ନିର୍ବାଚନ ଓ ସାମାଜିକ ସୁସମ୍ପର୍କ

The Sakala Picture
Published On

ଚଳିତବର୍ଷ ‘ଜାତୀୟ ଭୋଟର ଦିବସ’ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ଶପଥ ପାଠ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଜାଣିବା ପରେ ଆଜିର ନିର୍ବାଚନ ଏବଂ ସାମାଜିକ ସମ୍ପର୍କକୁ ନେଇ ମନ ମଧ୍ୟରେ ଅନେକ କଥା ଏବଂ ପ୍ରଶ୍ନ ଉଙ୍କି ମାରୁଥାଏ। ନିର୍ବାଚନର ମାହୋଲ ମଧ୍ୟରେ ଏମିତି କିଛି ଘଟଣା ଓ ଦୁର୍ଘଟଣାମାନ ଆମ ଚାରିପାଖ ଘଟିଚାଲେ, ଯାହା ସାଧାରଣ ଜୀବନଶୈଳୀ ମଧ୍ୟରେ ରହିଥିବା ସାମାଜିକ ସମ୍ପର୍କର ସ୍ଥିତି ଏବଂ ସତ୍ତାକୁ ସ୍ତବ୍ଧ କରିଦିଏ! କିଛିଦିନ ତଳେ, ଜଣେ […]

ଚଳିତବର୍ଷ ‘ଜାତୀୟ ଭୋଟର ଦିବସ’ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ଶପଥ ପାଠ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଜାଣିବା ପରେ ଆଜିର ନିର୍ବାଚନ ଏବଂ ସାମାଜିକ ସମ୍ପର୍କକୁ ନେଇ ମନ ମଧ୍ୟରେ ଅନେକ କଥା ଏବଂ ପ୍ରଶ୍ନ ଉଙ୍କି ମାରୁଥାଏ। ନିର୍ବାଚନର ମାହୋଲ ମଧ୍ୟରେ ଏମିତି କିଛି ଘଟଣା ଓ ଦୁର୍ଘଟଣାମାନ ଆମ ଚାରିପାଖ ଘଟିଚାଲେ, ଯାହା ସାଧାରଣ ଜୀବନଶୈଳୀ ମଧ୍ୟରେ ରହିଥିବା ସାମାଜିକ ସମ୍ପର୍କର ସ୍ଥିତି ଏବଂ ସତ୍ତାକୁ ସ୍ତବ୍ଧ କରିଦିଏ!
କିଛିଦିନ ତଳେ, ଜଣେ ବନ୍ଧୁଙ୍କ ଘରେ ବସି ଅବସରକାଳୀନ ସମୟ ଅତିବାହିତ କରୁଥିବା ସମୟରେ କିଛି ହୋ ହଲ୍ଲା ଶୁଣି ଆମେ ଦୁହେଁ ଘର ବାହାରକୁ ଆସି ଦେଖିବାକୁ ପାଇଲୁ ଯେ ପଡ଼ିଶା ଘରର ଦୁଇ ଭାଇ ନିଜ ମଧ୍ୟରେ ଝଗଡ଼ା କରୁଛନ୍ତି! ଜାଣିବାକୁ ମିଳିଲା, ବଡ଼ଭାଇ ଜଣଙ୍କ ଚଳିତ ନିର୍ବାଚନ ନିମନ୍ତେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ସାନଭାଇଙ୍କୁ ବାଧ୍ୟ କରୁଛନ୍ତି ଉକ୍ତ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାର, ପ୍ରସାରରେ ଯୋଗଦାନ ତଥା ସହଯୋଗ କରିବା ଲାଗି। କିନ୍ତୁ କୌଣସି ଏକ କାରଣରୁ ସାନଭାଇ ଜଣଙ୍କ ଏଥିରେ ରାଜି ନ ହେବାରୁ ଘଟଣାଟି ପାରିବାରିକ ତଥା ବ୍ୟକ୍ତିଗତ କଳହରେ ରୂପାନ୍ତରିତ ହୋଇଛି ଏବଂ ତାହା ଝଗଡ଼ା ତଥା ମାଡ଼ପିଟ ସ୍ତରରେ ପହଞ୍ଚିଛି। ଏମିତି କି’ ଜଣେ ଅନ୍ୟ ଜଣଙ୍କ ସହ ରକ୍ତଗତ ସମ୍ପର୍କ ଛିନ୍ନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି!

ଉକ୍ତ ଦୃଶ୍ୟଟିର ଅବଲୋକନ ପରେ ଏହିପରି ଆଉକିଛି ଘଟଣାର ଚିତ୍ର ମନକୁ ସ୍ପର୍ଶ କରି ଯାଉଥାଏ। ନିର୍ବାଚନ ସମୟରେ ଗୋଟିଏ ଗାଁ, ସହର କିମ୍ୱା ବ୍ଲକ ତଥା ଅଞ୍ଚଳରେ ବାସ କରୁଥିବା ଲୋକମାନେ ନିଜର ମତ, ବିଚାର ଏବଂ ଚିନ୍ତାଧାରା ଆଧାରରେ ପ୍ରାର୍ଥୀ ଚୟନ କରି ଛୋଟ ଛୋଟ ଗୋଷ୍ଠୀରେ ନିଜକୁ ବିଭକ୍ତ କରିଥା’ନ୍ତି। ବ୍ୟକ୍ତିଗତ ସମ୍ପର୍କ ଓ ସ୍ତରରେ କୌଣସି ମତଭେଦ ତଥା କଳହ ନ’ଥାଇ ମଧ୍ୟ ସେଥିମଧ୍ୟରୁ ଅନେକ ସବଳ ବ୍ୟକ୍ତି ଦୁର୍ବଳ ଲୋକ ତଥା ଗୋଷ୍ଠୀ ଉପରେ ବିଭିନ୍ନ ଉପାୟରେ ଆକ୍ରମଣ କରିଥା’ନ୍ତି। ଏହି ଘଟଣାଗୁଡ଼ିକରେ କିଛିବ୍ୟକ୍ତି ନିରବଦ୍ରଷ୍ଟା ସାଜିଥା’ନ୍ତି ଏବଂ କିଛିଲୋକ ଉପରେ ନିରବ ରହି ସମସ୍ତଙ୍କ ସହ ସମ୍ପର୍କ ଭଲ ରଖି, ଗୋଷ୍ଠୀଗୁଡ଼ିକ ମଧ୍ୟରେ ସେମାନଙ୍କ ଅଜାଣତରେ କଥାର ଆଦାନ ପ୍ରଦାନ କରିଥା’ନ୍ତି। ଏହାଦ୍ୱାରା, ଗୋଷ୍ଠୀ କଳହ ତଥା କନ୍ଦଳର ସୂତ୍ରପାତ ହୋଇଥାଏ। ଅନେକ ସମୟରେ ଜଣେ ବ୍ୟକ୍ତି ନିଜର ବିରୋଧୀ ତଥା ବିରୋଧୀ ଗୋଷ୍ଠୀର କୌଣସି ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ ତଥା ଜୀବନରେ ମାରିଦେବା ପରି ଘଟଣା ଦୈନିକ ସମ୍ବାଦପତ୍ରରେ ଆଗଧାଡ଼ିର ଖବର ଭାବରେ ରୂପାନ୍ତରିତ ହେଉଛି। ଏହି ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ପରିବାରର ସଦସ୍ୟ ଓ ତାଙ୍କର ଭବିଷ୍ୟତ ଅନ୍ଧକାର ଏବଂ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଏ।

ଏକାନ୍ତରେ ଏକ ନିରବ ପରିବେଶ ମଧ୍ୟରେ ରହି ଏହିସବୁ କାର୍ଯ୍ୟକଳାପ ଏବଂ ଘଟଣାଗୁଡ଼ିକୁ ତର୍ଜମା କଲେ ଜଣାପଡ଼େ ଯେ, କୌଣସି ଏକ ନିଜସ୍ୱ କାରଣ ନ ଥାଇ, ବିନା ବ୍ୟକ୍ତିଗତ ସ୍ୱାର୍ଥରେ ନିଜ ମଧ୍ୟରେ ଲଢ଼ି, ଶତ୍ରୁତା ସୃଷ୍ଟିକରି ବାସ୍ତବରେ କାହାକୁ କ’ଣ ପ୍ରାପ୍ତି ହୋଇଥାଏ? ଏହି ସନ୍ଦର୍ଭରେ ଏକ ବଡ଼ ପ୍ରଶ୍ନବାଚୀ ମନ ମଧ୍ୟରେ ଉଙ୍କିମାରେ ଯେ ନିର୍ବାଚନ ଆସିବ, ଯିବ। କିନ୍ତୁ ସେହି କାରଣରୁ ଭାଙ୍ଗିଯାଇଥିବା ରକ୍ତଗତ, ବ୍ୟକ୍ତିଗତ ଏବଂ ସାମାଜିକ ସମ୍ପର୍କମାନ ଆଉଥରେ ଯୋଡ଼ି ହେବ ତ? ଯଦି ବା ଯୋଡ଼ି ହୁଏ, ତେବେ ସେଥିରେ ପୂର୍ବପରି ରହିଥିବା ସେ ବିଶ୍ୱାସ, ଆତ୍ମୀୟତା ଏବଂ ଭଲପାଇବା ବଜାୟ ରହିବ ତ? ତେବେ ଗୋଟିଏ ନିର୍ବାଚନ ପ୍ରକ୍ରିୟାରେ ଭୋଟ ବ୍ୟବସ୍ଥା ମାଧ୍ୟମରେ ନିଜର ମତାଧିକର ସାବ୍ୟସ୍ତ କରିବା ସହ ମନ ପସନ୍ଦର ଜନ ପ୍ରତିନିଧି ବାଛିବା ହେଉଛି ଜଣେ ନାଗରିକର ଏକ ସାମ୍ୱିଧାନିକ ତଥା ମୌଳିକ ଅଧିକାର, ଯାହା ଏକ ନିରେପେକ୍ଷ ତଥା ଅବାଧ ପ୍ରକ୍ରିୟା ଓ ପରିବେଶ ମଧ୍ୟରେ ସମ୍ପାଦିତ ହେବା ବିଧେୟ। ଯେଉଁଥିରେ, କୌଣସି ବି ଉପାୟ ଅବଲମ୍ୱନ କରି ଜଣଙ୍କର ମତାଧିକାରକୁ ପ୍ରଭାବିତ କରିବା ଆଇନ ବିରୁଦ୍ଧ ତଥା ଅମାନ୍ୟ ଅଟେ।

ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି ହେବା ଜରୁରୀ ଯେ ନିର୍ବାଚନ ପ୍ରଚାର ତଥା ଭୋଟ ଦେବା ପ୍ରକ୍ରିୟାରେ ଜଡ଼ିତ ରହି ଜଣେ ସାଧାରଣ ବ୍ୟକ୍ତି ନିଜ ପରିବାରର ସଦସ୍ୟ, ସମ୍ପର୍କୀୟ, ପଡ଼ୋଶୀ, ଗ୍ରାମବାସୀ ତଥା ଅଞ୍ଚଳର କୌଣସି ବି ବାସିନ୍ଦାଙ୍କ ସହ ନିଜର ସାମାଜିକ ଓ ବ୍ୟକ୍ତିଗତ ସମ୍ପର୍କକୁ ଖରାପ କରନ୍ତୁ ନାହିଁ। ନିର୍ବାଚନ ଜନିତ କୌଣସି ବି ଘଟଣାକୁ ବ୍ୟକ୍ତିଗତ ତଥା ସାମାଜିକ ସମ୍ପର୍କ ସ୍ତରକୁ ନିଆ ନ ଯାଉ। ସାମୟିକ ଭାବରେ ଏଥିରେ ପ୍ରଭାବିତ ହେବା ସହ ଉତ୍ତେଜନାର ଶିକାର ହୋଇ କେଉଁ ଜଣେ ନିଜ ଲୋକର କ୍ଷତି ନ କରନ୍ତୁ। ନିର୍ବାଚନର ପରିବେଶ ଆଜି ଅଛି, ଗୋଟିଏ ମାସ ପରେ ତାହା ସମାପ୍ତ ହୋଇଯିବ। କିନ୍ତୁ ଏହାପରେ ଆମକୁ ଆମ ପରିବାର, ସମାଜ, ଗ୍ରାମ ତଥା ଅଞ୍ଚଳରେ ବାସ କରୁଥିବା ପ୍ରତିଟି ଲୋକ ସହ ସାମାଜିକ ସମ୍ପର୍କକୁ ନେଇ ତଥା ବଜାୟ ରଖି ବଞ୍ଚିବାକୁ ପଡ଼ିବ। ଏଣୁ ନିର୍ବାଚନର ଏହି ପ୍ରଚାର, ପ୍ରସାର ଓ ଭୋଟ ମାଧ୍ୟମରେ ନିଜ ମତ ସାବ୍ୟସ୍ତ କରିବାର କାର୍ଯ୍ୟ ବ୍ୟକ୍ତିଗତ ସ୍ତରକୁ ନ ଆସି କେବଳ ସାମ୍ୱିଧାନିକ ତଥା ନିର୍ବାଚନ ସ୍ତରରେ ହିଁ ରହୁ। ଏକ ସୁସ୍ଥ ସମାଜ ଗଠନରେ ଏହା ହିଁ ଏକ ବଡ଼କାରକ ସାଜିବ।

ରାକେଶ ପଣ୍ଡା
ଟାଙ୍ଗୀ(କଟକ), ମୋ: ୯୩୩୭୮୯୭୬୫୦

10 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର