ଦକ୍ଷିଣର ଦ୍ବାରକା : ଗୁରୁବାୟୁର ମନ୍ଦିର

The Sakala Picture
Published On

ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ। ସେ ହିଁ ମାଧବ, କେଶବ, ଗୋବିନ୍ଦ ଓ ଗୋପାଳ। ତାଙ୍କର ସହସ୍ର ନାମ ଓ ରୂପ। ଅନେକ ନାମ ଓ ରୂପରେ ସେ ହିଁ ଏକ, ଅର୍ଥାତ୍‌ ସେ ହିଁ କୃଷ୍ଣ। ଏହି କ୍ରମରେ କେରଳରେ କୃଷ୍ଣ ଗୁରୁବାୟୁର ରୂପରେ ଦୃଶ୍ୟମାନ। ଦେଶର ଅନ୍ୟତମ ତୀର୍ଥସ୍ଥାନ ଗୁରୁବାୟୁର ମନ୍ଦିର। ଯାହା ଦକ୍ଷିଣର ଦ୍ବାରକା ଭାବେ ପ୍ରସିଦ୍ଧ। ଏପରିକି କିଛି ଏହାକୁ ଭୂ-ଲୋକର ବୈକୁଣ୍ଠ ବୋଲି କୁହନ୍ତି। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଳ […]

ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ। ସେ ହିଁ ମାଧବ, କେଶବ, ଗୋବିନ୍ଦ ଓ ଗୋପାଳ। ତାଙ୍କର ସହସ୍ର ନାମ ଓ ରୂପ। ଅନେକ ନାମ ଓ ରୂପରେ ସେ ହିଁ ଏକ, ଅର୍ଥାତ୍‌ ସେ ହିଁ କୃଷ୍ଣ। ଏହି କ୍ରମରେ କେରଳରେ କୃଷ୍ଣ ଗୁରୁବାୟୁର ରୂପରେ ଦୃଶ୍ୟମାନ। ଦେଶର ଅନ୍ୟତମ ତୀର୍ଥସ୍ଥାନ ଗୁରୁବାୟୁର ମନ୍ଦିର। ଯାହା ଦକ୍ଷିଣର ଦ୍ବାରକା ଭାବେ ପ୍ରସିଦ୍ଧ। ଏପରିକି କିଛି ଏହାକୁ ଭୂ-ଲୋକର ବୈକୁଣ୍ଠ ବୋଲି କୁହନ୍ତି। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ରୂପକୁ ପୂଜା କରାଯାଏ, ଯାହାଙ୍କୁ ଗୁରୁବାୟୁରପ୍ପନ କୁହାଯାଏ। ଗ୍ରହରାଜ ବୃହସ୍ପତି ଏବଂ ପବନ ଦେବତା ବାୟୁଙ୍କ ଦ୍ୱାରା ପୂଜିତ ଦେବଙ୍କୁ ଗୁରୁବାୟୁର ବୋଲି କୁହାଯାଏ। ଏହା ମଧ୍ୟ କୁହାଯାଏ ଯେ, ଏକଦା ଏହି ମୂର୍ତ୍ତିକୁ ଦେବକୀ ପୂଜା କରୁଥିଲେ ଏବଂ ସେ କେରଳର ରାଜାମାନଙ୍କୁ ଏହା ହସ୍ତାନ୍ତର କରିଥିଲେ।

ପୌରାଣିକ କଥା ଅନୁସାରେ, ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଦ୍ବାରକାରେ ସ୍ଥାପନ ହୋଇଥିଲା। ଏକଦା ପ୍ରବଳ ବନ୍ୟା କାରଣରୁ ଏହି ମୂର୍ତ୍ତିଟି ଭାସିଗଲା। ଏହି ମୂର୍ତ୍ତିଟି ଭାସୁଥିବାର ଗୁରୁ ବୃହସ୍ପତି ଦେଖିବାକୁ ପାଇଲେ। ବୃହସ୍ପତି କୃଷ୍ଣଙ୍କର ଏହି ପ୍ରତିମାକୁ ବାୟୁଦେବଙ୍କ ସାହାଯ୍ୟରେ ଉଦ୍ଧାର କଲେ। ଏହାକୁ ସ୍ଥାପନ କରିବା ପାଇଁ ପୃଥିବୀରେ ଉପଯୁକ୍ତ ସ୍ଥାନ ଖୋଜିବା ଆରମ୍ଭ କରିଥିଲେ। ଯେତେବେଳେ ବୃହସ୍ପତି କେରଳରେ ପହଞ୍ଚିଲେ ସେତେବେଳେ ସେ ପ୍ରଭୁ ଶଙ୍କର ଏବଂ ମାତା ପାର୍ବତୀଙ୍କୁ ଭେଟିଥିଲେ। ଗୁରୁ ବୃହସ୍ପତି ଭଗବାନ ଶିବଙ୍କୁ ତାଙ୍କ ଆଗମନର ଉଦ୍ଦେଶ୍ୟ କହିଥିଲେ, ଏବଂ ଶିବ ତାଙ୍କୁ ପ୍ରତିମା ସ୍ଥାପନ ପାଇଁ ଏହି ସ୍ଥାନ ସବୁଠାରୁ ଉପଯୁକ୍ତ ବୋଲି କହିଥିଲେ। ତେଣୁ ଏଠାରେ ବୃହସ୍ପତି ଏବଂ ବାୟୁଦେବ ଭଗବାନ କୃଷ୍ଣଙ୍କ ପ୍ରତିମାକୁ ଅଭିଷେକ କଲେ ଓ ଏହାକୁ ପ୍ରତିଷ୍ଠା କଲେ, ଏବଂ ଏହା ପରେ ଏହି ମନ୍ଦିରର ନାମ ହେଲା ‘ଗୁରୁବାୟୁର’।

ଅନ୍ୟ ଏକ କଥା ଅନୁସାରେ, କୃଷ୍ଣଙ୍କ ଏହି ପ୍ରତିମାକୁ ଭଗବାନ ବିଷ୍ଣୁ, ବ୍ରହ୍ମାଙ୍କୁ ଦେଇଥିଲେ। ଏହା ମଧ୍ୟ ବିଶ୍ବାସ କରାଯାଏ ଯେ, ଏହି ମନ୍ଦିରକୁ ସ୍ବୟଂ ବିଶ୍ୱକର୍ମା ନିର୍ମାଣ କରିଥିଲେ।ଗୁରୁବାୟୁର ମନ୍ଦିରରେ ଆଦିଶଙ୍କରାଚାର୍ଯ୍ୟଙ୍କ ସ୍ଥିରୀକୃତ ନୀତି ଅନୁସାରେ ପୂଜା କରାଯାଏ। ମନ୍ଦିରକୁ କେବଳ ହିନ୍ଦୁମାନେ ପ୍ରବେଶ କରିପାରିବେ ଏବଂ ପ୍ରବେଶ ପାଇଁ ପୋଷାକ ମଧ୍ୟ ଧାର୍ଯ୍ୟ କରାଯାଇଛି। ପୁରୁଷମାନେ କେରଳର ପାରମ୍ପାରିକ ଧଳା ଧୋତି ଏବଂ ମହିଳାମାନେ ଶାଢ଼ି କିମ୍ବା ସାଲୱାର ସୁଟ୍ ପିନ୍ଧିଥିଲେ ହିଁ ମନ୍ଦିରକୁ ପ୍ରବେଶ କରିପାରିବେ। ଏଠାରେ ଶୁକ୍ଳ ପକ୍ଷ ଏକାଦଶୀର ବିଶେଷ ମହତ୍ତ୍ବ ରହିଛି ଏବଂ ତୁଳାଭରମ୍‌ ନୀତି ପାଳନ କରାଯାଏ। ତୁଳାଭରମ୍‌ ନୀତି ଅନୁସାରେ, ଶ୍ରଦ୍ଧାଳୁ ନିଜ ସାମର୍ଥ୍ୟ ଅନୁସାରେ ଫୁଲ, ଫଳ, ଗୁଡ଼ ଆଦି ନିଜ ଓଜନ ଅନୁସାରେ ଦାନ କରିଥା’ନ୍ତି। ବିଶ୍ବାସ କରାଯାଏ ଯେ, ସମସ୍ତ ପ୍ରକାରର ଦାନ ମଧ୍ୟରୁ ତୁଳାଭରମ୍‌ ଦାନ ସର୍ବୋତ୍ତମ।

14 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp