ସମାଜ ସଂସ୍କାରକ ଆମ୍ବେଦକର

The Sakala Picture
Published On

ଆଧୁନିକ ଭାରତୀୟ ରାଜନୀତି ପରମ୍ପରାକୁ ଯେଉଁ କେତେଜଣ ମହାନ ବ୍ୟକ୍ତି ରୁଦ୍ଧିମନ୍ତ କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ଭୀମରାଓ ଆମ୍ବେଦକର ଅନ୍ୟତମ। ସେ ଏକାଧାରରେ ଜଣେ ସୁଦକ୍ଷ ନୀତି ପ୍ରଣେତା, ରାଜନୈତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ, ବିଶିଷ୍ଟ ଜନନାୟକ ଓ ରାଷ୍ଟ୍ରନୀତିଜ୍ଞ ଭାବେ ସୁପରିଚିତ। ପଙ୍କରୁ ପଦ୍ମଜାତ ହେଲା ଭଳି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଏକ ‘ମାହାର’ ପରିବାରରେ ୧୮୯୧ ମସିହା ଏପ୍ରିଲ୍ ୧୪ ତାରିଖରେ ଆମ୍ବେଦକର ଜନ୍ମଗ୍ରହଣ କରିଥିଲେ। ଆର୍ଥିକ ଦୃଷ୍ଟିରୁ ତାଙ୍କ […]

ଆଧୁନିକ ଭାରତୀୟ ରାଜନୀତି ପରମ୍ପରାକୁ ଯେଉଁ କେତେଜଣ ମହାନ ବ୍ୟକ୍ତି ରୁଦ୍ଧିମନ୍ତ କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ଭୀମରାଓ ଆମ୍ବେଦକର ଅନ୍ୟତମ। ସେ ଏକାଧାରରେ ଜଣେ ସୁଦକ୍ଷ ନୀତି ପ୍ରଣେତା, ରାଜନୈତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ, ବିଶିଷ୍ଟ ଜନନାୟକ ଓ ରାଷ୍ଟ୍ରନୀତିଜ୍ଞ ଭାବେ ସୁପରିଚିତ।

ପଙ୍କରୁ ପଦ୍ମଜାତ ହେଲା ଭଳି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଏକ ‘ମାହାର’ ପରିବାରରେ ୧୮୯୧ ମସିହା ଏପ୍ରିଲ୍ ୧୪ ତାରିଖରେ ଆମ୍ବେଦକର ଜନ୍ମଗ୍ରହଣ କରିଥିଲେ। ଆର୍ଥିକ ଦୃଷ୍ଟିରୁ ତାଙ୍କ ପରିବାର ସେପରି ଦୁଃସ୍ଥିତିରେ ନଥିଲେ ମଧ୍ୟ ‘ମାହାର’ ପରି ଏକ ତଥାକଥିତ ନୀଚ ଜାତିରେ ଜନ୍ମ ହୋଇଥିବାରୁ ତାଙ୍କର ଶୈଶବ ଓ ଯୌବନ, ସାମାଜିକ ଲାଞ୍ଚନା, ଅବହେଳା ଓ ଅପମାନରେ ଜର୍ଜରିତ ହୋଇଥିଲା। ସେ ୧୯୧୨ ମସିହାରେ ସ୍ନାତକ ଶିକ୍ଷା ଶେଷ କରି ବରୋଦା ରାଜାଙ୍କ ସାହାଯ୍ୟରେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାତ୍ରା କରିଥିଲେ ଏବଂ ୧୯୧୫ ମସିହାରେ ଏମ୍ଏ ଓ ୧୯୧୬ ମସିହାରେ ସେ ଡକ୍ଟରେଟ୍ ଉପାଧି ଲାଭକରି ସୁନାମ ଅର୍ଜନ କରିଥିଲେ। ୧୯୨୪ ମସିହାରେ ଭୀମରାଓ ବମ୍ବେ ହାଇକୋର୍ଟରେ ଓକିଲାତି କରିବା ସହିତ ସମାଜସେବା ଓ ରାଜନୀତିରେ ଯୋଗଦେଲେ ଏବଂ ଏହା ସହିତ ଜଣେ ଲେଖକ, ଶିକ୍ଷାବିତ୍ ଓ ସମାଜ ସଂସ୍କାରକ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ସେହି ବର୍ଷ ସେ ‘ଅସ୍ପୃଶ୍ୟ’ ଛାତ୍ରମାନଙ୍କ ସେବା ପାଇଁ ‘ବହିଷ୍କୃତ ହିତକାନି ସଭା’ ନାମକ ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ୧୯୨୭ ମସିହାରେ ଅସ୍ପୃଶ୍ୟମାନଙ୍କ ମଙ୍ଗଳ ପାଇଁ ସେ ‘ବହିଷ୍କୃତ ଭାରତ’ ପତ୍ରିକା ପ୍ରକାଶ କରିଥିଲେ ଓ ‘ସମାଜ ସମତା ସଂଘ’ ନାମକ ଏକ ସଙ୍ଗଠନ ଆରମ୍ଭ କରିଥିଲେ, ଯେଉଁଥିରେ କି ‘ଆନ୍ତଃ-ଜାତି-ଭୋଜନ’ ଓ ‘ଆନ୍ତ-ଜାତି ବିବାହ’ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ୧୯୩୦ ମସିହାରେ ଗୋଲଟେବୁଲ ବୈଠକରେ ଦଳିତଙ୍କ ସମସ୍ୟା ଓ ପରିସ୍ଥିତି ଉପସ୍ଥାପନ କରି ତାଙ୍କର ପ୍ରଶଂସା ଭାଜନ ହୋଇଥିଲେ ଏବଂ ଅସ୍ପୃଶ୍ୟମାନଙ୍କୁ ନାସିକର ପ୍ରସିଦ୍ଧ କାଲାରାମ ମନ୍ଦିରରେ ପ୍ରବେଶ କରାଇବା ପାଇଁ ସତ୍ୟାଗ୍ରହ କରି କୃତକାର୍ଯ୍ୟ ହୋଇଥିଲେ। ୧୯୩୬ ମସିହାରେ ଡକ୍ଟର ଆମ୍ବେଦକର ସ୍ୱୀୟ ପ୍ରଚେଷ୍ଟାରେ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ସ୍ୱାଧୀନ ଶ୍ରମଦଳ ଗଠନ କରିଥିଲେ ଓ ମହିଳା ଶ୍ରମ ଆଇନ, ମହିଳା ଓ ଶିଶୁ ଶ୍ରମିକ ସୁରକ୍ଷା ବିଧେୟକ ଉପରେ ଗୁରୁତ୍ୱ ଦେଇଥିଲେ। ୧୯୪୪ ମସିହାରେ କୋଇଲାଖଣି ସୁରକ୍ଷା ଆଇନ ପ୍ରଣୟନ କରିବାରେ ସେ ବଳିଷ୍ଠ ନେତୃତ୍ୱ ନେଇଥିଲେ। ୧୯୪୬ ମସିହାରେ ସେ ମାଇକା ମାଇନ୍ସ ଲେବର ୱେଲ୍ଫେଆର ଫଣ୍ଡ ସ୍ଥାପନ କରିଥିଲେ, ଯାହାକି ଶ୍ରମିକମାନଙ୍କୁ ବାସଗୃହ, ପାନୀୟଜଳ, ଶିକ୍ଷା ଓ ସମବାୟ ଯୋଜନା ଯୋଗାଇ ଦେବାରେ ସହାୟକ ହୋଇଥିଲା। ସେ କହିଥିଲେ, ଯେ ପର୍ଯ୍ୟନ୍ତ ସାମାଜିକ ବ୍ୟବସ୍ଥାରେ ସୁଧାର ଆସିବ ନାହିଁ, ସେ ପର୍ଯ୍ୟନ୍ତ ଆମ ରାଜନୈତିକ ପ୍ରୟାସ ଅସଫଳ ରହିବ। ତାଙ୍କ ମତରେ ଜାତି, ବର୍ଣ୍ଣ, ଧର୍ମ, ଭାଷା, ସାମ୍ପ୍ରଦାୟିକତା ଇତ୍ୟାଦି ଠାରୁ ଊର୍ଦ୍ଧ୍ବରେ ରହି ବ୍ୟକ୍ତି ପରସ୍ପର ସହିତ ଭାବଗତ ଆଦାନପ୍ରଦାନ କଲେ ସମାଜରେ ଶାନ୍ତି, ମୈତ୍ରୀ ଓ ସଦ୍ଭାବ ପ୍ରତିଷ୍ଠା ହୋଇପାରିବ। ସମାଜରେ ସଂସ୍କାର ଆଣିବା ପାଇଁ ଧର୍ମ ଓ ସମ୍ପ୍ରଦାୟକୁ ମାଧ୍ୟମ କରିବା ଉଚିତ ନୁହେଁ ବୋଲି ସେ ଦୃଢ଼ ଭାବରେ ମତବ୍ୟକ୍ତ କରିଥିଲେ। ସେ ଜଣେ ମାନବଧର୍ମୀ, ବିବେକବାନ୍ ଓ ସଂସ୍କାରକ ଭାବରେ ଧର୍ମ ନାମରେ ପ୍ରଚଳିତ ଶୋଷଣ ଓ ଅନ୍ୟାୟର ପ୍ରତିବାଦ କରୁଥିଲେ।

୧୯୪୬ ମସିହାରେ ସେ ଭାରତୀୟ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ହେଲେ ଓ ସମ୍ବିଧାନ ଚିଠା ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ଭାରତୀୟ ସାଧାରଣ ତନ୍ତ୍ରର ସମ୍ବିଧାନ ପ୍ରଣୟନ କରି ଏକ ଦୁରୂହକାର୍ଯ୍ୟ ଅତ୍ୟନ୍ତ ଦାୟୀତ୍ୱପୂର୍ଣ୍ଣ ଭାବେ ସମ୍ପାଦନ କରିଥିଲେ। ନେହେରୁଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଆଇନ ମନ୍ତ୍ରୀ ରହି ଦଳିତମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ପଦବୀରେ ସଂରକ୍ଷଣ ବ୍ୟବସ୍ଥା ହାସଲ କରିଥିଲେ। ଭାରତ ସରକାରଙ୍କ ଦ୍ୱାରା ‘ଭାରତରତ୍ନ’ ଉପାଧିରେ ସେ ମଣ୍ଡିତ ହୋଇଥିଲେ ଏବଂ ଜଷ୍ଟିସ୍ ଗଜେନ୍ଦ୍ର ଗଡ଼କରଙ୍କ ଦ୍ୱାରା ସମ୍ବୋଧିତ ‘ନବ ଭାରତର ମନୁ’ ଭାବରେ ସର୍ବତ୍ର ସୁପରିଚିତ। ଆଜି ଆମ୍ବେଦକରଙ୍କ ଜୟନ୍ତୀକୁ କେବଳ ଉତ୍ସବ ଭାବରେ ପାଳନ ନକରି ଆମର ସମ୍ବିଧାନିକ ଅଧିକାର ଓ ସମ୍ବିଧାନିକ ସଂସ୍ଥା ସବୁକୁ ସୁଦୃଢ଼ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା ଉଚିତ। ବାବାସାହେବ ଙ୍କ ନାମରେ ଉତ୍ସବ ଓ ସମ୍ମିଳନୀ ଆଦି କରିବା ଅପେକ୍ଷା ତାଙ୍କ ଚିନ୍ତାଧାରା ଓ ଆଦର୍ଶରେ ଅନୁପ୍ରାଣୀତ ହେଲେ ତାହା ହେବ ତାଙ୍କ ପାଇଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଡକ୍ଟର ଶ୍ରୀକାନ୍ତ ମହାପାତ୍ର
ବ୍ରହ୍ମପୁର, ମୋ: ୬୩୭୦୩୨୮୧୯୪

14 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର