ମନୋରଞ୍ଜନ
ଓଡ଼ିଶା
୫-ଜି ଓ ରାଷ୍ଟ୍ରୀୟ ସୁରକ୍ଷା
୫-ଜିର ପ୍ରବର୍ତ୍ତନ ପରେ ଉନ୍ନତ ମୋବାଇଲ ସେବାର ବାସ୍ତବତା ଦେଖିବାକୁ ମିଳୁଛି। ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନା ପ୍ରସାରଣ, କୃଷି, ଶିଳ୍ପ ଆଦି ଉପରେ ବ୍ୟାପକ ପ୍ରଭାବ ବିସ୍ତାର କରିବାକୁ ଯାଉଛି। ଏହାଦ୍ୱାରା ଘରୋଇ ଉପଭୋକ୍ତା, ଶିଳ୍ପଜଗତ, ଅର୍ଥନୀତି ବିଶେଷ ଉପକୃତ ହେବେ। ଏକ ଗବେଷଣାଲବ୍ଧ ତଥ୍ୟାନୁଯାୟୀ, ଆଗାମୀ ୧୦ ବର୍ଷ ମଧ୍ୟରେ ୫-ଜି ବିଶ୍ୱ ଅର୍ଥନୀତିରେ ୧୩.୨ ଟ୍ରିଲିୟନ ଡଲାର ମୂଲ୍ୟର ଯୋଗଦାନ ଦେବା ସହିତ ୨୨.୩ ନିୟୁତ ନିଯୁକ୍ତି ସୃଷ୍ଟିରେ […]
୫-ଜିର ପ୍ରବର୍ତ୍ତନ ପରେ ଉନ୍ନତ ମୋବାଇଲ ସେବାର ବାସ୍ତବତା ଦେଖିବାକୁ ମିଳୁଛି। ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନା ପ୍ରସାରଣ, କୃଷି, ଶିଳ୍ପ ଆଦି ଉପରେ ବ୍ୟାପକ ପ୍ରଭାବ ବିସ୍ତାର କରିବାକୁ ଯାଉଛି। ଏହାଦ୍ୱାରା ଘରୋଇ ଉପଭୋକ୍ତା, ଶିଳ୍ପଜଗତ, ଅର୍ଥନୀତି ବିଶେଷ ଉପକୃତ ହେବେ। ଏକ ଗବେଷଣାଲବ୍ଧ ତଥ୍ୟାନୁଯାୟୀ, ଆଗାମୀ ୧୦ ବର୍ଷ ମଧ୍ୟରେ ୫-ଜି ବିଶ୍ୱ ଅର୍ଥନୀତିରେ ୧୩.୨ ଟ୍ରିଲିୟନ ଡଲାର ମୂଲ୍ୟର ଯୋଗଦାନ ଦେବା ସହିତ ୨୨.୩ ନିୟୁତ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ। ବୈଷୟିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନେ ଏହାକୁ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ତେବେ ଚୀନର ଟେଲିକମ କମ୍ପାନୀମାନେ ୫ଜି ପ୍ରବର୍ତ୍ତନରେ ସବୁଠୁ ଆଗରେ ଅଛନ୍ତି। ସେମାନେ ଅପେକ୍ଷାକୃତ ଶସ୍ତାରେ ଏହି ସେବା ଯୋଗାଉଛନ୍ତି। ଆମ ଦେଶରେ ଦୁଇବର୍ଷ ତଳେ ଅକ୍ଟୋବର ମାସରେ ଚାରିଟି ମହାନଗର ସହିତ କେତେକ ବଡ଼ ସହରରେ ୫-ଜି ଟେଲିକମ୍ ସେବା ଆରମ୍ଭ ହୋଇଛି। ୨୦୨୪ ଶେଷ ସୁଦ୍ଧା ଭାରତରେ ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୫୦ ନିୟୁତ ହେବ ବୋଲି ଆଶା ଆକଳନ କରାଯାଇଛି।
ବିଶେଷକରି ୫-ଜିର ସାମ୍ପ୍ରତିକ ଭୂ-ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଥିବାରୁ ବିଶ୍ୱର ପ୍ରମୁଖ ବୈଷୟିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନେ ଏହାର ସୁଯୋଗ ପ୍ରଥମେ ଦେବାକୁ ବ୍ୟଗ୍ର। ଏହିକ୍ରମରେ ଆଶଙ୍କା ଉପୁଜୁଛି ଯେ ଏହି ଦୌଡ଼ରେ ଚୀନ୍ ସମଗ୍ର ପୃଥିବୀର ଟେଲିକମ୍ ବଜାରକୁ କରାୟତ୍ତ କରିପାରେ। ଏହାଛଡ଼ା ଏହି ବିସ୍ତାରବାଦୀ ନୀତି ଦ୍ୱାରା ଚୀନ ଅନ୍ୟ ଦେଶର ନେଟୱାର୍କରୁ ଗୁପ୍ତରେ ତଥ୍ୟ ଚୋରାଇବା ସହ ସେମାନଙ୍କ କଥାବାର୍ତ୍ତା ମଧ୍ୟ ଲୁଚାଛପାରେ ଶୁଣିପାରେ। ଏହା ହୁଏତ ଚୀନରେ ଏକ ରଣକୌଶଳାତ୍ମକ ପଦକ୍ଷେପ ହୋଇପାରେ। ଚୀନ ୫-ଜି ଟେକ୍ନୋଲୋଜିକୁ ଏକ ଅସ୍ତ୍ର ଭାବେ ଅନ୍ୟ ଦେଶଙ୍କ ବିରୋଧରେ ବ୍ୟବହାର କରିପାରେ। ଏହି କ୍ଷେତ୍ରରେ ଯେଉଁ ସବୁ ଚୀନା କମ୍ପାନୀ କାମ କରୁଛନ୍ତି ସେମାନଙ୍କ ଉପରେ ଚାପ ପକାଇ ଚୀନ ସରକାର ଉପଭୋକ୍ତାଙ୍କ ଡାଟା ସେୟାର କରିବା ସହିତ ଯୁଦ୍ଧ ଓ ଅନ୍ୟାନ୍ୟ ରାଜନୈତିକ ଦ୍ୱନ୍ଦ୍ୱ ସମୟରେ ଶତ୍ରୁ ପକ୍ଷର ୫-ଜି ନେଟୱାର୍କକୁ ଅଚଳ କରି ଦେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।
ପାପୁଆ ନିଉ ଗିନିରେ ଚୀନ ଟେଲିକମ କମ୍ପାନୀ ତିଆରି କରିଥିବା ସେ ଦେଶର ସାଇବର ସୁର୪ା କେନ୍ଦ୍ରରେ ଏକାଧିକ ସାଇବର ନିରାପତ୍ତା ସମସ୍ୟା ଦେଖାଦେଇଥିବା କଥା ଅଷ୍ଟ୍ରେଲିଆ ସରକାର ସେହି ଦ୍ୱୀପ ରାଷ୍ଟ୍ର କର୍ତ୍ତୃପକ୍ଷଙ୍କଠାରୁ ଅବଗତ ହୋଇଥିଲେ। ୨୦୨୦ ଅଗଷ୍ଟରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୯ରେ ମଧ୍ୟ ଇଟାଲୀରେ ଚୀନ କମ୍ପାନୀ ଦ୍ୱାରା ତିଆରି ଏକ ଟେଲିକମ୍ ନେଟୱାର୍କରେ ସମାନ ସାଇବର ନିରାପତ୍ତା ସମସ୍ୟା ଦେଖା ଦେଇଥିଲା। ଏସବୁ ଘଟଣା ଚୀନ ଟେଲିକମ୍ କମ୍ପାନୀ ସମୂହର ନିରାପତ୍ତା, ଉପଲବ୍ଧତା, ସାଧୁତା, ତାହାର ଯନ୍ତ୍ରପାତିର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଏବେ ୫-ଜି ପାଇଁ ମଧ୍ୟ ଚୀନ କମ୍ପାନୀମାନେ ବଡ଼ ବିପଦ ପାଲଟି ପାରନ୍ତି।
୫-ଜି ବଜାରରେ ଚୀନ କମ୍ପାନୀଙ୍କ ପ୍ରଭାବ ହ୍ରାସ କରିବାକୁ ବିଗତ କେତେ ବର୍ଷ ଧରି ଆମେରିକା ଅଭିଯାନ ଆରମ୍ଭ କରିଛି। ହୁଆୱେଇ ଓ ଜେଡ୍ଟିଇ ଭଳି ଦୁଇଟି ଚାଇନା ଟେଲିକମ୍ କମ୍ପାନୀକୁ ଆମେରିକା ତାହାର ଜାତୀୟ ନିରାପତ୍ତା ପ୍ରତି ବିପଦ ଭାବେ ଘୋଷଣା କରିଛି। ଏହି ଦୁଇ କମ୍ପାନୀଠାରୁ କୌଣସି ଯନ୍ତ୍ରପାତି ଓ ଉପକରଣ କ୍ରୟ କ୍ଷେତ୍ରରେ ଆମେରିକୀୟ କମ୍ପାନୀଙ୍କୁ ମିଳୁଥିବା ସରକାରୀ ରିହାତି ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି। ନିର୍ଦ୍ଦିଷ୍ଟ ଲାଇସେନ୍ସ ବିନା ହୁଆୱେଇ କମ୍ପାନୀକୁ ସେମିକଣ୍ଡକ୍ଟର ଚିପ୍ ବିକ୍ରି ଉପରେ ମଧ୍ୟ ଆମେରିକା ନିଷେଧାଦେଶ ଜାରି କରିଛି। ୨୦୨୨ ନଭେମ୍ବରରେ ଆମେରିକା ଚୀନ କମ୍ପାନୀ ବିରୋଧରେ ତାହାର କାର୍ଯ୍ୟାନୁଷ୍ଠାନକୁ ଆହୁରି କଠୋର କରିଥିଲା। ପାଞ୍ଚଟି ଚୀନ କମ୍ପାନୀ ସହ ନୂଆ ଯୋଗାଯୋଗ ଉପକରଣ କ୍ରୟ ବିକ୍ରୟକୁ ଆମେରିକା ନିଷିଦ୍ଧ କରିଛି। ଏହା ସହିତ ନିଜର ମିତ୍ର ରାଷ୍ଟ୍ରମାନଙ୍କୁ ଚୀନ ଦ୍ୱାରା ପ୍ରସ୍ତୁତ ୫-ଜି ଟେକ୍ନୋଲୋଜି ଉପକରଣ ବ୍ୟବହାର ନ କରିବାକୁ ଆମେରିକା ମଧ୍ୟ ପ୍ରବର୍ତ୍ତାଇ ଆସୁଛି। ଏସବୁ ଘଟଣା ସ୍ୱାଭାବିକ ଭାବେ ଆମେରିକା-ଚୀନ ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିଛି। ଏହା ମଧ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ମଧ୍ୟରେ ପ୍ରତିଯୋଗିତାକୁ ଅଧିକ ତୀବ୍ର କରିଛି।
ଚୀନ ଓ ରୁଷିଆଭଳି ଏକଛତ୍ରବାଦୀ ରାଷ୍ଟ୍ରଙ୍କ ଦ୍ୱାରା ଯୋଗାଯୋଗ ଟେକ୍ନୋଲୋଜି କ୍ଷେତ୍ରରେ ଯେଉଁ ଆହ୍ୱାନ ସୃଷ୍ଟି ହୋଇଛି ତାହାର ମୁକାବିଲା ପାଇଁ ଆମେରିକା ସମଭାବାପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛି। ଉଦାହରଣ ସ୍ୱରୂପ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ଡି-୧୦ ବିଚାର ଉପସ୍ଥାପିତ କରିଥିଲେ। ଏଥିରେ ୧୦ଟି ଗଣତାନ୍ତ୍ରିକ ରାଷ୍ଟ୍ରଙ୍କର ଏକ ମେଣ୍ଟ ଗଠନ କରି ୫-ଜି ଓ ଅନ୍ୟାନ୍ୟ ନୂଆ ଟେକ୍ନୋଲୋଜିର ବିକଳ୍ପ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବା ଥିଲା ଏହାର ଉଦ୍ଦେଶ୍ୟ।
୫-ଜି ଟେକ୍ନୋଲୋଜିର ଯେଉଁ ସାଇବର ନିରାପତ୍ତା ବିପଦ ରହିଛି ତାହା କେବଳ ଚୀନ ଟେଲିକମ୍ କମ୍ପାନୀଗୁଡ଼ିକର ଆଧିପତ୍ୟ ଓ ହାର୍ଡଓୟାରରେ ସୀମିତ ନୁହେଁ। ଭୂ-ରାଜନୀତିକ ପ୍ରତିଦ୍ୱନ୍ଦ୍ୱିତା, ବ୍ୟାବସାୟିକ ଉଦ୍ଦେଶ୍ୟ ଓ ଡାଟା ହାରଭେଷ୍ଟିଙ୍ଗ ଆଦି ଯୋଗୁଁ ଏବେ ସାଇବର ଆକ୍ରମଣ ଘଟଣା ଅଧିକ ଘଟୁଛି। ଏ କ୍ଷେତ୍ରରେ କେତେକ ଦେଶ ଓ ସଂସ୍ଥା ମଧ୍ୟ ସଙ୍ଗଠିତ ଭାବେ କାମ କରି ସାଇବର ଆକ୍ରମଣ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଜାତୀୟ ବିକାଶ ଓ ଅର୍ଥନୀତିକ ଅଭିବୃଦ୍ଧିରେ ୫-ଜିର ବିଶେଷ ଗୁରୁତ୍ୱ ରହିଛି। ସେହି ଦୃଷ୍ଟିରୁ ୫-ଜି କମ୍ୟୁନିକେସନ ନେଟୱାର୍କ ଉପରେ ଆକ୍ରମଣ କରିବା ଏବଂ ଏଥିରେ ଅନ୍ତର୍ଘାତୀ କାର୍ଯ୍ୟ ଭିଆଇବା ପାଇଁ କିଛି ଶତ୍ରୁପକ୍ଷ ଓ ଗୋଷ୍ଠୀ ସଦା ତତ୍ପର। ଏଥିରେ ସେମାନେ ୫-ଜି ନେଟୱାର୍କ ଓ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି, ଦୁର୍ବଳତାକୁ ପ୍ରଥମେ ଖୋଜିବେ। ତାହାର ସୁଯୋଗ ନେଇ ସାଇବର ଆକ୍ରମଣକାରୀ ସମଗ୍ର ନେଟୱାର୍କକୁ ଅଚଳ କରିଦେବାର ଆଶଙ୍କା କରାଯାଉଛି। ସେ ଦୃଷ୍ଟିରୁ ୫-ଜି ପାଇଁ ଅଧିକ ସୁଦୃଢ଼ ଓ ନିରାପଦ ସଂଯୋଗ ବ୍ୟବସ୍ଥା, ଉନ୍ନତ ଯନ୍ତ୍ରପାତି ଓ କାର୍ଯ୍ୟକାରିତା ଲୋଡ଼ା।ଏକ ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଆଇଓଟି ଡିଭାଇସ ସଂଯୋଗ ସଂଖ୍ୟା ପ୍ରାୟ ୨୭ ବିଲିୟନରେ ପହଞ୍ଚିବ। ଏହାର ସଂଯୋଗ ଓ ବ୍ୟବହାର ପରିସର ଯେତେ ବ୍ୟାପକ ହେବ ସାଇବର ବିପଦ ଆଶଙ୍କା ସେତେ ବଢ଼଼ିବ। ଏଭଳି ଘଟଣାମାନ ଇତିମଧ୍ୟରେ ଘଟିସାରିଲାଣି।
୫-ଜି କ୍ଷେତ୍ରରେ ଆଉ ଏକ ବଡ଼ ସମସ୍ୟା ହେଲା ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ। ୫-ଜି ନେଟୱାର୍କ ୪-ଜି ଭଳି ପରିବ୍ୟାପ୍ତ ନୁହେଁ। ସେଥିପାଇଁ ଅଧିକ ଆଣ୍ଟେନା ଓ ବେସ୍ଷ୍ଟେସନର ଆବଶ୍ୟକତା ପଡ଼ିଥାଏ। ଏହାଦ୍ୱାରା ମୋବାଇଲ ଫୋନ୍ ଟ୍ରାକିଂ, ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଠାବ କରି ସେମାନଙ୍କ ଡିଭାଇସର ଭିତର ବାହାର ଜାଣିବା ଆକ୍ରମଣକାରୀଙ୍କ ପାଇଁ ସହଜ ଓ ନିର୍ଭୁଲ ହୋଇଥାଏ। ଏହାର ସୁଯୋଗ ନେଇ ଆକ୍ରମଣକାରୀ ଉପଭୋକ୍ତାର ବ୍ୟକ୍ତିଗତ ଗୋପନୀୟତା ସମ୍ପର୍କରେ ସହଜରେ ତଥ୍ୟ ହାସଲ କରିପାରେ। ୫-ଜିର ଆଉ ଏକ ଅସୁବିଧା ହେଲା ଏହା ପୂର୍ବ ଜେନେରେସନର ମୋବାଇଲ ନେଟୱାର୍କର କିଛି ତ୍ରୁଟି ଓ ଦୁର୍ବଳତାକୁ ଉତ୍ତରାଧିକାର ସୂତ୍ରରେ ପାଇଛି। ସେଥିରୁ ଗୋଟିଏ ହେଲା ଇଣ୍ଟରନ୍ୟାଶ୍ନାଲ ମୋବାଇଲ ସବ୍ସ୍କ୍ରାଇବର ଆଇଡେଣ୍ଟିଟି (ଆଇଏମ୍ଏମ୍ଆଇ)। ଏଥିରେ ମୋବାଇଲ ନମ୍ବରକୁ ବ୍ୟବହାର କରି ଉପଭୋକ୍ତାଙ୍କ ମୋବାଇଲ ନେଟୱାର୍କକୁ ଚିହ୍ନଟ କରିବା ସହଜ। ସାଇବର ଆକ୍ରମଣକାରୀ ଆଇଏମ୍ଏସ୍ଆଇକୁ ବ୍ୟବହାର କରି ମୋବାଇଲ ଟ୍ରାଫିକରେ ବ୍ୟାଘାତ ସୃଷ୍ଟି କରିବା ସହିତ ସମ୍ପୃକ୍ତ ଉପଭୋକ୍ତାଙ୍କ କାର୍ଯ୍ୟକଳାପ, ଲୋକେସନ ଠାବ ଏବଂ କଲ୍ରେ ହସ୍ତକ୍ଷେପ କରିବାର ସୁଯୋଗ ପାଇବେ।
ସମଗ୍ର ବିଶ୍ୱରେ ୫-ଜି ନେଟୱାର୍କର ଦ୍ରୁତ ବିସ୍ତାର ହେଉଥିବାବେଳେ ପ୍ରମୁଖ କମ୍ପାନୀମାନେ ପରବର୍ତ୍ତୀ ପିଢ଼ିର ଟେକ୍ନୋଲୋଜି ଉପରେ କାମ ଆରମ୍ଭ କରିଦେଇଛନ୍ତି। କ୍ୱାଡ୍ ଦେଶ ସମୂହ ମହାକାଶଭିତ୍ତିକ ୬-ଜି ଯୋଗାଯୋଗ କ୍ଷେତ୍ରରେ କାମ କରିବାକୁ ଯୋଜନା କରିଛନ୍ତି। ଏଥିରେ ସାଇବର ନିରାପତ୍ତା ଟେକ୍ନୋଲୋଜିକୁ ଅଗ୍ରାଧିକାର ଦିଆଯାଇଛି। ତେଣେ ଚୀନ ମଧ୍ୟ ଅତ୍ୟାଧୁନିକ ୬-ଜି ଟେକ୍ନୋଲୋଜି ବିକାଶ ପାଇଁ ଗବେଷଣା ଓ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଦେଲାଣି।
୫-ଜି ଡିଜିଟାଇଜେସନ ଓ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହାର ଟେକ୍ନୋଲୋଜି ଓ ନେଟ୍ୱାର୍କ ଡିଜାଇନ ଦୃଷ୍ଟିରୁ ନିରାପଦ ନୁହେଁ। ତେଣୁ ଭାରତ ଭଳି ଯେଉଁସବୁ ଦେଶ ୫-ଜି ଟେକ୍ନୋଲୋଜିକୁ କାର୍ଯ୍ୟକାରୀ କରୁଛନ୍ତି ସେମାନେ ସାଇବର ପ୍ରତିରୋଧୀ ଯୋଜନାକୁ ପ୍ରଥମେ କାର୍ଯ୍ୟକାରୀ କରିବା ଉଚିତ। ନିଜର ଡିଜିଟାଲ ଭିତ୍ତିଭୂମିକୁ ନିରାପଦ ନ କଲେ ସାଇବର ଆକ୍ରମଣ ଜନିତ ପରିସ୍ଥିତିର ମୁକାବିଲା କରିବା ସହଜ ହେବ ନାହିଁ। ଆକ୍ରମଣକାରୀ ଦିନକୁ ଦିନ ନିଜର ଯୋଜନା ଓ କାର୍ଯ୍ୟକ୍ରମ ବଦଳାଉଥିବାରୁ ସାଇବର ନିରାପତ୍ତା ପ୍ରତି ନିରନ୍ତର ଦୃଷ୍ଟି ଦେଇ ଏହାକୁ ସୁଦୃଢ଼ କରିବାକୁ ପଡ଼ିବ। ସାଇବର ସ୍ୱଚ୍ଛତା ବାହ୍ୟ ଆକ୍ରମଣକୁ ଅନେକାଂଶରେ ସଫଳତାର ସହିତ ମୁକାବିଲା କରିପାରିବ।
(ସକାଳ ମିଡିଆ ସର୍ଭିସ୍)