ସନ୍ଦେହଘେରରେ ଭାରତୀୟ ମସଲା!
ଭାରତୀୟ ଜଡ଼ିବୁଟି ଓ ମସଲାରେ ମାତ୍ରାଧିକ କୀଟନାଶକ ମିଶୁଛି ବୋଲି କିଛିଦିନ ତଳେ ଏକ ଖବର ପ୍ରକାଶ ପାଇଥିଲା। ହଂକଂର ଖାଦ୍ୟ ନିୟନ୍ତ୍ରକ ସଂସ୍ଥା ଭାରତର ୨୪ ପ୍ରମୁଖ ମସଲା ଉତ୍ପାଦନକାରୀ କଂପାନୀର କେତେକ ଉତ୍ପାଦରେ କୀଟନାଶକ ଇଥିଲିନ୍ ଅକ୍ସାଇଡ୍ ଥିବା ଅଭିଯୋଗ ଆସିବା ପରେ ଭାରତରୁ ମସଲା ଆମଦାନୀକାରୀ ଅନ୍ୟ କେତେକ ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ବ୍ରିଟେନର ଖାଦ୍ୟ ତଦାରଖ ସଂସ୍ଥା ଭାରତରୁ ଆମଦାନୀ ହେଉଥିବା ସମସ୍ତ ମସଲାର ଯାଞ୍ଚ କଡ଼ାକଡ଼ି କରିଥିବା […]
ଭାରତୀୟ ଜଡ଼ିବୁଟି ଓ ମସଲାରେ ମାତ୍ରାଧିକ କୀଟନାଶକ ମିଶୁଛି ବୋଲି କିଛିଦିନ ତଳେ ଏକ ଖବର ପ୍ରକାଶ ପାଇଥିଲା। ହଂକଂର ଖାଦ୍ୟ ନିୟନ୍ତ୍ରକ ସଂସ୍ଥା ଭାରତର ୨୪ ପ୍ରମୁଖ ମସଲା ଉତ୍ପାଦନକାରୀ କଂପାନୀର କେତେକ ଉତ୍ପାଦରେ କୀଟନାଶକ ଇଥିଲିନ୍ ଅକ୍ସାଇଡ୍ ଥିବା ଅଭିଯୋଗ ଆସିବା ପରେ ଭାରତରୁ ମସଲା ଆମଦାନୀକାରୀ ଅନ୍ୟ କେତେକ ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ବ୍ରିଟେନର ଖାଦ୍ୟ ତଦାରଖ ସଂସ୍ଥା ଭାରତରୁ ଆମଦାନୀ ହେଉଥିବା ସମସ୍ତ ମସଲାର ଯାଞ୍ଚ କଡ଼ାକଡ଼ି କରିଥିବା ବେଳେ ସିଙ୍ଗାପୁର ମଧ୍ୟ ଭାରତରେ ପ୍ରସ୍ତୁତ ହେଉଥିବା ଏକ ନିର୍ଦ୍ଦିଷ୍ଟ ମସଲାର ଆମଦାନୀ ଉପରେ କଟକଣା ଜାରି କରିଥିଲା। ନ୍ୟୁଜିଲ୍ୟାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆ ତତ୍କାଳ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିଲେ ମଧ୍ୟ ଭାରତର ନିର୍ଦ୍ଦିଷ୍ଟ ଦୁଇଟି ବ୍ରାଣ୍ଡର ମସଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ମସଲା ଉତ୍ପାଦନକାରୀ ଓ ରପ୍ତାନିକାରୀ ରାଷ୍ଟ୍ର। ମସଲାରେ ଇଥିଲିନ ଅକ୍ସାଇଡର ବ୍ୟବହାର ପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସୀମା ଥାଏ। ତେଣୁ ଇଥିଲିନ ଅକ୍ସାଇଡ ପରୀକ୍ଷଣ ପାଇଁ ଭାରତ ମଧ୍ୟ ଚୂଡ଼ାନ୍ତ ମାନଦଣ୍ଡ ପାଇଁ ପ୍ରସ୍ତାବ ଦେଇଛି।
ପ୍ୟାକିଂ ହୋଇଥିବା ମସଲାମାନଙ୍କରେ ଇଥିଲିନ ଅକ୍ସାଇଡ ଅତ୍ୟନ୍ତ ଭୟାବହ ବୋଲି ଆଲୋଚନା ହୋଇଥାଏ। କିନ୍ତୁ ବିଜ୍ଞାନର ଏକ ଅଧିକ ସୂକ୍ଷ୍ମାନ୍ତର ଦୃଷ୍ଟିକୋଣ ରହିଛି। ଇଥିଲିନ ଅକ୍ସାଇଡକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହା ଶରୀର ପାଇଁ ହାନିକାରକ ହୋଇଥାଏ, କିନ୍ତୁ ଖାଦ୍ୟପଦାର୍ଥମାନଙ୍କରେ ଏହାର କ୍ଷୁଦ୍ର ପରିଶିଷ୍ଟ ଏତେ ମାତ୍ରାରେ ଖରାପ ନୁହେଁ। ଏବେ କିନ୍ତୁ ଇଥିଲିନ ଅକ୍ସାଇଡ ବୈଶ୍ୱିକ ବାଣିଜ୍ୟିକ ଯୁଦ୍ଧର କେନ୍ଦ୍ରସ୍ଥଳୀ ପାଲଟି ଯାଇଛି। ଏହାର କାରଣ ହେଲା ଖାଦ୍ୟ ଓ ମସଲାରେ ଇଥିଲିନ ଅକ୍ସାଇଡର ଉପସ୍ଥିତି ପାଇଁ କୌଣସି ଆନ୍ତର୍ଜାତିକ ମାନକ ନିର୍ଦ୍ଧାରିତ ହୋଇ ନାହିଁ। ବୈଶ୍ୱିକ ଖାଦ୍ୟ କୋଡିଂ ସଂସ୍ଥା(କୋଡେକ୍ସ) ଖାଦ୍ୟ ଓ ମସଲାରେ ଇଥିଲିନ ଅକ୍ସାଇଡର ଉପସ୍ଥିତିକୁ ମୂଲ୍ୟାଙ୍କନ କରି ଏକ ବିଶ୍ୱ ମାନକ ସ୍ଥିରିକୃତ କରିବା ପାଇଁ ୨୦୨୩ ମସିହାରେ ଇଣ୍ଡୋନେସିଆ, କେନିଆ, ମେକ୍ସିକୋ, ନ୍ୟୁଜିଲାଣ୍ଡ ଓ ପେରୁ ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ପ୍ରସ୍ତାବ ରଖିଥିଲେ।
ଭାରତବର୍ଷରେ ଖାଦ୍ୟ ନିରାପତ୍ତା ନିୟମାବଳୀ ଅନୁଯାୟୀ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ, ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ପନିପରିବା ଓ ଫଳ, ମାଛ, ସାମୁଦ୍ରିକ ଖାଦ୍ୟ, ମାଂସ ଇତ୍ୟାଦି ଖାଦ୍ୟ ଦ୍ରବ୍ୟରେ ବିଷାକ୍ତ ପଦାର୍ଥର ଉପସ୍ଥିତି ବିପକ୍ଷରେ ପରୀକ୍ଷା ନିରୀକ୍ଷା କରାଯାଇଥାଏ। କିନ୍ତୁ ଏହାର ସର୍ବାଧିକ ଅବଶେଷ ସୀମା ନିର୍ଦ୍ଧାରିତ ହୋଇନଥାଏ। ଭାରତୀୟ କୃଷି ଗବେଷଣା ପରିଷଦର ବରିଷ୍ଠ ବୈଜ୍ଞାନିକ ଡ. କୌଶିକ ବାନାର୍ଜିଙ୍କ କହିବା ଅନୁଯାୟୀ, ମାନ୍ୟତା ପ୍ରାପ୍ତ ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥା ଆପେଡ଼ା ଓ ଏଫଏସଏସଏଆଇ ନେଟୱାର୍କ ଅନ୍ତର୍ଗତ ବିଜ୍ଞାନାଗାରଗୁଡ଼ିକ ନିୟମିତ ଖାଦ୍ୟ ପ୍ରଦୂଷକ, ବିଷାକ୍ତ ଉପାଦାନ, କୀଟନାଶକର ଅବଶେଷ, ଭାରୀ ଧାତୁ ଆଦିକୁ ପରୀକ୍ଷଣ କରି ଆସୁଛନ୍ତି। ୨୦୨୨ ମସିହାରେ ୟୁରୋପୀୟ ସଂଘର ଚେତାବନୀ ପରେ ଏଫଏସଏସଏଆଇ କହିଥିଲା ଯେ, ଯେପର୍ଯ୍ୟନ୍ତ ମସଲାରେ କ୍ଷତିକାରକ ଅବଶେଷକୁ ନେଇ ଭାରତ ନିଜର ସର୍ବାଧିକ ଅବଶେଷ ସୀମା (ଏମଆରଏଲ) ପ୍ରସ୍ତୁତ କରିନାହିଁ ସେ ପର୍ଯ୍ୟନ୍ତ ଇଥିଲିନ ଅକ୍ସାଇଡର ପରୀକ୍ଷଣମାନ ଜାପାନ ଓ ଅନ୍ୟ ରାଷ୍ଟ୍ରମାନଙ୍କ ପରି କିଲୋଗ୍ରାମ ପିଛା ୦.୦୧ ମିଲିଗ୍ରାମ ରହିବ।
ଇଥିଲିନ ଅକ୍ସାଇଡ ହେଉଛି ଏକ ମୌଳିକ ରସାୟନ। ଏହା ପ୍ଲାଷ୍ଟିକ୍, ଔଷଧ, ଲୁଗାଧୂଆ ପାଉଡ଼ର, ଅଠା ଆଦିର ମୂଳ ପଦାର୍ଥ ଅଟେ। ଦଶନ୍ଧି ଦଶନ୍ଧି ଧରି ଏହା ଶିଳ୍ପ କ୍ଷେତ୍ରରେ ବ୍ୟବହାର ହୋଇ ଆସୁଅଛି। ଭେଷଜ ଯନ୍ତ୍ରପାତିର ଷ୍ଟେରିଲାଇଜେସନ୍ କ୍ଷେତ୍ରରେ ଇଥିଲିନ ଅକ୍ସାଇଡର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇଥିଲିନ ଅକ୍ସାଇଡ ଗ୍ୟାସ ଚିକିତ୍ସା ଉପକରଣର କୋଣଅନୁକୋଣରେ ପ୍ରବେଶ କରି ମାଇକ୍ରୋ-ଅର୍ଗାନିଜମ୍ ବା ଅଣୁଜୀବମାନଙ୍କୁ ନଷ୍ଟ କରିଦେଇଥାଏ। ଠିକ୍ ସେହିପରି ମସଲାପାତିକୁ ଇଥିଲିନ ଅକ୍ସାଇଡର ଧୂପ, ଧୂଆଁ ଦେଇ ଷ୍ଟେରିଲାଇଜ କରି ସୁବାସିତ କରାଯାଇଥାଏ, ଯଦ୍ୱାରା ମସଲା ଓ ଜଡ଼ିବୁଟି ଆଦି ବହୁକାଳ ଧରି ସଂରକ୍ଷିତ ହୋଇ ରହିପାରିବ। ଏହାଦ୍ୱାରା ମସଲାରେ ଜୀବାଣୁ ଓ ସୂକ୍ଷ୍ମଜୀବୀୟ ପ୍ରଭାବକୁ ହ୍ରାସ କରାଯାଇଥାଏ। ଇଥିଲିନ ଅକ୍ସାଇଡ ରୋଗ ସୃଷ୍ଟିକାରୀ ମାଇକ୍ରୋ-ଅର୍ଗାନିଜମ୍ ବା ଅଣୁଜୀବ ‘ସାଲ୍ମୋନେଲା’କୁ ଧ୍ୱଂସ କରିଦେବାରେ ପ୍ରଭୂତ କ୍ଷମତା ରଖିଛି, ଯାହାକି ବିଜ୍ଞାନସମ୍ମତ ଭାବେ ପରୀକ୍ଷିତ ହୋଇସାରିଛି।
୨୦୨୪ ଏପ୍ରିଲ ୧୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ପର୍ଯ୍ୟାବରଣ ସଂରକ୍ଷଣ ସଂସ୍ଥା କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥଗୁଡ଼ିକର ନୂଆ ମାନକ ସ୍ଥିରୀକୃତ କରିଛି। ଏହି ନିର୍ଦ୍ଧାରିତ ନିୟମ ଅନୁଯାୟୀ ତାଲିକାରେ ଇଥିଲିନ୍ ଅକ୍ସାଇଡ୍ ମଧ୍ୟ ସାମିଲ୍ ଅଛି। ଇଣ୍ଟରନ୍ୟାଶ୍ନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର ପକ୍ଷରୁ ଇଥିଲିନ୍ ଅକ୍ସାଇଡକୁ କର୍କଟ ସୃଷ୍ଟିକାରୀ ବୋଲି କୁହାଯାଇଛି। ଆମେରିକାର ପର୍ଯ୍ୟାବରଣ ସଂରକ୍ଷଣ ସଂସ୍ଥା ମଧ୍ୟ ଇଥିଲିନ୍ ଅକ୍ସାଇଡ ବିଷୟରେ ସମାନ ମତ ପୋଷଣ କରିଛି। ଏହାର ମାତ୍ରାଧିକ ବ୍ୟବହାର ସ୍ତନ କର୍କଟ ଓ ଲିମ୍ଫୋମା ସୃଷ୍ଟି କରିଥାଏ। ଇଥିଲିନ୍ ଅକ୍ସାଇଡ୍ ଆମର ଡିଏନଏକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ନ୍ୟୁୟର୍କ ସ୍ଥିତ ପ୍ରୋ-ପବ୍ଲିକାର ଗବେଷଣା ଅନୁଯାୟୀ ସମଗ୍ର ଆମେରିକାରେ ବାୟୁ ପ୍ରଦୂଷଣ ମାଧ୍ୟମରେ ଶିଳ୍ପବର୍ଜ୍ୟ ଜନିତ କର୍କଟ ସୃଷ୍ଟିକାରୀ ବିପଦରେ ଇଥିଲିନ୍ ଅକ୍ସାଇଡ ଏକକ ବୃହତ୍ତମ ଯୋଗଦାନକାରୀ।
ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ଜୈବରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏସ୍.ଚନ୍ଦ୍ରଶେଖରନ କୁହନ୍ତି ଯେ ଇଥିଲିନ ଅକ୍ସାଇଡକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହା ଅଧିକ ଭୟାବହ ହୋଇଥାଏ। ବିଭିନ୍ନ କଳକାରଖାନା ଓ ଶିଳ୍ପସଂସ୍ଥାମାନଙ୍କରେ, ଯେଉଁଠାରେ କି ଇଥିଲିନ ଅକ୍ସାଇଡକୁ ବହୁଳ ପରିମାଣରେ ଧୂଆଁ ଭାବେ ବ୍ୟବହାର କରାଯାଇଥାଏ କିମ୍ବା କଞ୍ଚାମାଲ ଭାବେ ବ୍ୟବହାର କରାଯାଇଥାଏ, ସେଠାରେ ଇଥିଲିନ୍ ଅକ୍ସାଇଡର ପାର୍ଶ୍ବପ୍ରତିକ୍ରିୟା ଅଧିକ ଗମ୍ଭୀର ହୋଇଥାଏ। ପ୍ରଫେସର ଚନ୍ଦ୍ରଶେଖରନ୍ଙ୍କ ମତରେ ମସଲାମାନଙ୍କରେ ଅବଶେଷ ହିସାବରେ ଇଥିଲିନ ଅକ୍ସାଇଡର ବ୍ୟବହାର ଅତ୍ୟନ୍ତ ସ୍ୱଳ୍ପ ହୋଇଥିବା କାରଣରୁ ଏହା ସେତେଟା ମାରତ୍ମକ ହୋଇନଥାଏ। ଅତଏବ ସଂକ୍ଷେପରେ ଏହା କୁହାଯାଇପାରେ ଯେ ମସଲାରେ ଇଥିଲିନ ଅକ୍ସାଇଡର ଅବଶେଷର ଉପସ୍ଥିତି ଯେ କର୍କଟ ସୃଷ୍ଟିକାରୀ ଏହାର ସମ୍ଭାବନା ବହୁତ କମ୍।
ଅପରପକ୍ଷରେ ଆମଦାନୀ ହେଉଥିବା କୌଣସି ଖାଦ୍ୟ ପଦାର୍ଥରେ ଇଥିଲିନ ଅକ୍ସାଇଡ ଆଦୌ ରହିପାରିବ ନାହିଁ ବୋଲି ୟୁରୋପୀୟ ସଂଘ ନିଷେଧାଜ୍ଞା ଜାରି କରିଛି। ଆମେରିକା ଓ କାନାଡ଼ାରେ ଇଥିଲିନ ଅକ୍ସାଇଡର ସର୍ବାଧିକ ଅବଶେଷ ସୀମା ନାନାବିଧ ସତେଜ ଖାଦ୍ୟ ପଦାର୍ଥମାନଙ୍କରେ କିଲୋଗ୍ରାମ ପିଛା ୭ ମିଲିଗ୍ରାମ ହୋଇଥାଏ। ୱାଲନଟ କ୍ଷେତ୍ରରେ ଏହା କିଲୋଗ୍ରାମ ପିଛା ୫୦ ମିଲିଗ୍ରାମ। ଦକ୍ଷିଣ କୋରିଆ ଓ ଜାପାନରେ ଖାଦ୍ୟ ପଦାର୍ଥମାନଙ୍କରେ ଇଥିଲିନ ଅକ୍ସାଇଡର ସର୍ବାଧିକ ଅବଶେଷ ସୀମା ହେଲା କିଲୋଗ୍ରାମ ପିଛା ୦.୦୧ ମିଲିଗ୍ରାମ। ସିଙ୍ଗାପୁର ସରକାର ସମସ୍ତ ମସଲାରେ ଇଥିଲିନ ଅକ୍ସାଇଡର ବ୍ୟବହାରର ସୀମାକୁ କିଲୋଗ୍ରାମ ପିଛା ୫୦ ମିଲିଗ୍ରାମ ପର୍ଯ୍ୟନ୍ତ ସୀମିତ ରଖିବାକୁ ଧାର୍ଯ୍ୟ କରିଛନ୍ତି।
ଭାରତବର୍ଷରେ ସମ୍ପ୍ରତି ବିଭିନ୍ନ ମସଲାରେ ଥିବା ଅଦରକାରୀ ଅବଶେଷ ପଦାର୍ଥଗୁଡ଼ିକୁ ସଠିକ୍ ଭାବେ ଆକଳନ କରିବା ପାଇଁ ବିଶ୍ଳେଷଣ ପଦ୍ଧତିର ଚିହ୍ନଟ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଛି। ଏହି ଗବେଷଣା ସମ୍ପୂର୍ଣ୍ଣ ହେଲେ ଖାଦ୍ୟ ପଦାର୍ଥରେ କୀଟନାଶକ ଉପାଦାନମାନଙ୍କର ସର୍ବାଧିକ ଅବଶେଷ ସୀମା ନିର୍ଦ୍ଧାରଣ କରାଯାଇ ପାରିବ। କୌଶିକ ବାନାର୍ଜୀଙ୍କ ମତରେ ଭାରତୀୟ ବିଜ୍ଞାନାଗାରଗୁଡ଼ିକର କ୍ଷମତା ଖାଦ୍ୟ ପଦାର୍ଥରେ କୀଟନାଶକ ପଦାର୍ଥର ଅବଶେଷ, ଅନ୍ୟ ବିଷାକ୍ତ ପଦାର୍ଥ ଓ ଭାରୀ ଧାତୁମାନଙ୍କର ଉପସ୍ଥିତିତ ବିଶ୍ଲେଷଣ କରିବା କ୍ଷେତ୍ରରେ ସନ୍ତୋଷଜନକ ହୋଇଥିଲେ ମଧ୍ୟ ଅନ୍ୟ ପ୍ରଦୂଷକ ଚିହ୍ନଟ କରିବାରେ ଦୁର୍ବଳ। ବିଶ୍ଲେଷଣାତ୍ମକ ପଦ୍ଧତିର ଅଭାବ ଏହାର ପ୍ରମୁଖ କାରଣ।
ଡକ୍ଟର ଚିତ୍ତରଞ୍ଜନ ମିଶ୍ର
ଭୁବନେଶ୍ୱର, ମୋ: ୯୩୩୮୨୦୪୯୯୩