ଅନୁଶୋଚନାର ମନସ୍ତାତ୍ତ୍ୱିକ ଦିଗ

The Sakala Picture
Published On

ଜୀବନର ପ୍ରତିଟି କ୍ଷଣରେ ମଣିଷକୁ କିଛି ନା କିଛି ନିଷ୍ପତ୍ତି ନେବାକୁ ପଡ଼େ। ନିଜର ନିଷ୍ପତ୍ତି ଜୀବନର କେତେକ ଗତିପଥକୁ ବଦଳାଇଦିଏ। ଏହା ଆମର ଜୀବନଶୈଳୀକୁ ନୂଆ ରୂପ ଦିଏ। ପ୍ରତି ମୁହୂର୍ତ୍ତରେ ଜୀବନର ଆହ୍ୱାନକୁ ଲଢ଼େଇ କରିବା ପାଇଁ ନିଷ୍ପତ୍ତି ଓ ନିଜ ପସନ୍ଦ ନିର୍ଣ୍ଣୟ କରିବା ପାଇଁ ସୁଯୋଗ ଦିଏ। ନିଜର ଜୀବିକା, ଜୀବନସାଥୀ ଏପରି ବିଭିନ୍ନ ନିଷ୍ପତ୍ତି ବ୍ୟକ୍ତି ବିଭିନ୍ନ ସ୍ତରରେ ନିଏ। କେତେକ ନିଷ୍ପତ୍ତି ଅତି ଗୁରୁତ୍ୱପୂର୍ଣ୍ଣ ଥାଏ ଓ ଏହା […]

ଜୀବନର ପ୍ରତିଟି କ୍ଷଣରେ ମଣିଷକୁ କିଛି ନା କିଛି ନିଷ୍ପତ୍ତି ନେବାକୁ ପଡ଼େ। ନିଜର ନିଷ୍ପତ୍ତି ଜୀବନର କେତେକ ଗତିପଥକୁ ବଦଳାଇଦିଏ। ଏହା ଆମର ଜୀବନଶୈଳୀକୁ ନୂଆ ରୂପ ଦିଏ। ପ୍ରତି ମୁହୂର୍ତ୍ତରେ ଜୀବନର ଆହ୍ୱାନକୁ ଲଢ଼େଇ କରିବା ପାଇଁ ନିଷ୍ପତ୍ତି ଓ ନିଜ ପସନ୍ଦ ନିର୍ଣ୍ଣୟ କରିବା ପାଇଁ ସୁଯୋଗ ଦିଏ। ନିଜର ଜୀବିକା, ଜୀବନସାଥୀ ଏପରି ବିଭିନ୍ନ ନିଷ୍ପତ୍ତି ବ୍ୟକ୍ତି ବିଭିନ୍ନ ସ୍ତରରେ ନିଏ। କେତେକ ନିଷ୍ପତ୍ତି ଅତି ଗୁରୁତ୍ୱପୂର୍ଣ୍ଣ ଥାଏ ଓ ଏହା ଜୀବନକୁ ନୂଆ ଦିଗରେ ବଢ଼଼ିବା ପାଇଁ ସୁଯୋଗ ଦିଏ। କିନ୍ତୁ କେତେକ ନିଷ୍ପତ୍ତି ଆମର ଜୀବନର ଗତିପଥକୁ ଭିନ୍ନ ମୋଡ଼ ଦିଏ। ଜାଣତରେ ହେଉ ବା ଅଜାଣତରେ ହେଉ, ଏହି ନିଷ୍ପତ୍ତି ଆମକୁ ଅନେକ ଦୁଃଖ ଦିଏ। ଏହାକୁ ଇଂରେଜୀରେ ‘ରିଗ୍ରେଟ୍‌‌’ ବା ‘ଅନୁଶୋଚନା’ କହନ୍ତି। ଏହା ଏକ ଗଭୀର ଆବେଗ ବା ନିଜ ପସନ୍ଦ ଓ ନିଜ ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ କରିବା। ଉଦାହରଣ ସ୍ୱରୂପ, ଯଦି ଆମେ କୌଣସି ବୃତ୍ତିକୁ ଆପଣେଇ ଏକ ଅନୁଷ୍ଠାନରେ ଚାକିରି କରୁଛୁ- କିନ୍ତୁ ଆମେ ସେଠି କିଛି ଆନନ୍ଦ ପାଇପାରୁନୁ, ସେଥିପାଇଁ ଅନୁଶୋଚନା କରିବା। ଜୀବନରେ ଥରେ ଜୀବନସାଥୀ ବାଛିବାର ସୁଯୋଗ ମିଳେ। ବିବାହ ସରିଲା ପରେ ଯଦି ଆମେ ଆମର ପସନ୍ଦକୁ ଘୃଣା କରିବା, ତାହା ଅନୁଶୋଚନାର ଲକ୍ଷଣ।

ଗବେଷଣା କରି ଦେଖାଯାଇଛି ଯେ ଯୋଜନାର ଅଭାବ ଓ ଅତ୍ୟାଧିକ ସୁଯୋଗକୁ ହାତଛଡ଼ା କରିବା, ତର୍କସଂଗତ ନ ହୋଇ ଆବେଗିକ ନିଷ୍ପତ୍ତି ନେବା, ଏହାର ମୁଖ୍ୟ କାରଣ। ହେଲେ ଥରେ ନିଷ୍ପତ୍ତି ନେଇସାରିବା ପରେ ଏହାର ଫଳାଫଳ ନିଶ୍ଚୟ ଭୋଗ କରିବାକୁ ପଡ଼ିବ। ଅତ୍ୟଧିକ ଅନୁଶୋଚନା କଲେ କୌଣସି ଲାଭ ହୁଏ ନାହିଁ। ଏପରି ଦେଖାଯାଇଛି ଯେ ମନୁଷ୍ୟ ଅନୁଶୋଚନାରେ ହିଁ ପୂରା ଜୀବନଟିକୁ କାଟିଦିଅନ୍ତି। ଏହା ଏକ କାଳ୍ପନିକ ଚିନ୍ତନର ରୂପରେଖ ନେଇ ଅବସାଦ ଆଡ଼କୁ ମୁହାଁଏ। ବେଳେବେଳେ ଏହି ରିଗ୍ରେଟ୍‌‌ ଏକ ଭୟଙ୍କର ରୂପ ନିଏ। ଏହାକୁ ଆତ୍ମବିନାଶକାରୀ ମଧ୍ୟ କୁହାଯାଏ। ଏହା ମଣିଷକୁ ପଙ୍ଗୁ କରିଦିଏ।

ମଣିଷର ମନ, ପ୍ରକୃତି ଓ ବ୍ୟବହାର ପରିବର୍ତ୍ତନଶୀଳ। କିନ୍ତୁ ଏହି ଦୁଃଖ ବା ଅନୁଶୋଚନା ଯୋଗୁଁ ବ୍ୟକ୍ତି ଅତୀତରେ ରହିଯାଏ। ଅତୀତର ନିଷ୍ପତ୍ତି ଯୋଗୁଁ ମିଳିଥିବା ଯନ୍ତ୍ରଣା ଓ ଚିନ୍ତାରେ କାଳାତିପାତ କରେ। ଦୁଃଖ ଓ ଲଜ୍ଜା ଏହାର ଦୁଇଟି ପ୍ରମୁଖ ଲକ୍ଷଣ। ଏହା ଚିନ୍ତା ଓ ଭାବରେ ଏପରି ପରିପ୍ରକାଶ କରେ ଯେ ବ୍ୟକ୍ତି ଅଯଥା ଆତ୍ମକୌଶଳ ଓ ବୈଧତାରେ ସମୟ କଟାଏ। ନିଜ ପସନ୍ଦ ଓ ରୁଚିକୁ ବୈଧ ବୋଲି ପ୍ରମାଣିତତ କରିବାକୁ ଚେଷ୍ଟା କରେ। ପ୍ରତି ବାକ୍ୟରେ ମୁଁ ଠିକ୍‌‌ କି ଭୁଲ୍‌‌ ଅନ୍ୟଠୁ ଉତ୍ତର ଆଶା କରେ। ବେଳେବେଳେ ଏହା ମାନସିକ ବିକାରଗ୍ରସ୍ତ କରିଦିଏ। ଅଯଥା ଅତୀତର ଇତିହାସରେ ରହି ନିଜର ବର୍ତ୍ତମାନକୁ ପାସୋରି ଦିଏ। ଏହା ସହ ନିଜର ନିଦ୍ରା ଓ ଶାନ୍ତି ହଜାଇଦିଏ। ବହୁ ସମୟରେ ବାସ୍ତବ ସଂସାରଠାରୁ ଦୂରେଇ ଯାଇ କାଳ୍ପନିକ ବା ଅବାସ୍ତବ ଜୀବନରେ ରହିବାକୁ ପସନ୍ଦ କରେ। ତେଣୁ ଏହାର ନିରାକରଣ ଓ ପ୍ରତିକାର ନିତାନ୍ତ ଆବଶ୍ୟକ।

ଅନୁଶୋଚନାକୁ ଅବହେଳା ନ କରି ଏହାର ମୁକାବିଲା କରିବା ଉଚିତ। ଏହାର ଅନ୍ୟ ଏକ ଦିଗଟି ହେଉଛି ଅତୀତରୁ ବର୍ତ୍ତମାନ ଓ ବର୍ତ୍ତମାନରୁ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାର ଆଶା। ଅନୁଶୋଚନା ଆମକୁ ଭବିଷ୍ୟତରେ କ’ଣ ସବୁ ଆହ୍ୱାନ ଆସିବ, କିଭଳି ଭାବରେ ଆମେ ଏକାଠି ମୁକାବିଲା କରିବା ସୂଚାଇଦିଏ। ଏହାର ଏକ ମୌଳିକ ଲକ୍ଷଣ ହେଉଛି ନିଜର ଭୁଲ୍‌‌ ମତାମତ ବା ନିଷ୍ପତ୍ତି ଯୋଗୁଁ ନିଜକୁ ଦୋଷୀ କରିବା। ଏହି ଅବସାଦ ଗଭୀର ହେଲେ ଆମର ପାକସ୍ଥଳୀ ଓ ହୃଦଯନ୍ତ୍ର ଉପରେ ଆଘାତ କରେ। ତେଣୁ ଏହି ଭାବନାକୁ ଚାପି ନ ଦେଇ ଏହାକୁ ନିଜର ଅନ୍ତରଙ୍ଗ ବନ୍ଧୁ ସହ ଆଲୋଚନା କରନ୍ତୁ। ଅନୁଶୋଚନା ଯଦି ସମ୍ପର୍କରହିତ ଅଛି- ଏହାକୁ ନିଜ ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହିତ ବାର୍ତ୍ତାଳାପ କଲେ ଏହାର ପ୍ରଭାବ କମିଯିବ। ନିଜକୁ ବିଭିନ୍ନ ଶାରୀରିକ ବ୍ୟାୟାମ ଯୋଗାଇ ରଖିଲେ ନିଜର କୁଭାବନା ଅତିମାତ୍ରାରେ ଆସିବ ନାହିଁ। ସର୍ବୋପରି ନିଜକୁ ଭଲ କାର୍ଯ୍ୟରେ ନିବେଶ କଲେ, ଯଥା କାହାକୁ ସାହାଯ୍ୟ କରିବା, କାହା ପାଇଁ କିଛି ଭଲ କାମ କରିବା ଓ ନିଜକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କଲେ ଏହି ଅନୁଶୋଚନା ସକାରାତ୍ମକ ଭାବନାରେ ରୂପାନ୍ତର ହେବ। ଆଗକୁ ଆମେ ଆଉ ସେଭଳି ଭୁଲ୍‌‌ କରିବୁନି ଓ ଏଥିପାଇଁ ଯତ୍ନାବାନ ହେବାକୁ ପଡ଼ିବ।

ଅନୁଶୋଚନାକୁ ଧରି ନରଖି ନିଜର ଆବେଗ ଓ ଭାବନା ପ୍ରତି ସଚେତନ ହେବାକୁ ପଡ଼ିବ। ନିଜ ଭିତରେ ଏକ ଆତ୍ମପ୍ରେମ ଜାଗ୍ରତ କରିବାକୁ ପଡ଼ିବ। ଆତ୍ମବିଶ୍ଳେଷଣ ଓ ଆତ୍ମଅନୁଶୀଳନ ଦ୍ୱାରା ନିଜର ଭାବନାକୁ ସଂଯୋଜିତ କରିହେବ। ଆତ୍ମପ୍ରେମ ଦ୍ୱାରା ନିଜର କୁଭାବନା ବା ଯନ୍ତ୍ରଣାଦାୟକ ଭାବନାକୁ ସାମୟିକ ଭାବରେ ଗ୍ରହଣ କରିବାକୁ ପଡ଼ିବ। ନିଜକୁ ଅତି ଖରାପ ଭାବରେ ଚିତ୍ରଣ ନ କରି ନିଜ ଭଲ ଗୁଣଟିକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। ମୁଁ ଜଣେ ଭଲ ବ୍ୟକ୍ତି, ଭଲ ଚିନ୍ତା କରେ ଓ ଅନ୍ୟମାନଙ୍କୁ ସର୍ବଦା ସାହାଯ୍ୟ କରେ – ଏହି ଉକ୍ତିକୁ ବାରମ୍ବାର କହିବାକୁ ହେବ। ନିଜ ଭିତରେ ଥିବା ନିଜର ଦୁର୍ବଳତାକୁ ନ ଦେଖି ଜୀବନର ପ୍ରତିବିମ୍ବରେ ବାସ୍ତବଚିତ୍ର ଦେଖିବା ଉଚିତ। କେଉଁ ଘଟଣା ଚିନ୍ତା, ଭାବନା ନିଜର ନିୟନ୍ତ୍ରଣରେ ଅଛି, ତା’ର ଏକ ତାଲିକା ପ୍ରସ୍ତୁତ କରିପାରନ୍ତି।

ନିଜର ପୂର୍ବ ଘଟଣାକୁ ସ୍ମୃତିଚାରଣ କରିବା ଉଚିତ ନୁହେଁ। ଆଗକୁ କି କି ସମ୍ଭାବନା ଆସୁଛି, ତା’ ଉପରେ ଧ୍ୟାନ ଦେବା ଉଚିତ। ଇଂରାଜୀରେ ଏକ ପ୍ରବାଦ ଅଛି – ‘ଫରଗେଟ୍‌‌ ଆଣ୍ଡ୍‌‌ ଫରଗିଭ୍‌‌’। ଏହି ଦୁଇଟି ଶବ୍ଦ ଆମର କଷ୍ଟ କମାଇବାରେ ସାହାଯ୍ୟ କରିବ। ନିଜକୁ ନିଜେ କ୍ଷମା କରିବା ମଧ୍ୟ ଏକ ବଡ଼ଗୁଣ ଅଟେ। ନିଜର ଲକ୍ଷ୍ୟକୁ ଅନ୍ୟର ଉପକାର ପାଇଁ ନିଯୋଗ କଲେ, ବହୁ ପରିମାଣରେ ଆତ୍ମଶାନ୍ତି ମିଳେ। ନିଜ ଭିତରେ ଥିବା ଯନ୍ତ୍ରଣା, କଷ୍ଟ ବହୁ ପରିମାଣରେ ଲାଘବ ହୁଏ। ମନସ୍ତତ୍ତ୍ୱବିତ୍‌‌ମାନେ ଏକ ଉପାୟ କହିଛନ୍ତି, ତାହା ହେଲା ଅତିଶୟ ଭାବନାର ଦିଗ ପରିବର୍ତ୍ତନ କରନ୍ତୁ। ନିଜକୁ ନିଜେ ଦଣ୍ଡ ନ ଦେଇ କିଭଳି ଆମେ ସେହି ଯନ୍ତ୍ରଣା ଜର୍ଜରିତ ଭାବନାକୁ ଅନ୍ୟ ଦିଗରେ ପରିଚାଳନା କରିବୁ, ନିଜର ଭାବନାକୁ ଅନ୍ୟ ଦିଗରେ ନିବେଶ କରିବୁ, ତାହାକୁ ମନୋବିଜ୍ଞାନରେ ‘ରିୱାୟର ଅଫ୍‌‌ ବ୍ରେନ୍‌‌’ କୁହାଯାଏ। ସ୍ନାୟୁବିଜ୍ଞାନୀମାନେ କହିଛନ୍ତି ଆମର ମସ୍ତିଷ୍କ କୌଣସି କାର୍ଯ୍ୟ ଓ ବସ୍ତୁ ସହିତ ଜଡ଼ିତ। ଏହା ଏକ ପ୍ରବୃତ୍ତି ହୋଇଯାଏ। ଏଥିରୁ ନିବୃତ ରହିବାକୁ ଟିକେ ସମୟ ଲାଗେ। ଧୀରେ ଧୀରେ ନିଜ ଲକ୍ଷ୍ୟ ଓ ସକରାତ୍ମକ ଅଭ୍ୟାସ ଏହାକୁ ପରିବର୍ତ୍ତନରେ ସାହାଯ୍ୟ କରେ।

ଶେଷରେ କହିବା ଉଚିତ କି ନିଜ ପାଇଁ ନିଜେ ସମୟ ଦିଅନ୍ତୁ। ନିଜକୁ ଭଲ ଭାବେ ବୁଝନ୍ତୁ। କେଉଁ ଲକ୍ଷ୍ୟ ମହତ୍ତ୍ୱପୂର୍ଣ୍ଣ ତାହାକୁ ବିଶ୍ଳେଷଣ କରନ୍ତୁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ସହ ଆଲୋଚନା କରନ୍ତୁ। ନିଜକୁ କ୍ଷମା ଓ ଦୟା କରିଲେ ଅନ୍ୟପ୍ରତି କ୍ଷମା ଓ ଦୟାଭାବ ଆସିବ। ଅନୁତାପରୁ ଆପଣ ନୂଆ ଜିନିଷ ଜାଣିବେ ଓ ଶିଖିବେ। କଳ୍ପନା ସାହୁ ଭୁବନେଶ୍ୱର, ମୋ: ୮୨୪୯୮୯୬୧୪୮

16 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର