ଧନୀ ଓଡ଼ିଶାରେ ନିଯୁକ୍ତି ସୁଯୋଗ
ଆମ ରାଜ୍ୟ ଆୟତନ ୧, ୫୫, ୭୦୭ ବର୍ଗ କି.ମି., ଯାହା ସମଗ୍ର ଭାରତ ଭୂଖଣ୍ଡର ଶତକଡ଼ା ୪.୮୭। ତନ୍ମଧ୍ୟରୁ ଦୀର୍ଘ ୪୮୦ କି.ମି. ପୂର୍ବ ସୀମାରେଖା ବଙ୍ଗୋପସାଗରକୁ ଲାଗି ରହିଛି। ରାଜ୍ୟର ପ୍ରମୁଖ ଖଣିଖାଦାନ କଥା ବିଚାରକୁ ନେଲେ ଜଣାଯାଏ ଯେ ଦେଶରେ ଥିବା ୨୮% ଲୁହାପଥର, ୨୪% କୋଇଲା, ୫୯% ବକ୍ସାଇଟ ଏବଂ ୯୮% କ୍ରୋମାଇଟ୍ ଓଡ଼ିଶାରେ ଗଚ୍ଛିତ ଅଛି। ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ର ରିପୋର୍ଟ ୨୦୨୧ ଅନୁଯାୟୀ ସମଗ୍ର ଦେଶରେ ୨୧.୭୧ […]
ଆମ ରାଜ୍ୟ ଆୟତନ ୧, ୫୫, ୭୦୭ ବର୍ଗ କି.ମି., ଯାହା ସମଗ୍ର ଭାରତ ଭୂଖଣ୍ଡର ଶତକଡ଼ା ୪.୮୭। ତନ୍ମଧ୍ୟରୁ ଦୀର୍ଘ ୪୮୦ କି.ମି. ପୂର୍ବ ସୀମାରେଖା ବଙ୍ଗୋପସାଗରକୁ ଲାଗି ରହିଛି। ରାଜ୍ୟର ପ୍ରମୁଖ ଖଣିଖାଦାନ କଥା ବିଚାରକୁ ନେଲେ ଜଣାଯାଏ ଯେ ଦେଶରେ ଥିବା ୨୮% ଲୁହାପଥର, ୨୪% କୋଇଲା, ୫୯% ବକ୍ସାଇଟ ଏବଂ ୯୮% କ୍ରୋମାଇଟ୍ ଓଡ଼ିଶାରେ ଗଚ୍ଛିତ ଅଛି। ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ର ରିପୋର୍ଟ ୨୦୨୧ ଅନୁଯାୟୀ ସମଗ୍ର ଦେଶରେ ୨୧.୭୧ ପ୍ରତିଶତ ବନାଞ୍ଚଳ ଥିବା ବେଳେ ଓଡ଼ିଶାରେ ତାହା ୩୩.୫୦ ପ୍ରତିଶତ। ଜଳସମ୍ପଦ ଦୃଷ୍ଟିରୁ ମଧ୍ୟ ଓଡ଼ିଶା ଆଖିଦୃଶିଆ ସ୍ଥାନ ଲାଭ କରିଛି। ଦେଶର ୧୧ ପ୍ରତିଶତ ଜଳସମ୍ପଦ କେବଳ ଆମ ରାଜ୍ୟରେ ଥିବାରୁ ଏହାର ସ୍ଥାନ ସ୍ୱତନ୍ତ୍ର। ଦୁଃଖର ବିଷୟ ଖଣି, ପାଣି, ବଣ ଓ ଜଳ ସମ୍ପଦରେ ପରିପୁଷ୍ଟ ଆମ ରାଜ୍ୟରେ ମାନବ ସମ୍ବଳର ବିକାଶ ସୂଚକାଙ୍କ ସେତେ ଉତ୍ସାହଜନକ ନୁହେଁ। ୨୦୨୩-୨୪ ଓଡ଼ିଶା ଇକୋନୋମିକ୍ ସର୍ଭେ ରିପୋର୍ଟ ଅନୁଯାୟୀ ଜାତୀୟସ୍ତରରେ ୩.୨ ପ୍ରତିଶତ ଲୋକ ବେକାର ଥିବା ବେଳେ ଆମ ରାଜ୍ୟରେ କିନ୍ତୁ ଏହା ୩.୯ ପ୍ରତିଶତ। ଯାହା ଫଳରେ ସର୍ବଭାରତୀୟ ବେକାରୀ ସୂଚକାଙ୍କର ଏହାର ସ୍ଥାନ ୨୧। ତେବେ ବେକାରୀ ସମସ୍ୟାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ରହିଛି।
ସାଧାରଣ ଭାବେ ୧୬-୬୪ ବର୍ଷ ବୟସର ଲୋକମାନଙ୍କୁ କାର୍ଯ୍ୟକ୍ଷମ ଜନସଂଖ୍ୟା ହିସାବରେ ଗଣନା କରାଯାଏ। କିନ୍ତୁ ଅନେକ ସମୟରେ ୨୨-୨୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼଼ା ଚାଲୁଥିବାରୁ ସେମାନଙ୍କ ମଧ୍ୟରେ ବେକାରୀ ଖୋଜିବା କଷ୍ଟକର। ଦ୍ୱିତୀୟତଃ, ଅନେକ ମହିଳା ଗୃହିଣୀ ଭାବେ ଜୀବନ ବିତାଉଥିବା ବେଳେ ସେମାନଙ୍କ ପାଇଁ ଚାକିରି କରି ରୋଜଗାର କରିବା ଗୌଣ ଥାଏ ଏବଂ କେତେକ କ୍ଷେତ୍ରରେ ପରିବାରର ସହମତି ନ ଥିବା ହେତୁ ସେମାନଙ୍କୁ ବେକାରୀ ଭାବେ ଗଣନା କରିବା ତ୍ରୁଟିଯୁକ୍ତ ମନେହୁଏ। ଅନ୍ୟପକ୍ଷରେ ଲୋକମାନଙ୍କୁ ୫୦-୫୫ ବର୍ଷ ହୋଇଗଲେ ଯେତେବେଳେ ପିଲାମାନେ କାମରେ ଲାଗିଯାଆନ୍ତି ସେମାନେ ବାପା ମା’ ଆଉ ମୂଲ ଲାଗନ୍ତୁ ବା ଅନ୍ୟ କୌଣସି କାମଧନ୍ଦା କରନ୍ତୁ ବୋଲି ଚାହିଁ ନ ଥା’ନ୍ତି।
ବେକାରୀ ସମସ୍ୟାକୁ ସାଧାରଣ ଭାବେ ସମ୍ପୂର୍ଣ୍ଣ ବେକାରୀ ଓ ସାମୟିକ/ଋତୁଭିତ୍ତିକ ବେକାରୀ – ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଥାଏ। କୃଷିକାର୍ଯ୍ୟ ଋତୁଭିତ୍ତିକ ହୋଇଥିବାରୁ କୃଷକମାନେ ସାମୟିକ ବେକାରୀ ଭାବେ ପରିଗଣିତ ହୋଇଥାଆନ୍ତି, ଯେଉଁମାନଙ୍କ ପାଇଁ ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ରୋଜଗାର ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ଥାଏ। ଅନ୍ୟପକ୍ଷରେ ସହରାଞ୍ଚଳରେ ଥିବା ତଥାକଥିତ ଶ୍ରମ ବଜାରରୁ ପ୍ରତିଦିନ ଅନେକ ଶ୍ରମିକ କାମଧନ୍ଦା ନପାଇ ଘରକୁ ଫେରି ଯାଇଥାଆନ୍ତି। ସେମାନଙ୍କୁ କେଉଁପ୍ରକାରର ବେକାରୀରେ ସାମିଲ କରିବା ତାହା ଏକ ବିରାଟ ପ୍ରଶ୍ନବାଚୀ। ତେଣୁ ଆମକୁ ବୟସ, କର୍ମକୁଶଳତା ଏବଂ ବର୍ଷକୁ କେତେଦିନ ବେକାରୀ ରହୁଛନ୍ତି, ତାହାକୁ ତର୍ଜମା କରିବା ଦରକାର। ସାଧାରଣ ଭାବେ ଗାଁଗଣ୍ଡାରେ ଲୋକମାନେ କାମଧନ୍ଦା ଅଭାବରୁ ସହରାଭିମୁଖୀ ହୋଇଥାଆନ୍ତି। କିନ୍ତୁ ସହରରେ ବେକାରୀ ହାର ୩.୬ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬.୨ ପ୍ରତିଶତ। ଓଡ଼ିଶାରେ ୨୦୨୪ ମସିହା ମେ ମାସ ସୁଦ୍ଧା ରାଜ୍ୟରେ ଥିବା ବିଭିନ୍ନ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଥିବା ସମୁଦାୟ ପୁରୁଷ ଏବଂ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୭, ୧.୫୩୦ ଓ ୩, ୮୬, ୯୬୬। ତେବେ ଏଥିରୁ ବିଭିନ୍ନ ବୟସର ବେକାରୀ ସଂଖ୍ୟା ହିସାବ କରିବାର ସମୟ ଉପଗତ।
ସାଧାରଣ ଭାବେ ଆମ ସମାଜରେ ତିନିପ୍ରକାରର ଶ୍ରମିକ ଦେଖାଯାଆନ୍ତି ଯାହାଙ୍କୁ ଆମେ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଭାବେ ନାମିତ କରିଥାଉ। ସେମାନେ ସାଧାରଣତଃ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ, ପ୍ଲେସ୍ମେଣ୍ଟ ଏଜେନ୍ସି, ଜ୍ଞାତିକୁଟୁମ୍ବ କିମ୍ବା ଚିହ୍ନାପରିଚୟ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ବିଜ୍ଞାପନ ଜରିଆରେ କର୍ମସଂସ୍ଥାନ ପାଇବାରେ ସକ୍ଷମ ହୋଇଥାଆନ୍ତି। ସୁଖର ବିଷୟ ୨୦୦୮-୦୯ ରୁ ୨୦୨୩-୨୪ ମସିହା ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ୪୧୨ଟି ନିଯୁକ୍ତି ମେଳା ଆୟୋଜନ କରାଯାଇ ୨, ୦୫, ୯୮୦ ଜଣଙ୍କୁ ଚାକିରି ପ୍ରଦାନ କରାଯାଇଥିଲା। ସାଧାରଣତଃ ପାଣିପାଇପ, ଘରତିଆରି ମିସ୍ତ୍ରୀ, ବଢ଼େଇ, ମୂର୍ତ୍ତି କାରିଗର ତଥା ଇଲେକ୍ଟ୍ରି ମେକାନିକ୍ମାନଙ୍କର କର୍ମନିପୁଣତା ସେମାନଙ୍କ ପାଇଁ ବିଜ୍ଞାପନ। ତେଣୁ ସେମାନଙ୍କର ଚାକିରି ପାଇଁ ବିଜ୍ଞାପନ ଦେବା କିମ୍ବା ବିଜ୍ଞାପନକୁ ବ୍ୟବହାର କରି ଚାକିରି ପାଇବାର ଆବଶ୍ୟକତା ପ୍ରାୟତଃ ନଥାଏ। କିନ୍ତୁ ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମିକମାନେ ବିଭିନ୍ନ ଶ୍ରମିକ ଠିକାଦାରଙ୍କ ଦ୍ୱାରା ପ୍ରଲୋଭିତ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଇଥାଆନ୍ତି, ଯାହାର ହିସାବ ନା ପଞ୍ଚାୟତ ପାଖରେ ଥାଏ ନା ରାଜ୍ୟ ସରକାରଙ୍କ ପାଖରେ ଥାଏ। କେବଳ ଯେତେବେଳେ ସେମାନଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ହୁଏ ତାହା ମୁଖ୍ୟ ସମ୍ବାଦରେ ପ୍ରକାଶ ପାଏ।
ଉକ୍ତ ସମସ୍ୟାର ସମାଧାନ ପାଇଁ ପ୍ରଥମରୁ ଶ୍ରମିକମାନେ ବାହାରକୁ କାମଧନ୍ଦା ଉଦ୍ଦେଶ୍ୟରେ ଯିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ କିମ୍ବା ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରିବା ଆବଶ୍ୟକ। ବିଭିନ୍ନ ଉପାର୍ଜନ କ୍ଷମ କର୍ମସଂସ୍ଥାନ ପାଇଁ ଦିଆଯାଉଥିବା ଋଣ ଓ ରିହାତିକୁ ନିୟମିତ ଭାବେ ତନଖି/ଯାଞ୍ଚ କରାଯିବା ଆବଶ୍ୟକ। ମନରେଗା କାର୍ଯ୍ୟକୁ ମେସିନ୍ ଭିତ୍ତିକ ନକରି ଶ୍ରମିକ ଭିତ୍ତିକ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ଚାପ ପ୍ରୟୋଗ କରିବା ଦରକାର। ସ୍ୱୟଂ ସହାୟକ ଗୋଷ୍ଠୀମାନେ ମହତ୍ ଉଦ୍ଦେଶ୍ୟରେ ରିହାତି ସୁଧ ହାରରେ ପାଉଥିବା ଋଣକୁ ନିଜ ନିଜ କାମରେ ଲଗାଇବା ଅପେକ୍ଷା ଗୋଷ୍ଠୀଭିତ୍ତିକ କାର୍ଯ୍ୟରେ ବିନିଯୋଗ କରାଯିବା ପାଇଁ ନିରନ୍ତର ପ୍ରୟାସ ହେବା ଜରୁରୀ। କୃଷି ଓ ଅନ୍ୟାନ୍ୟ କାର୍ଯ୍ୟରେ ଜଳ ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ନଦୀ ଓ କେନାଲ ସଂସ୍କାର କରାଯିବା ସହିତ ଉଦ୍ବୃତ୍ତ ଜଳ ସଂରକ୍ଷଣ, ସୌର ଓ ପବନ ଶକ୍ତିର ବ୍ୟବହାର ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ମଡେଲ ପ୍ରତିଷ୍ଠା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଜରୁରୀ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବନଜାତ ଓ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ଦିଗରେ ସମବାୟ ସମିତି ଓ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ଅଧିକ କ୍ରିୟାଶୀଳ କରାଯାଇପାରେ। ତେବେ ଲୋକମାନେ ବେକାରୀ ମାନସିକତାଠାରୁ ଦୂରେଇବା ସହିତ ବିଭିନ୍ନ ବିଜ୍ଞାପନର ମାୟାଜାଲରେ ପ୍ରଲୋଭିତ ହୋଇ ‘ରାତିଏ ଗଲେ ହାତୀଏ ଆଣିବୁ’ ର ସ୍ୱପ୍ନକୁ ପରିହାର କରିବା ଉଚିତ୍। ବିଭିନ୍ନ ସମୟରେ ସରକାରଙ୍କର ବିଭିନ୍ନ ରୋଜଗାର ଯୋଜନାର ସୁଯୋଗ ନେବା ପାଇଁ ଚେଷ୍ଟା କରିପାରିଲେ ଚାକିରିଆ ମାନସିକତା ଦୂରେଇ ଯାଇ ନିଜସ୍ୱ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଚେତନା ଜାଗ୍ରତ ହୋଇପାରିବ।
ଡ. ସୀତାକାନ୍ତ ତ୍ରିପାଠୀ
ଭଦ୍ରକ, ମୋ: ୯୭୭୮୭୬୪୩୯୪