ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ

The Sakala Picture
Published On

ଭୁବନେଶ୍ବର : ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ। ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ। କେ. ସୂର୍ଯ୍ୟା ରାଓଙ୍କୁ […]

ଭୁବନେଶ୍ବର : ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ। ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ।

ଆହୁରି ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ୫୩ ବର୍ଷ ବୟସରେ ପରଲୋକ

କେ. ସୂର୍ଯ୍ୟା ରାଓଙ୍କୁ ଉତ୍ତରୀୟ ଦେଇ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦଳକୁ ସ୍ବାଗତ କରିବା ସହ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସବୁ ବିଜେଡିରେ ମିଶିଛନ୍ତି। ଯାହା ଦ୍ବାରା ପାରଳାଖେମୁଣ୍ଡି ଓ ଗଜପତି ବିଜେଡି ସଂଗଠନ ଆହୁରି ମଜବୁତ ହେବ। ଏଥି ସହିତ ସସ୍ମିତ ପାତ୍ର କହିଛନ୍ତି କେ. ସୁରିୟା ରାଓ ଗଜପତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ସହ ଅନେକ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

ବିଜେଡିରେ ଯୋଗଦେବା ପରେ କେ. ସୂର୍ଯ୍ୟା ରାଓ କହିଛନ୍ତି ଯେ ଆଜି ମୁଁ କଂଗ୍ରେସ ଛାଡି ବିଜେଡିରେ ମିଶିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ। ସେଥିରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି। ଦଳରେ ଯାହା ଦାୟିତ୍ୱ ତାଙ୍କୁ ଦିଆଯିବ, ସେ ତାହା ନିର୍ବାହ କରିବେ ବୋଲି କହିଛନ୍ତି ।

30 Mar 2024 By The Sakala

ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ

ଭୁବନେଶ୍ବର : ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ। ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ।

କେ. ସୂର୍ଯ୍ୟା ରାଓଙ୍କୁ ଉତ୍ତରୀୟ ଦେଇ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦଳକୁ ସ୍ବାଗତ କରିବା ସହ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସବୁ ବିଜେଡିରେ ମିଶିଛନ୍ତି। ଯାହା ଦ୍ବାରା ପାରଳାଖେମୁଣ୍ଡି ଓ ଗଜପତି ବିଜେଡି ସଂଗଠନ ଆହୁରି ମଜବୁତ ହେବ। ଏଥି ସହିତ ସସ୍ମିତ ପାତ୍ର କହିଛନ୍ତି କେ. ସୁରିୟା ରାଓ ଗଜପତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ସହ ଅନେକ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି।

ବିଜେଡିରେ ଯୋଗଦେବା ପରେ କେ. ସୂର୍ଯ୍ୟା ରାଓ କହିଛନ୍ତି ଯେ ଆଜି ମୁଁ କଂଗ୍ରେସ ଛାଡି ବିଜେଡିରେ ମିଶିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ। ସେଥିରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି। ଦଳରେ ଯାହା ଦାୟିତ୍ୱ ତାଙ୍କୁ ଦିଆଯିବ, ସେ ତାହା ନିର୍ବାହ କରିବେ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp