ଆସନ୍ନ ବିକଳଧ୍ୱନି ‘ହା ଜଳ’!
ଜଳରୁ ଜୀବନ ସୃଷ୍ଟି। ପୃଥିବୀରେ ବାସ କରୁଥିବା ସମସ୍ତ ଜୀବଙ୍କ ଶରୀରର ୬୦ ରୁ ୮୦ ଶତାଂଶ ଏହି ଯାଦୁକାରୀ ତରଳ ପଦାର୍ଥରେ ଗଢ଼ା। ତହିଁରେ ଏହାର ପରିମାଣ ସାମାନ୍ୟ କମ୍ ବେଶୀ ହେଲେ ଜୀବନ ପ୍ରକ୍ରିୟାରେ ଘୋର ବିଭ୍ରାଟ ସୃଷ୍ଟି ହୁଏ। ସେଥିପାଇଁ ଜଳକୁ ‘ଜୀବନ’ ବୋଲି ମଧ୍ୟ କୁହାଯାଏ। ପୃଥିବୀ ପୃଷ୍ଠର ଶତକଡ଼ା ପ୍ରାୟ ୭୧ ଭାଗ ଜଳ। ତେବେ ତାହାର ପ୍ରାୟ ୯ ଶତାଂଶ ଲବଣାକ୍ତ, ଯାହାକି ସମୁଦ୍ର, ମହାସମୁଦ୍ର ଆଦିରେ ଥାଏ। […]
ଜଳରୁ ଜୀବନ ସୃଷ୍ଟି। ପୃଥିବୀରେ ବାସ କରୁଥିବା ସମସ୍ତ ଜୀବଙ୍କ ଶରୀରର ୬୦ ରୁ ୮୦ ଶତାଂଶ ଏହି ଯାଦୁକାରୀ ତରଳ ପଦାର୍ଥରେ ଗଢ଼ା। ତହିଁରେ ଏହାର ପରିମାଣ ସାମାନ୍ୟ କମ୍ ବେଶୀ ହେଲେ ଜୀବନ ପ୍ରକ୍ରିୟାରେ ଘୋର ବିଭ୍ରାଟ ସୃଷ୍ଟି ହୁଏ। ସେଥିପାଇଁ ଜଳକୁ ‘ଜୀବନ’ ବୋଲି ମଧ୍ୟ କୁହାଯାଏ।
ପୃଥିବୀ ପୃଷ୍ଠର ଶତକଡ଼ା ପ୍ରାୟ ୭୧ ଭାଗ ଜଳ। ତେବେ ତାହାର ପ୍ରାୟ ୯ ଶତାଂଶ ଲବଣାକ୍ତ, ଯାହାକି ସମୁଦ୍ର, ମହାସମୁଦ୍ର ଆଦିରେ ଥାଏ। ଅତଏବ ମାତ୍ର ୩ ଶତାଂଶ ଜଳ ମଧୁର। ଏହାର ୬୯ ଶତାଂଶ ହିମବାହ ଏବଂ ୩୦ ଶତାଂଶ ଭୂତଳ ଜଳ ରୂପେ ବିଦ୍ୟମାନ। ଅବଶିଷ୍ଟ ୧ ଶତାଂଶରୁ କମ୍ ନଦୀ, ହ୍ରଦ ଆଦି ଜଳାଶୟରେ ଥାଏ, ଯାହାର ମାତ୍ର ଶତକଡ଼ା ୩ ଭାଗ ଆମର ପାନୀୟ ରୂପେ ଉପଲବ୍ଧ। ତେବେ, କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ପରିବେଶ ପ୍ରଦୂଷଣ ଭଳି କାରଣମାନଙ୍କରୁ ଏହାର ମୁଣ୍ଡପିଛା ଲଭ୍ୟତା ଦ୍ରୂତ ଗତିରେ ହ୍ରାସ ପାଇବାରେ ଲାଗିଛି।
ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ‘ଦି’ ୱାର୍ଲଡ୍ ୱାଟର ଡେଭଲପ୍ମେଣ୍ଟ ରିପୋର୍ଟ-୨୦୨୩’ ଅନୁସାରେ ଆଗାମୀ ଗ୍ରୀଷ୍ମଋତୁକୁ ବିଶ୍ୱର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୨୪୦ କୋଟି ଉତ୍କଟ ଜଳାଭାବର ସମ୍ମୁଖୀନ ହେବେ। ଭାରତ ଏତଦ୍ୱାରା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। କାରଣ ବିଶ୍ୱ ଜନସଂଖ୍ୟାରେ ୧୮ ପ୍ରତିଶତ ବାସ କରୁଥିବା ଆମର ଦେଶରେ ମଧୁର ଜଳ ଉତ୍ସ ରହିଛି ମାତ୍ର ୪ ପ୍ରତିଶତ। ଏଣୁ ଏହାକୁ ଏକ ‘ଅତ୍ୟନ୍ତ ଜଳକ୍ଲିଷ୍ଟ ଦେଶ’ ବୋଲି ଅବିହିତ କରିଛି ବିଶ୍ୱ ବ୍ୟାଙ୍କ (ଫେବ୍ରୁଆରୀ, ୨୦୨୩)। ବର୍ତ୍ତମାନ ଏହାର ମୁଣ୍ଡପିଛା ଲଭ୍ୟତା ଆଗାମୀ ୧୦ ବର୍ଷ ମଧ୍ୟରେ ୧୨୦ ରୁ ୧୩୦ ଘନମିଟର ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଏ। ଏହାର ମୁଖ୍ୟ କାରଣଗୁଡ଼ିକର ସର୍ବାଗ୍ରେ ରହିଛି ଭୂତଳ ଜଳର ଅତ୍ୟଧିକ ନିଷ୍କାସନ, ହିମବାହଗୁଡ଼ିକର ସଂକୋଚନ, ନଦୀ, ହ୍ରଦ ଆଦି ଜଳାଶୟର ଦୁରୁପଯୋଗ ଏବଂ ଜଳ ପ୍ରଦୂଷଣ।
ଆମ ପାଇଁ ଉପଲବ୍ଧ ସର୍ବାଧିକ ମଧୁରଜଳର ଉତ୍ସ ହେଲା ଭୂତଳଜଳ। ଏହା କୃଷିର ଶତକଡ଼ା ୬୨ ଭାଗ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆବଶ୍ୟକତାର ଯଥାକ୍ରମେ ୮୫ ଭାଗ ଓ ୫୦ ଭାଗ ପୂରଣ କରେ। ଏ ଆକଳନ ଅନୁସାରେ ଆମ ଦେଶରେ ବାର୍ଷିକ ଭୂତଳକୁ ପ୍ରବେଶ କରିଥାଏ ୪୩୭.୬ ବିଲିୟନ ଘନମିଟର ଜଳ। ତହିଁରୁ ଅତିବେଶିରେ ୩୯୮.୧ ବିଲିୟନ ଘନମିଟର ନିଷ୍କାସନ ଯୋଗ୍ୟ। କିନ୍ତୁ ବର୍ଷକୁ ବର୍ଷ ତାହାର ନିଷ୍କାସନ ବୃଦ୍ଧିପାଇବାରେ ଲାଗିଛି। ଫଳରେ ବିଶେଷକରି ତାମିଲନାଡୁ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଏହା ବ୍ୟତୀତ ଅନେକ ସ୍ଥାନରେ ଏହା ମଧ୍ୟ ଆମର ବ୍ୟବହାର ଉପଯୋଗୀ ହେଉନାହିଁ। କାରଣ, କେଉଁଠି ତାହା ଲବଣାକ୍ତ ହେଲାବେଳେ, ଅନ୍ୟ କେଉଁଠି ଏଥିରେ ମିଶି ରହୁଛି ଅଧିକମାତ୍ରାରେ ଫ୍ଲୋରାଇଡ୍, ନାଇଟ୍ରେଟ୍, ଲୌହ, ଆର୍ସେନିକ୍, ୟୁରାନିୟମ ଏବଂ ବିବିଧ ବିଷାକ୍ତ ପଦାର୍ଥ। ଏହା ବ୍ୟତୀତ ନାନାଦି କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ ମଧ୍ୟ ଏଥିରେ ମିଶି ତାହାକୁ ଦୂଷିତ କରୁଛି। ଫଳରେ ଏହା ପାନୀୟ ଉପଯୋଗୀ ହେବା ତ ଦୂରର କଥା କ୍ଷେତରେ ସେଚନ ପାଇଁ ମଧ୍ୟ ଏହି ଜଳ ଉପଯୁକ୍ତ ହେଉନାହିଁ।
ବିଗତ ଡିସେମ୍ବର ୨୦୨୨ରେ ଆମ ଦେଶର ବିଭିନ୍ନ ୨୫,୬୯୧ଟି ସ୍ଥାନରେ ଭୂତଳ ଜଳର ମାନ ନିରୂପଣ କରାଯାଇଥିଲା। ତହିଁରୁ ଅର୍ଦ୍ଧାଧିକ, ଅର୍ଥାତ୍ ୧୩,୭୧୬ଟି ସ୍ଥାନରେ ତହିଁରେ ଗ୍ରହଣୀୟ ସ୍ତରଠାରୁ ଅଧିକ ମାତ୍ରାରେ ଲୌହଥିବାର ଜଣାପଡ଼ିଥିଲା। ସେହିପରି ୯,୯୩୮ ସ୍ଥାନର ଜଳ ଲବଣାକ୍ତ ହେଲାବେଳେ ୭୬୦ଟି ସ୍ଥାନରେ ଆର୍ସେନିକ୍, ୬୫୫ଟି ସ୍ଥାନରେ ଫ୍ଲୋରାଇଡ଼, ୫୧୫ଟି ସ୍ଥାନରେ ନାଇଟ୍ରେଟ୍ ଏବଂ ୧୦୭ଟି ସ୍ଥାନରେ ବିବିଧ ଭାରିଧାତୁ ଅଧିକ ମାତ୍ରାରେ ଥିଲା।
ଅନ୍ୟପକ୍ଷରେ ବର୍ତ୍ତମାନ ଆମ ରାଜ୍ୟର ଅଧିକାଂଶ ନଦୀ, ଝରଣା, ହ୍ରଦ ଆଦି ଜଳାଶୟର ଜଳ ପ୍ରଦୂଷିତ। କ୍ରମବୃଦ୍ଧିପ୍ରାପ୍ତ ସଘନ କୃଷି, ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଏବଂ ସହରୀକରଣ ଏ ସମସ୍ୟାକୁ ଅଧିକରୁ ଅଧିକ ଜଟିଳ କରିଚାଲିଛି। ଏଥିରୁ ନିର୍ଗତ ବର୍ଜ୍ୟଜଳର ୬୩ ଶତାଂଶ ବିନା ବିଶୋଧନରେ ଜଳାଶୟମାନଙ୍କ ମଧ୍ୟକୁ ଯାଉଛି (ଦୈନିକ ପ୍ରାୟା ୭୨,୩୬୮ ନିୟୁତ୍ ଲିଟର)। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୨୧ ମସିହାରେ ଦେଶର ୨୭୯ଟି ବଡ଼ ବଡ଼ ନଦୀ ଏବଂ ଆହୁରି ଅନେକ ସାନ ସାନ ନଦୀ ଓ ଝରଣା ପ୍ରଦୂଷିତ ହୋଇଥିବାର ଚିହ୍ନଟ କରିଥିଲେ। ଗଙ୍ଗା, ଯମୁନା ଠାରୁ ଆରମ୍ଭ କରି ଆମ ରାଜ୍ୟର ମହାନଦୀ, ବ୍ରାହ୍ମଣୀ ଆଦି ଏହାର ଅନ୍ତର୍ଗତ। ସେଗୁଡ଼ିକୁ ବିଶୋଧନ କରିବା ଲାଗି ବିବିଧ ଯୋଜନାମାନ କରାଯାଇଥିଲେ ହେଁ ତାହା ଫଳପ୍ରଦ ହୋଇପାରିନାହିଁ। ଅନ୍ୟପକ୍ଷରେ, ନାନାଦି ବିକାଶମୂଳକ କାର୍ଯ୍ୟକ୍ରମ ଅନେକ ବୃହତ୍ ନଦୀଶଯ୍ୟାମାନ ଅଧିକାର କରିବା ସଂଗେ ସଂଗେ ନଦୀ ଓ ଝରଣା ଆଦିର ଜଳ ପ୍ରବାହକୁ ପ୍ରତିହତ କରୁଛି। ଉଦାହରଣ ସ୍ୱରୂପ ଆମ ଦେଶର ପ୍ରାୟ ୨୪.୨ ଲକ୍ଷ ଜଳାଶୟ ମଧ୍ୟରୁ ୩୮୪୯୬ଟି ଏଭଳି ପ୍ରଭାବିତ ହୋଇଛି। ପୁନଶ୍ଚ ତହିଁରୁ ୫୩୩୯୬ଟି ଅଳ୍ପବହୁତ ଲବଣାକ୍ତ କିମ୍ବା ଶୁଷ୍କ ହେବାକୁ ଲାଗିଲାଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାଗତିକ ଉଷ୍ମତା ବୃଦ୍ଧି ମଧ୍ୟ ଏ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। କାରଣ ଗ୍ରୀଷ୍ମକାଳରେ ହିମବାହର ଚଳନ ତହିଁରୁ ବାହାରିଥିବା ନଦନଦୀଙ୍କୁ ଜଳପୁଷ୍ଟ କରେ। ପୁନଶ୍ଚ ଶୀତକାଳରେ ସେଗୁଡ଼ିକ ତୁଷାରପୁଷ୍ଟ ହୋଇ ପୂର୍ବାବସ୍ଥାକୁ ଫେରି ଆସନ୍ତି। ଏ ପ୍ରକ୍ରିୟା ପୌନ ପୌନିକ ଭାବେ ଚାଲେ। କିନ୍ତୁ ବର୍ତ୍ତମାନ ହିମବାହ ଅଂଚଳ କମ ହେବାରେ ଲାଗିଛି । ଫଳରେ ଏହା ହରାଉଥିବା ଜଳର ପୁର୍ନଭରଣ (ତୁଷାର ରୂପେ) ହୋଇ ନପାରିବାରୁ ତାହା ସଙ୍କୁଚିତ ହେବାରେ ଲାଗିଛି। ଏଣୁ ନଦନଦୀଗୁଡ଼ିକୁ ଗ୍ରୀଷ୍ମକାଳରେ ନିୟମିତ ଜଳପୁଷ୍ଟ କରିବା ସାମର୍ଥ୍ୟ ସେଗୁଡ଼ିକର ହ୍ରାସ ପାଇଚାଲିଛି। ଏପରିସ୍ଥଳେ ଆମ ଜୀବନ ଧାରଣର ଦୁଇଟି ଧାରା ଜଳସେଚନ ଏବଂ ଜଳପାନ ଲାଗି ଉପଯୁକ୍ତ ଜଳ ଯଥେଷ୍ଟ ପରିମାଣରେ ମିଳିବାର ସମ୍ଭାବନା ଦିନକୁ ଦିନ କମ୍ ହୋଇ ଚାଲିବ ବୋଲି ମନେକରାଯାଉଛି।
କେନ୍ଦ୍ର ଜଳ କମିଶନର ରିପୋର୍ଟ ଅନୁସାରେ (୨୦୨୧) ଆମ ଦେଶର ୮୯ ଶତାଂଶ ଭୂତଳ ଜଳ କୃଷି ପାଇଁ ଏବଂ ଅବଶିଷ୍ଟର ଏକ ସିଂହଭାଗ ଶିଳ୍ପ ଓ ଘରୋଇ ବ୍ୟବହାରରେ ଲାଗେ। ଏଣୁ ଜଳାଭାବ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଅଧିକ ଜଳ ଆବଶ୍ୟକ କରୁଥିବା ଧାନ, ଆଖୁ ଓ ଗହମ ଆଦି ଫସଲ ବଦଳରେ ତାହା କମ୍ ଆବଶ୍ୟକ କରୁଥିବା ମିଲେଟ୍ ଭଳି ଫସଲ ଚାଷ କରିବା ସହିତ ବୁନ୍ଦା-ଜଳସେଚନକୁ ଏବେ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ଶିଳ୍ପକ୍ଷେତ୍ରରେ ଜଳର ବ୍ୟବହାର କମ୍ କଲାଭଳି ବିବିଧ ନୂତନ ଟେକ୍ନୋଲୋଜିର ବିକାଶ ପ୍ରତି ମଧ୍ୟ ଗୁରୁତ୍ୱ ଆରୋପ କରାଯାଉଛି। ପୁନଶ୍ଚ ଘରେ ଘରେ ପାନୀୟ ଜଳ ଯୋଗାଣଲାଗି ଜଳ ଜୀବନ ମିଶନ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ଜଳସମ୍ପଦର ଅପବ୍ୟୟ ହ୍ରାସ କରିବା ସହିତ ଜଳବାହିତ ରୋଗରୁ ସୁରକ୍ଷା ପ୍ରଦାନ କରିବ ବୋଲି ମନେ କରାଯାଉଛି। ତେବେ ଏଗୁଡ଼ିକ ଏବେ ସୁଦ୍ଧା ଉଲ୍ଲେଖନୀୟ ଭାବେ ଫଳବତୀ ହୋଇପାରିନାହିଁ। ଏପରିସ୍ଥଳେ ଆଗାମୀ ଦିନମାନଙ୍କରେ ଆମ ଦେଶରେ ଜଳ ସଂକଟ ତୀବ୍ର ହୋଇ ଚାଲିବାର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି।
ଆଉ ଏକ ଆକଳନରୁ ଜଣାପଡ଼ିଛି ଯେ ସ୍ୱାଧୀନତା ପରଠାରୁ (୧୯୪୭) ବର୍ତ୍ତମାନ ମଧ୍ୟରେ ଆର୍ଥତ୍ ବିଗତ ୭୫ ବର୍ଷରେ ଆମ ଦେଶରେ ମଧୁରଜଳର ଉପଲବ୍ଧତା ୭୫ ଶତାଂଶ ହ୍ରାସ ପାଇଛି। ସେତେବେଳେ ତାହା ମୁଣ୍ଡପିଚ୍ଛା ୬୦୪୨ ଘନମିଟର ଥିଲାବେଳେ ୨୦୦୧ ମସିହା ବେଳକୁ ୧୮୧୬ ଘନମିଟର, ୨୦୧୧ ମସିହା ବେଳକୁ ୧୫୪୫ ଘନମିଟର ଏବଂ ୨୦୨୦ ମସିହା ବେଳକୁ ୧୪୮୬ ଘନମିଟରକୁ ଖସି ଆସିବାର ଦେଖାଯାଇଛି। ପୁନଶ୍ଚ ୨୦୩୧, ୨୦୪୧ ଏବଂ ୨୦୫୧ ମସିହା ବେଳକୁ ତାହା ୧୩୬୭, ୧୨୮୨ ଏବଂ ୧୧୪୦ ଘନମିଟରରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଆମ ଗ୍ରାମାଞ୍ଚଳର ପ୍ରତି ୪ଟି ପରିବାର ମଧ୍ୟରୁ ୩ଟି ଉପଯୁକ୍ତ ପାନୀୟଜଳରୁ ବଞ୍ଚିତ ବୋଲି ଜଣାପଡ଼ିଛି। ନ୍ୟାସନାଲ ଷ୍ଟାଟିଷ୍ଟିକାଲ୍ ଅଫିସ୍ ଦ୍ୱାରା ଆକଳନରୁ। ଏପରିସ୍ଥଳେ ଆଗକୁ ଅବସ୍ଥା ଯେ କିପରି ଜଟିଳ ହେବ, ତାହା ଅନୁମାନ କରିବା କଥା। ସମ୍ଭବତଃ ସ୍ୱାଧୀନତା ପରେ ପରେ, ଅର୍ଥାତ୍ କୃଷିକ୍ଷେତ୍ରରେ ସବୁଜ ବିପ୍ଲବ ଆସିବା ପୂର୍ବରୁ ଆମ ଦେଶରେ ଯେପରି ହାଃ ଅନ୍ନ ସ୍ୱର ଶୁଭୁଥିଲା, ସେହିପରି ଅଳ୍ପ କେଇଟା ବର୍ଷ ମଧ୍ୟରେ ଚାରିଆଡୁ ‘ହା ଜଳ’ ର ବିକଳ ଧ୍ୱନି ଶୁଭିବାର ସମ୍ଭାବନା ଅତି ଉଜ୍ଜ୍ୱଳ ମନେ ହୁଏ।
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୭୩୮୧୬୬୯୫୫୪