ଗୁଜରାଟରେ ରାହୁଲଙ୍କ ‘ମାଗଣା’ ପ୍ରତିଶ୍ରୁତି : କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ ସହ ମାଗଣାରେ ମିଳିବ ବିଜୁଳି

The Sakala Picture
Published On

ଅହମଦାବାଦ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଗୁଜୁରାଟ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସାବରମତି ନଦୀ କୂଳରେ ଥିବା ‘ପରିବର୍ତ୍ତନ ସଂକଳ୍ପ ରାଲି’ରେ କଂଗ୍ରେସର ବୁଥ ସ୍ତରର କର୍ମୀଙ୍କୁ ସମ୍ବୋଧିତ କରି ଗାନ୍ଧୀ ଗୁଜରାଟର ଲୋକଙ୍କୁ ଦଳୀୟ ନିର୍ବାଚନୀ ଇସ୍ତାହାର ବାବଦରେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଗୁଜୁରାଟରେ କଂଗ୍ରେସ ସରକାର ଗଠିତ ହୁଏ ତାହେଲେଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ସହିତ ୩ ଲକ୍ଷ […]

ଅହମଦାବାଦ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଗୁଜୁରାଟ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସାବରମତି ନଦୀ କୂଳରେ ଥିବା ‘ପରିବର୍ତ୍ତନ ସଂକଳ୍ପ ରାଲି’ରେ କଂଗ୍ରେସର ବୁଥ ସ୍ତରର କର୍ମୀଙ୍କୁ ସମ୍ବୋଧିତ କରି ଗାନ୍ଧୀ ଗୁଜରାଟର ଲୋକଙ୍କୁ ଦଳୀୟ ନିର୍ବାଚନୀ ଇସ୍ତାହାର ବାବଦରେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଗୁଜୁରାଟରେ କଂଗ୍ରେସ ସରକାର ଗଠିତ ହୁଏ ତାହେଲେଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ସହିତ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କୃଷି ଋଣ ଛାଡ କରାଯିବ। ଏଥି ସହିତ ସାଧାପଣ ଉପଭୋକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ଏଥି ସହିତ ସାବରମତି ରାଲିକୁ ସମ୍ବୋଧିତ କରିବା ଅବସରରେ ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଏନେଇ କହିଛନ୍ତି ଯେ ଗୁଜରାଟ ନିଶା କେନ୍ଦ୍ରରେ ପରିଣତ ହୋଇସାରିଛି। ସମସ୍ତ ନିଶା ଦ୍ରବ୍ୟ ରାଜ୍ୟର ମୁନ୍ଦ୍ରା ବନ୍ଦରରୁ ମିଳୁଛି। ନିଶା ଦ୍ରବ୍ୟ ଜବତ ହେବା ପ୍ରସଙ୍ଗରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଗୁଜୁରାଟ ମୁନ୍ଦ୍ରା ବନ୍ଦରରୁ ପ୍ରତି ୨-୩ ମାସ ବ୍ୟବଧାନରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ବାହାରୁଛି। ଯାହା ରାଜ୍ୟର ଯୁବପିଢିଙ୍କ ଭବିଷ୍ୟତକୁ ନଷ୍ଟ କରୁଛି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର: ମହିଳାଙ୍କୁ ୨୦୦୦ ଟଙ୍କା, ୩ଟି ମାଗଣା ଗ୍ୟାସ ସିଲିଣ୍ଡର ସହ ଅନେକ ବଡ଼ ଘୋଷଣା

ବିଜେପି ସରକାର ହଜାର ହଜାର ବିଦ୍ୟାଳୟ ବନ୍ଦ କରିଦେଇଛି। ହେଲେ କଂଗ୍ରେସ କ୍ଷମତାକୁ ଆସିବା ପରେ ୩୦୦୦ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଖୋଲିବ। ରାଜ୍ୟରେ ବାଳିକାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ବେକାରୀ ସମସ୍ୟାକୁ ଶେଷ କରିବାକୁ ମୁଁ ଚାହୁଁଛି। ରାଜ୍ୟରେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବା ଉପରେ ଧ୍ୟାନ ଦିଆଯିବ। ଏଥିସହିତ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଲିଟର ପିଛା ୫ଟଙ୍କା ସବସିଡି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଭଳି ଗ୍ୟାରେଣ୍ଟି ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୁଜରାଟରେ କଂଗ୍ରେସ ସରକାର ଗଠିତ ହେବ।

ସୂଚନାଯୋଗ୍ୟ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଗୁଜରାଟକୁ ହାତେଇବା ପାଇଁ ଆପ୍ ଏବଂ କଂଗ୍ରେସ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁଜରାଟବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇବାକୁ ଚେଷ୍ଟା କରୁଛନ୍ତି ଏହି ଦୁଇ ଦଳ।

05 Sep 2022 By The Sakala

ଗୁଜରାଟରେ ରାହୁଲଙ୍କ ‘ମାଗଣା’ ପ୍ରତିଶ୍ରୁତି : କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ ସହ ମାଗଣାରେ ମିଳିବ ବିଜୁଳି

ଅହମଦାବାଦ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଗୁଜୁରାଟ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସାବରମତି ନଦୀ କୂଳରେ ଥିବା ‘ପରିବର୍ତ୍ତନ ସଂକଳ୍ପ ରାଲି’ରେ କଂଗ୍ରେସର ବୁଥ ସ୍ତରର କର୍ମୀଙ୍କୁ ସମ୍ବୋଧିତ କରି ଗାନ୍ଧୀ ଗୁଜରାଟର ଲୋକଙ୍କୁ ଦଳୀୟ ନିର୍ବାଚନୀ ଇସ୍ତାହାର ବାବଦରେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଗୁଜୁରାଟରେ କଂଗ୍ରେସ ସରକାର ଗଠିତ ହୁଏ ତାହେଲେଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ସହିତ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କୃଷି ଋଣ ଛାଡ କରାଯିବ। ଏଥି ସହିତ ସାଧାପଣ ଉପଭୋକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ।

ଏଥି ସହିତ ସାବରମତି ରାଲିକୁ ସମ୍ବୋଧିତ କରିବା ଅବସରରେ ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଏନେଇ କହିଛନ୍ତି ଯେ ଗୁଜରାଟ ନିଶା କେନ୍ଦ୍ରରେ ପରିଣତ ହୋଇସାରିଛି। ସମସ୍ତ ନିଶା ଦ୍ରବ୍ୟ ରାଜ୍ୟର ମୁନ୍ଦ୍ରା ବନ୍ଦରରୁ ମିଳୁଛି। ନିଶା ଦ୍ରବ୍ୟ ଜବତ ହେବା ପ୍ରସଙ୍ଗରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଗୁଜୁରାଟ ମୁନ୍ଦ୍ରା ବନ୍ଦରରୁ ପ୍ରତି ୨-୩ ମାସ ବ୍ୟବଧାନରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ବାହାରୁଛି। ଯାହା ରାଜ୍ୟର ଯୁବପିଢିଙ୍କ ଭବିଷ୍ୟତକୁ ନଷ୍ଟ କରୁଛି।

ବିଜେପି ସରକାର ହଜାର ହଜାର ବିଦ୍ୟାଳୟ ବନ୍ଦ କରିଦେଇଛି। ହେଲେ କଂଗ୍ରେସ କ୍ଷମତାକୁ ଆସିବା ପରେ ୩୦୦୦ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଖୋଲିବ। ରାଜ୍ୟରେ ବାଳିକାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ବେକାରୀ ସମସ୍ୟାକୁ ଶେଷ କରିବାକୁ ମୁଁ ଚାହୁଁଛି। ରାଜ୍ୟରେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବା ଉପରେ ଧ୍ୟାନ ଦିଆଯିବ। ଏଥିସହିତ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଲିଟର ପିଛା ୫ଟଙ୍କା ସବସିଡି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଭଳି ଗ୍ୟାରେଣ୍ଟି ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୁଜରାଟରେ କଂଗ୍ରେସ ସରକାର ଗଠିତ ହେବ।

ସୂଚନାଯୋଗ୍ୟ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଗୁଜରାଟକୁ ହାତେଇବା ପାଇଁ ଆପ୍ ଏବଂ କଂଗ୍ରେସ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁଜରାଟବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇବାକୁ ଚେଷ୍ଟା କରୁଛନ୍ତି ଏହି ଦୁଇ ଦଳ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp