ଶ୍ରୀକ୍ଷେତ୍ରରେ ‘ଚାରିଯଜ୍ଞ’
ବୈଦିକ ଯୁଗରୁ ‘ଯଜ୍ଞ’ ବ୍ୟକ୍ତି ତଥା ସମାଜର ରୀତିନୀତିର ଏକ ଅଂଶ ଭାବେ ବିବେଚିତ ହୋଇଆସିଛି। ହିନ୍ଦୁଧର୍ମ ଅନୁସାରେ ଅଗ୍ନି ଦେବତାଙ୍କ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ କରି କର୍ମକାଣ୍ଡକୁ ‘ଯଜ୍ଞ’ ବୋଲି କୁହାଯାଇଥାଏ। ଯଜ୍ଞକୁ ସନାତନ ଧର୍ମର ମୂଳପିଣ୍ଡ ଭାବେ ମଧ୍ୟ ବିବେଚନା କରାଯାଏ। ସେହିପରି ଆମ ଦେଶରେ ଚାରିଧାମର ବିଶେଷ ମହତ୍ତ୍ୱ ରହିଛି। ସତ୍ୟଯୁଗ ସହିତ ଶ୍ରୀବଦ୍ରିନାଥଧାମ, ତ୍ରେତୟା ଯୁଗ ସହିତ ଶ୍ରୀରାମେଶ୍ୱରମଧାମ, ଦ୍ୱାପରଯୁଗ ସହିତ ଶ୍ରୀଦ୍ୱାରକାଧାମ ଓ କଳିଯୁଗ ସହିତ ଶ୍ରୀଜଗନ୍ନାଥଧାମ ସଂଶ୍ଳିଷ୍ଟ। ଆମେ […]
ବୈଦିକ ଯୁଗରୁ ‘ଯଜ୍ଞ’ ବ୍ୟକ୍ତି ତଥା ସମାଜର ରୀତିନୀତିର ଏକ ଅଂଶ ଭାବେ ବିବେଚିତ ହୋଇଆସିଛି। ହିନ୍ଦୁଧର୍ମ ଅନୁସାରେ ଅଗ୍ନି ଦେବତାଙ୍କ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ କରି କର୍ମକାଣ୍ଡକୁ ‘ଯଜ୍ଞ’ ବୋଲି କୁହାଯାଇଥାଏ। ଯଜ୍ଞକୁ ସନାତନ ଧର୍ମର ମୂଳପିଣ୍ଡ ଭାବେ ମଧ୍ୟ ବିବେଚନା କରାଯାଏ। ସେହିପରି ଆମ ଦେଶରେ ଚାରିଧାମର ବିଶେଷ ମହତ୍ତ୍ୱ ରହିଛି। ସତ୍ୟଯୁଗ ସହିତ ଶ୍ରୀବଦ୍ରିନାଥଧାମ, ତ୍ରେତୟା ଯୁଗ ସହିତ ଶ୍ରୀରାମେଶ୍ୱରମଧାମ, ଦ୍ୱାପରଯୁଗ ସହିତ ଶ୍ରୀଦ୍ୱାରକାଧାମ ଓ କଳିଯୁଗ ସହିତ ଶ୍ରୀଜଗନ୍ନାଥଧାମ ସଂଶ୍ଳିଷ୍ଟ।
ଆମେ ଧର୍ମଶାସ୍ତ୍ର ଅଧ୍ୟୟନ କଲେ ବିଭିନ୍ନ ପ୍ରକାରର ଯଜ୍ଞ ବିଷୟରେ ଜାଣିପାରିବା। ଯଥା- ସାତ୍ତ୍ୱିକ ଯଜ୍ଞ, ତାମସିକ ଯଜ୍ଞ, ରାଜସୂୟ ଯଜ୍ଞ, ଅଶ୍ୱମେଧ ଯଜ୍ଞ, ବାଜପେୟ ଯଜ୍ଞ, ଅଗ୍ନିଷ୍ଟୋମ ଯଜ୍ଞ ଓ ପଞ୍ଚମହାଯଜ୍ଞ(ବ୍ରହ୍ମା ଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ, ଅତିଥିଯଜ୍ଞ ଓ ଭୁତଯଜ୍ଞ)। ନିକଟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ମହାପ୍ରଭୁ ଓ ଭକ୍ତମାନଙ୍କ ମିଳନ ନିମନ୍ତେ ଶ୍ରୀକ୍ଷେତ୍ରଧାମରେ ଚାରିଯଜ୍ଞର ଅଭିନବ ଓ ଅପୂର୍ବ ପରିକଳ୍ପନା କରିଛନ୍ତି। ସେହି ଚାରିଯଜ୍ଞ ହେଲା ଘୃତଯଜ୍ଞ ବା ହୋମଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଓ ଜ୍ଞାନଯଜ୍ଞ।
ଘୃତଯଜ୍ଞ ବା ହୋମଯଜ୍ଞ ସର୍ବଦା ବୈଦିକ କର୍ମକାଣ୍ଡର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇ ରହି ଆସିଛି। ଏହି ଯଜ୍ଞ କାର୍ଯ୍ୟ କରିବା ନିମନ୍ତେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବରେ ଉତ୍କଳୀୟ କାରୁକାର୍ଯ୍ୟରେ ଏକ ଭବ୍ୟ ଯଜ୍ଞଶାଳାର ପରିକଳ୍ପନା କରାଯାଇଛି, ଯେଉଁଠି ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହେବ। ସାରା ବିଶ୍ୱରେ ଥିବା ଇଚ୍ଛୁକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଦାନ ଅର୍ଥରେ ସେମାନଙ୍କ ପରିବାର ସଦସ୍ୟ ସହିତ ବିଶ୍ୱର ମଙ୍ଗଳ ପାଇଁ ଷୋହଳ ଶାସନ ଓ ବତିଶ କରବାଡ଼ର ବ୍ରାହ୍ମଣମାନଙ୍କ ଦ୍ୱାରା ଯଜ୍ଞାନୁଷ୍ଠାନ ସମ୍ପାଦନ କରାଯିବ।
ଭାରତର ଚାରିଧାମ ଭିତରୁ ଶ୍ରୀକ୍ଷେତ୍ରଧାମର ସ୍ୱତନ୍ତ୍ରତା ରହିଛି। ଏହି ଧାମକୁ ଭଗବାନ ବିଷ୍ଣୁଙ୍କ ଭୋଜନକ୍ଷେତ୍ର ଭାବେ ଗଣନା କରାଯାଇଥାଏ। ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଜଗନ୍ନାଥଙ୍କ ଦର୍ଶନ ସହିତ ମହାପ୍ରସାଦ ପ୍ରାପ୍ତିର ଅନେକ ଇଚ୍ଛା ରଖିଥାଏ। ସେଥିପାଇଁ ଆନନ୍ଦବଜାରର ବ୍ୟବସ୍ଥା ରହିଛି। କିନ୍ତୁ ଏହି ବ୍ୟବସ୍ଥାକୁ ଆହୁରି ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଅନ୍ନଯଜ୍ଞର ପରିକଳ୍ପନା କରାଯାଇଛି। ଏହି ବ୍ୟବସ୍ଥାରେ ନିଃଶୁଳ୍କ, ସ୍ୱଳ୍ପମୂଲ୍ୟ ଓ ଆରାମଦାୟକ ପରିବେଶରେ ମହାପ୍ରସାଦ ପରିବେଷଣର ଯୋଜନା ରହିଛି। ଭକ୍ତଟିଏ ନିଜ ସାମର୍ଥ୍ୟ ଅନୁସାରେ ମହାପ୍ରସାଦ ସେବନର ସୁବିଧା ନେଇପାରିବ।
ଭଗବାନଙ୍କ ନାମ ସଂକୀର୍ତ୍ତନ କରିବା ନିମନ୍ତେ ଓ ସେଥିରେ ଭକ୍ତମାନଙ୍କୁ ଭାଗନେବା ପାଇଁ ଶ୍ରୀମନ୍ଦିର ପରିସରରେ ଏକ ବିରାଟ ନାମଯଜ୍ଞ ମଣ୍ଡପ ନିର୍ମାଣର ପରିକଳ୍ପନା କରାଯାଇଛି। ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବନାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଏହି ଯଜ୍ଞଶାଳାରେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠମାନଙ୍କର ଭକ୍ତମାନଙ୍କୁ ପାଳି କରି ଅଖଣ୍ଡ ନାମଯଜ୍ଞ କରିବା ପାଇଁ ବ୍ୟବସ୍ଥା କରାଯିବ।
ଜ୍ଞାନଯଜ୍ଞ ଯୋଜନାରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ‘ଜଗନ୍ନାଥ ହେରିଟେଜ ମ୍ୟୁଜିୟମ’ ନିର୍ମାଣ ଯୋଜନା ରହିଛି। ଏହି ଯୋଜନାରେ ମହାପ୍ରଭୁଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ, ପାଠ୍ୟପୁସ୍ତକ ବିକ୍ରି ଓ ବିଭିନ୍ନ ସାଧୁସନ୍ଥଙ୍କ ଦ୍ୱାରା ପ୍ରବଚନ ଆୟୋଜନର ବ୍ୟବସ୍ଥା ରହିବ।
କିନ୍ତୁ ଯେତେପ୍ରକାରର ବ୍ୟବସ୍ଥା ହେଲେ ମଧ୍ୟ ଯଦି ଆମେ ଶୃଙ୍ଖଳିତ ନହେବା, ତା’ହେଲେ କୌଣସି ମନ୍ଦିର, ସରକାର କିମ୍ୱା ଧର୍ମଗୁରୁ କେବେହେଲେ ଆମକୁ ବ୍ୟବସ୍ଥିତ ଉପାୟରେ ଧର୍ମକାର୍ଯ୍ୟ କିମ୍ୱା ଅନୁଷ୍ଠାନ କରିବା ପାଇଁ ସାହାଯ୍ୟ କରିପାରିବେ ନାହିଁ। ଆମେ ଯେତେବେଳେ କୌଣସି ମନ୍ଦିରରେ ଠାକୁର ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥାଉ, ସେତେବେଳେ କିଛି ମାତ୍ର ବିଳମ୍ୱ ପାଇଁ ଆମର ଧୈର୍ଯ୍ୟଚ୍ୟୁତି ଘଟିଥାଏ। ଆମେ ଉତ୍ତ୍ୟକ୍ତ ହୋଇ ନାନା ପ୍ରକାରର ଦୋଷାରୋପ କରିଥାଉ। ବ୍ୟବସ୍ଥା ବିରୋଧରେ ଗାଳିଗୁଲଜ କରିଥାଉ। ଆମେ ଗୋଟିଏ ଉଦାହରଣକୁ ତର୍ଜମା କଲେ ବହୁତ କିଛି ଅନୁଭବ କରିପାରିବା। ଆମକୁ ସଦାବେଳେ ଜ୍ଞାନ ପ୍ରଦାନ କରି ଅଗ୍ରସର କରାଇବା ପାଇଁ ଆମ ଶିକ୍ଷକ ଏବଂ ସାଧକ ଦୁହେଁ ଏକପ୍ରକାରର ଅଟନ୍ତି। ଦୁହେଁ ସ୍ୱୟଂ ଯେଉଁଠି ଯେମିତି ଭାବରେ ରହିବା କଥା ରହିଯାଆନ୍ତି। କିନ୍ତୁ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦିଅନ୍ତି। ଯେଉଁମାନେ ସତ୍ୟ, ଧର୍ମ, ନ୍ୟାୟକୁ ଆପଣାର କରି ଚଳନ୍ତି ସେମାନେ ସର୍ବଦା ନିର୍ଭୟ ଓ ନିଶ୍ଚଳ ରୁହନ୍ତି। କିନ୍ତୁ ଯେଉଁମାନେ ଅସତ୍ୟ, ଅଧର୍ମ ଓ ଅନ୍ୟାୟ ପଥ ଅନୁସରଣ କରନ୍ତି ସେମାନେ ସବୁବେଳେ ଭୟର ବାତାବରଣରେ ଜୀବନଯାପନ କରନ୍ତି। ସମୟ ସବୁବେଳେ ବଧିର ହୋଇଥାଏ। କିନ୍ତ ଅନ୍ଧ ହୋଇନଥାଏ ଓ ସମସ୍ତଙ୍କ ସବୁକିଛି ଦେଖୁଥାଏ।
ଭଗବାନ ସର୍ବଦା ଭକ୍ତର ପ୍ରାଣରେ ଅବସ୍ଥାନ କରିବା ପାଇଁ ବ୍ୟଗ୍ର ଥାଆନ୍ତି। ମଣିଷର ଅନ୍ତରରେ ଈଶ୍ୱରଙ୍କ ସବୁ ଦିବ୍ୟଗୁଣ ମହଜୁ୍ଦ ରହିଥାଏ। ଆମେ ନିଜେ ଭଗବାନଙ୍କ ପରି ପ୍ରେମ, ଆନନ୍ଦ ଓ ଶାନ୍ତିର ଭଣ୍ଡାର ଅଟୁ। କିନ୍ତୁ ଆମ ଭିତରେ ଥିବା ଅହଙ୍କାର ଆମକୁ ସେହିସବୁ ଦିବ୍ୟଗୁଣକୁ ଅନୁଭବ କରିବା ପାଇଁ ଦେଇନଥାଏ। ଆମ ଉପରେ ଯେତେବେଳେ କେହି ଦୋଷାରୋପ କରେ, ଯେତେବେଳେ କିଛି ନିର୍ଣ୍ଣୟ ନେବାର ଅବସର ଆସେ ସେତେବେଳେ ଆମେ ନିଜେ ନିଜକୁ ଗୋଟିଏ ପ୍ରଶ୍ନ ପଚାରିବା ଉଚିତ ଯେ ଅହଙ୍କାର କି ଶାନ୍ତି? ପ୍ରେମ, ଆନନ୍ଦ, ଶାନ୍ତିକୁ ଚୟନ କଲା ପରେ କିଛିଦିନ ଭିତରେ ଆମେ ଅନୁଭବ କରିପାରିବା କି ଆମ ଜୀବନରେ ସରଳତା, ସହଜତା ଓ ମିଠାପଣ ଆସିଯାଇଛି। ଆମେ ପୂର୍ବାପେକ୍ଷା ଆହୁରି ଅଧିକ ଶାନ୍ତ ଓ ଆନନ୍ଦିତ ହୋଇଯାଇଛେ। ଆମର ଏହି ପରିବର୍ତ୍ତନ ଅନ୍ୟ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଓ ଆମର ଶାନ୍ତି ସେମାନଙ୍କ ପାଖରେ ପହଞ୍ଚିଯିବ।
ଆମେ ସବୁବେଳେ ଖୁସି ପାଇବା ପାଇଁ ବ୍ୟଗ୍ର ଥାଉ। କ’ଣ ଆମକୁ ଅଧିକ ଖୁସି ମିଳିପାରିବ? ଅବଶ୍ୟ ହଁ। ଆମକୁ ଦେବା ପାଇଁ ଭଗବାନଙ୍କ ପାଖରେ ଖୁସିର ଭଣ୍ଡାର ରହିଛି। ସେହିସବୁ ସମ୍ଭାବନାକୁ ପାଇବା ପାଇଁ ଓ ଗ୍ରହଣ କରିବା ପାଇଁ ଆମକୁ କେବଳ ଆମର ହୃଦୟ ଓ ମନକୁ ଖୋଲା ରଖିବାର ଅଛି। ସେଥିପାଇଁ ଆମେ ଯଦି ପ୍ରସ୍ତୁତ ହେବା, ତେବେ ଭଗବାନଙ୍କ ଦୂତ ଆମକୁ ସାହାଯ୍ୟ କରିବା ପାଇଁ କୌଣସି ରୂପରେ ଆଗେଇ ଆସିବେ। ଆମର ଭାବନା ସକାରାତ୍ମକ ହେବା ଆବଶ୍ୟକ। ଭଗବାନ ଆମ ଯୋଗ୍ୟତାଠାରୁ ଅଧିକ ଖୁସି ଆମ ଝୋଲାମୁଣିରେ ଅବଶ୍ୟ ଅଜାଡ଼ି ଦେବାକୁ ସର୍ବଦା ଚାହିଁଥାଆନ୍ତି। ଡକ୍ଟର ସମୀର କୁମାର ନନ୍ଦ ଦେବଗଡ଼, ମୋ: ୯୪୩୭୨୧୮୯୧୭