ଓଡ଼ିଶାର ଜୀବନରେଖା ମହାନଦୀ

The Sakala Picture
Published On

ମହାନଦୀ ଭାରତର ଛତିଶଗଡ଼ ପ୍ରଦେଶର ବସ୍ତର ମାଳଭୂମିରେ ଅବସ୍ଥିତ ଅମରକଣ୍ଟକ ପର୍ବତରୁ ଜନ୍ମନେଇ ଦୀର୍ଘ ୮୫୧ କିଲୋମିଟର ପଥ ଅତିକ୍ରମ କରି ବଙ୍ଗୋପସାଗରରେ ମିଶିଛି। ଏଥିମଧ୍ୟରୁ ମହାନଦୀ ଛତିଶଗଡ଼ରେ ୩୫୭ କିଲୋମିଟର ଏବଂ ଓଡ଼ିଶାରେ ୪୯୪ କିଲୋମିଟର ପଥ ଅତିକ୍ରାନ୍ତ କରିଛି। ଓଡ଼ିଶା ପ୍ରଦେଶ ପାଇଁ ମହାନଦୀର ଅନେକ ଅବଦାନ ରହିଛି। ତେଣୁ ଏହାକୁ ଓଡ଼ିଶାର ଜୀବନରେଖା କୁହାଯାଏ। ମହାନଦୀର ଅନେକ ନାମ ଅଛି। ସେଗୁଡ଼ିକ ହେଲା କନକନନ୍ଦିନୀ, ଚିତ୍ରୋତ୍ପଳା , ନୀଳୋତ୍ପଳା, ମହାନନ୍ଦା, ମହାଶ୍ୱେତା ଇତ୍ୟାଦି। […]

ମହାନଦୀ ଭାରତର ଛତିଶଗଡ଼ ପ୍ରଦେଶର ବସ୍ତର ମାଳଭୂମିରେ ଅବସ୍ଥିତ ଅମରକଣ୍ଟକ ପର୍ବତରୁ ଜନ୍ମନେଇ ଦୀର୍ଘ ୮୫୧ କିଲୋମିଟର ପଥ ଅତିକ୍ରମ କରି ବଙ୍ଗୋପସାଗରରେ ମିଶିଛି। ଏଥିମଧ୍ୟରୁ ମହାନଦୀ ଛତିଶଗଡ଼ରେ ୩୫୭ କିଲୋମିଟର ଏବଂ ଓଡ଼ିଶାରେ ୪୯୪ କିଲୋମିଟର ପଥ ଅତିକ୍ରାନ୍ତ କରିଛି। ଓଡ଼ିଶା ପ୍ରଦେଶ ପାଇଁ ମହାନଦୀର ଅନେକ ଅବଦାନ ରହିଛି। ତେଣୁ ଏହାକୁ ଓଡ଼ିଶାର ଜୀବନରେଖା କୁହାଯାଏ। ମହାନଦୀର ଅନେକ ନାମ ଅଛି। ସେଗୁଡ଼ିକ ହେଲା କନକନନ୍ଦିନୀ, ଚିତ୍ରୋତ୍ପଳା , ନୀଳୋତ୍ପଳା, ମହାନନ୍ଦା, ମହାଶ୍ୱେତା ଇତ୍ୟାଦି। ଚିରସ୍ରୋତା ନଦୀ ହୋଇ ନ’ଥିବାରୁ କେବଳ ବର୍ଷା ଋତୁରେ ବୃଷ୍ଟିକୁ ପାଥେୟ କରି ଏଥିରେ ଆବଶ୍ୟକତାଠାରୁ ଅଧିକ ଜଳ ପ୍ରବାହିତ ହୋଇଥାଏ, ଯାହାକି ଅନେକ ସମୟରେ ଧନଜୀବନ ପ୍ରତି ବିପଦ ସାବ୍ୟସ୍ତ ହୁଏ।

ପ୍ରାକୃତିକ ବିପଦର ମୁକାବିଲା ତଥା ବର୍ଷସାରା କୃଷିକ୍ଷେତ୍ରକୁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମହାନଦୀ ଉପରେ ହୀରାକୁଦ ଡ୍ୟାମ୍‌‌ ନିର୍ମିତ ହୋଇଛି। ବର୍ତ୍ତମାନ ଏହି ନଦୀର ଜଳ ପରିଚାଳନା ତଥା ଜଳ ବଣ୍ଟନକୁ ନେଇ ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ ସରକାର ତା’ଙ୍କ ରାଜ୍ୟରେ ଜଳସେଚନ ଓ ଶିଳ୍ପ ପାଇଁ ଅନେକଗୁଡ଼ିଏ ଡ୍ୟାମ ବା ଜଳଭଣ୍ଡାର ନିର୍ମାଣ କରିବା ଦ୍ୱାରା ମହାନଦୀର ଜଳ ପୂର୍ବବତ ହୀରାକୁଦ ଜଳଭଣ୍ଡାର ଭିତରକୁ ପ୍ରବେଶ କରିପାରୁନାହିଁ। ହୀରାକୁଦ ଜଳଭଣ୍ଡାରର ସର୍ବନିମ୍ନ ଜଳଧାରଣ କ୍ଷମତାଠାରୁ ଜଳ କମିବାର ଦେଖାଯାଉଛି। ଏହା ଓଡ଼ିଶାବାସୀଙ୍କ ଲାଗି ଏକ ଚିନ୍ତାଜନକ ବିଷୟ। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ଉପରେ ବିଦ୍ୟୁତ ଶକ୍ତି ଉତ୍ପାଦନ ନିର୍ଭର କରିବା ସହିତ କୃଷିକ୍ଷେତ୍ର ପାଇଁ ଜଳ ଯୋଗାଣ ଏବେ ଏକ ଆହ୍ୱାନ ପାଲଟିଛି।

୧୯୫୭ ଜାନୁଆରୀ ୧୩ ତାରିଖ ଦିନ ଉଦ୍‌‌ଘାଟିତ ହୋଇଥିବା ହୀରାକୁଦ ଡ୍ୟାମ ପୃଥିବୀର ସବୁଠାରୁ ଦୀର୍ଘତମ ମାଟିବନ୍ଧ। ଏହା ଓଡ଼ିଶାର ସମ୍ୱଲପୁର ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। କଂକ୍ରିଟ ବନ୍ଧର ଗୋଟିଏ ପଟେ ହୀରାକୁଦ ଟାଉନ ଏବଂ ଅନ୍ୟ ପଟେ ବୁର୍ଲା ଅବସ୍ଥିତ। ୧୯୮୦ ମସିହା ମଧ୍ୟଭାଗରୁ ମହାନଦୀ ଜଳ ବିବାଦର ସୂତ୍ରପାତ ହୋଇଛି। ହୀରାକୁଦର ଉପର ମୁଣ୍ଡରେ ଛତିଶଗଡ଼ ସରକାର କେତେଗୁଡ଼ିଏ ଜଳଭଣ୍ଡାର କରିଛନ୍ତି, ତନ୍ମଧ୍ୟରୁ ମିନି ମାତା ଡ୍ୟାମ, ଆଗରିଆ ଡ୍ୟାମ, ଆମଚୁହା ଡ୍ୟାମ, ଆଡ଼ପଥର ଡ୍ୟାମ ଇତ୍ୟାଦି ଅନ୍ୟତମ। ଏହି ଛତିଶଗଡ଼ରେ ଏହି ଡ୍ୟାମ୍‌‌ ନିର୍ମାଣ ହେବା ପରେ ଓଡ଼ିଶାରେ ପ୍ରବାହିତ ମହାନଦୀର ତଳମୁଣ୍ଡରେ ଜଳସଙ୍କଟ ସୃଷ୍ଟି ହୋଇଛି। ସେହିଦିନଠାରୁ ଏହି ପ୍ରସଙ୍ଗ ଉପରେ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ହୋଇଛି। ସମାଲୋଚନା, ରାଜନୈତିକ ଆରୋପ, ପ୍ରତ୍ୟାରୋପ ହୋଇଛି। ବିଚାର ବିମର୍ଶ ଜାରି ରହିଛି। ବୁଝାମଣାର ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ।

କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’। ପୃଥିବୀ ପୃଷ୍ଠରେ ବାସ କରୁଥିବା ଲକ୍ଷ ଲକ୍ଷ ଜୀବଜନ୍ତୁ, କୀଟପତଙ୍ଗ, ଜଳଚର ପ୍ରାଣୀ, ବୃକ୍ଷଲତାଠାରୁ ଆରମ୍ଭ କରି ପୃଥିବୀର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ସମସ୍ତେ ଜୀବନ ଧାରଣ କରିବା ପାଇଁ ମୁଖ୍ୟତଃ ଜଳ ଓ ବାୟୁ ଉପରେ ଶତପ୍ରତିଶତ ନିର୍ଭରଶୀଳ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସ, ଇଞ୍ଜିନିୟରିଂ ଆଣ୍ଡ ମେଡିସିନ ବିଭାଗ ଦ୍ୱାରା ପରୀକ୍ଷାରୁ ଜଣାପଡ଼ିଛି ଯେ ଜଣେ ସୁସ୍ଥ ମନୁଷ୍ୟ ପାଇଁ ସର୍ବନିମ୍ନ ୩.୭ ଲି(ପୁରୁଷ) ଓ ୨.୭ ଲି (ମହିଳା) ଜଳର ଆବଶ୍ୟକତା ପଡ଼ିଥାଏ। ଏହାଛଡ଼ା ନିତ୍ୟ ବ୍ୟବହାର ପାଇଁ ମଧ୍ୟ ଜଳର ଆବଶ୍ୟକତାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ପୃଥିବୀର ଗଚ୍ଛିତ ଜଳ ମଧ୍ୟରୁ ୯୬.୫୪ ପ୍ରତିଶତ ବା ୯୭ ପ୍ରତିଶତ ଲବଣଯୁକ୍ତ ସମୁଦ୍ର ଜଳ, ଯାହାକି ପାନୀୟ ପାଇଁ ଅନୁପଯୁକ୍ତ। ବରଫ ପାହାଡ଼, ଗ୍ଲାସିୟର ଏବଂ ସ୍ଥାୟୀ ବରଫ ୧.୭୪ ଭାଗ, ଭୂତଳ ଜଳ ୧.୬୯ ଭାଗ, ସତେଜ ଜଳ ୦.୭୬ ଭାଗ। ତେଣୁ ପୃଥିବୀର ତିନି-ଚତୁର୍ଥାଂଶ ଜଳ ମଧ୍ୟରୁ କେତେ ଭାଗ ଆମେ ବ୍ୟବହାର କରିପାରିବା?

ସାଧାରଣତଃ ଆମେମାନେ ନଦୀଗୁଡ଼ିକ ଉପରେ ନିର୍ଭରଶୀଳ। କିଛିସ୍ଥାନରେ ଭୂତଳ ଜଳର ମଧ୍ୟ ଉପଯୋଗ କରାଯାଇଥାଏ। କିଛି ବିକଶିତ ରାଷ୍ଟ୍ର ଏବେ ବର୍ଷା ଜଳ ଅମଳ ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟିତ। ଜଳ ସଂରକ୍ଷଣ ନ କଲେ ଆଗାମୀ ପିଢ଼ି ଆମକୁ ଆମର ଦାୟିତ୍ୱହୀନତା ପାଇଁ ଦାୟୀ କରିବେ। ସ୍ୱଛ ପାନୀୟ ଜଳକୁ ସଞ୍ଚିତ କରି ରଖିବା ତଥା ନିତ୍ୟ ବ୍ୟବହୃତ ଜଳକୁ ବିଶୋଧିତ କରି ପୁନଃକାର୍ଯ୍ୟରେ ଲଗାଯାଇପାରେ। ଆଦିମ ଯୁଗରୁ ମନୁଷ୍ୟ ତଥା ଗୃହପାଳିତ ଜୀବଜନ୍ତୁ ନଦୀକୂଳରେ ବସ ବାସ କରୁଥିଲେ। ଆଜି ମଧ୍ୟ ପୃଥିବୀର ଅଧିକାଂଶ ବଡ଼ ବଡ଼ ସମୃଦ୍ଧିଶାଳୀ ନଗରୀ ନଦୀ କୂଳରେ ଅବସ୍ଥିତ। ଏହି ନଗରୀଗୁଡ଼ିକ ଶିକ୍ଷା, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ବିଜ୍ଞାନ, ବାଣିଜ୍ୟ ତଥା ଆଧୁନିକ ଜୀବନଶୈଳୀକୁ ବହନ କରି ଶତାବ୍ଦୀଶତାବ୍ଦୀ ଧରି ଚାଲିଆସିଛି। ଏଥିରୁ ଅନୁମେୟ ଆମ ପାଇଁ ନଦୀର ଭୂମିକା ଏବଂ ଜଳ କେତେ ଗୁରୁତ୍ୱପୂର୍ଣ୍ଣ।

ନଦୀଗୁଡ଼ିକ ଦେଶର ଜୀବନରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର କୃଷି, ବାଣିଜ୍ୟ, ଯୋଗାଯୋଗ, ଜଳବିଦ୍ୟୁତ ଉତ୍ପାଦନ ଅର୍ଥନୀତିକୁ ସବଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜଳସେଚନ ଦ୍ୱାରା କୃଷି ଏବଂ ଶିଳ୍ପର ଉନ୍ନତି ସହିତ ଦେଶ ଆତ୍ମନିର୍ଭରଶୀଳ ହୋଇଥାଏ। ଏହି ଦୃଷ୍ଟିରୁ ଓଡ଼ିଶା ପାଇଁ ମହାନଦୀର ଜଳ ସୁପରିଚାଳନା ନିତାନ୍ତ ଜରୁରୀ। ମହାନଦୀକୁ ନେଇ ଚାଲିଥିବା ବିବାଦର ଯଦି ଶୀଘ୍ର ସମାଧାନ ନ ହୁଏ, ନଦୀର ଉଭୟ ପାର୍ଶ୍ବରେ ଗଢ଼ି ଉଠିଥିବା ଜନବସତି, ଶିଳ୍ପ ଓ କୃଷି କ୍ଷେତ୍ର ପ୍ରଭାବିତ ହେବ। ଏପରିକି ପାନୀୟଜଳ ସଙ୍କଟ ସୃଷ୍ଟି ହେବ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଭୟ ରାଜ୍ୟବାସୀଙ୍କ ସ୍ୱାର୍ଥ, ଜୀବନ ଓ ଜୀବିକାକୁ ନଜରରେ ରଖି ସମୟୋପଯୋଗୀ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଓଡ଼ିଶାର ବିକାଶ ତଥା ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାନସଭାରେ ଯଦି ଦଳମତ ନିର୍ବିଶେଷରେ ମହାନଦୀ ଜଳ ସୁପରିଚାଳନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ଏକ ସକାରାତ୍ମକ ନିର୍ଣ୍ଣୟ ନେଇ ମହାନଦୀର ତଳମୁଣ୍ଡରେ ଏକାଧିକ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଅନୁମୋଦନ ଦେଇପାରନ୍ତେ ତେବେ ତାହା ଓଡ଼ିଶା ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିବେଚନା କରାଯିବ।

ଏଠାରେ ଚୀନର ଗୋଟିଏ ନଦୀର ଉଦାହରଣ ଦେବା ଠିକ୍‌‌ ହେବ। ୟଙ୍ଗତେଜ ନଦୀ ଚୀନ୍‌‌ର ସବୁଠାରୁ ଦୀର୍ଘତମ ନଦୀ। ଏହାର ଦୈର୍ଘ୍ୟ ୬୩୦୦ କିଲୋମିଟର। ଏହାର ଉତ୍ପତ୍ତି ସ୍ଥଳ କୁଇନଘାଇରୁ ବାହାରି ମୁଖ୍ୟ ସହର ଚଙ୍ଗକୁଇଂ, ଜିଙ୍ଗଝୋଉ, ଇବିନ, ଲୁଜହୋଉ, ପାଞ୍ଜିହଉ ଇତ୍ୟାଦି ସହର ଦେଇ ଦକ୍ଷିଣ-ଚୀନ ସାଗରରେ ମିଶିଛି। ଏହି ନଦୀ ଚୀନ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଏହାର ପାର୍ଶ୍ବରେ କୃଷି, ବିରାଟ ଶିଳ୍ପ, ମାଛ ଚାଷ, ଘୁଷୁରୀ ପାଳନ ପରି ଲାଭଜନକ ବ୍ୟବସାୟ ଗଢ଼ି ଉଠିଛି। ୧୯୫୦ ମସିହାରୁ ଏହି ନଦୀରେ ପ୍ରାୟ ୫୦ ହଜାର ଛୋଟବଡ଼ ଡ୍ୟାମ ନିର୍ମିତ ହୋଇ ଜଳ ସଂରକ୍ଷଣ ସହିତ ଉଚିତ ମାର୍ଗରେ ଜଳ ସମ୍ପଦର ପରିଚାଳନା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇପାରିଛି। ଚୀନଠାରୁ ଆମକୁ ଅନେକ ସକାରାତ୍ମକ ବିଷୟ ଶିଖିବାର ଅଛି। ନଦୀ ଜଳର ସୁପରିଚାଳନା ଏକ ଯୁଗାନ୍ତକାରୀ ପଦକ୍ଷପ କହିଲେ ଭୁଲ ହେବନାହିଁ।

ସମସ୍ତ ଭେଦଭାବ ଭୁଲି ଆସନ୍ତୁ ଆମେ ଆମ ଓଡ଼ିଶାର ଜୀବନରେଖା ମହାନଦୀକୁ ବଞ୍ଚାଇବା। ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ମଧ୍ୟ ମାନବିକତାର ଦ୍ୱାହିଦେଇ ମହାନଦୀ ବଞ୍ଚାଇବା କାର୍ଯ୍ୟରେ ସାମିଲ କରିବା।

ବିଷ୍ଣୁ ପ୍ରସାଦ ଦାସ
କଟକ, ମୋ:୯୯୩୭୧୭୪୦୯୭

08 Apr 2023 By The Sakala

https://www.thesakala.in/sakala-editorial/sakala-article-8th-april-2023-1/article-20549
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର