଡ଼ିକର ଚଳାଚଳ ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ମହାନଗରରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ରାଜ୍ୟପାଳ ଭି କେ ସକ୍ସେନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକରେ ସ୍ଥିତିର ସମୀକ୍ଷା କରାଯାଇଛି ଏବଂ ଜରୁରୀ ପଦକ୍ଷେପ ଘୋଷଣା କରାଯାଇଛି। ଏଥିରୁ ପରିସ୍ଥିତି କେତେ ଭୟାବହ ତାହା ସହଜରେ ଅନୁମେୟ।

ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ସହରରେ ବାୟୁ ପ୍ରଦୂଷଣର ଯେଉଁ ସ୍ତର ସୃଷ୍ଟି ହୋଇଛି ସେଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଶିଶୁମାନେ। ଆଲର୍ଜି, ଶ୍ୱାସରୋଗ, ଫୁସ୍ଫୁସ୍ ସଂକ୍ରମଣ, ଥଣ୍ଡା, ଗଳା ଦରଜ ପରି ରୋଗରେ ପୀଡ଼ିତ ଶିଶୁଙ୍କ ସଂଖ୍ୟା ଡାକ୍ତରଖାନାମାନଙ୍କରେ ବଢ଼଼ିବାରେ ଲାଗିଛି। ସମ୍ଭାବ୍ୟ ଉତ୍କଟ ପରିସ୍ଥିତିରୁ ଯଥାସମ୍ଭବ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସବୁପ୍ରକାର ବିକଳ୍ପ ପଦକ୍ଷେପ ନିଆଯାଉଛି। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସମସ୍ତ ସରକାରୀ ବିଭାଗକୁ ନିଜ ନିଜ ସ୍ତରରେ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରିକାଳୀନ ବ୍ୟବସ୍ଥା “ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ୍ ପ୍ଲାନ୍”(ଗ୍ରାପ୍ ୪) ତୁରନ୍ତ କାର୍ଯ୍ୟକାରୀ କରାଯିବା ସହିତ ଯନ୍ତ୍ରଚାଳିତ ରାସ୍ତା ସଫାକରିବା ଯାନ, ପାଣି ସିଞ୍ଚନ ଓ କୁହୁଡ଼ି ନିୟନ୍ତ୍ରଣ ପ୍ରକ୍ରିୟାକୁ ତୁରନ୍ତ ଓ ଅଧିକରୁ ଅଧିକ ବିନିଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ୫୦ ଭାଗ କର୍ମଚାରୀ ଘରେ ରହି କାମ କରିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ଜରୁରୀ ସ୍ୱାସ୍ଥ୍ୟ ପରିସ୍ଥିତିକୁ ସମ୍ଭାଳିବା ପାଇଁ ସମସ୍ତ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଆଗାମୀ କିଛିଦିନ ପାଇଁ କ୍ଷେତରେ ନଡ଼ା ପୋଡ଼ି ବନ୍ଦ ରଖିବାକୁ ପଡ଼ୋଶୀ ପଞ୍ଜାବକୁ କୁହାଯାଇଛି।

ବିଡ଼ମ୍ବନା ହେଉଛି ଘଟଣା ଘଟି ସାରିବା ପରେ, ଏପରିକି ସାଂଘାତିକ ହେବା ପରେ ହିଁ ଆମ ଦେଶର ପ୍ରଶାସନ ଓ ନୀତି ନିର୍ଦ୍ଧାରକମାନଙ୍କର ମୁଣ୍ଡରେ ଚେତା ପଶେ। ଦିଲ୍ଲୀ ବାୟୁ ପ୍ରଦୂଷଣ ଘଟଣା ଜମାରୁ ଆକସ୍ମିକ ନୁହେଁ। ପ୍ରଦୂଷଣର କାରଣମାନ ମଧ୍ୟ ସମସ୍ତଙ୍କୁ ଆଗରୁ ଜଣାଅଛି। ପ୍ରାୟ ପ୍ରତିବର୍ଷ ଏଭଳି ସ୍ଥିତି ସୃଷ୍ଟି ହେବା ପରେ ଯାଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଏ ଏବଂ ଶୀତଦିନ ଯିବା ପରେ ସମସ୍ତେ ପରିସ୍ଥିତିକୁ ଭୁଲି ଯାଆନ୍ତି। ଦିଲ୍ଳୀର ବାୟୁ ପ୍ରଦୂଷଣ ସ୍ତର ମଧ୍ୟ ପ୍ରାୟତଃ ସବୁବେଳେ ବିପଜ୍ଜନକ ସ୍ତରରେ ରହୁଛି। ତେଣୁ ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଦୀର୍ଘକାଳୀନ ଯୋଜନା ନ’କରି କେବଳ ତାଳିପକା ବ୍ୟବସ୍ଥା କାମ ଦେଉନାହିଁ। ଏକଦା ଚୀନ୍‌ର ବେଜିଂ ସହର ମଧ୍ୟ ବାୟୁ ପ୍ରଦୂଷଣରେ ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ଦୃଢ଼ ମନୋବଳ, କଡ଼ା ସକାରୀ କଟକଣା ଓ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନର ନିରନ୍ତର ପ୍ରଭାବରେ ସେହି ସହର ଏବେ କେବଳ ସେହି ଅପଖ୍ୟାତିକୁ ଦୂରେଇଦେଇ ନାହିଁ, ବରଂ ଉତ୍ତମ ପ୍ରଦୂଷଣ ପରିଚାଳନାରେ ପ୍ରଶଂସା ସାଉଁଟିଛି। କିନ୍ତୁ ଭାରତରେ ଏଭଳି ରାଜନୈତିକ କିମ୍ବା ପ୍ରଶାସନିକ ତତ୍ପରତା ଦେଖାଯାଏ ନାହିଁ। ଅନେକ ଆଖିଦୃଶିଆ ଓ କାନକୁ ଭଲ ଶୁଭୁଥିବା ଯୋଜନା ଘୋଷଣା ହେଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏହାର ରୂପାୟନରେ ଆନ୍ତରିକତା ପ୍ରକାଶ ନ ପାଉଥିବାରୁ ଯୋଜନାର ଅସଲ ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁ।

ସ୍ୱଚ୍ଛ ଭାରତ ଅଭିଯାନ ଓ ପଲିଥିନ ନିଷେଧ ସଂକଳ୍ପ ଆଦିକୁ ଉଦାହରଣ ରୂପେ ନିଆଯାଇପାରେ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୨୦୨୧ରେ ସଂସଦରେ ନୀତି ନିର୍ଦ୍ଧାରଣ କରାଯାଇଥିଲା। ବିଶେଷକରି ପ୍ରଦୂଷଣ ସୃଷ୍ଟିକାରୀ ଟ୍ରକ୍‌ଗୁଡ଼ିକର ଯାନ୍ତ୍ରିକ ଉନ୍ନତିକରଣ ପାଇଁ ଯୋଜନା ହୋଇଥିଲା ଏବଂ ବିଏସ୍ ୪ ଡିଜେଲ୍ ଇଞ୍ଜିନ ଚାଳିତ ଯାନଗୁଡ଼ିକୁ ରାସ୍ତାରୁ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହଟାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୨୩ ସରିବାକୁ ବସିଥିବା ବେଳେ ଏହି ଲକ୍ଷ୍ୟ ଯେ ସୁଦୂର ପରାହତ ତାହା ଉଲ୍ଲେଖ ଅନାବଶ୍ୟକ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଳୀର ବାୟୁ ପ୍ରଦୂଷଣ ସମସ୍ୟା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ସତର୍କଘଣ୍ଟି ହୋଇଛି। ବେଳହୁଁ ନ ଚେତିଲେ ଦେଶର ପ୍ରାୟ ସବୁ ବଡ଼ ବଡ଼ ସହର ଦିଲ୍ଲୀ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ମୁମ୍ବାଇ ସହରରେ ତ ଦିଲ୍ଲୀ ଭଳି ବାୟୁ ପ୍ରଦୂଷଣ ସଙ୍କଟ ଉତ୍କଟ ଅବସ୍ଥାରେ ପହଞ୍ଚି ସାରିଛି। ଅନ୍ୟ ବଡ଼ ମେଟ୍ରୋ ସହରମାନଙ୍କରେ ମଧ୍ୟ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ି ଚାଲିଛି।

ବିଗତ ଦିନମାନଙ୍କରେ ବାୟୁର ସ୍ୱଚ୍ଛତା ମାନ ସୂଚକାଙ୍କରେ (ଏ କ୍ୟୁ ଆଇ) ମୁମ୍ବାଇ, ବେଙ୍ଗାଲୁରୁ ଏପରିକି ଭୁବନେଶ୍ୱରର ସ୍ଥିତି ମଧ୍ୟ ଉଦ୍ବେଗଜନକ ରହି ଆସୁଛି। ତେଣୁ ଚୋର ଗଲା ପରେ ଯାଇ କବାଟ କିଳିବା ବୁଦ୍ଧି ପରିହାର କରି ଆଗୁଆ ପଦକ୍ଷେପ ନେବାର ସମୟ ଆସିଯାଇଛି। ଆଗୁଆ ପଦକ୍ଷେପ ଓ ମୁକାବିଲା ପ୍ରସ୍ତୁତି କ’ଣ ସୁଫଳ ଦେଇପାରେ ଏବଂ କେତେ ପ୍ରଭାବୀ ହୋଇପାରେ ତାହାର ଉଦାହରଣ ଆମ ଓଡ଼ିଶାର ବାତ୍ୟା ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା ସମଗ୍ର ବିଶ୍ୱ ପାଇଁ ଉଦାହରଣୀୟ ହୋଇଛି। ତେଣୁ ବାୟୁ ପ୍ରଦୂଷଣର ସମ୍ଭାବ୍ୟ ସଙ୍କଟର ମୁକାବିଲା ଲାଗି ଓଡ଼ିଶା ସମେତ ସମସ୍ତ ରାଜ୍ୟ ଯୋଜନାବଦ୍ଧ ପୂର୍ବପ୍ରସ୍ତୁତି କରିବା ଆବଶ୍ୟକ। କିଛିଟା ଆଶ୍ୱାସନାର କଥା ଯେ ମୁମ୍ବାଇ ଏ ଏଦିଗରେ ଏବେ ଏବେ ବିହିତ ପଦକ୍ଷେପ ନେଇ ନିର୍ମାଣ କାର୍ଯ୍ୟ ଓ ସାଧାରଣ ପରିବହନ ବ୍ୟବସ୍ଥାରେ ନିୟୋଜିତ ଚାରିଚକିଆ ଗାଡ଼ିଗୁଡ଼ିକର ସଂଖ୍ୟା ହ୍ରାସ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ଜୀବାଶ୍ମ ଇନ୍ଧନର ବର୍ଦ୍ଧିତ ବ୍ୟବହାର। ଉଲ୍ଲେଖ ଅନାବଶ୍ୟକ ଯେ ସର୍ବାଧିକ ପ୍ରଦୂଷଣ ସୃଷ୍ଟିକାରୀ ଏହି ଇନ୍ଧନର ବ୍ୟବହାର ଗାଡ଼ିମୋଟରରେ ସର୍ବାଧିକ। ସାମ୍ପ୍ରତିକ ସମୟରେ ଜନସଂଖ୍ୟା ତୁଳନାରେ ମୋଟର ଯାନର ଅନୁପାତ ଅଧିକ ବଢ଼଼ିଚାଲିଛି। ପ୍ରତିଯୋଗିତାପୂର୍ଣ୍ଣ ଚଳଚଞ୍ଚଳ ଜୀବନରେ ମୋଟରଗାଡ଼ି ବ୍ୟବହାର ଏକପ୍ରକାର ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ପୃଷ୍ଠଭୂମିରେ ବ୍ୟକ୍ତି ପିଛା ଗୋଟିଏ ଗାଡ଼ି ବଦଳରେ ଅନେକଙ୍କ ପାଇଁ ଏକ ବା ସାଧାରଣ ପରିବହନ ବ୍ୟବସ୍ଥାର ଅଧିକ ପ୍ରସାର ହେବା ସହିତ ସେଥିପ୍ରତି ଲୋକଙ୍କ ମାନସିକତା ଓ ସଚେତନତା ସୃଷ୍ଟି ହେବା ଆବଶ୍ୟକ। ବିଶେଷକରି ସରକାରୀ ସ୍ତରରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ଦରକାର। ଏହାଛଡ଼ା ଜୀବାଶ୍ମ ଇନ୍ଧନ ଚାଳିତ ଇଞ୍ଜିନ ବଦଳରେ ବ୍ୟାଟେରି ଚାଳିତ ଇଞ୍ଜିନଯୁକ୍ତ ଗାଡ଼ି ବା “ଇ-ଭେହିକଲ୍”ର ଅଧିକ ପ୍ରଚଳନ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ପ୍ଲାଷ୍ଟିକ୍ ବର୍ଜ୍ୟ ମଧ୍ୟ ଆଉ ଏକ ଗୁରୁତର ସମସ୍ୟା। ଏହା ଯେତେ କମ୍ ହେବ ଏପରିକି ଆଦୌ ବ୍ୟବହାର କରା ନ ଯିବ ସେଥିପ୍ରତି ପ୍ରଶାସନ କଡ଼ା ଦୃଷ୍ଟି ଦେବା ଆବଶ୍ୟକ। ସର୍ବୋପରି ଏସବୁ କ୍ଷେତ୍ରରେ ଜନସାଧାରଣ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। କାରଣ ସମସ୍ୟା ସେମାନଙ୍କଠାରୁ ଓ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବେଳେ ଏହାର ପରାଭବ ମଧ୍ୟ ସେମାନଙ୍କୁ ହିଁ ଭୋଗିବାକୁ ପଡ଼ୁଛି।

06 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର