ନିଷ୍ଠାପର କଳାକାରର ଦୃଷ୍ଟିକୋଣ
ଆପଣା ମାଟିରେ ପ୍ରତ୍ୟେକ ବିଶେଷ ଅସ୍ତିତ୍ୱର ମର୍ଯ୍ୟାଦା ନିର୍ମାଣ ପ୍ରକ୍ରିୟାରେ ଗୋଟିଏ ସୃଜନଶୀଳ ମଣିଷର ଅଭ୍ୟୁଦୟ ଅବଶ୍ୟ ଘଟିଥାଏ। ତେଣୁ କୁହାଯାଇଛି ଯେ ନିଜ ଜୀବନର ଦୁସ୍ତର ପରିସ୍ଥିତିମାନ ସମ୍ମୁଖୀନ ହେବାର ସାହସ ରଖି ଜଣେ କଳାତ୍ମକ ପୁରୁଷ ନିଜ ଆତ୍ମସ୍ଥ ଭାବନାକୁ ତାହାର ଚାରିପାଖେ ଥିବା ଜନମାନସର ଶ୍ରଦ୍ଧାଭରା ଥାକରେ ସଜାଇ ଦେଇପାରେ। ସୁତରାଂ ଜଣେ ନିଷ୍ଠାପର କଳାକାର ପାଇଁ ,ପାରିବାରିକ ଲାଳନପାଳନ ବ୍ୟତୀତ ନୈତିକ ସାମାଜିକ ପରିବେଶ ଓ ନିଜ ମାଟିର ସାଂସ୍କୃତିକ ମୂଲ୍ୟବୋଧକୁ […]
ଆପଣା ମାଟିରେ ପ୍ରତ୍ୟେକ ବିଶେଷ ଅସ୍ତିତ୍ୱର ମର୍ଯ୍ୟାଦା ନିର୍ମାଣ ପ୍ରକ୍ରିୟାରେ ଗୋଟିଏ ସୃଜନଶୀଳ ମଣିଷର ଅଭ୍ୟୁଦୟ ଅବଶ୍ୟ ଘଟିଥାଏ। ତେଣୁ କୁହାଯାଇଛି ଯେ ନିଜ ଜୀବନର ଦୁସ୍ତର ପରିସ୍ଥିତିମାନ ସମ୍ମୁଖୀନ ହେବାର ସାହସ ରଖି ଜଣେ କଳାତ୍ମକ ପୁରୁଷ ନିଜ ଆତ୍ମସ୍ଥ ଭାବନାକୁ ତାହାର ଚାରିପାଖେ ଥିବା ଜନମାନସର ଶ୍ରଦ୍ଧାଭରା ଥାକରେ ସଜାଇ ଦେଇପାରେ। ସୁତରାଂ ଜଣେ ନିଷ୍ଠାପର କଳାକାର ପାଇଁ ,ପାରିବାରିକ ଲାଳନପାଳନ ବ୍ୟତୀତ ନୈତିକ ସାମାଜିକ ପରିବେଶ ଓ ନିଜ ମାଟିର ସାଂସ୍କୃତିକ ମୂଲ୍ୟବୋଧକୁ ଘେନି ତାହାର ବ୍ୟକ୍ତିତ୍ୱ ପୁଷ୍ପିତ। ଏହି ବ୍ୟକ୍ତିତ୍ୱର ଦୃଢ ନୈତିକ ପ୍ରତ୍ୟୟ ଫଳରେ ଯେଉଁ ଦୁର୍ବାର ଚେତନା ଜାଗ୍ରତ ହୁଏ, ତାହାରି ଔରସରେ ମହାନ କଳାପୁରୁଷଟିଏର ଜନ୍ମ ଘଟେ। ବସ୍ତୁନିଷ୍ଠ ଜଗତର ବୃତ୍ତିମାନଙ୍କ ଭିତରେ ଗୋଟିଏ କଳାକାର ନିଜର ସଂଘର୍ଷପୂର୍ଣ୍ଣ ଜୀବନ ଆରମ୍ଭ କରେ। କାରଣ ଏହି ଜଗତରେ କଳାକୁ ଅଙ୍ଗୀକାର କରିବା ପଛରେ ଥିବା ଅଜସ୍ର ତିତୀକ୍ଷା, ଜଣେ ନିଚ୍ଛକ କଳାକାରର ଅଙ୍ଗେନିଭା କଥା।
ବର୍ତ୍ତମାନ ସମୟରେ ପୁଞ୍ଜିପତିମାନଙ୍କ ପୃଷ୍ଠପୋଷକତାରେ ଅଯୋଗ୍ୟ କଳାକାର ମାନଙ୍କୁ ଅନେକ ସୁଯୋଗ ଲାଭ ଏକ ଶୋଚନୀୟ ପ୍ରସଙ୍ଗ। ଜନଜୀବନର ଅଢୁଆଳରେ ଲୁଚି ଯାଉଥିବା ଗୋଟିଏ ସମର୍ଥ କଳାକାର ଯେଉଁଠି ଅଗଣିତ ସଂଘର୍ଷରେ ଅଣ୍ଟା ସଳଖି ଠିଆ ହେବାକୁ ଯତ୍ନ କରୁଥାଏ, ସେଠାରେ କିନ୍ତୁ ଏକପାଖିଆ ବିକୃତ ମନୋରଞ୍ଜନ କରୁଥିବା ତଥାକଥିତ କଳାକାରମାନେ ହିଁ ସାଧାରଣ ଲୋକମାନଙ୍କ ଦୃଷ୍ଟିର ଆକର୍ଷଣ ହେଉଛନ୍ତି। ଜଣେ ନବାଗତ ଅନୁରୂପ ଭାବରେ କଳାଜଗତ ଉକ୍ତ କଳୁଷିତ ପ୍ରକରଣ ସମ୍ପର୍କରେ ଅପରିଚିତ ରହି ନିଜ ପ୍ରତିଶ୍ରୁତିବଦ୍ଧତାକୁ ମର୍ଯ୍ୟାଦା ଦେବାକୁ ଯାଇ ବହୁ ସଂଘର୍ଷର ସମ୍ମୁଖୀନ ହୋଇଥାଏ।
ଭବିଷ୍ୟତର ପନ୍ଥା ନିରୂପଣ କରିବା ବେଳେ କଳାକାର ବହୁ ଧରଣର ନିଷ୍ପତ୍ତି ବିଷୟରେ ଆଗୁଆ ଚିନ୍ତାକରେ। ଯେଉଁଥିରେ ଅଶ୍ୱସ୍ତିକର ପ୍ରତିଦ୍ୱନ୍ଦ୍ୱିତାର ପ୍ରଭାବରୁ ନିଜ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହେବାର ଭୟ ପ୍ରଥମ ବିରାଟ ସମସ୍ୟା ରୂପେ ଉଭା ହୁଏ। କାରଣ କଳାକ୍ଷେତ୍ରରେ ବ୍ୟାବସାୟିକ ମହତ୍ତ୍ୱ ସଂସ୍ଥାପିତ ହେଉଥିବାରୁ ଅସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଉଛି। ଅଚିରେ ଏହି କଳୁଷିତ ପ୍ରକ୍ରିୟା ଅନ୍ୟ ପ୍ରତ୍ୟକ୍ଷ ବ୍ୟାବସାୟିକ କ୍ଷେତ୍ର କିମ୍ୱା ଅନୁଷ୍ଠାନକୁ ସଂକ୍ରମିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଥିରେ ଯେଉଁମାନେ ଊଣାଧିକେ କୌଣସି ରୂପେ ଉତ୍ତମ ଲକ୍ଷ୍ୟ ରଖି ଯଦି ଚ ସମ୍ପୃକ୍ତ ହେଉଛନ୍ତି, ସେଥିରେ ସେମାନଙ୍କ ମନୋବୃତ୍ତି ଦୁଇପଟକୁ ବିଭକ୍ତ ରହେ। ଗୋଟିଏ ପକ୍ଷରେ ଜନତାର ସ୍ୱୀକୃତି ପିପାସା ଓ ଅପରପକ୍ଷରେ ନିଜ ମୌଳିକ ପ୍ରତିଭା ପ୍ରତି ଅବିଚଳିତ ରହି ବାଗ୍ ଅଧିଷ୍ଠାତ୍ରୀ ମା’ ସରସ୍ୱତୀଙ୍କ ପ୍ରତି ସମର୍ପିତ ହେବା। ସ୍ପଷ୍ଟ ଭାବେ ଦେଖିବାକୁ ଗଲେ ଆମର ଏହା ଦୃଷ୍ଟିରେ ପଡ଼ିବ ଯେ ଅନୈତିକ କଳାକାର ମାନଙ୍କ ଲାଗି ନାମାର୍ଜନ ପ୍ରାଥମିକ ଉଦ୍ଦେଶ୍ୟରେ ପରିଣତ ହୋଇଛି। ସମର୍ଥ କଳାକାର ସହିତ ସେମାନେ ମଧ୍ୟ ସେଇ ଗୋଟିଏ ସ୍ତରରେ ସାମାଜିକ କଷଟି ରେ ମୂଲ୍ୟାୟନ କରାଯିବେ। ଅଥଚ, ନିଜ ଦୁର୍ବଳତାକୁ ଘଣ୍ଟ ଘୋଡାଇ ଅପରପକ୍ଷ ବିଜୟଶ୍ରୀ ହାତେଇପାରେ ! ଏହା ଏକ ନିଷ୍ଠୁର ସତ୍ୟ !
କିନ୍ତୁ ଅପରପକ୍ଷରେ ଆନନ୍ଦ ଓ ଉଲ୍ଲାସ ସହକାରେ ଜଣେ ପ୍ରକୃଷ୍ଟ କଳାକାରର ସୁଦକ୍ଷ କଳାଗୁଣକୁ ଆଦରି ନେଇଥିବା ଜନସମାଗମର ହୃଦୟତନ୍ତ୍ରୀ ହିଁ ତାହା ପାଇଁ ସର୍ବୋତ୍ତମ ଉପହାର ବା ଅଳଙ୍କାର ସଦୃଶ। ନିଜର ବୃତ୍ତି ପାଇଁ ପର୍ଯ୍ୟାପ୍ତ ପ୍ରାପ୍ୟ ଦାବି କରିବା ତାହାର ନ୍ୟାୟିକ ଅଧିକାର, ମାତ୍ର ବିଘ୍ନସଙ୍କୁଳ ଆୟୁଷକୁ ଆପଣାର ପ୍ରତିଭାର ବିକାଶରେ ପ୍ରାଣପଣେ ସମର୍ପିତ କରିବାରେ ଗୋଟିଏ କଳାକାରର ନୈତିକ ପାଉଣା ପୂରଣ ହୁଏ। ଏଥି ସହିତ ତା ପାଇଁ ଅନ୍ୟାନ୍ୟ କେତେକ ଉପାଦାନ ଲୋଡ଼ା ପଡ଼ିବ। ଯଥା ପ୍ରାକ୍ ପ୍ରସ୍ତୁତି ଯୋଗେ ଜଣେ ଉତ୍କୃଷ୍ଟ କଳାକାର ନିଜର ଦୋଷାବଳୀ ଆଗରୁ ଚିହ୍ନଟ କରିପାରି ଅଭ୍ୟାସ ବଳରେ ଦକ୍ଷତା ଅର୍ଜନ ଲାଗି ଅଗ୍ରସର ହେବ। ସମର୍ପିତ ଓ ନିରନ୍ତର ଅଭ୍ୟାସ ପରମ୍ପରା ତେଣୁ କଳାକାରର ସଫଳ ଜୀବନ ସହ ଓତଃପ୍ରୋତ ଭାବରେ ଜଡ଼ିତ ଏବଂ ସାମୟିକ ତ୍ରୁଟିବିଚ୍ୟୁତିର ସଂଶୋଧନ ଲାଗି ଯଥେଷ୍ଟ ଅନୁକୂଳ ପରିସର ପ୍ରଦାନ କରିବାକୁ ସହାୟ ହୋଇଥାଏ।
ଏହି ନବାଗତମାନଙ୍କ ପକ୍ଷରେ ପ୍ରଚ୍ଛନ୍ନ ସୁଯୋଗ ଓ କ୍ଷେତ୍ର ଥାଇ ସୁଦ୍ଧା ବାଧା ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି ନିଜର ଭଣ୍ଡତା। ଭଣ୍ଡ ବ୍ୟକ୍ତିବିଶେଷମାନଙ୍କ କଳାଜଗତରେ ଅନୁପ୍ରବେଶ ଉତ୍କୃଷ୍ଟ କଳାକାରଙ୍କ ଅଗ୍ରଗତିରେ ପ୍ରତିବନ୍ଧକ ଆଣିଦିଅନ୍ତି। ସେମାନେ ସ୍ୱଭାବତଃ କରଛଡ଼ା ହୋଇଥିଲେ ମଧ୍ୟ ସ୍ୱେଚ୍ଛାଚାରିତା ବଳରେ ନିଜର ପ୍ରସିଦ୍ଧି ଲାଗି ସମସ୍ତ ହୀନ ଉଦ୍ୟମ କରନ୍ତି। କିନ୍ତୁ କଳା ପ୍ରତି ତାଙ୍କର ପ୍ରତ୍ୟକ୍ଷ ଅବା ପରୋକ୍ଷରେ କୌଣସି ମହତ ଅବଦାନ ପରିଲକ୍ଷିତ କରାଯାଇପାରେନାହିଁ। ସମସ୍କନ୍ଧ କଳାକାରମାନେ ତେଣୁ ପରବର୍ତ୍ତୀ ସମୟରେ ପ୍ରଚ୍ଛନ୍ନ ସୁଯୋଗ ଲାଭରୁ ବ୍ୟାହତ ହେବା ସହିତ ସୁଖସ୍ୱପ୍ନର ପତନରେ ସାର୍ଥକ ଜୀବନର ଦୃଷ୍ଟି ଅଢୁଆଳରେ ଜୀବନ ଅତିବାହିତ କରନ୍ତି। ଉକ୍ତ କ୍ଷେତ୍ରରେ ଆମ ଗହଣରେ ଲୁକ୍କାୟିତ ଥିବା ଭିତିରିଆ ତଥାକଥିତ କଳାକାର ନିଦ୍ୱର୍ନ୍ଦରେ ନିଜର ପ୍ରତ୍ୟୟ ବିସ୍ତାର କରିଚାଲନ୍ତି। କାରଣ ସେମାନଙ୍କ ପାଖରେ ସମର୍ଥନ ଓ କ୍ଷମତାର ପ୍ରଭାବ ଥାଏ, ଏବଂ ତାଙ୍କ ପ୍ରତି ବିରୁଦ୍ଧାଚରଣର ଅବକାଶ ନଥାଏ।
ସ୍ପଷ୍ଟ ପ୍ରମାଣ ସ୍ୱରୂପ ଆମ ଟିଭି ଚ୍ୟାନେଲ ମାନଙ୍କରେ ପ୍ରଦର୍ଶିତ ଧାରାବାହିକ ଓ ପ୍ରତିଭା ପ୍ରଦର୍ଶନୀ କାର୍ଯ୍ୟକ୍ରମର ‘ଟିଆରପି’ ପ୍ରକାରଣ ସମସ୍ତଙ୍କୁ ଜଣାଥିବ। ପ୍ରତ୍ୟେକ କାର୍ଯ୍ୟକ୍ରମର ମାନ ନିର୍ଦ୍ଧାରଣ କରିବାରେ ଏହି ‘ଟିଆରପି’ ଆମ ଆଧୁନିକ ମିଡିଆ ଜଗତର ମାନଦଣ୍ଡ। ଏହି ପ୍ରଣାଳୀମତେ ଯେଉଁ କାର୍ଯ୍ୟକ୍ରମର ଦର୍ଶକମଣ୍ଡଳୀ ଯେତେ ଅଧିକ ସଂଖ୍ୟକ ହେବେ, ତାହା ସେତେ ଗୁଣାତ୍ମକ ବୋଲି ବିବେଚିତ ହୋଇଥାଏ। କିନ୍ତୁ ଏହା ସେତେ ପର୍ଯ୍ୟନ୍ତ ସତ୍ୟ ଠଉରାଇ ହୁଏ ଯେପର୍ଯ୍ୟନ୍ତ ‘ଗୁଣାତ୍ମକ’ ବୋଲି ସଂଖ୍ୟା ସମଧିକ କାର୍ଯ୍ୟକ୍ରମର ପ୍ରସାରଣ ଦକ୍ଷତାରୁ ଜଣାପଡ଼ିପାରେ। ତେଣୁ ଦର୍ଶକମାନଙ୍କ ପରିସଂଖ୍ୟାନ ଉପରେ ପର୍ଯ୍ୟବସିତ ଗୋଟିଏ ମାନଦଣ୍ଡ ଯେ ବ୍ୟାବସାୟିକ ପରିବେଶ ଦ୍ୱାରା ପ୍ରଭାବିତ ହେଲାଣି, ଏହା ନିଶ୍ଚୟ ବାରି ହୁଏ। କାର୍ଯ୍ୟକ୍ରମର ପ୍ରକୃତ ମାନ କିୟଦଂଶ ଅଛପା ରହିବା ସହିତ ପ୍ରକୃଷ୍ଟ ଗୀତି କଳାକାରମାନେ ସ୍ୱପ୍ରତିଭାକୁ ଦର୍ଶକମାନଙ୍କ ବୃହତ ପରିସର ନିକଟରେ ପହଞ୍ଚାଇବାକୁ ଅକ୍ଷମ ପାଲଟନ୍ତି।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ଜଣେ ଉତ୍କୃଷ୍ଟ କଳାକାର କେବେ ହେଲେ ନିଜର ଭାବନା ଅପର କଳାକାର ଉପରେ ଲଦି ଦେବନି। ଉଦୀୟମାନ କଳାଜୀବୀମାନେ ନବୀନ ସାମର୍ଥ୍ୟ ସହିତ ଆସନ୍ତି। ସେମାନଙ୍କ ଲାଗି ସ୍ୱସ୍ତିକର ପ୍ରତିଯୋଗିତାର ବହୁଳ ସୁଯୋଗ ସୃଷ୍ଟି କରାଗଲେ ରସପିପାସୁ ଦର୍ଶକମାନଙ୍କ ସହିତ ଉତ୍କୃଷ୍ଟ କଳାକାରର ବାଞ୍ଛିତ ଯୋଗସୂତ୍ର ରକ୍ଷା କରିହେବ। ଏଥି ସହ ନବାଗତ ଓ ଅନ୍ୟାନ୍ୟ ନୂତନ କଳାକାରମାନେ ନିଜର କଳାଗୁଣର ଅଭିବୃଦ୍ଧି ଲାଗି ସଯତ୍ନ ଆଗେଇବେ। ଅଧିକନ୍ତୁ ଏହା ତରୁଣ କଳାକାରମାନଙ୍କ ମଧ୍ୟରେ ଦକ୍ଷତାର ଉତ୍ସ ସ୍ୱରୂପ ସେମାନଙ୍କ ମନୋବୃତ୍ତିକୁ ଅନୁକୂଳ କରି ଗଢ଼େ। ସହଭାଗୀ କଳାକାରମାନଙ୍କ ଦୃଢ ସହଯୋଗ କ୍ରମେ ଅନୀତିଗ୍ରସ୍ତ ମାନଙ୍କୁ ବିରୋଧ ଜଣାଇବାର ଶକ୍ତି ହିଁ ପ୍ରକୃଷ୍ଟ କଳାକାରର ବଳ ଅଟେ।
ଜଣେ ଉଦୀୟମାନ କଳାକାରର ଜୀବନ ବିଷୟରେ ଜାଣିବା କ୍ଷେତ୍ରରେ ଆମ ଓଡ଼ିଶାର ରାଜଧାନୀ ନଗରୀ ଭୁବନେଶ୍ୱରକୁ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରାଯାଉ। ଏଠାରେ ସହସ୍ରାଧିକ ବର୍ଷର ଗୌରବୋଜ୍ଜ୍ୱଳ ଇତିହାସ ଥିବା ସତ୍ତ୍ବେ ଅଧିକାଂଶ ତରୁଣ ବର୍ଗ ଏଠାରେ ନିଜର ଐତିହାସିକ ଅସ୍ମିତା ସମ୍ପର୍କରେ ଅଜ୍ଞ। କିନ୍ତୁ ଜଣେ ଓଡ଼ିଆ ପୁଅ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଓ କାହାଣୀର ବିଶ୍ଳେଷଣପୂର୍ବକ ଆମେ କ୍ଷୁଦ୍ର ବାଲିରାଶି ପରି ଜ୍ଞାନ ସଞ୍ଚୟ କରିଚାଲୁ। ଏହା ଯଦି ବି କାହାକୁ ଅଖାଡୁଆ ମନେ ହୋଇପାରେ କିନ୍ତୁ ଚିରନ୍ତନ ଐତିହ୍ୟର ମୂଲ୍ୟବୋଧ ପାଇଁ ସଂସ୍କୃତି ପ୍ରତି ସମର୍ପିତ ରହିବାରେ ଏମାନଙ୍କ ଉଦ୍ୟମ ମହାନ ଅଟେ। ପ୍ରତ୍ୟେକ ଅଜ୍ଞାତ କୋଣରେ ଥାଇ ସୁଦ୍ଧା ଦିବ୍ୟ ଭାବନା ଉନ୍ମୋଚନ କରିବାରେ ସମର୍ଥ ଓଡ଼ିଆମାନଙ୍କ ସାଂସ୍କୃତିକ ପ୍ରସ୍ଥରେ ଶ୍ରୀଜଗନ୍ନାଥ ଚେତନା, ଜଗତରେ ବୋଧହୁଏ ଅନନ୍ୟ ଓ ମହାନ ଅଟେ।
ଏହି ଆକର୍ଷଣୀୟ ଭକ୍ତିଗାଥାର ପ୍ରକ୍ଷେପଣ ସ୍ୱରୂପ ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜାତିର ଅଧ୍ୟାତ୍ମ ଚିନ୍ତା ଉଦ୍ବୁଦ୍ଧ ଓ କୁସୁମିତ। ମହାପ୍ରଭୁଙ୍କ କରୁଣାମୟ ସାନ୍ନିଧ୍ୟରେ ମଥାବନତ କରି ତାଙ୍କରି ସେବାକୁ ସମସ୍ତ ଜୀବନର ସାର୍ଥକତା ମନେ କରିନେବା ହିଁ ସବୁ ତୁଚ୍ଛ ଜାଗତିକ ପୁରସ୍କାର ଓ ସମ୍ୱର୍ଦ୍ଧନାର ବହୁ ଊର୍ଦ୍ଧ୍ବରେ। ପରିଶେଷରେ ଏହା ଉଲ୍ଲେଖ କରାଯାଉ ଯେ ଆମ ପ୍ରିୟ ଗଣମାଧ୍ୟମ ସଂସ୍ଥା, ଯେଉଁମାନେ ପ୍ରକୃତରେ ଉଦୀୟମାନ କଳାକାରଙ୍କ ଉନ୍ନତିରେ ସହାୟ ହେବାକୁ ତତ୍ପର, ସେମାନେ ଏକ ସମ୍ୟକ ସୁନ୍ଦର ଓ ନୈତିକ କଳାକ୍ଷେତ୍ର ଲାଗି ସେମାନଙ୍କୁ ବାଟେଇ ଦିଅନ୍ତୁ। ପ୍ରକୃଷ୍ଟ ସାରସ୍ୱତ ସେବକ ଓ ସତ୍ୟଧର୍ମା ହେବାପାଇଁ କଳାକାର ମାନଙ୍କୁ ପ୍ରେରଣା ଯୋଗାନ୍ତୁ । ତାହାହେବ ଉଭୟ କଳା ଓ ବ୍ୟାବସାୟିକ ଉତ୍ତରଦାୟିତ୍ୱର ବଳିଷ୍ଠ ପରିଚୟ।
ପ୍ରକୃଷ୍ଟ ସାଧନାର ଉତ୍କର୍ଷ, ବ୍ୟକ୍ତିତ୍ୱର ଚରମ ଉତ୍ତରଣ କରାଇ କଳାକାରମାନଙ୍କୁ ଅନୁପମ ଓ ମଧୁରତର ଜୀବନପନ୍ଥା ଆବିଷ୍କାର କରାଇଥାଏ ଓ ଯଶୋବନ୍ତ କରାଇ ତାଙ୍କ ଜୀବନକୁ କୃତାର୍ଥ କରିବାରେ ସମର୍ଥ ହୁଏ , ଏହା ନିଃସନ୍ଦେହ।
ଆହ୍ୱାନ ନାୟକ
ଭୁବନେଶ୍ୱର, ମୋ: ୮୭୬୩୧୯୬୩୭୭