ପରିବର୍ତ୍ତନ ଚାହୁଁଥିଲେ ମତେ, ପୁରୁଣା କଂଗ୍ରେସ ଚାହୁଁଛନ୍ତି ତ ଖଡଗେଙ୍କୁ ସମର୍ଥନ କରୁନ୍ତୁ : ଶଶି ଥରୁର

The Sakala Picture
Published On

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ। ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ଥରୁର।ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଆସନ୍ତା ୧୭ରେ ହେବ କଂଗ୍ରେସ ପ୍ରେସିଡେଣ୍ଟ ଇଲେକ୍ସନ। ଏଥର ଜଣେ ଅଣଗାନ୍ଧୀ ପାଲଟିବେ କଂଗ୍ରେସ ଅଧ୍ୟକ୍ଷ । ରାଜସ୍ଥାନ ଡ୍ରାମା, ଗେହଲଟଙ୍କୁ ନେଇ ଅନିଶ୍ଚିତତାର ପର୍ବ ପରେ ଏବେ ପ୍ରସ୍ତୁତ ହୋଇଯାଇଛି ମୈଦାନ। ଏହିକିଛି ଦିନ […]

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ। ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ଥରୁର।ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଆସନ୍ତା ୧୭ରେ ହେବ କଂଗ୍ରେସ ପ୍ରେସିଡେଣ୍ଟ ଇଲେକ୍ସନ। ଏଥର ଜଣେ ଅଣଗାନ୍ଧୀ ପାଲଟିବେ କଂଗ୍ରେସ ଅଧ୍ୟକ୍ଷ । ରାଜସ୍ଥାନ ଡ୍ରାମା, ଗେହଲଟଙ୍କୁ ନେଇ ଅନିଶ୍ଚିତତାର ପର୍ବ ପରେ ଏବେ ପ୍ରସ୍ତୁତ ହୋଇଯାଇଛି ମୈଦାନ।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର ଭୟଥିଲା ତ ପୁଣି କିଏ କଂଗ୍ରେସ ହାଇକମାଣ୍ଡରକୁ ନିଜ କାର୍ୟ୍ୟ ପାଇଁ ଅସନ୍ତୁଷ୍ଟ କରି ଦେଲେ । ତେବେ ଏହି ସବୁ ଭିତରେ କିଏ ଏହି ରେସରେ ସାମିଲ ହେବ କିଏ ନାମାଙ୍କନ ଭରିବ ତାହାକୁ ନେଇ ବେଶ ଚର୍ଚ୍ଚା ଦେଖା ଦେଇଥିଲା । ତେବେ ଏହି ସବୁ ଥିରେ ବର୍ତ୍ତମାନ ଅନ୍ତ ଘଟିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରେସରେ ମାତ୍ର ଦୁଇ ଜଣ କଂଗ୍ରେସ ନେତା ସାମିଲା ହୋଇଛନ୍ତି । ସେ ହେଉଛନ୍ତି ରାଜ୍ୟ ସଭାରେ ବିରୋଧୀ ଦଳର ନେତା ଥିବା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ସାଂସଦ ଶଶି ଥରୁର ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର: ମହିଳାଙ୍କୁ ୨୦୦୦ ଟଙ୍କା, ୩ଟି ମାଗଣା ଗ୍ୟାସ ସିଲିଣ୍ଡର ସହ ଅନେକ ବଡ଼ ଘୋଷଣା

ଅକ୍ଟୋବର ୧୭ରେ ହେବାକୁ ଥିବା ଏହି ନିର୍ବାଚନରେ ଏହି ଦୁଇ କଂଗ୍ରେସ ନେତା ସାମ୍ନା ସାମ୍ନି ହେବେ । କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ ବିଜୟ କାହାର ହେବ ତାହା ମଧ୍ୟ ବର୍ତ୍ତମାନ ଠାରୁ ବାରି ହୋଇ ଯାଉଛି । ଗତକାଲି ଥରୁର ଖଡଗେଙ୍କୁ ଭୀଷ୍ମ ପିତାମହ ବୋଲି ଉଦବୋଧନ କରିଥିବା ବେଳେ ଆଜି ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆପଣ କଂଗ୍ରେସରେ ସ୍ଥିତାବାସ୍ଥା ଦେଖିବାକୁ ଚାହୁଁଛନ୍ତି ତେବେ ଖଡଗେଙ୍କୁ ସମର୍ଥନ ଦେବେ ଆଉ ପରିବର୍ତ୍ତନ ଚାହୁଁଥିଲେ ମତେ ।

କଂଗ୍ରେସ ଅଧ୍ୟକ୍ଷ ରେସରେ ଥିବା ଶଶି ଥରୁର କହିଛନ୍ତି ଯେ ଦଳର ବରିଷ୍ଠ ସହକର୍ମୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ତାଙ୍କର କୌଣସି ଲଢେଇ ନାହିଁ। ତେବେ ଦଳର ନେତାମାନଙ୍କୁ ଦେଇଥିବା ବାର୍ତ୍ତାରେ ମୁଁ ନିଶ୍ଚିତ ଭାବେ କହିଛି ଯେ ଯଦି ପୁରୁଣା କଂଗ୍ରେସ ଚାହୁଁଛନ୍ତି, ତେବେ ଖଡ଼ଗେଙ୍କୁ ଭୋଟ୍ ଦିଅନ୍ତୁ ଏବଂ ଯଦି ପରିବର୍ତ୍ତନ ଚାହୁଁଛନ୍ତି ତେବେ ମୁଁ ଛିଡା ହୋଇଛି। ସୂଚନା ଥାଉ କି ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ପରେ ଅଶୋକ ଗେହଲୋଟ୍ ଅଧ୍ୟକ୍ଷ ଦୌଡରୁ ବାଦ ପଡିବା ପରେ ଏବେ ଅଧ୍ୟକ୍ଷ ପାଇଁ ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଆଜି ଶଶି ଥରୁର କହିଛନ୍ତି, “ଏହା ପରସ୍ପର ବିରୋଧରେ ଯୁଦ୍ଧ ନୁହେଁ। ଆମର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀ ଭିନ୍ନ । ତେଣୁ ଆମ ଦଳର ସଦସ୍ୟମାନେ ନିଷ୍ପତ୍ତି ନିଅନ୍ତୁ। ମୁଁ ସଦସ୍ୟମାନଙ୍କୁ କେବଳ ଏତିକି କହୁଛି ଯେ ଯଦି ଦଳର ବର୍ତ୍ତମାନ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ ଅଛନ୍ତି ତେବେ ଦୟାକରି ଖଡ଼ଗେ ମହାଶୟଙ୍କୁ ଭୋଟ ଦିଅନ୍ତୁ । କିନ୍ତୁ ଯଦି ଆପଣ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଦଳ ଭିନ୍ନ ଢଙ୍ଗରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ମୋତେ ବାଛନ୍ତୁ ।

01 Oct 2022 By The Sakala

ପରିବର୍ତ୍ତନ ଚାହୁଁଥିଲେ ମତେ, ପୁରୁଣା କଂଗ୍ରେସ ଚାହୁଁଛନ୍ତି ତ ଖଡଗେଙ୍କୁ ସମର୍ଥନ କରୁନ୍ତୁ : ଶଶି ଥରୁର

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ। ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ଥରୁର।ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଆସନ୍ତା ୧୭ରେ ହେବ କଂଗ୍ରେସ ପ୍ରେସିଡେଣ୍ଟ ଇଲେକ୍ସନ। ଏଥର ଜଣେ ଅଣଗାନ୍ଧୀ ପାଲଟିବେ କଂଗ୍ରେସ ଅଧ୍ୟକ୍ଷ । ରାଜସ୍ଥାନ ଡ୍ରାମା, ଗେହଲଟଙ୍କୁ ନେଇ ଅନିଶ୍ଚିତତାର ପର୍ବ ପରେ ଏବେ ପ୍ରସ୍ତୁତ ହୋଇଯାଇଛି ମୈଦାନ।

ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର ଭୟଥିଲା ତ ପୁଣି କିଏ କଂଗ୍ରେସ ହାଇକମାଣ୍ଡରକୁ ନିଜ କାର୍ୟ୍ୟ ପାଇଁ ଅସନ୍ତୁଷ୍ଟ କରି ଦେଲେ । ତେବେ ଏହି ସବୁ ଭିତରେ କିଏ ଏହି ରେସରେ ସାମିଲ ହେବ କିଏ ନାମାଙ୍କନ ଭରିବ ତାହାକୁ ନେଇ ବେଶ ଚର୍ଚ୍ଚା ଦେଖା ଦେଇଥିଲା । ତେବେ ଏହି ସବୁ ଥିରେ ବର୍ତ୍ତମାନ ଅନ୍ତ ଘଟିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରେସରେ ମାତ୍ର ଦୁଇ ଜଣ କଂଗ୍ରେସ ନେତା ସାମିଲା ହୋଇଛନ୍ତି । ସେ ହେଉଛନ୍ତି ରାଜ୍ୟ ସଭାରେ ବିରୋଧୀ ଦଳର ନେତା ଥିବା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ସାଂସଦ ଶଶି ଥରୁର ।

ଅକ୍ଟୋବର ୧୭ରେ ହେବାକୁ ଥିବା ଏହି ନିର୍ବାଚନରେ ଏହି ଦୁଇ କଂଗ୍ରେସ ନେତା ସାମ୍ନା ସାମ୍ନି ହେବେ । କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ ବିଜୟ କାହାର ହେବ ତାହା ମଧ୍ୟ ବର୍ତ୍ତମାନ ଠାରୁ ବାରି ହୋଇ ଯାଉଛି । ଗତକାଲି ଥରୁର ଖଡଗେଙ୍କୁ ଭୀଷ୍ମ ପିତାମହ ବୋଲି ଉଦବୋଧନ କରିଥିବା ବେଳେ ଆଜି ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆପଣ କଂଗ୍ରେସରେ ସ୍ଥିତାବାସ୍ଥା ଦେଖିବାକୁ ଚାହୁଁଛନ୍ତି ତେବେ ଖଡଗେଙ୍କୁ ସମର୍ଥନ ଦେବେ ଆଉ ପରିବର୍ତ୍ତନ ଚାହୁଁଥିଲେ ମତେ ।

କଂଗ୍ରେସ ଅଧ୍ୟକ୍ଷ ରେସରେ ଥିବା ଶଶି ଥରୁର କହିଛନ୍ତି ଯେ ଦଳର ବରିଷ୍ଠ ସହକର୍ମୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ତାଙ୍କର କୌଣସି ଲଢେଇ ନାହିଁ। ତେବେ ଦଳର ନେତାମାନଙ୍କୁ ଦେଇଥିବା ବାର୍ତ୍ତାରେ ମୁଁ ନିଶ୍ଚିତ ଭାବେ କହିଛି ଯେ ଯଦି ପୁରୁଣା କଂଗ୍ରେସ ଚାହୁଁଛନ୍ତି, ତେବେ ଖଡ଼ଗେଙ୍କୁ ଭୋଟ୍ ଦିଅନ୍ତୁ ଏବଂ ଯଦି ପରିବର୍ତ୍ତନ ଚାହୁଁଛନ୍ତି ତେବେ ମୁଁ ଛିଡା ହୋଇଛି। ସୂଚନା ଥାଉ କି ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ପରେ ଅଶୋକ ଗେହଲୋଟ୍ ଅଧ୍ୟକ୍ଷ ଦୌଡରୁ ବାଦ ପଡିବା ପରେ ଏବେ ଅଧ୍ୟକ୍ଷ ପାଇଁ ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଆଜି ଶଶି ଥରୁର କହିଛନ୍ତି, “ଏହା ପରସ୍ପର ବିରୋଧରେ ଯୁଦ୍ଧ ନୁହେଁ। ଆମର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀ ଭିନ୍ନ । ତେଣୁ ଆମ ଦଳର ସଦସ୍ୟମାନେ ନିଷ୍ପତ୍ତି ନିଅନ୍ତୁ। ମୁଁ ସଦସ୍ୟମାନଙ୍କୁ କେବଳ ଏତିକି କହୁଛି ଯେ ଯଦି ଦଳର ବର୍ତ୍ତମାନ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ ଅଛନ୍ତି ତେବେ ଦୟାକରି ଖଡ଼ଗେ ମହାଶୟଙ୍କୁ ଭୋଟ ଦିଅନ୍ତୁ । କିନ୍ତୁ ଯଦି ଆପଣ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଦଳ ଭିନ୍ନ ଢଙ୍ଗରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ମୋତେ ବାଛନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp