ଯୁଦ୍ଧଖୋର ମାନସିକତା ଓ ବିପନ୍ନ ବିଶ୍ୱ
ପ୍ରାଣିଜଗତର ଜୀବନଧାରଣ ମତ୍ସ୍ୟନ୍ୟାୟ ଅନୁଯାୟୀ ପରିଚାଳିତ। ବଡ଼ମାଛ ଛୋଟମାଛକୁ ଖାଇଦିଅନ୍ତି – ଏହା ହିଁ ହେଉଛି ମତ୍ସ୍ୟନ୍ୟାୟ। ଖାଦ୍ୟ ପାଇଁ ହିଂସ୍ର ବା ମାଂସାଶୀମାନେ ତୃଣଭୋଜୀଙ୍କୁ ଶିକାର କରିଥା’ନ୍ତି। ସମସ୍ତ ପ୍ରଜାତିର ପ୍ରାଣୀଙ୍କୁ ଦୁଇ ପ୍ରକାରର ସଂଘର୍ଷ କରିବାକୁ ପଡ଼ିଥାଏ। ପ୍ରଥମତଃ, ନିଜ ପ୍ରଜାତିଙ୍କ ସହ ଏବଂ ଦ୍ୱିତୀୟରେ ଅନ୍ୟ ପ୍ରଜାତିଙ୍କ ସହ ସଂଘର୍ଷ। ଏଥିସହ ସମସ୍ତ ପ୍ରଜାତିଙ୍କୁ ପ୍ରାକୃତିକ ବିଭୀଷିକା ସହିତ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥାଏ। ପରିବର୍ତ୍ତନଶୀଳ ପରିବେଶ ସହ ନିଜକୁ ଖାପ ଖୁଆଇବାରେ […]
ପ୍ରାଣିଜଗତର ଜୀବନଧାରଣ ମତ୍ସ୍ୟନ୍ୟାୟ ଅନୁଯାୟୀ ପରିଚାଳିତ। ବଡ଼ମାଛ ଛୋଟମାଛକୁ ଖାଇଦିଅନ୍ତି – ଏହା ହିଁ ହେଉଛି ମତ୍ସ୍ୟନ୍ୟାୟ। ଖାଦ୍ୟ ପାଇଁ ହିଂସ୍ର ବା ମାଂସାଶୀମାନେ ତୃଣଭୋଜୀଙ୍କୁ ଶିକାର କରିଥା’ନ୍ତି। ସମସ୍ତ ପ୍ରଜାତିର ପ୍ରାଣୀଙ୍କୁ ଦୁଇ ପ୍ରକାରର ସଂଘର୍ଷ କରିବାକୁ ପଡ଼ିଥାଏ। ପ୍ରଥମତଃ, ନିଜ ପ୍ରଜାତିଙ୍କ ସହ ଏବଂ ଦ୍ୱିତୀୟରେ ଅନ୍ୟ ପ୍ରଜାତିଙ୍କ ସହ ସଂଘର୍ଷ। ଏଥିସହ ସମସ୍ତ ପ୍ରଜାତିଙ୍କୁ ପ୍ରାକୃତିକ ବିଭୀଷିକା ସହିତ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥାଏ। ପରିବର୍ତ୍ତନଶୀଳ ପରିବେଶ ସହ ନିଜକୁ ଖାପ ଖୁଆଇବାରେ ଅସମର୍ଥ ହେଉଥିବା ପ୍ରଜାତିଗୁଡ଼ିକ ଧରାପୃଷ୍ଠରୁ ବିଲୁପ୍ତ ହୋଇଯାଉଛନ୍ତି।
ମଣିଷ ହେଉଛି ଏକମାତ୍ର ପ୍ରଜାତି, ଯିଏ ପରିବର୍ତ୍ତନଶୀଳ ପରିବେଶ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ନିଜ ଶାରୀରିକ ଓ ବୌଦ୍ଧିକ କ୍ଷମତାକୁ ବିକଶିତ କରିପାରୁଛି। ଏହି ଦକ୍ଷତା ହେତୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ନିଜ ବିକାଶର ଜୟଯାତ୍ରାକୁ ଅବ୍ୟାହତ ରଖିଛି। ମାନବଜାତିର ବିବର୍ତ୍ତନର ଇତିହାସରୁ ଜଣାଯାଏ ଯେ ବାନର ରୂପରେ ଜୀବନ ଆରମ୍ଭ କରିଥିବା ମନୁଷ୍ୟ ଆଦିମ ସଭ୍ୟତା ଆଡ଼କୁ ପ୍ରଥମେ ଏକ ବଡ଼ ଲମ୍ଫ ଦେଇଥିଲା। ଖାଦ୍ୟର ଉପଲବ୍ଧତା ଏବଂ ଯୋଗାଣ ପାଇଁ ଏମାନଙ୍କୁ ଅନ୍ୟ ଜନଜାତିଙ୍କ ସହ ସଂଘର୍ଷ କରିବାକୁ ପଡ଼ିଥିଲା। ଜୀବନ ଜୀବିକା ପାଇଁ ଏମାନେ ମୁଖ୍ୟତଃ ଜଙ୍ଗଲୀ ଫୁଲ-ଫଳ ସଂଗ୍ରହ ସହ ଜୀବଜନ୍ତୁ ଶିକାର ଉପରେ ନିର୍ଭର କରୁଥିଲେ। ଏହି କାରଣରୁ କେତେକ ଅଞ୍ଚଳରେ ଏମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ସେତେବେଳେ ଖାଦ୍ୟ ଅନ୍ୱେଷଣ ପାଇଁ ମନୁଷ୍ୟମାନେ ଯାଯାବର ଜୀବନଯାପନ କରୁଥିଲେ।
ସମୟକ୍ରମେ ମାନବସମାଜ କୃଷି ଓ ପଶୁପାଳନ ଶିଖିଥିଲା। ତେଣୁ ସ୍ଥାୟୀ ବସବାସ ପାଇଁ ଏମାନେ ଗୋଟିଏ ସ୍ଥାନରେ କୁଟୀର ନିର୍ମାଣ କରି ରହିଲେ। ତଥାପି ଏମାନଙ୍କ ଉପରେ ଅନ୍ୟ ଜନଜାତିଙ୍କ ଆକ୍ରମଣ ବନ୍ଦ ହୋଇନଥିଲା। ଆକ୍ରମଣକାରୀ ପାଳିତ ପଶୁଙ୍କ ସହ ଫସଲକୁ ମଧ୍ୟ ଲୁଟି ନେଉଥିଲେ। ଫଳସ୍ୱରୂପ ଜନ୍ମ ନେଇଥିଲା ସାମରିକ ସମ୍ପନ୍ନ ବ୍ୟବସ୍ଥା। ଏସବୁ ବ୍ୟବସ୍ଥାରେ ସଂଘର୍ଷ ଧାରଣ କରିଥିଲା ଭିନ୍ନ ରୂପ। କେତେକସ୍ଥଳେ ସାମ୍ରାଜ୍ୟ ବିସ୍ତାର ପାଇଁ ଅବା ସମ୍ୱଳ ପାଇଁ ତ ଆଉ କେତେକ ସ୍ଥଳେ ଉତ୍ତରାଧିକାରୀ ଚୟନ ପାଇଁ ଚାଲିଥିଲା ପରସ୍ପର ମଧ୍ୟରେ ସଂଘର୍ଷ।
ମଧ୍ୟଯୁଗରେ କେତେକ ସମାଜ ଏବଂ ଯୋଦ୍ଧାଙ୍କ ମଧ୍ୟରେ ବିଶ୍ୱ ବିଜେତା ହେବାର ଲାଳସା ଉଜାଗର ହୋଇଥିଲା। ଏଥିଯୋଗୁଁ ମାନବ ସମାଜକୁ ଆଲେକଜାଣ୍ଡାର, ନାଦିର ଶାହା, ଚେଙ୍ଗିଜ୍ ଖାଁ ପରି ଅନେକ ଆକ୍ରମଣକାରୀଙ୍କ ନିର୍ଯାତନା ଭୋଗ କରିବାକୁ ପଡ଼ିଥିଲା। ଏକଦା ଧର୍ମର ପ୍ରଚାର ପାଇଁ ମଧ୍ୟ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି କାରଣରୁ ଏକାଧିକ ଦେଶ କଠିନ ସମସ୍ୟା ଦେଇ ଗତି କରିଥିଲେ। ଜଣଙ୍କ ସଭ୍ୟତା ଏବଂ ଧାର୍ମିକ ବିଶ୍ୱାସକୁ ନଷ୍ଟ କରି ତା’ ଉପରେ ନିଜ ଧର୍ମ ଏବଂ ସଭ୍ୟତା ଲଦିଦେବାର ଅପପ୍ରୟାସ ଜାରି ରହିଲା, ଯାହା ଏପର୍ଯ୍ୟନ୍ତ କୌଣସି ନା କୌଣସି ରୂପରେ ଚାଲୁ ରହିଛି। ଯେଉଁ ସମସ୍ୟାର ସମାଧାନ ତର୍କ ଦ୍ୱାରା ବୁଝି ବିଚାରି କରାଯାଇ ପାରିଥା’ନ୍ତା, ତାହାର ସମାଧାନ ପାଇଁ ଯୁଦ୍ଧ ଏବଂ ଯୁଦ୍ଧ ପରବର୍ତ୍ତୀ ହିଂସାକୁ ମାଧ୍ୟମ କରାଗଲା। ଯୁକ୍ତି ହେଉଛି ତଥ୍ୟ ଆଧାରିତ କିନ୍ତୁ ନିଜ ଦୁର୍ବଳଯୁକ୍ତି ପାଇଁ ଲାଠି, ବନ୍ଧୁକ, ଗୁଳିଗୋଳା ଆଜି ଅତି ଉପଯୋଗୀ ବିବେଚିତ ହେଉଛି।
ଏହାପରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବର ଯୁଗ। ଏହି ସମୟରେ ନୂଆନୂଆ ଦ୍ରବ୍ୟ ଉତ୍ପାଦିତ ହୋଇଥିଲା। ଉତ୍ପାଦନ ପାଇଁ କଞ୍ଚାମାଲ ଏବଂ ପ୍ରସ୍ତୁତ ସାମଗ୍ରୀର ବିକ୍ରୟ ସକାଶେ ବଜାର ବା ମଣ୍ଡିର ଆବଶ୍ୟକତା ପଡ଼ିଲା। କଞ୍ଚାମାଲ ପାଇଁ ନୂଆନୂଆ ସ୍ଥାନ ତଥା ରାଷ୍ଟ୍ର ଦଖଲ କରିବାକୁ ବିଭିନ୍ନ ଦେଶ ଓ ଅଞ୍ଚଳ ମଧ୍ୟରେ ଚାଲିଥିଲା ଅଘୋଷିତ ପ୍ରତିଦ୍ୱନ୍ଦ୍ୱିତା। ଦଖଲ ହୋଇଥିବା ଭୂଖଣ୍ଡରେ ନୂତନ ବଜାର ସ୍ଥାପିତ ହେଲା। ଏସବୁ ଭୂଖଣ୍ଡ ବା ଦେଶର ଉତ୍ପାଦନ ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରି ଦିଆଗଲା। ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଶିଳ୍ପ ବିକଶିତ ଦେଶମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିବାଦ ମୁଣ୍ଡ ଟେକି ଉଠିଲା। ଏମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଲା। ଉପନିବେଶ ରୂପେ ଅଧିକୃତ ଦେଶଗୁଡ଼ିକରେ ଶୁଣାଗଲା ସ୍ୱାଧୀନତାର ପ୍ରତିଧ୍ୱନି। ଏହି ଔଦ୍ୟୋଗୀକରଣ ମାନସିକତା ଯୁଦ୍ଧପ୍ରସ୍ତୁତି ଓ ନୂତନ ଯୁଦ୍ଧ ସାମଗ୍ରୀର ନିର୍ମାଣ ତଥା ପ୍ରସ୍ତୁତି ପାଇଁ ପ୍ରୋତ୍ସାହିତ କରିଥିଲା। କ୍ରମଶଃ ଯୁଦ୍ଧଗୁଡ଼ିକ ଅଧିକ ବିପଜ୍ଜନକ ଏବଂ ବିନାଶକାରୀ ହେବାରେ ଲାଗିଲେ। ଫଳତଃ ସ୍ୱଳ୍ପ ସମୟର ବ୍ୟବଧାନ ମଧ୍ୟରେ ଦୁନିଆ ଦୁଇଦୁଇଟି ବିଶ୍ୱଯୁଦ୍ଧର ସମ୍ମୁଖୀନ ହୋଇଥିଲା। ସମଗ୍ର ବିଶ୍ୱକୁ ଏହା ଦୁଇଭାଗରେ ବିଭକ୍ତ କରିଦେଲା। ଏହି ବିଭାଜନର ଆଧାର ଥିଲା ଅର୍ଥନୈତିକ ଏବଂ ଶାସକୀୟ ବିଚାରଧାରା ମଧ୍ୟରେ ସଂଘର୍ଷ। ଗୋଟିଏ ପଟେ ଗଣତନ୍ତ୍ର ବନାମ ସାମ୍ୟବାଦ ଏବଂ ଅନ୍ୟପଟେ ପୁଞ୍ଜିବାଦ ବନାମ ସରକାରୀ ନିୟନ୍ତ୍ରିତ ଅର୍ଥବ୍ୟବସ୍ଥା ରହିଲା। ଜଣଙ୍କ ସମୃଦ୍ଧି ତଥା ବିସ୍ତାରକୁ ଅନ୍ୟଜଣେ ନିଜ ଅସ୍ତିତ୍ୱ ପ୍ରତି ବିପଦ ବୋଲି ବିଚାର କଲା।
ବିପଦର ଏହି ମନୋବିଜ୍ଞାନ ଦ୍ୱାରା କବଳିତ ହୋଇ ଉଭୟ ପକ୍ଷ ଯୁଦ୍ଧର ଘାତକ ଉଦ୍ଭାବନ ଆରମ୍ଭ କରିଦେଲେ, ଯାହା ଆଜି ଆହୁରି ଭୟଙ୍କର ହୋଇଛି। ଆଣବିକ ହତିଆର ଯୁଦ୍ଧର ନକ୍ସାକୁ ବଦଳାଇ ଦେଇଛି। ଶକ୍ତି ସମ୍ୱଳ ଉପରେ ନିଜ କର୍ତ୍ତୃତ୍ୱର ସୁଦୃଢ଼ୀକରଣ ପାଇଁ ଆଜିର ସଂଘର୍ଷ ଏକ ନୂତନ ରୂପ ଧାରଣ କରିଛି।
ଜ୍ଞାନବିଜ୍ଞାନର ଅନେକ ପାହାଚ ଚଢ଼ି ସାରିବା ପରେ ମଧ୍ୟ ଆମେ ଆଦିମ ଯୁଗର ସେହି ହିଂସାତ୍ମକ ସଂଘର୍ଷ ତଥା ଯୁଦ୍ଧର ଘନଘଟା ମଧ୍ୟରେ ଫସି ରହିଛୁ। ପ୍ରକୃତରେ ଆମେ ମତ୍ସ୍ୟନ୍ୟାୟଠାରୁ ଆଗକୁ ବଢ଼଼ିବାରେ ସକ୍ଷମ ନୋହୁଁ। ବଡ଼ମାଛ ସାନମାଛଙ୍କୁ ଖାଇବା ଭଳି ଯୁଦ୍ଧ ଲିପ୍ସୁ ଶକ୍ତିଶାଳୀ ଦେଶମାନେ ଅପେକ୍ଷାକୃତ ଦୁର୍ବଳ ତଥା କ୍ଷୁଦ୍ର ଦେଶଗୁଡ଼ିକୁ ନିଜ ଅଧୀନକୁ ଆଣିବାକୁ ଉଦ୍ୟମରତ। ସମ୍ପ୍ରତି ଯୁଦ୍ଧଖୋର ମନୋବୃତ୍ତି ସମ୍ପନ୍ନ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚାଇନା ଆଦି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ କେବଳ ଅନ୍ୟ ଦେଶମାନଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବିପଦ ସାଜିଛନ୍ତି। ବାସ୍ତବରେ ସଂଘର୍ଷ ତଥା ଯୁଦ୍ଧଖୋର ମନୋବୃତ୍ତି ଯୋଗୁଁ ଶାନ୍ତି ଆମ ପାଇଁ ମରୀଚିକା ହୋଇସାରିଛି। ଈପ୍ସିତା ମହାନ୍ତି ବୈପାରୀଗୁଡ଼ା, ମୋ: ୬୩୭୦୬୭୯୪୦୫