କାହାକୁ ମାଗନ୍ତୁନି ଏହିସବୁ ଜିନିଷ

The Sakala Picture
Published On

ଶାସ୍ତ୍ରପୁରାଣ ଏବଂ ବାସ୍ତୁଶାସ୍ତ୍ରରେ ଏପରି ଅନେକ ନିୟମ ଉଲ୍ଲେଖ କରାଯାଇଛି, ଯାହାକୁ ଅନୁସରଣ କରି ଜୀବନରେ ଆସୁଥିବା ବାଧାବିଘ୍ନକୁ ଦୂର କରିହେବ। ଏହି କ୍ରମରେ ଏମିତି କିଛି ଜିନିଷ ଅଛି, ଯାହାକୁ ଲୋକମାନେ ସାଧାରଣ ମନେ କରି ପରସ୍ପରକୁ ଦେଇଥାନ୍ତି। ନିତିଦିନିଆ ଚଳଣିରେ ଯଦି କେତେବେଳେ ଲୁଣ ବା ଦହିର ଅଭାବ ହୁଏ ଏବଂ କିଣିବା ପାଇଁ ସମୟ ନଥାଏ, ଏହାକୁ ଆମେ ପଡ଼ୋଶୀ ଘରୁ ନେଇ ଆସୁ। କିନ୍ତୁ ଏସବୁକୁ ମାଗି ଆଣିବା ଦ୍ବାରା ଏହାର […]

ଶାସ୍ତ୍ରପୁରାଣ ଏବଂ ବାସ୍ତୁଶାସ୍ତ୍ରରେ ଏପରି ଅନେକ ନିୟମ ଉଲ୍ଲେଖ କରାଯାଇଛି, ଯାହାକୁ ଅନୁସରଣ କରି ଜୀବନରେ ଆସୁଥିବା ବାଧାବିଘ୍ନକୁ ଦୂର କରିହେବ। ଏହି କ୍ରମରେ ଏମିତି କିଛି ଜିନିଷ ଅଛି, ଯାହାକୁ ଲୋକମାନେ ସାଧାରଣ ମନେ କରି ପରସ୍ପରକୁ ଦେଇଥାନ୍ତି। ନିତିଦିନିଆ ଚଳଣିରେ ଯଦି କେତେବେଳେ ଲୁଣ ବା ଦହିର ଅଭାବ ହୁଏ ଏବଂ କିଣିବା ପାଇଁ ସମୟ ନଥାଏ, ଏହାକୁ ଆମେ ପଡ଼ୋଶୀ ଘରୁ ନେଇ ଆସୁ। କିନ୍ତୁ ଏସବୁକୁ ମାଗି ଆଣିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନରେ ସିଧାସଳଖ ପଡ଼ିଥାଏ। ଏଭଳି ୫ଟି ଜିନିଷ ରହିଛି, ଯାହାକୁ କେବେ ମଧ୍ୟ ମାଗିବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ: ବ୍ଲୁ ହ୍ୱେଲ୍ ପରେ ଏବେ ‘କୋରିଆନ୍ ଲଭର୍’: ଅନଲାଇନ୍ ଗେମ୍ କେମିତି ନେଉଛି ଜୀବନ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦହି: ପ୍ରାୟତଃ ଦହି ବସାଇବା ପାଇଁ ଆମ ପଡ଼ୋଶୀଙ୍କଠାରୁ ଦହି ମାଗି ଆଣିଥାଉ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଉଚିତ ନୁହେଁ। ଏହାଦ୍ବାରା ଦହି ନେଉଥିବା ଏବଂ ଦେଉଥିବା ଲୋକଙ୍କ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ, ଅର୍ଥ ହାନି ହେବା ଆଶଙ୍କା ଥାଏ।

ଆହୁରି ପଢ଼ନ୍ତୁ: Viral Video: ଲିଫ୍ଟ ଭିତରେ ଫାଟିଲା ଗ୍ୟାସ ବେଲୁନ୍, ଜଳିଗଲେ ଯୁବକ ଓ ମହିଳା

ରାଶି : ମାଗଣାରେ ରାଶି ନେବା କିମ୍ବା ଦେବା ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ରାଶିର ସମ୍ପର୍କ ରାହୁ କେତୁ ସହ ଶନିଦେବଙ୍କ ସହିତ ରହିଥାଏ। ତେଣୁ ବିନା ଅର୍ଥରେ ରାଶି ଆଦାନ ପ୍ରଦାନ କରିବା ଦ୍ବାରା ଅଯଥା ଖର୍ଚ୍ଚ ବଢ଼ିଯାଏ। ବିଶେଷକରି ଶନିବାର ଦିନ ଏହା କରିବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଥିବା ପଥରରେ କାହିଁକି ଥାଏ କଳା ଓ ଧଳା ରଙ୍ଗ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଲୁଣ : ପ୍ରାୟତଃ ସମସ୍ତେ ପଡ଼ୋଶୀଙ୍କଠାରୁ ଲୁଣ ମାଗି ଆଣିଥାନ୍ତି। ବାସ୍ତୁ ଅନୁଯାୟୀ, ଯଦି ଲୁଣ ସରିଯାଇଛି, ତାହେଲେ ମାହାଳିଆ ଲୁଣ ନେବା ଏବଂ ଦେବା ଉଚିତ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶନିବେଦଙ୍କ ସହିତ ଲୁଣର ସମ୍ପର୍କ ଅଛି। ତେଣୁ ଲୁଣ ଦାନ କଲେ ଶନିଦେବ ରୁଷ୍ଟ ହୋଇଥାନ୍ତି ଏବଂ ଏହାଦ୍ବାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ଆର୍ଥିକ ଅନଟନ ଦେଖାଯାଏ। ବ୍ୟକ୍ତି ଧାରକରଜରେ ବୁଡ଼ିଯାଏ।

ରୁମାଲ୍‌ : ବାସ୍ତୁ ଅନୁଯାୟୀ, କାହାଠାରୁ ମାଗଣାରେ ରୁମାଲ୍‌ ନେବା ମଧ୍ୟ ଅନୁଚିତ। ଏଭଳି କରିବା ଦ୍ବାରା ଘରେ କଳି ଝଗଡ଼ାର ପରିବେଶ ସୃଷ୍ଟି ହେବା ସହିତ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଉପହାରରେ ମଧ୍ୟ କାହାକୁ ରୁମାଲ୍‌ ଦେବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ସମ୍ପର୍କରେ ଦୂରତା ବଢ଼ିଥାଏ।

ଦିଆସିଲି : ବାସ୍ତୁ ଅନୁଯାୟୀ, ମାଗଣାରେ ଦିଆସିଲି ଦେବା ବା ଗ୍ରହଣ କରିବା ଉଚିତ ନୁହେଁ। କାରଣ ଦିଆସିଲିର ସମ୍ପର୍କ ଅଗ୍ନି ସହିତ ରହିଛି। ଏଭଳି କରିବା ଦ୍ବାରା ଶାନ୍ତିଭଙ୍ଗ ହୋଇଥାଏ। ବିଭିନ୍ନ ସମସ୍ୟା ଆସିବା ସହ ପ୍ରିୟଜନଙ୍କ ଦ୍ବାରା କ୍ରୋଧ ଓ ବିବାଦ ବୃଦ୍ଧି ପାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp